Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୩ ଜୁଲାଇ ୨୦୨୨, ରବିବାର : ସିଂହ, ତୁଳା, ମକର ରାଶିର ଲୋକଙ୍କୁ ମିଳିବ ସଫଳତା ଏବଂ ଚାକିରି କ୍ଷେତ୍ରରେ ମିଳିପାରେ ସଫଳତା

ସେୟାର୍ କରନ୍ତୁ

ଏହିଭଳି ଦୈନିକ ରାଶିଫଳ ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ ସୂଚନା ପ୍ରଦାନ କରୁଛୁ। ରାଶିଫଳ ଗୁଡ଼ିକ କ୍ରମଶଃ ସାପ୍ତାହିକ, ମାସିକ ଓ ବାର୍ଷିକ ହୋଇଥାଏ।ଦୈନିକ ରାଶିଫଳ ଗ୍ରହ ଓ ନକ୍ଷତ୍ର ମାନଙ୍କର ଆଧାରରେ ହୋଇଥାଏ।ଏଥିରେ ରାଶିଫଳ ଗୁଡ଼ିକ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଥାଏ।ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର, ବନ୍ଧୁ, ସମ୍ପର୍କୀୟ ଏବଂ ଶୁଭ ଓ ଅଶୁଭ ଘଟଣା ଗୁଡ଼ିକ ରହିଛି। ଏହି ରାଶିଫଳ ଯୋଗୁଁ ସୋନଙ୍କୁ ଗ୍ରହ ଓ ନକ୍ଷତ୍ରର ଚଳନ ସମ୍ପର୍କରେ ସୂଚନା ମିଳିବା ସହିତ ଆପଣଙ୍କୁ କେଉଁ ପ୍ରକାରର ଅବସର ପ୍ରାପ୍ତ ହେବ, ସେହି ବିଷୟରେ ମଧ୍ୟ ସୂଚନା ମିଳିଥାଏ।

ମେଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ।ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ।କୌଣସି ବିପରୀତ ପରିସ୍ଥିତିରେ ଆପଣ ଧର୍ଯ୍ୟ ରଖନ୍ତୁ, ନଚେତ ଶତ୍ରୁ ଆପଣଙ୍କୁ ହଇରାଣ କରି ପାରନ୍ତି। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ।

ବୃଷ ରାଶି :-

ଆପଣଙ୍କୁ କାରବାରରେ ଅଧିକ ଲାଭ ପ୍ରାପ୍ତ ହେବ। ଆପଣଙ୍କୁ ନିଜ ପାର୍ଟନରଙ୍କ ଉପରେ ଅଧିକ ଭରସା କରିବା ପୂର୍ବରୁ ଭଲଭାବରେ ବିଚାର କରିବା ଉଚିତ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।ଶ୍ଵଶୁର ଘର ଲୋକଙ୍କ ସହିତ ବାର୍ତ୍ତାଳାପ ସମୟରେ ସତର୍କ ରହିବା ଉଚିତ। ପରିବାରର ସବୁ ଆବଶ୍ୟକତାକୁ ଆପଣ ବୁଝିବେ।

ମିଥୁନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହେବ।କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଚିନ୍ତିତ ରହିବେ। ସାମାଜିକ କ୍ଷେତ୍ରରେ ଆପଣ କାର୍ଯ୍ୟରତ ଥିବା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଆପଣ ଭଲଭାବରେ ବିଚାର କରନ୍ତୁ। ପୈତୃକ ସମ୍ପତ୍ତି ମାମଲାରେ ଆପଣ ବିଜୟ ଲାଭ କରିବେ।

କର୍କଟ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କାରବାରରେ ଅଧିକ ଚିନ୍ତିତ ରହିବାର ଆବଶ୍ୟକତା ନାହିଁ। ବ୍ୟବସାୟ ମାମଲାରେ କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣ ଶାରୀରିକ ରୂପରେ ଅସୁସ୍ଥ ଅଛନ୍ତି, ତାହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଯଦି ଆପଣଙ୍କ ବିବାହରେ ବାଧା ଉତ୍ପନ୍ନ ହେଉଛି ତାହେଲେ, ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ପ୍ରସ୍ତୁତି କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ସୁଫଳ ପାଇବେ।

ସିଂହ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆର୍ଥିକ ରୂପରେ ଆପଣ ସୁଦୃଢ ରହିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିପାରେ। କୌଣସି ସ୍ଥାନରେ ନିବେଶ କରିବା ପାଇଁ ଏହି ସମୟ ଅନୁକୂଳ ସାବ୍ୟସ୍ତ ହେବ। ଜୀବନସାଥୀଙ୍କ ସହିତ ଚାଲିଥିବା ସମସ୍ୟା ସବୁ ଦୂର ହୋଇଯିବ। ଆପଣ ନିଜ ପିତାମାତାଙ୍କୁ ନେଇ କୌଣସି ଧାର୍ମିକ ଅନୁଷ୍ଠାନକୁ ଯାଇ ପାରନ୍ତି। ପରିବାରର ବରିଷ୍ଠ ସଦସ୍ୟ ଆପଣଙ୍କୁ ସବୁ କାର୍ଯ୍ୟରେ ସହଯୋଗ କରିବେ।

କନ୍ୟା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ରାଜନୀତି କ୍ଷେତ୍ରରେ ଜଡ଼ିତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପୁରସ୍କାର ପ୍ରାପ୍ତି ହେବ। ଆପଣଙ୍କ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରି ପାରନ୍ତି। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଘରର ଖର୍ଚ୍ଚ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବା ଆବଶ୍ୟକ।କୌଣସି ପୁରୁଣା ବନ୍ଧୁଙ୍କ ସହିତ ଆଜି ଦେଖାସାକ୍ଷାତ ହୋଇପାରେ।

ତୁଳା ରାଶି :-

ଆଜିର ଦିନଟି ବିଦ୍ୟାର୍ଥୀ ମାନଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହୋଇପାରେ। ଯେଉଁମାନେ ରାଜନୀତି କ୍ଷେତ୍ର ସହିତ ଜଡ଼ିତ, ସେମାନଙ୍କୁ ଉତ୍ତମ ଅବସର ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ସହକର୍ମୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ପରିବାର ଲୋକଙ୍କ ସହିତ ବସି ଆପଣ ପୁରୁଣା ଦିନ କଥା ଆଲୋଚନା କରିବେ। ପ୍ରେମ ମାମଲାରେ ଶୁଭ ସୂଚନା ମିଳିପାରେ। ଭାଇଭଉଣୀ ମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଆପଣଙ୍କୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ବିଚାର କରିବା ଉଚିତ। ଜୀବନସାଥୀଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ।ଆପଣ କୌଣସି ସ୍ଥାନରେ ନିବେଶ କରିବାର ଯୋଜନା ପ୍ରସ୍ତୁତ କରିଥାନ୍ତି। ପ୍ରେମୀ ଯୁଗଳ ପରସ୍ପର ସହିତ ସମ୍ମତ ଅତିବାହିତ କରିବା ସହିତ ଅନେକ ସ୍ଥାନ ଭ୍ରମଣ କରିବେ।

ଧନୁ ରାଶି :-

ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ କୌଣସି ସାମାନ୍ୟ କଥାରେ ଚିନ୍ତିତ ହୋଇ ପାରନ୍ତି। ଶତ୍ରୁ ଆପଣଙ୍କୁ ହଇରାଣ କରିବା ପାଇଁ ପ୍ରୟାସ କରି ପାରନ୍ତି। ପରିବାର ପାଇଁ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ନଚେତ ପରମୁହୁର୍ତ୍ତରେ ଆପଣଙ୍କୁ ପଶ୍ଚାତାପ ଅନୁଭବ ହୋଇପାରେ।ବିବାହର ମାହୋଲ ରହିବ, ତେଣୁ ଘରର ପରିବେଶ ହସଖୁସିର ମାହୋଲ ରହିବ। ଆପଣଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ।

ମକର ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ। କାରଣ ବ୍ୟବସାୟରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।ଆପଣଙ୍କ ମନରେ ଅନେକ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।ଆପଣ ନିଜର ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ଜୀବନର ସବୁ ସମସ୍ୟାକୁ ଦୂର କରି ପାରିବେ। ଜୀବନସାଥୀଙ୍କ ଉପରେ ଆପଣ କୌଣସି କଥାକୁ ନେଇ କ୍ରୋଧିତ ହୋଇ ପାରନ୍ତି।

କୁମ୍ଭ ରାଶି :-

ଜିରା ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ସବୁ କାର୍ଯ୍ୟ ଆପଣ ସଠିକ ସମୟରେ ସମ୍ପନ୍ନ କରିବାକୁ ପ୍ରୟାସ କରିବେ।ଆପଣ ନିଜ ସାଥୀଙ୍କୁ ଚିନ୍ତାଗ୍ରସ୍ତ ହେବାରୁ ବଞ୍ଚିତ କରାଇବେ। ପରିବାରର କଳହ ଆପଣଙ୍କ ଚିନ୍ତାର କାରଣ ହୋଇପାରେ।ସନ୍ତାନଙ୍କୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖମୟ ରହିବ। ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ।

ମୀନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ଆପଣ ଅଧିକ କାର୍ଯ୍ୟ କରିବା ମଧ୍ୟରେ ନିଜ ସ୍ବାସ୍ଥ୍ୟକୁ ଅବହେଳା କରି ପାରନ୍ତି। ଆପଣଙ୍କୁ ନିଜ ଦୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଆପଣଙ୍କ କାର୍ଯ୍ୟରେ ରହିଥିବା ସବୁ ବାଧାବିଘ୍ନ ଖୁବ୍ ଶୀଘ୍ର ଦୂର ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସତର୍କ ହୋଇ କାର୍ଯ୍ୟ କରିବା ଉଚିତ। କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ପରିବାର ଲୋକଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଆପଣ ସବୁ ପ୍ରୟାସ କରିବେ। ଭଗବାନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *