Excuse Me Odisha

ଯାହା କହିବୁ ସତ କହିବୁ

ଘରର କାନ୍ଥରେ ଲଗା ହୋଇଥିବା ଏମିତି ୩ ଟି ରଙ୍ଗ ଧନର ନାଶ କରିଥାଏ। ଏହି ରଙ୍ଗ ଧନକୁ ଆକର୍ଷଣ କରିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର କାନ୍ଥରେ ଲଗା ହୋଇଥିବା ଏମିତି ୩ ଟି ରଙ୍ଗ ଧନର ନାଶ କରିଥାଏ। ଏହି ରଙ୍ଗ ଧନକୁ ଆକର୍ଷଣ କରିଥାଏ।

ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ ରଙ୍ଗର ବହୁତ ମହତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ରଙ୍ଗ ଦ୍ୱାରା ହିଁ ମନୁଷ୍ୟ ଭଲ ଏବଂ ଖରାପ ବସ୍ତୁକୁ ଚିନ୍ହି ପାରିଥାଏ। ରଙ୍ଗ ଦ୍ୱାରା ବି ସକାରତ୍ମକ ଏବଂ ନକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହି କାରଣରୁ ଆମକୁ ଘରର କାନ୍ଥ ଉପରେ ରଙ୍ଗ ଲଗାଇବା ସମୟରେ ଏହା ଅବଶ୍ୟ ଜାଣିନେବା ଉଚିତ କି କେଉଁ ରଙ୍ଗ କେଉଁ କାନ୍ଥ ଉପରେ ଠିକ ହୋଇଥାଏ। ବାସ୍ତୁ ଅନୁସାରେ ଅଲଗା ଅଲଗା ରଙ୍ଗ ଆମ ଜୀବନ ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ। ଗାଢ଼ ରଙ୍ଗର କାରଣରୁ ଆମର ସ୍ୱାଭବ ଉଗ୍ର ଏବଂ କ୍ରୋଧି ବନିଯାଏ ଫିକା ରଙ୍ଗ ଦ୍ୱାରା ଆମର ଘର ଶୋକ ଏବଂ ଦୁଃଖରେ ଭରା ରହିବା ପ୍ରତିତ ହୋଇଥାଏ। ରଙ୍ଗ ଆମ ଜୀବନ ମନ ଉପରେ ବି ପ୍ରଭାବ ପକାଇ ଥାଏ। ଯଦି ଆପଣ ଦିଗ ଅନୁସାରେ ରଙ୍ଗ ଲଗାଇବେ ତ ଆପଣଙ୍କୁ କଷ୍ଟର ସାମ୍ନା କରିବାକୁ ପଡିନଥାଏ। ଆସନ୍ତୁ ଜାଣିବା କେଉଁ ଦିଗରେ କାନ୍ଥରେ କେଉଁ ରଙ୍ଗ ଲଗାଇବା ଉଚିତ।

ଉତ୍ତର-ପଶ୍ଚିମ ଦିଗରେ ବଡ଼ ରୁମ ହେବା ଉଚିତ। ଏହା ଘରର ସବୁଠାରୁ ମହତ୍ୱପୂର୍ଣ୍ଣ ରୁମ ଅଟେ। କୌଣସି ବି ଘରରେ ସବୁଠାରୁ ବଡ଼ ରୁମ ଘରର ବଡ଼ ମୁଖିଆଙ୍କୁ ଦିଆଯାଇଥାଏ। ଏହିଥିରେ ହିଁ ଦାମ୍ଫତ୍ୟ ଜୀବନ ଆରମ୍ଭ ହୋଇଥାଏ। ଏହି ରୁମରେ ସର୍ବଦା ମାଟିଆ ରଙ୍ଗର ରଙ୍ଗ ଲଗାଇବା ଉଚିତ ଅର୍ଥାତ ହାଲକା ଲାଲ ନୀଳ ସବୁଜ ଗ୍ରେ ଓ ବାଇଗଣୀ ଭଳି ହାଲକା ରଙ୍ଗର ବ୍ୟବହାର କରିବା ଦରକାର। ଏହା ଦ୍ବାରା ବୃହସ୍ପତି ମଜବୁତ ହୋଇଥାଏ। ଏବଂ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏ ପ୍ରେମ ଓ ଖୁସିକୁ ଦର୍ଶାଇବା ସହ ଶାନ୍ତ ଓ ଆରାମଦାୟକ ନିଦ ଦେଇଥାଏ।

ପିଲାଙ୍କ ରୁମ ପୂର୍ବ କିମ୍ବା ପଶ୍ଚିମ ଦିଗରେ ହେବା ଉଚିତ। ପିଲାଙ୍କ ଉନ୍ନତି ପାଇଁ ତାଙ୍କ ରୁମରେ ହାଲକା ନାରଙ୍ଗୀ ଗୋଲପୀ ନୀଳ ସବୁଜ ବ୍ରାଇଟ ରଙ୍ଗ ଲଗାନ୍ତୁ। ଏହା ଦ୍ବାରା ପାଠ ପଢ଼ାରେ ମନ ଲାଗିଥାଏ ଏବଂ ତାଙ୍କର ମନ ଶାନ୍ତ ରହିଥାଏ। ଏହି କଥାକୁ ମଧ୍ୟ ଧ୍ୟାନ ଦେବା ଦରକାର ଆପଣଙ୍କ ପିଲାଙ୍କ ରୁମରେ ଅଧିକ ଲାଲ ରଙ୍ଗ ବ୍ୟବହାର କରିବେ ନାହିଁ। ଏଭଳି ରଙ୍ଗ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଯଦି ଆପଣଙ୍କ ଦ୍ୱାର ଦକ୍ଷିଣ ଦିଗକୁ ହୋଇଥିବ ତେବେ ଘରର ସୁଖ ଶାନ୍ତି ପାଇଁ ବାହାର କାନ୍ଥରେ ନୀଳ ରଙ୍ଗ ଲଗାଇବା ଉଚିତ। ଏହା ବ୍ୟତୀତ ଧଳା ନୀଳ କିମ୍ବା ବାଇଗଣୀ ରଙ୍ଗ ବି ଲଗାଇ ପାରିବେ।

ଯେତେବେଳେ ଆମେ ଶୋଇଥାଉ ତ ଆମର ମୁଖ ଉପରକୁ ଥାଏ ତ ଉପରେ କେଉଁ ରଙ୍ଗ ହେବା ଉଚିତ ଏହା ବହୁତ ମହତ୍ୱ ରଖିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଧଳା ରଙ୍ଗ ଶାନ୍ତି ପାଇଁ ହୋଇଥାଏ ଏବଂ ଏହାର କୌଣସି ବି ପ୍ରକାରର ପ୍ରଭାବ ଆମ ଉପରେ ପଡିନଥାଏ। ଏଥିପାଇଁ ଘରର ଉପରେ ସିଲିଂ ସର୍ବଦା ଧଳା ରଙ୍ଗର ହେବା ଉଚିତ। ଏହି ସ୍ଥାନରେ ଲାଲ ରଙ୍ଗ କେବେବି କରିବେ ନାହିଁ।

ଘରର ଗେଷ୍ଟ ରୁମରେ କେବେବି ଉତେଜିତ କରିବା ଭଳି ରଙ୍ଗ ଲଗାଇବେ ନାହିଁ। ଗେଷ୍ଟରୁମରେ ଆପଣଙ୍କୁ ହାଲକା ହଳଦିଆ ନାରଙ୍ଗୀ ନୀଳ ଓ ସବୁଜ ରଙ୍ଗର ବ୍ୟବହାର କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *