Excuse Me Odisha

ଯାହା କହିବୁ ସତ କହିବୁ

କଣ ଆପଣ ଜାଣିଛନ୍ତି ତୁଳସୀ ପତ୍ରକୁ ତକିଆ ତଳେ ରଖି ଶୋଇଲେ କଣ ହୋଇଥାଏ। କଣ ପାଇଁ ହୋଇଥାଏ ଚମତ୍କାର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କଣ ଆପଣ ଜାଣିଛନ୍ତି ତୁଳସୀ ପତ୍ରକୁ ତକିଆ ତଳେ ରଖି ଶୋଇଲେ କଣ ହୋଇଥାଏ। କଣ ପାଇଁ ହୋଇଥାଏ ଚମତ୍କାର।

ଆଜି ଆମେ ଆଲୋଚନା କରିବା ତୁଳସୀ ଗଛର। ଯଦି ତୁଳସୀ ପତ୍ରକୁ ନିଜ ମୁଣ୍ଡ ପାଖରେ ରଖି ରାତିରେ ଶୋଇଯାଆନ୍ତି ତ କଣ ହୋଇଥାଏ। ତୁଳସୀ ପତ୍ରକୁ ଯଦି ଆପଣ ନିଜ ମୁଣ୍ଡ ପାଖରେ ରଖି ଶୋଇଥାନ୍ତି ତ ମନୁଷ୍ୟ ମାଲାମାଲ ହୋଇଥାନ୍ତି ତ କେବଳ ୪ ଟି ତୁଳସୀ ପତ୍ରକୁ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ।

ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ବହୁତ ମହତ୍ୱ ଦିଆଯାଇଛି ଏବଂ ଏହା ଆଜିକାଲି ତ ଲୋକେ ତୁଳସୀର ଏତେ ସାରା ଗୁଣ ଫାଇଦା ଅଛି ଜାଣି ମଧ୍ୟ ସମସ୍ତ ଧର୍ମର ଲୋକ ତୁଳସୀର ଗଛ ରଖୁଛନ୍ତି। ଆୟୁର୍ବେଦରେ ବି ଏହାକୁ ସର୍ବଶ୍ରେଷ୍ଠ ମାନାଯାଏ। ଏହା ଆମ ଜୀବନକୁ ବଦଳିକରି ରଖିପାରେ।

ତକିଆ ତଳେ ରଖନ୍ତୁ ତୁଳସୀ ପତ୍ର। ବନ୍ଧୁଗଣ ତୁଳସୀର ଗଛକୁ ହିନ୍ଦୁ ଧର୍ମରେ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ ପବିତ୍ର ମାନାଯାଇଅଛି। ତୁଳସୀ ଆଧ୍ୟାତ୍ମିକ ଧାର୍ମିକ ଏବଂ ବୈଜ୍ଞାନିକ ଗୁଣରେ ଭରପୁର ହୋଇଥାଏ। ତୁଳସୀର ପତ୍ରରୁ ବାହାରୁଥିବା ସକାରାତ୍ମକ ଉର୍ଜା ଆମର ଅନେକ ସଂକଟକୁ ଦୂର କରିପାରେ। ତୁଳସୀର ପତ୍ରରେବି ଏକ ଚମତ୍କାରୀ ଶକ୍ତି ରହିଥାଏ। ଏଥିପାଇଁ ଏହି ପତ୍ରକୁ ଆପଣ ତକିଆ ତଳେ ରଖିକି ଶୋଇବା ଦ୍ୱାରା ଶାନ୍ତ ଏବଂ ଭଲ ନିଦ ଆସିଥାଏ। ଖରାପ ସ୍ୱପ୍ନ ଆସିନଥାଏ। ଖରାପ ଚିନ୍ତା ଆସିନଥାଏ ଏବଂ କୌଣସି ବି ପ୍ରକାରର ଡର ଲାଗିନଥାଏ। ଏହି ଉପାୟ ଲଗାତାର ୨୧ ଦିନ କରିବା ଦ୍ୱାରା ଆମର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ବିନା କୌଣସି ବାଧାବିଘ୍ନରେ ସମ୍ପର୍ଣ୍ଣ ହୋଇଯାଇଥାଏ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଆମର ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳିଯାଇଥାଏ।

ରାତିକୁ ଶୋଇବା ସମୟରେ ୪ ରୁ ୫ ଟି ତୁଳସୀ ପତ୍ର ରଖିଦିଅନ୍ତୁ। ଏବଂ ସକାଳୁ ଯେବେ ଆପଣ ଉଠିବେ ତ ଗାଧୋଇ ସାରି ତୁଳସୀ ଗଛରୁ ୩ ରୁ ୪ ଟି ତୁଳସୀ ପତ୍ର ଛିଣ୍ଡାଇକି ଦୁଇଟି ଚୋବାଇ ନେବେ। ତୁଳସୀ ପତ୍ର କିଛି ଖାଇବା ଦ୍ୱାରା ଚୋବାଇବା ଦ୍ୱାରା ଆପଣଙ୍କ ଭିତରୁ ନକରାତ୍ମକ ଉର୍ଜା ସବୁ ଶେଷ ହୋଇଯାଇଥାଏ ଏବଂ କୌଣସି ବି ରୋଗ ଆପଣଙ୍କୁ ଛୁଇଁପାରି ନଥାଏ ତେଣୁ ଆପଣ ଏହି ଉପାୟ ବି ନିଶ୍ଚୟ କରି ନେବେ। ବନ୍ଧୁଗଣ ମନେ ରଖିବେ କେବେବି ସନ୍ଧ୍ୟା ସମୟରେ କି ରାତି ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବେ ନାହିଁ। ସକାଳୁ ଆପଣ ଏହି ତୁଳସୀ ପତ୍ରକୁ ଛିଣ୍ଡାଇକି ରଖିଦେବେ ଏବଂ ରାତିକୁ ତକିଆ ତଳେ ରଖିନେବେ କିନ୍ତୁ ମନେରଖିବେ ସନ୍ଧ୍ୟା ସମୟରେ କି ରାତି ସମୟରେ ଭୁଲରେବି ତୁଳସୀ ଗଛରୁ ତୁଳସୀ ପତ୍ର ତୋଳିବେ ନାହିଁ। ଆପଣ ଏହି କାମ ଭୁଲରେବି କରିବେ ନାହିଁ ଏବଂ ସେହିଦିନରୁ ତୋଳିକି ରଖିଥିବା ତୁଳସୀ ପତ୍ରଟିକୁ ତକିଆ ତଳେ ରଖିଦେବେ। ଏମିତି କରିବା ଦ୍ୱାରା ଆପଣଙ୍କୁ ପଜିଟିଭ ଏନର୍ଜିର ପ୍ରାପ୍ତି ହୋଇଥାଏ।

ପ୍ରାୟ ଲୋକେ ତୁଳସୀର ମାଳା ନିଶ୍ଚୟ ପିନ୍ଧି କରି ରଖିଥାନ୍ତି। ଏମିତି କରିଲେ ମାନାଯାଏ ଦେବୀ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହା ସହିତ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ସମସ୍ୟା ବି ଆସିନଥାଏ। କାହାରି ଖରାପ ନଜର ଲାଗିନଥାଏ ଏବଂ ନକରାତ୍ମକ ଉର୍ଜାର ପ୍ରଭାବ ଆପଣଙ୍କ ଉପରେ ପଡିନଥାଏ। ଜଦୁ ଅର୍ଜିନାଲ ତୁଳସୀ ମାଳା ଗଳାରେ ଧାରଣ କରିବେ ତ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ।

ମା ତୁଳସୀଙ୍କ ପତ୍ରକୁ ନିଜ ପାଖରେ ଅବଶ୍ୟ ରଖି ଶୋଇବା ଉଚିତ। ଯଦି ଖରାପ ସ୍ୱପ୍ନ ଆସୁଥାଏ ଡର ଲାଗୁଥାଏ ତ ତାହା ତୁଳସୀ ପତ୍ର ଦ୍ୱାରା ଶେଷ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *