Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ମାସରେ ଏହି ୪ ଗୋଟି ରାଶିର ଲୋକଙ୍କୁ ଦାରିଦ୍ର୍ୟତାର ଶିକାର ହେବାକୁ ପଡ଼ିବ।

ସେୟାର୍ କରନ୍ତୁ

ଟଙ୍କାକୁ ନେଇ ଅସାବଧାନତା ଆପଣଙ୍କୁ ଭିକାରୀ କରି ଦେଇପାରେ। ତେଣୁ ଟଙ୍କାକୁ ସଠିକ ଉପଯୋଗ କଲେ, ଦରିଦ୍ର ମଧ୍ୟ ରାଜା ହୋଇ ଯାଇଥାଏ। ଟଙ୍କାର ଦୁରୁପଯୋଗ କରିବା ଦ୍ଵାରା କୋଟିପତି ମଧ୍ୟ ଦରିଦ୍ର ହୋଇ ଯାଇଥାଏ। ଏହାସହିତ ଆପଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ କି, ଆପଣଙ୍କ ପାଖକୁ ଟଙ୍କା ଆସିବ କି ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଟଙ୍କା ପ୍ରତି ସତର୍କ ରହିବାର ଉପଦେଶ ଦିଆଯାଇଥାଏ। ନଚେତ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି ଜୁଲାଇ ମାସରେ କେଉଁ ୪ ଗୋଟି ରାଶିର ଲୋକଙ୍କୁ ଧନ ସହିତ ଜଡିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଏହି ଜୁଲାଇ ମାସରେ ବୁଧ, ଶୁକ୍ର, ଶନି ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନି ଗ୍ରହ ଓ ବୃହସ୍ପତି ଗ୍ରହ ନିଜ ରାଶିର ବକ୍ରୀ ହେବାକୁ ଯାଉଛନ୍ତି। ଏହାର ପ୍ରଭାବରେ କେଉଁ ୪ଟି ରାଶିର ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହେବ, ଆସନ୍ତୁ ଜାଣିବା।

ମେଷ ରାଶି :-

ଜୁଲାଇ ମାସ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ସାବ୍ୟସ୍ତ ହେବ। ଆପଣଙ୍କୁ ଘରର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଉଧାର ଦେବା ପୂର୍ବରୁ ବଞ୍ଚିତ ହୁଅନ୍ତୁ। ଏହିସମୟରେ ଆପଣ ଅଧିକ ଧନ ସଞ୍ଚୟ କରିବା ଉପରେ ଧ୍ୟାନ ଦେବା ଉଚିତ। ଏହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ରହିବ।ଏହି ଜୁଲାଇ ମାସରେ କୌଣସି ସ୍ଥାନରେ ନିବେଶ କରନ୍ତୁ ନାହିଁ।

କର୍କଟ ରାଶି :-

ଶନି ଗ୍ରହର କୋପରୁ ଏହି ରାଶିର ଲୋକଙ୍କୁ ଜୁଲାଇ ୧୨ ତାରିଖ ଠାରୁ ମୁକ୍ତି ମିଳିବ। ଏହି ରାଶିର ଲୋକେ ଶନି ଗ୍ରହ କୋପରୁ ମୁକ୍ତି ପାଇଗଲେ ମଧ୍ୟ ଧନ ହାନୀ ହେବାର ସମ୍ଭାବନା ରହିଛି। ତେଣୁ ଆପଣଙ୍କୁ ବହୁତ ବୁଝି ବିଚାରି ଖର୍ଚ୍ଚ କରିବା ଉଚିତ। ଏହି ସମୟରେ ଆପଣ କାହାକୁ ଟଙ୍କା ଉଧାର ଦେବା ଉଚିତ ନୁହେଁ ଏବଂ କୌଣସି ସ୍ଥାନରେ ନିବେଶ କରନ୍ତୁ ନାହିଁ।ଆପଣଙ୍କୁ ଟଙ୍କା ସଞ୍ଚୟ କରିବା ଉଚିତ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କର ଜୁଲାଇ ମାସରେ ଧନହାନୀ ହେବାର ସମ୍ଭାବନା ରହିଛି। ଅଯଥା ଖର୍ଚ୍ଚ ବଢିପାରେ। ଆୟର ସାଧନ ବଢିପାରେ। ତଥାପି ଆପଣଙ୍କ ପାଖରେ ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ରହି ନପାରେ। ଆପଣଙ୍କୁ ଟଙ୍କାପଇସା ମାମଲାରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ଶତ୍ରୁ ଆପଣଙ୍କୁ ଠକିବା ପାଇଁ ପ୍ରୟାସ କରି ପାରନ୍ତି। ଅଳ୍ପ ଅଳ୍ପ କରି ଟଙ୍କା ସଞ୍ଚୟ କରନ୍ତୁ, ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ଅର୍ଥର ଅଭାବ ହେବ ନାହିଁ।

ମକର ରାଶି :-

ଏହି ରାଶିର ଲୋକଙ୍କ ଉପରେ ଶନିଙ୍କ ସାଢେ଼ ସାତୀର ପ୍ରକୋପ ଚାଲୁ ରହିଛି। ଜୁଲାଇ ୧୨ ତାରିଖ ଠାରୁ ଏହି ପ୍ରକୋପ ଶେଷ ହୋଇଯିବ।ଟଙ୍କାପଇସା ମାମଲାରେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ।ଆପଣଙ୍କ ଟଙ୍କା ଚୋରି ହୋଇ ଯାଇପାରେ। ଆପଣଙ୍କୁ ନିଜର ଦାମୀ ବସ୍ତୁ ସମ୍ଭାଳି ରଖିବା ଉଚିତ।ଏହି ସମୟରେ ଅନ୍ୟମାନଙ୍କୁ ଟଙ୍କା ଉଧାର ଦେବା ଅନୁଚିତ। ଘରର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *