Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଦେଇଥାନ୍ତି ଏହି ୩ ଟି ସଂକେତ। ସ୍ୱୟଂ ମା ଲକ୍ଷ୍ମୀ ଆସିଥାନ୍ତି ଘରକୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଦେଇଥାନ୍ତି ଏହି ୩ ଟି ସଂକେତ। ସ୍ୱୟଂ ମା ଲକ୍ଷ୍ମୀ ଆସିଥାନ୍ତି ଘରକୁ।

ଭଲ ସମୟ ଆସିବା ପୂର୍ବରୁ ତୁଳସୀ ମା ଦେଇଥାନ୍ତି ୩ଟି ସଂକେତ ମା ଲକ୍ଷ୍ମୀ ଆସିଥାନ୍ତି ଘରକୁ। ଏହା ସହିତ ଜାଣିବା ଏହି ପୋଷ୍ଟରେ ଏମିତି ସଂକେତ ବିଷୟରେ ଯାହା ଆପଣଙ୍କୁ ନିଜ ଘରେ ହିଁ ମିଳିଥାଏ। ଯାହା ଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କ ଜୀବନରେ ଭଲ ସମୟ ଆସିବାକୁ ଯାଉଛି। ତ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ଧର୍ମ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ବହୁତ ପବିତ୍ର ଏବଂ ଦିବ୍ୟ ହୋଇଥାଏ। ଏହାକୁ ପ୍ରତିଦିନ ପୂଜା କରିଲେ ବ୍ୟକ୍ତିଙ୍କୁ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ। ତୁଳସୀ ପତ୍ର ବିନା ଭଗବାନ କୌଣସି ବି ପ୍ରକାରର ଭୋଗ ଅଥବା ପ୍ରସାଦ ଗ୍ରହଣ କରନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ମନୁଷ୍ୟ ତୁଳସୀ ଗଛକୁ ପ୍ରତିଦିନ ପୂଜା କରିଥାଏ ତା ଉପରେ କେବେବି କୌଣସି ସଙ୍କଟ ଆସିନଥାଏ। ଯେଉଁ ମନୁଷ୍ୟ ପ୍ରତିଦିନ ତୁଳସୀ ପତ୍ରର ସେବନ କରିଥାଏ ସେ ସବୁ ପ୍ରକାରର ରୋଗରୁ ମୁକ୍ତ ରହିଥାଏ। ତୁଳସୀ ଗଛରେ ସବୁ ପ୍ରକାରର ରୋଗର ନାଶ କରିବାର ଅଦ୍ଭୁତ ଶକ୍ତି ଥାଏ। ଯଦି ଏହି ଗଛକୁ ଆମ ଘରର ସାମ୍ନାରେ ଲଗାଯାଏ ତ ଏହି ଗଛ ଆମ ଘର ଉପରକୁ ଆସୁଥିବା ସମସ୍ତ ସମସ୍ୟା ସମସ୍ତ ସଙ୍କଟ ଏବଂ ଖରାପ ନଜର ଏବଂ ନକରାତ୍ମକ ଶକ୍ତିର ନାଶ କରିଥାଏ ଏବଂ ଆମ ଘରେ ସକରାତ୍ମକ ଉର୍ଜାର ସଞ୍ଚାର କରିଥାଏ। ତୁଳସୀର ଗଛକୁ ମା ବୃନ୍ଦାବତୀଙ୍କର ଅବତାର ମାନାଯାଏ।

ଏଥିପାଇଁ ସମସ୍ତ ଘରେ ଅନ୍ୟ କୋୖଣସି ବି ଗଛ ଥାଉ କି ନଥାଉ କିନ୍ତୁ ତୁଳସୀ ଗଛ ଅବଶ୍ୟ ରହିବା ଉଚିତ। ଆମର ଘର ସାମ୍ନାରେ ଲଗାଯାଇଥିବା ତୁଳସୀ ଗଛ ଆମକୁ ନକରାତ୍ମକ ଶକ୍ତିରୁ ରକ୍ଷା କରିବା ସହିତ ଅନେକ ପ୍ରକାରର ସଙ୍କେତ ବି ଦେଇଥାଏ। ସେହି ସଙ୍କେତ ଆମ ଭବିଷ୍ୟତ ସହିତ ଜଡିତ ହୋଇଥାଏ କାରଣ ତୁଳସୀ ଗଛ ବାତାବରଣରେ ଥିବା ନକରାତ୍ମକ ଶକ୍ତିକୁ ଚିନ୍ହି ପାରିଥାଏ ଅର୍ଥାତ ଆସୁଥିବା ସଙ୍କଟକୁ ପ୍ରଥମରୁ ହିଁ ଜାଣି ପାରିଥାଏ ଏବଂ ଆମକୁ ବିଭିନ୍ନ ଉପାୟରେ ସୂଚିତ କରିଥାଏ ଏହା ସହିତ ଯଦି ମା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଥିବ ଘରକୁ ସୁଖ ସମୃଦ୍ଧି ଆସିବାକୁ ଥିବ ତାହେଲେ ଆମକୁ ତୁଳସୀ ଗଛ ଦ୍ୱାରା ସୂଚନା ଜାଣିହେବ। ଏଥିପାଇଁ ତୁଳସୀ ଗଛରେ ଜଳ ଅର୍ପଣ କରିବା ସମୟରେ ଏହି କଥା ଉପରେ ଧ୍ୟାନ ଦେବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ବିଷୟରେ।

ଆପଣ କେତେ ଥର ଦେଖିଥିବେ ତୁଳସୀ ଗଛ ଅଚାନକ ଶୁଖିବାକୁ ଲାଗିଥାଏ। ଆମର ଅନେକ ଚେଷ୍ଟା ଏବଂ ଦେଖା ଶୁଣା କରିବା ପରେ ମଧ୍ୟ ଏହି ଗଛ ଶୁଖିବାକୁ ଲାଗିଥାଏ ତ ଏହା ଏହି ସଂକେତ ଅଟେ କି ଆମ ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତିର ବାସ ଅଛି ଅଥବା ଆମ ଘର ଉପରକୁ କୌଣସି ବିପଦ କିମ୍ବା ବଡ଼ ସଙ୍କଟ ଆସିବାକୁ ଯାଉଛି। ଯାହାର ସଂକେତ ଆମକୁ ତୁଳସୀ ଗଛ ଦ୍ୱାରା ଜଣା ପଡିଥାଏ। ତୁଳସୀ ଗଛ ଶୁଖିଯିବା ମଧ୍ୟ ଏହା ସୂଚିତ କରିଥାଏ କି କୌଣସି କାରଣରୁ ଆମର ବହୁତ ଅଧିକ ଧନ ଖର୍ଚ୍ଚ ହେବାକୁ ଯାଉଛି। ଏଥିପାଇଁ ତୁଳସୀ ଗଛକୁ କେବେବି ଶୁଖିବାକୁ ଦେବା ଉଚିତ ନୁହେଁ।

ଯଦି ତୁଳସୀ ଗଛର ହରା ଭରା ପତ୍ର ଆପେ ଆପେ ଝଡ଼ିଯିବାକୁ ଲାଗେ କିମ୍ବା ପତ୍ର ହଳଦିଆ ହୋଇ ପଡ଼ିଯାଏ କିମ୍ବା ପବନ ଦ୍ୱାରା ଝଡି ଯାଇଥାଏ ତ ଏହା ପ୍ରାକୃତିକ ଅଟେ ଏଥିପାଇଁ ଡରିବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ହରା ଭରା ପତ୍ର ଆପେ ଆପେ ଝଡ଼ିଯାଇଥାଏ ତ ଆପଣଙ୍କ ଘରେ କ୍ଳେଶ ଏବଂ ତନାଵ ଭଳି ସମସ୍ୟା ଆସିପାରେ। ଘରର ପାରିବାରିକ ସମ୍ପର୍କ ଖରାପ ହେବାକୁ ଲାଗିଥାଏ। ଯଦି ଏମିତି ସଂକେତ ମିଳୁଛି ତ ବିନା କାରଣରେ ଝଗଡା ଠାରୁ ବଞ୍ଚିତ ହେବା ପାଇଁ ସନ୍ଧ୍ୟା ସମୟରେ ତୁଳସୀ ଗଛ ପାଖରେ ଏକ ଘିଅର ଦୀପ ଅବଶ୍ୟ ଜଳାନ୍ତୁ।

ତୁଳସୀ ଗଛ ପାଖରେ ଅନ୍ୟ ଛୋଟ ଛୋଟ ଗଛ ଉଠିବାକୁ ଲାଗେ ତ ଏହାକୁ ବହୁତ ଭଲ ସଂକେତ ମାନାଯାଏ। ଏହାର ଅର୍ଥ ଘରକୁ ବହୁତ ସୁଖ ଶାନ୍ତି ଆସିବାକୁ ଯାଉଛି। ଆପଣଙ୍କ ବ୍ୟାପାର ବୃଦ୍ଧି ହେବାକୁ ଯାଉଛି। ହୋଇପାରେ ଆପଣଙ୍କୁ କେଉଁଠି ଧନର ଲାଭ ମଧ୍ୟ ହୋଇପାରେ। ତୁଳସୀ ଗଛ ଆସୁଥିବା ଉଭୟ ଭଲ ଏବଂ ଖରାପ ସଂକେତ ବିଷୟରେ ପ୍ରଥମରୁ ହିଁ ଜଣେଇ ଦେଇଥାଏ।

ଅନେକ ଥର ଆପଣ ଦେଖିଥିବେ ତୁଳସୀ ଗଛ ପାଖରେ ପିମ୍ପୁଡି ଜମା ହୋଇଯାଉଥିବେ। ଯେତେ ସଫା କଲେ ବି ମଧ୍ୟ ପିମ୍ପୁଡି ଜମା ହୋଇଯାଉଥିବେ ନିଜର ଘର ବନେଇ ନେଇଥାନ୍ତି ଗଛକୁ ଖରାପ କରିବାକୁ ଲାଗିଥାନ୍ତି ଏହାର ଅର୍ଥ କୌଣସି ବାହାରର ବ୍ୟକ୍ତି ଆପଣଙ୍କ ଘରକୁ ବିପଦ ନେଇ ଆସିବ। କୌଣସି ବ୍ୟକ୍ତିଙ୍କ କାରଣରୁ ଆପଣଙ୍କୁ ଭାରି କ୍ଷତି ସହିବାକୁ ପଡିପାରେ।

ତୁଳସୀ ଗଛରେ ଛୋଟ ପ୍ରଜାପତି ଛୋଟ ଚଢେଇ କଇଲି କିମ୍ବା କୌଣସି ସୁନ୍ଦର ଚଢେଇ ଆସି ବସିଯାନ୍ତି ଯେଉଁଥି ପାଇଁ ତୁଳସୀ ଗଛ ଭଲ ଦେଖାଯାଏ ତ ଏହାର ଅର୍ଥ ଆପଣଙ୍କୁ ଜଲଦି ଧନ ଲାଭ ହେବାର ସଂକେତ ଅଟେ ଅଥବା ଆପଣଙ୍କର କୌଣସି ମନସ୍କାମନା ପୁରଣ ହେବାକୁ ଯାଉଛି।

ଅନେକ ଥର ଏମିତି ହୋଇଥାଏ ଯେତେ ଥର ତୁଳସୀ ଗଛ ଲଗାଇଲେ ମଧ୍ୟ ଶୁଖି ଯାଇଥାଏ। ଅନ୍ୟ ଗଛ ଭଲ ଥାଏ କିନ୍ତୁ ତୁଳସୀ ଗଛ ଶୁଖି ଯାଇଥାଏ ତ ଏହା ଏହି ସଂକେତ ଦେଇଥାଏ କି ସେହି ଘରେ ନକରାତ୍ମକ ଏବଂ ଖରାପ ଶକ୍ତିର ବାସ ଅଛି। ଯେଉଁ କାରଣରୁ ତୁଳସୀ ଗଛ ହରା ଭରା ରହୁନାହିଁ। ଏମିତି ହେଉଥିଲେ ଗ୍ରହ ଶାନ୍ତି ଯଜ୍ଞ ଆଦି କରାଇ ନିଅନ୍ତୁ ସତ୍ୟନାରାୟଣ କଥା ଅବଶ୍ୟ କରନ୍ତୁ ଯାହା ଦ୍ୱାରା ନକରାତ୍ମକ ଶକ୍ତି ଘରୁ ପଳାଇ ଯିବ।

ଭଲ ସମୟ ଆସିବା ପୂର୍ବରୁ ଆମକୁ ଘରୁ କିଛି ସଂକେତ ମିଳିଥାଏ। ଯେଉଁ କାରଣରୁ ଜାଣିହେବ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା।

ଯଦି ଆପଣଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗି ଯାଉଛି ଏବଂ ଭଗବାନଙ୍କର ସ୍ମରଣ ହୋଇଯାଉଛି ଏବଂ ଆପଣଙ୍କୁ ଏମିତି ଅନୁଭବ ହେବ କି ଯେମିତି ଆପଣଙ୍କୁ କୌଣସି ଦିଗ ଆଡ଼କୁ ନେଇଯାଉଛି ତ ବୁଝି ନିଅନ୍ତୁ ଆପଣଙ୍କୁ ସଫଳତା ମିଳିବାର ନୂଆ ଦ୍ୱାର ଖୋଲିବାକୁ ଯାଉଛି। ଆପଣଙ୍କୁ ନୂଆ ରାହା ମିଳିବ ଯେଉଁଥିରେ ଭଗବାନ ଆପଣଙ୍କୁ ସମର୍ଥନ କରିବେ।

ଆପଣ ଅନେକ ଥର ଅନୁଭବ କରିଥିବେ କି ବିନା କାରଣରେ ମନ ଖୁସି ରହୁଥିବ। ଆପଣଙ୍କ ଚେହେରା ଖୁସି ଖୁସି ହସରେ ଭରା ରହୁଥାଏ ଆପଣ କ୍ରୋଧରୁ ଦୂରେଇ ଯାଆନ୍ତି ଏହା ଏହି ସଂକେତ ଦେଇଥାଏ କି ଆପଣଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି। ଏହା ସବୁଠାରୁ ଭଲ ସଂକେତ ଅଟେ।

ଯଦି ଗାଈ ଆପଣଙ୍କର ଅଗଣାକୁ ବାରମ୍ବାର କିଛି ଖାଇବାକୁ ଆସିଯାଉଥାଏ କିମ୍ବା ମାଙ୍କଡ଼ କିଛି ଜିନିଷ ଉଠେଇ କରି ନେଇଯାଏ ବିଲେଇ ଆପଣଙ୍କର ଘରେ ଛୁଆ ଜନ୍ମ କରେ ଏବଂ ପକ୍ଷୀ ଘର ଅଗଣାରେ ତାର ବସା ବାନ୍ଧିଥାଏ ଏହିପରି କିଛି ସଂକେତ ଦର୍ଶାଇଥାଏ କି ଆପଣଙ୍କର ଆଗକୁ ଆସୁଥିବା ସମୟ ଆପଣଙ୍କୁ ବଳବାନ ବନେଇବୁ ଯାହା ଦ୍ୱାରା ଆପଣ ଆପଣଙ୍କର ଜୀବନରେ ଗୋଟିଏ ଯୋଗ୍ୟ ପଦବୀରେ ପିହଁଚିବାକୁ ଯାଉଛନ୍ତି।

ଛୋଟ ପିଲା ମାନଙ୍କ ମଧ୍ୟରେ ସ୍ୱୟଂ ଭଗବାନ ବାସ କରିଥାନ୍ତି। ଏହା ସମସ୍ତେ ଜାଣିଛନ୍ତି। ଯଦି ଛୋଟ ଝିଅ ବା ଶିଶୁ ଆପଣଙ୍କୁ ଦେଖିକି ବାରମ୍ବାର ହସୁଥାଏ କିମ୍ବା ଆପଣଙ୍କର ଘରେ ତାଙ୍କର ଆଗମନ ହୋଇଥାଏ ଏବଂ ଆପଣଙ୍କର ଘରେ ଖୁସିରେ ଖେଳିଥାଏ ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଇଥାଏ। ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ନୂଆ ସମ୍ପର୍କ ଆପଣଙ୍କ ଜୀବନରେ ଯୋଡି ହେବାକୁ ଯାଉଛି। ଏହିପରି ସଂକେତ ଆପଣଙ୍କୁ ଇଶ୍ୱରଙ୍କ କୃପା ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ।

ଅନେକ ସମୟରୁ ଚାଲି ଆସୁଥିବା ଖର୍ଚ୍ଚ ଏବଂ ଆସୁଥିବା ସଙ୍କଟ ଟଳିବାକୁ ଲାଗିଥାଏ ଏବଂ ଧନର ନୂତନ ସ୍ରୋତ ଖୋଲିବାକୁ ଲାଗିଯାଏ ତ ଏହି ସଂକେତରୁ ବୁଝି ଯାଆନ୍ତୁ ଯେ ଆପଣଙ୍କର ଖରାପ ସମୟ ଏବେ ସମାପ୍ତ ହେବାକୁ ଯାଉଛି। ଏବଂ ମା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହେବାକୁ ଯାଉଛି। ଘରକୁ ଧନର ଆଗମନ ହେବାକୁ ଯାଉଛି।

ଘରକୁ ପ୍ରିୟ ଅତିଥୀଙ୍କର ଆଗମନ ହେବା ସୁନା ଏବଂ ଚାନ୍ଦି ପ୍ରାପ୍ତ ହେବାର ସଂକେତ ଦେଇଥାଏ। ମହିଳା ମାନଙ୍କ ବାମ ପଟ ଅଙ୍ଗ ଏବଂ ପୁରୁଷଙ୍କ ଡାହାଣ ପଟ ଅଙ୍ଗ ଡେଇଁବା ବହୁତ ଶୁଭ ମାନାଯାଏ। ଏହିସବୁ ସଂକେତ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ଭଲ ସମୟ ବିଷୟରେ ସୂଚନା ଦେଇଥାଏ।

ସକାକୁ ସକାଳୁ ଆପଣ ଘରୁ କିଛି ଶୁଭ କାର୍ଯ୍ୟ ପାଇଁ ବାହାରିଥାଆନ୍ତି ଏବଂ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହୋଇଯାଏ କିମ୍ବା ଆପଣଙ୍କୁ ରାସ୍ତାରେ କୌଣସି ସାଧୁ ସନ୍ଥ ଆଶୀର୍ବାଦ କରିଥାନ୍ତି ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଇଥାଏ। ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କର ସେହି କାର୍ଯ୍ୟ ନିଶ୍ଚୟ ସଫଳ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *