Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ୨୦୨୨ ଶ୍ରାବଣ ବ୍ରତ ପୂର୍ବରୁ ସୁହାଗିନୀ ମହିଳାମାନେ ଏବଂ ଝିଅ ମାନେ ନିଶ୍ଚୟ କିଣନ୍ତୁ ଏହି ୩ ଟି ଜିନିଷ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସ ୨୦୨୨ ଶ୍ରାବଣ ବ୍ରତ ପୂର୍ବରୁ ସୁହାଗିନୀ ମହିଳାମାନେ ଏବଂ ଝିଅମାନେ ନିଶ୍ଚୟ କିଣନ୍ତୁ ଏହି ୩ ଟି ଜିନିଷ।

ଶ୍ରାବଣ ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ତାଙ୍କର ବିଶେଷ ପୂଜା ଆରୋଧନା କରନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବ ସବୁ ଦେବତାଙ୍କ ଅପେକ୍ଷା ଜଲଦି ପ୍ରସନ୍ନ ହୋଇଯାନ୍ତି। ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କର ପ୍ରିୟ ମାସ ଶ୍ରାବଣ ମାସରେ ବିଶେଷ କରି ସୁହାଗିନୀ ମହିଳାମାନଙ୍କ ପାଇଁ କିଛି ବିଶେଷ ନିୟମ ଏବଂ ଏମିତି ଜରୁରୀ କାର୍ଯ୍ୟ କୁହାଯାଇଛି ଯାହା ବ୍ରତ ରଖିବା ପୂର୍ବରୁ କରିନେବା ଉଚିତ। ଆଜି ଆମେ ଜଣେଇବୁ ସୁହାଗିନୀ ମହିଳାମାନେ ଏବଂ ଝିଅମାନେ ଏମିତି କେଉଁ କାର୍ଯ୍ୟ ଅଛି କିମ୍ବା ଏମିତି କେଉଁ ଜିନିଷ ଅଛି ଯାହାକୁ କିଣିଲେ ତାଙ୍କୁ ଅଖଣ୍ଡ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ ଏବଂ ମନ ପସନ୍ଦର ବର ମିଳିଥାଏ।

ଶ୍ରାବଣ ମାସ ୨୦୨୨ରେ ୧୪ ଜୁଲାଇରୁ ଆରମ୍ଭ ହେବ ଏବଂ ଶ୍ରାବଣ ମାସର ସମାପ୍ତି ୧୨ ଅଗଷ୍ଟକୁ ହେବ। ୧୮ ଜୁଲାଇକୁ ପ୍ରଥମ ଶ୍ରାବଣ ମାସର ସୋମବାର ବ୍ରତ ହେବ ୨୫ ଜୁଲାଇକୁ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବ୍ରତ ୧ ଅଗଷ୍ଟକୁ ତୃତୀୟ ଶ୍ରାବଣ ମାସର ସୋମବାର ବ୍ରତ ୮ ଅଗଷ୍ଟରେ ଶ୍ରାବଣ ମାସର ଚତୁର୍ଥ ସୋମବାର ବ୍ରତ ରହିବ।

ଆସନ୍ତୁ ଜାଣିବା ଶ୍ରାବଣ ମାସରେ ସୁହାଗିନୀ ମହିଳାଙ୍କୁ ଏବଂ ଝିଅମାନଙ୍କୁ କେଉଁ କାମ କରିବା ଉଚିତ।

ଲାଲ ବସ୍ତ୍ର ଧାରଣ କରନ୍ତୁ। ଶ୍ରାବଣ ମାସର ପୁରା ମାସରେ ଭଗବାନ ଶିବ ଭକ୍ତଙ୍କ ପାଇଁ ଖାସ ହୋଇଥାଏ ଭଗବାନ ଶିବଙ୍କ ଏକମାତ୍ର ଏମିତି ଦେବତା ଅଟନ୍ତି ଯିଏ ଏକ ଘଟି ଜଳରେ ବି ପ୍ରସନ୍ନ ହୋଇଯାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ସୁହାଗିନୀ ମହିଳା ଏବଂ ଝିଅମାନଙ୍କୁ ଅଖଣ୍ଡ ସୌଭାଗ୍ୟ ଏବଂ ମନ ପସନ୍ଦର ବର ପାଇବା ପାଇଁ ଶ୍ରାବଣ ଶିବ ପୂଜାରେ ଲାଲ କିମ୍ବା ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ। ଶୁଭ କାର୍ଯ୍ୟରେ ଲାଲ ରଙ୍ଗକୁ ବିଶେଷ ମହତ୍ୱ ଦିଆଯାଇଛି କାରଣ ଲାଲ ରଙ୍ଗ ସୌଭାଗ୍ୟର ପ୍ରତୀକ ହୋଇଥାଏ।

ସବୁଜ ଚୁଡ଼ି ସବୁଜ ମେହେନ୍ଦୀ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁଜ ରଙ୍ଗ ବୁଧ ଗ୍ରହ ସହିତ ଜଡ଼ିତ। ବୁଧ ଗ୍ରହଙ୍କ ପ୍ରଭାବରେ ବ୍ୟକ୍ତିଙ୍କୁ ଜୀବନରେ ଯଶ ଏବଂ ଐଶ୍ଵର୍ଯ୍ୟ ପ୍ରାପ୍ତ ହୋଇଥାଏ। କୁହାଯାଏ ବ୍ୟକ୍ତିଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଯେତେ ଅଧିକ ମଜବୁତ ହେବେ ତାକୁ ସେତେ ଅଧିକ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ସବୁଜ ରଙ୍ଗରେ ଖାସ ମହତ୍ତ୍ଵ ରହିଛି। ଏଥିପାଇଁ ଶ୍ରାବଣ ବ୍ରତ ରଖିବା ପୂର୍ବରୁ ସୁହାଗିନୀ ମହିଳାଙ୍କୁ ଏବଂ ଝିଅମାନଙ୍କୁ ସବୁଜ ରଙ୍ଗର କପଡ଼ା ଏବଂ ସବୁଜ ରଙ୍ଗର ଚୁଡ଼ି ଏବଂ ସବୁଜ ରଙ୍ଗର ମେହେନ୍ଦୀ କିଣି ଧାରଣ କରି ଭଗବାନ ଶିବଙ୍କର ପୂଜା କରିବା ଉଚିତ। ଏହା ଦ୍ବାରା ତାଙ୍କୁ ଜୀବନରେ ଅଖଣ୍ଡ ସୌଭାଗ୍ୟ ଏବଂ ଜୀବନରେ ଖୁସି ପ୍ରାପ୍ତ ହୋଇଥାଏ।

ଶ୍ରାବଣ ମାସର ବ୍ରତରେ ସୁହାଗିନୀ ମହିଳାଙ୍କ ଦ୍ୱାରା ଅଖଣ୍ଡ ସୌଭାଗ୍ୟର କାମନା ଏବଂ ଝିଅଙ୍କ ଦ୍ୱାରା ମନ ପସନ୍ଦର ବର ପାଇବା ପାଇଁ ରଖାଯାଏ।

ପ୍ରାଚୀନ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ସୁହାଗିନୀ ମହିଳାଙ୍କୁ ଷୋହଳ ସିଙ୍ଗାର କରିବା ସହିତ ଅନ୍ୟ ସୁହାଗିନୀ ମହିଳାଙ୍କୁ ସୁହାଗର ଜିନିଷ ଦାନ କରିବା ଉଚିତ। ଏମିତି କରିଲେ ଭଗବାନ ଶିବ ଏବଂ ମା ପାର୍ବତୀ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏଥିପାଇଁ ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ନିଜ ପାଇଁ ଏବଂ ଅନ୍ୟ ମହିଳାଙ୍କ ପାଇଁ ସୁହାଗ ଜିନିଷ ନିଶ୍ଚୟ କିଣିବା ଉଚିତ।

ସୁହାଗିନୀ ମହିଳାଙ୍କ ପାଇଁ ସିନ୍ଦୁରର ଖାସ ମହତ୍ୱ କୁହାଯାଇଛି। ସୁହାଗିନୀ ମହିଳାଙ୍କ ପାଇଁ ସିନ୍ଦୁର ମଥାରେ ଲଗେଇବା ବହୁତ ମହତ୍ୱ କୁହାଯାଇଛି। ସିନ୍ଦୁର ଷୋହଳ ସିଙ୍ଗାରର ଖାସ ଜିନିଷ ଅଟେ। ସମସ୍ତ ବିବାହିତା ମହିଳା ପ୍ରତିଦିନ ସିନ୍ଦୁର ପିନ୍ଧିବା ଉଚିତ। ଖାସ କରି ଶ୍ରାବଣ ମାସରେ ସୁହାଗିନୀ ମହିଳା ସିନ୍ଦୁର ଏବଂ ମଙ୍ଗଳସୁତ୍ର ପିନ୍ଧିବା ଉଚିତ। ଏମିତି କରିଲେ ମା ପାର୍ବତୀ ଏବଂ ଭଗବାନ ଶିବ ଅଖଣ୍ଡ ସୌଭାଗ୍ୟର ଆଶୀର୍ବାଦ ଦେଇଥାନ୍ତି।

ମାନ୍ୟତା ଅନୁସାରେ ଜଳ ଏବଂ ବେଲ ପତ୍ର ବିନା ପୂଜା ପୁରା ହୋଇନଥାଏ। ପୁରୁଣା ମାନ୍ୟତା ଅନୁସାରେ ଭଗବାନ ଶିବଙ୍କୁ ଜଳ ଏବଂ ବେଲପତ୍ର ଅର୍ପଣ କରିଲେ ଭଗବାନ ଶିବଙ୍କର ମସ୍ତକ ଶୀତଳ ରହିଥାଏ। ଶ୍ରାବଣ ମାସରେ ସମସ୍ତ ମହିଳାଙ୍କୁ ସ୍ନାନ କରି ଭଗବାନ ଶିବଙ୍କୁ ଏକ ଘଟି ଜଳ ଏବଂ ବେଲପତ୍ର ନିଶ୍ଚୟ ଅର୍ପଣ କରିବା ଉଚିତ। ଏହାପରେ ଶିବ ଚାଳିସା ପାଠ କରିବା ଉଚିତ।

ଏହା ସହିତ ଧ୍ୟାନ ଦେବେ କି ଶ୍ରାବଣ ମାସର ଚତୁର୍ଥୀ ଅଷ୍ଟମୀ ନବମୀ ଚତୁର୍ଦଶି ଏବଂ ଅମାବାସ୍ୟା ଦିନ ବେଲପତ୍ର ତୋଳିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *