Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏମିତି ମନ୍ଦିର ପୁରା ଘରକୁ ବର୍ବାଦ କରିପାରେ। ଲୁହାର କାଠର କିମ୍ବା ପ୍ଲାଷ୍ଟିକ କେଉଁ ମନ୍ଦିର ରଖିବେ ଘରେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଏମିତି ମନ୍ଦିର ପୁରା ଘରକୁ ବର୍ବାଦ କରିପାରେ। ଲୁହାର କାଠର କିମ୍ବା ପ୍ଲାଷ୍ଟିକ କେଉଁ ମନ୍ଦିର ରଖିବେ ଘରେ।

ଆସନ୍ତୁ ଜାଣିବା ଘର ଭିତରେ କେଉଁ ମନ୍ଦିର ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସର୍ବଦା କାଠର ମନ୍ଦିର ରଖିବା ଉଚିତ। ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ।

ଘରେ ଲୁହାର ମନ୍ଦିର ରଖିଲେ ରାହୁ କେତୁଙ୍କ ବାସ ହୋଇଥାଏ। ଶନିଦେବ କ୍ରୋଧିତ ହୋଇଯାନ୍ତି।

ପୂଜା ଘର ବା ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଐଶ୍ଵନ୍ୟ କୋଣରେ ହେବା ଦରକାର। ଏହି ଦିଗ ଭଗବାନଙ୍କ ମନ୍ଦିର ରଖିବା ପାଇଁ ସବୁଠାରୁ ଉତ୍ତମ ମାନାଯାଏ। ଆପଣ ଚାହିଁଲେ ପଶ୍ଚିମ ଦିଗକୁ ବି ରଖିପାରିବେ ଶୁଭ ମାନାଯାଏ।

ଭଗବାନଙ୍କର ଫୋଟ ଯୋଡ଼ା ରଖିବା ଉଚିତ ଅତ୍ୟନ୍ତ ମଙ୍ଗଳକାରୀ ମାନାଯାଏ। ଯେମିତିକି ସୀତା ରାମ ଶିବ ପରିବାର ରାଧାକୃଷ୍ଣ ଏବଂ ଭଗବାନ ଲକ୍ଷ୍ମୀନାରାୟଣଙ୍କର ଫୋଟ ସାଥିରେ ରହିବା ଉଚିତ। ଏହି ଫୋଟ ସବୁକୁ ଅଲଗା ଅଲଗା ରଖିବା ଉଚିତ ନୁହେଁ। ଯୋଡ଼ା ଫୋଟ ରଖିବାକୁ ବହୁତ ଶୁଭ ବୋଲି ମାନାଯାଏ। ଏହା ଦ୍ବାରା ଆପଣଙ୍କ ଉପରେ ସର୍ବଦା ଭଗବାନଙ୍କର କୃପା ବର୍ଷା ହେବ। ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢିବ। ସ୍ୱାମୀ-ସ୍ତ୍ରୀଙ୍କ ମଧୁର ବନିରହିବ। ଗୃହ କଳହରୁ ମିଳିବ ମୁକ୍ତି।

ଯେଉଁ ଘରେ ଭଗବାନ ଗଣେଶଙ୍କର ମୂର୍ତି ନଥାଏ ସେହି ଘରେ କେବେବି ଉନ୍ନତି ହୋଇପାରି ନଥାଏ। କାରଣ ତାଙ୍କୁ ସର୍ବପ୍ରଥମେ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଏ ଯିଏ ସମସ୍ତଙ୍କ ଦୁଃଖକୁ ହରଣ କରିଥାନ୍ତି। ସମସ୍ତ କଷ୍ଟକୁ ଶେଷ କରିଦିଅନ୍ତି।

ଭଗବାନ ହନୁମାନଙ୍କର ଫୋଟ ରଖିପାରିବେ। ଭଗବାନ ହନୁମାନଙ୍କର ପୂଜା କଲେ ମଙ୍ଗଳ ହୋଇଥାଏ ଏବଂ ବଳ ବୁଦ୍ଧି ବୃଦ୍ଧି ହୋଇଥାଏ। ସମସ୍ତ ଗ୍ରହ ଶାନ୍ତ ହୋଇଯାନ୍ତି। ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ।

ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଏକା ସାଙ୍ଗରେ ଥିବା ଫୋଟକୁ ଘରେ ଆଣି ରଖିବା ଉଚିତ। ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ।

ଧର୍ମ ଶାସ୍ତ୍ର ଅନୁସାରେ ଗୋଟେ ଘରେ ୨ ଟି ମନ୍ଦିର ରହିବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ।

ଗୋଟେ ଭଗବାନଙ୍କର ୩ ଟି ଫୋଟ ରଖିବେ ନାହିଁ। ଅଶୁଭ ହୋଇଥାଏ ଏହା ସହିତ ଆଙ୍ଗୁଳି ଠାରୁ ବଡ଼ ଶିବ ଲିଙ୍ଗ ରଖିବେ ନାହିଁ ଏହା ମଧ୍ୟ ବହୁତ ଅଶୁଭ ହୋଇଥାଏ। ଘରେ ଗୋଟିଏ ଶିବ ଲିଙ୍ଗ ରଖିବେ ଅଧିକ ନୁହେଁ।

ତୁଳସୀ ଗଛ ପାଖରେ ଭଗବାନ ଶିବ କିମ୍ବା ଭଗବାନ ଗଣେଶଙ୍କର ଫୋଟ ରଖିବେ ନାହିଁ। ଶୁଭ ମାନାଯାଏ ନାହିଁ।

ପୂଜା ପାଠ କରିବାର ଶୁଭ ମୁହୂର୍ତ୍ତ ପ୍ରାତଃ ୪ ଟାରୁ ସକାଳ ୬:୪୫ ମିନିଟ ମଧ୍ୟରେ ମାନାଯାଏ। ଏହି ସମୟରେ ଦିବ୍ୟ ଶକ୍ତି ସବୁ ସକ୍ରିୟ ହୋଇଥାନ୍ତି। ଏହି ସମୟରେ ପୂଜା କରିଲେ ଧନର ଦେବୀ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ବନି ରହିଥାଏ। ଧନର ପ୍ରାପ୍ତି ହୋଇଥାଏ।

ଦିପ୍ରହର ଅର୍ଥାତ ୧୨ଟା ପରେ ପୂଜା କରିବା ଉଚିତ ନୁହେଁ। ଏହି ସମୟରେ ପୂଜା କରିଲେ ତାନ୍ତ୍ରିକକୁ ପ୍ରାପ୍ତ ହୋଇଥାଏ।

ପୂଜାପାଠ କରିଲେ ମନକୁ ଶାନ୍ତି ମିଳିଥାଏ। ଆମର ସବୁ ଚିନ୍ତା ଦୂର ହୋଇଥାଏ। ସପ୍ତାହରେ ଥରେ ମନୁଷ୍ୟଙ୍କୁ ମନ୍ଦିରକୁ ଯିବା ଉଚିତ। ଉପବାସ ଆଦି ରଖିବା ଉଚିତ । ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ।

ପ୍ରତ୍ୟକ ସୁହାଗିନୀ ମହିଳାଙ୍କୁ ଶୁକ୍ରବାର ବ୍ରତ ରଖିବା ଉଚିତ। ଏହା ଦ୍ବାରା କେବେବି ଧନର ଅଭାବ ହୋଇନଥାଏ।

ଭୁଲରେ ମା ଦୁର୍ଗାଙ୍କ ଫୋଟ କ୍ରୋଧିତ ଅବସ୍ଥାରେ ରଖିବା ଉଚିତ ନୁହେଁ। ମହାକାଳଙ୍କ ଫୋଟ ମହିଷାସୁର ବୋଧର ଫୋଟ ଘରେ ରଖିବା ଉଚିତ ନୁହେଁ।

ଆସନ୍ତୁ ଜାଣିବା କେଉଁ ୨ ଟି ମୂର୍ତି ଏକା ସହିତ ରଖିବା ଉଚିତ। ଯାହା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇପାରିବ।

ଆପଣଙ୍କ ପୂଜା ଘରେ କେବଳ ଗୋଟିଏ ଭଗବାନଙ୍କର ଗୋଟିଏ ହିଁ ଫୋଟ ରହିବା ଉଚିତ। ଗୋଟେ ଭଗବାନଙ୍କର ୨ ଟି ଫୋଟ ରଖିବା ଉଚିତ ନୁହେଁ। ଏହାକୁ ବହୁତ ଅଶୁଭ ମାନଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କ ଫୋଟ ବ୍ୟତୀତ କୌଣସି ଗୁରୁ କିମ୍ବା କୌଣସି ପୁର୍ବଜ ମାନଙ୍କର ଫୋଟ କେବେବି ଲଗେଇବେ ନାହିଁ। ଏହା ଦ୍ବାରା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଏଥିପାଇଁ ଏମିତି ଭୁଲ କରିବେ ନାହିଁ।

ଭଗବାନ ଗଣେଶଙ୍କର ୩ଟି ମୂର୍ତି ପୁରା ଘରେ ରହିବା ଉଚିତ ନୁହେଁ। ପୂଜା ଘରେ ଗୋଟିଏ ଭଗବାନ ଗଣେଶଙ୍କର ଫୋଟ ରଖି ପୂଜା କରିପାରିବେ। ନଚେତ ଶୁଭ କାର୍ଯ୍ୟରେ ବାଧା ଆସିବ। କାର୍ଯ୍ୟ ବନୁ ବନୁ ବିଗିଡି ଯିବ।

ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘରେ କେବେବି ଭଙ୍ଗାରୁଜା ଭଗବାନଙ୍କ ମୂର୍ତି ବା ଫୋଟ ରଖି ପୂଜା କରିବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକ ଉର୍ଜା ବଢିଥାଏ। ଭଗବାନ କ୍ରୋଧିତ ହୋଇଥାଆନ୍ତି। ଘରେ ମନ୍ଦିର ସର୍ବଦା ଉତ୍ତର-ପୂର୍ବ କୋଣରେ ହିଁ ନିର୍ମାଣ କରନ୍ତୁ। ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣ ଅଶୁଭ ହୋଇଥାଏ। ଏହି ଦିଗରେ କେବେବି ପୂଜାଘର ନିର୍ମାଣ କରିବା ଉଚିତ ନୁହେଁ।

ଘରର ମନ୍ଦିରରେ କେବେବି ୨ଟି ଶଙ୍ଖ ରଖନ୍ତୁ ନାହିଁ। ଘରେ କଣ କରିଥାନ୍ତି ନାଁ ଗୋଟେ ଶଙ୍ଖ ସ୍ଥାପିତ କରିଥାନ୍ତି ଆଉ ଗୋଟେ ଶଙ୍ଖ ବଜାଇଥାଆନ୍ତି ତ ଯେଉଁ ଶଙ୍ଖ ବଜାନ୍ତି ତାକୁ ଅଲଗା ରଖନ୍ତୁ। ତ ଘରର ମନ୍ଦିରରେ କେବେବି ଏକା ସହିତ ୨ଟି ଶଙ୍ଖ ରଖନ୍ତୁ ନାହିଁ।

ବାସ୍ତୁ ଅନୁସାରେ ପୂଜା ଘରର ଆଖପାଖରେ ଶୌଚାଳୟ ବନାନ୍ତୁ ନାହିଁ।

ଦେବୀ ଦେବତା ମାନଙ୍କର ସର୍ବଦା ହସ ହସ ଫୋଟ ରଖନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ। ଉଗ୍ର ବା କ୍ରୋଧିତ ଦେବୀ ଦେବତାଙ୍କ ଫୋଟ ରଖନ୍ତୁ ନାହିଁ। ନଚେତ ଜୀବନରେ ସମସ୍ୟା ବଢିଯିବ।

ପୂଜାରେ ଯଦି ମନ ଏକାଗ୍ର ନହେଉଛି ତ ଧନ ସମ୍ପତ୍ତିର କ୍ଷତି ହୋଇଥାଏ। ଭୁଲରେ ଆପଣ ନିଜର ଷ୍ଟୋର ରୁମରେ ପୂଜା ସ୍ଥାନ ବନାନ୍ତୁ ନାହିଁ କିମ୍ବା ଭିଲରେ ବି ପୂଜା ଘରକୁ ନିଜ ବେଡ଼ରୁମରେ ବି ନିର୍ମାଣ କରନ୍ତୁ ନାହିଁ। ଯାହାକି ବହୁତ ଅଶୁଭ ଅଟେ। ବାସ୍ତୁଶାସ୍ତ୍ରରେ ଏପରି କରିବା ଦ୍ୱାରା ସେ ବ୍ୟକ୍ତି ଶୀଘ୍ର ଗରିବ ହୋଇଯାଏ।

ବହୁତ ଲୋକ ଏମତି ଅଛନ୍ତି ଯେଉଁମାନେ ପୂଜା ଘରର କେତେ ଦିନର ଅଳିଆ ରଖିଥାନ୍ତି। ଏପରିକି ବାସୀ ଫୁଲ ଅଗରବତୀର ପୁରୁଣା ଡବା। ଘିଅର ଖାଲି ଡ଼ବା। ମନ୍ଦିରରେ ବିଛା ହୋଇଥିବା ପୁରୁଣା କପଡା ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତି ନାହିଁ। ଏହି ଜିନିଷ ସବୁ ସନ୍ଧ୍ୟା ସମୟରେ ତୁରନ୍ତ ବାହାର କରିଦିଅନ୍ତୁ। କାରଣ ଏହି ବାସୀ ଫୁଲ ଗରିବୀ ଦରିଦ୍ରତା ଏବଂ ଅକାଳ ମୃତ୍ୟୁକୁ ନିମନ୍ତ୍ରଣ କରିଥାଏ। ମଙ୍ଗଳଦୋଷ ଉତ୍ପନ କରିଥାଏ।

ଘରର ମନ୍ଦିରରେ ପିତୃପୁରୁଷଙ୍କ ଫୋଟ ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ମାନାଯାଏ। ପୁର୍ବଜଙ୍କ ଫୋଟ ସବୁବେଳେ ନିଜ ଘରର ଦକ୍ଷିଣ ଦିଗରେ ଲଗାଇବା ଉଚିତ। କାରଣ ଏହି ଦିଗ ଏମାନଙ୍କ ପାଇଁ ଭଲ ମନାଯାଏ। ଯଦି ଆପଣ ଅନ୍ୟ ଦିଗରେ ଲଗେଇଛନ୍ତି ତେବେ ଘରେ ନେଗେଟିଭିଟି ଆସିଥାଏ।

ମନ୍ଦିରରେ ରୋଷେଇ ଘର ନିର୍ମାଣ କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏହା ଠିକ ନୁହେଁ।

ପୂଜା ଘରେ ଧାରୁଆ ଜିନିଷ ଯେପରି ଚାକୁ ଛୁରୀ ଆଦି ରଖନ୍ତୁ ନାହିଁ। ଏହା ଦ୍ବାରା ପୂଜାର ଫଳ ମିଳିନଥାଏ ଏବଂ ମନ ବି ପୂଜାରେ ଲାଗିନଥାଏ।

ଯେଉଁ ଘରେ ସିଡ଼ି ତଳେ ମନ୍ଦିର ହୋଇଥାଏ ସେଠାରେ ଦୁର୍ଭାଗ୍ୟ ବାସ ବନେଇଥାଏ। ଏପରି ଘରେ ଝଗଡା ଲଢେଇ ବନ୍ଦ ହେବାର ନାମ ନିଏ ନାହିଁ। ଏପରି ଘରେ ଦେବୀ ଦେବତା ମଧ୍ୟ ରୁହନ୍ତି ନାହିଁ। ପୂଜା ଘରକୁ କେବେବି ଦକ୍ଷିଣ ଦିଗମୁହାଁ କେବେବି ବନେଇବେ ନାହିଁ। କାରଣ ଏପରି ମାନାଯାଏ କି ଦକ୍ଷିଣ ଦିଗରେ ନକରାତ୍ମକ ଉର୍ଜାର ପ୍ରଭାବ ବେସି ରହିଥାଏ। ଏଥିପାଇଁ ଘରେ ନେଗେଟିଭିଟି ଆସିଥାଏ।

ପୂଜା ସର୍ବଦା ଏକ ନିଶ୍ଚିତ ସମୟରେ କରନ୍ତୁ। ଏହା ଦ୍ବାରା ଆପଣଙ୍କ ପାର୍ଥନା ଶୀଘ୍ର ସ୍ୟୁକାର ହୋଇଥାଏ।

ମୟୁରପୁଙ୍ଖ ପୂଜା ସ୍ଥାନରେ ନିଶ୍ଚୟ ରଖନ୍ତୁ। ମାନ୍ୟତା ଅଛି ମୟୁରପୁଙ୍ଖ ପୂଜା ସ୍ଥାନରେ ରଖିବା ଦ୍ୱାରା ସକରାତ୍ମକ ଉର୍ଜାର ବାସ ହୋଇଥାଏ। ଘରେ ସୁଖ ଶାନ୍ତି ବନିରହିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ମଥାରେ ଲଗେଇ ରଖନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ହୋଇଥାଏ।

ଗଙ୍ଗା ଜଳ ରଖିବା ସମୟରେ ଚାନ୍ଦି କିମ୍ବା ପିତଳ ପାତ୍ରରେ ରଖନ୍ତୁ। ଘରେ ସୁଖ ଶାନ୍ତି ବନି ରହିଥାଏ।

ଶଙ୍ଖ ନିଶ୍ଚୟ ରଖିବେ ଏବଂ ଶଙ୍ଖରେ ଆପଣ ନିଶ୍ଚୟ ଭଗବାନ ବିଷ୍ଣୁଙ୍କୁ ଜଳ ଅର୍ପଣ କରିପାରିବେ।

ଶାଳୀ ଗ୍ରାମକୁ ନିଜର ପୂଜା ସ୍ଥାନରେ ରଖନ୍ତୁ ନାହିଁ। ଶାଳିଗ୍ରାମକୁ ଆପଣ ତୁଳସୀ ପାଖରେ ରଖନ୍ତୁ। ଜୀବନରେ ଆର୍ଥିକ ସମସ୍ୟା ଆସିନଥାଏ।

ଗଙ୍ଗା ଜଳ ସହିତ ଗୋମୂତ୍ର ବି ରଖିବା ଉଚିତ । ଏହା ଦ୍ବାରା ସମସ୍ତ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *