Excuse Me Odisha

ଯାହା କହିବୁ ସତ କହିବୁ

ବର୍ଷା ପାଣିକୁ ନେଇ ଏହି ୪ ଗୋଟି ଉପାୟ କରନ୍ତୁ। ଖୁବ୍ ଶୀଘ୍ର ଆପଣଙ୍କ ଉପରେ ହେବ ଧନ ବର୍ଷା।

ସେୟାର୍ କରନ୍ତୁ

ଋତୁ ଅନୁସାରେ ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସିଥାଏ। ଏହି ବର୍ଷାରେ ଗରମରୁ ମୁକ୍ତି ମିଳିଥାଏ। ଏହାସହିତ ପରିବେଶ ସବୁଜମୟ ମଧ୍ୟ ହୋଇଥାଏ। ବର୍ଷା ଋତୁ ଆସିଲେ କୃଷକ ମାନଙ୍କର ମୁହଁରେ ହସ ଦେଖିବାକୁ ମିଳେ। କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ଅଧିକ ମାତ୍ରାରେ ଗଛ କାଟିବା ଯୋଗୁଁ ଦିନକୁ ଦିନ ବର୍ଷା ହେବାର ପରିମାଣ କମିବାକୁ ଲାଗିଛି। କିନ୍ତୁ କଣ ଆପଣ ଜାଣିଛନ୍ତି ବର୍ଷା ପାଣିକୁ ବ୍ୟବହାର କରି ଆପଣ ନିଜ ଭାଗ୍ୟ ବଦଳାଇ ପାରିବେ।ଏହି ଉପାୟକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହୋଇଯିବ। ଖାସ କରି ଧନସମ୍ପତ୍ତି ସମ୍ବନ୍ଧିତ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ।

ବର୍ଷା ପାଣିକୁ ନେଇ ଚମତ୍କାର ଉପାୟ :-

୧/ ଯଦି ଆପଣଙ୍କୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡୁଛି ବା ଆପଣଙ୍କ ପାଖରେ ଅଧିକ ସମୟ ପର୍ଯ୍ୟନ୍ତ ଅର୍ଥ ରହୁ ନାହିଁ, ତାହେଲେ ଏହି ଉପାୟ କରନ୍ତୁ। ବର୍ଷା ହେବା ସମୟରେ ଗୋଟେ ମାଟିର ହାଣ୍ଡି ନିଅନ୍ତୁ ଏବଂ ବର୍ଷା ପାଣି ସଂଗ୍ରହ କରନ୍ତୁ। ଏହି ପାଣି ମାଠିଆକୁ ଘରର ଐଶାନ୍ୟ କୋଣ ବା ଉତ୍ତର ଦିଗରେ ରଖି ଦିଅନ୍ତୁ। ତାପରଦିନ ସେହି ପାଣିକୁ ଗୋଟେ ତମ୍ବା ପାତ୍ରରେ କାଢି ଘରରସବୁ କୋଣ ଅନୁକୋଣରେ ସିଞ୍ଚନ କରନ୍ତୁ।

୨/ ଯଦି ଆପଣ ନିଜ ଘରର ଧନ ଭଣ୍ଡାର ପରିପୂର୍ଣ୍ଣ ହେବାର ଦେଖିବାକୁ ଚାହୁଁଛନ୍ତି, ତାହେଲେ ଏହି ଉପାୟ କରନ୍ତୁ। ଉପାୟ ହେଉଛି, ଗୋଟେ ପାତ୍ରରେ ବର୍ଷା ପାଣି ସଂଗ୍ରହ କରି ରଖନ୍ତୁ ଏବଂ ଖରା ଆସିଲେ ଏହାକୁ ଖରାରେ ମଧ୍ୟ ରଖି ଦିଅନ୍ତୁ। ତାପରେ ଏହି ପାଣିରେ ଆମ୍ବ ପତ୍ର ପକାଇ ଏହାକୁ ଘରର ସବୁ ସ୍ଥାନରେ ସିଞ୍ଚନ କରନ୍ତୁ। ଦେଖିବେ ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ଏହାସହିତ ଅଧିକ ଟଙ୍କା ଉପାର୍ଜନ କରିବାର ନୂଆ ସାଧନ ପ୍ରାପ୍ତ ହେବ।

୩/ ଯଦି ଆପଣ କାହା ଠାରୁ ଋଣ ନେଇଛନ୍ତି ଏବଂ ଋଣ ସଠିକ ସମୟରେ ପରିଶୋଧ କରି ପାରୁ ନାହାଁନ୍ତି, ତାହେଲେ ଏହି ଉପାୟ କରନ୍ତୁ। ଉପାୟ ହେଉଛି, ବର୍ଷା ପାଣିକୁ ଗୋଟେ ପାତ୍ରରେ ସଂଗ୍ରହ କରି ପ୍ରଭୁ ହନୁମାନଙ୍କ ପାଖରେ ରଖି ଦିଅନ୍ତୁ। ଏହାସହିତ ୫୧ ଦିନ ପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କରନ୍ତୁ। ଏହାପରେ ସେହି ପାଣିକୁ ଘରର ସବୁ ସ୍ଥାନରେ ସିଞ୍ଚନ କରି ଦିଅନ୍ତୁ। ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଋଣରୁ ମୁକ୍ତି ମିଳିଯିବ। ଧନସମ୍ପତ୍ତିରେ ମଧ୍ୟ ବୃଦ୍ଧି ହେବ।

୪/ ଯଦି ଆପଣ କାହାକୁ ଟଙ୍କା ଦେଇଛନ୍ତି ଏବଂ ସେ ଆପଣଙ୍କୁ ସଠିକ ସମୟରେ ଟଙ୍କା ଫେରସ୍ତ କରୁ ନାହାନ୍ତି, ତାହେଲେ କରନ୍ତୁ ଏହି ବିଶେଷ ଉପାୟ। ଗୋଟେ କଳା ମାଠିଆରେ ବର୍ଷା ଜଳ ସଂଗ୍ରହ କରନ୍ତୁ ଏବଂ କୌଣସି ଅମାବାସ୍ୟା ଦିନ ଏହି ପାଣିକୁ ଅଶ୍ୱତ୍ଥ ଗଛ ମୂଳରେ ଢ଼ାଳି ଦିଅନ୍ତୁ। ଏହାସହିତ ଆପଣଙ୍କ ଟଙ୍କା ଫେରସ୍ତ ପାଇଁ କାମନା କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଖୁବ୍ ଶୀଘ୍ର ସୁଫଳ ମିଳିବ। ଏହାସହିତ ଆପଣଙ୍କ ଧନଭଣ୍ଡାର ପରିପୂର୍ଣ୍ଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *