Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ସମୟରେ ତୁଳସୀ ଚଉରା ତଳେ ଦୀପ ଜଳେଇ କି କହିଦିଅନ୍ତୁ ୩ ଥର ଏହି ଶବ୍ଦ। ମା ଲକ୍ଷ୍ମୀ ଆସିଥାନ୍ତି ଘରକୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା ସମୟରେ ତୁଳସୀ ଚଉରା ତଳେ ଦୀପ ଜଳେଇ କି କହିଦିଅନ୍ତୁ ୩ ଥର ଏହି ଶବ୍ଦ। ମା ଲକ୍ଷ୍ମୀ ଆସିଥାନ୍ତି ଘରକୁ।

ଆମ ସନାନ୍ତନ ଧର୍ମରେ ତୁଳସୀ ଗଛକୁ ସବୁଠାରୁ ଅଧିକ ବିଶେଷ ମହତ୍ୱ କୁହାଯାଇଅଛି। ତୁଳସୀ ଗଛର ସବୁଠାରୁ ପ୍ରଥମ ପୂଜା ଭଗବାନ ବିଷ୍ଣୁ କରିଥିଲେ। ଭଗବାନ ବିଷ୍ଣୁ କହୁଥିଲେ ଯେମିତି ମା ଲକ୍ଷ୍ମୀଙ୍କ ଦ୍ଵାରା ବୈକୁଣ୍ଠକୁ ଐଶ୍ୱର୍ଯ୍ୟ ପ୍ରାପ୍ତ ଅଟେ ଠିକ ସେହିପରି ବୈକୁଣ୍ଠକୁ ତୁଳସୀ କାରଣରୁ ହିଁ ପବିତ୍ରତା ବନି ରହିଛି। ପୃଥିବୀ ଲୋକରେ ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ ସେଠାରେ କେବେବି ଖରାପ ଉର୍ଜାର ବାସ ହୋଇନଥାଏ ଏମିତି ସ୍ଥାନ ସବୁଠାରୁ ଅଧିକ ପବିତ୍ର ହେବ। ଏହି କାରଣରୁ ଆମକୁ ନିଜ ଘରେ ତୁଳସୀ ଗଛ ନିଶ୍ଚୟ ଲଗାଇବା ଉଚିତ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ବି ମନୁଷ୍ୟ ଜୀବନରେ ଥରେ ଜଳ ଅର୍ପଣ କରିଥାଏ ତାର ସମସ୍ତ ପାପର ନାଶ ହୋଇଥାଏ।

ସଂସାରରେ ତୁଳସୀ ଗଛ ପାଖରୁ ପବିତ୍ର ଅନ୍ୟ କୌଣସି ଗଛ ନାହିଁ। ଯେଉଁବି ସ୍ତ୍ରୀ ପ୍ରତିଦିନ ତୁଳସୀର ପୂଜା କରିଥାଏ ଜଳ ଅର୍ପଣ କରିଥାଏ ସେ ସର୍ବଦା ହିଁ ସୌଭାଗ୍ୟଶାଳୀ ରହିଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ହଜାର ଅମୃତର କଳସ ଦେଲେ ସେତିକି ତୃପ୍ତି ମିଳିନଥାଏ ଯେତିକି ତୁଳସୀର ଗୋଟେ ପତ୍ର ଅର୍ପଣ କରିଦେଲେ ମିଳିଥାଏ। ୧୦ ହଜାର ଗାଈକୁ ଦାନ କରିଲେ ମନୁଷ୍ୟଙ୍କୁ ଯେଉଁ ଫଳ ପ୍ରାପ୍ତ ହୋଇଥାଏ ତାହା ତୁଳସୀ ପତ୍ର ଦାନ କରିଲେ ମିଳିଥାଏ। ଯେଉଁ ମନୁଷ୍ୟ ମୃତ୍ୟୁ ସମୟରେ ତୁଳସୀ ପତ୍ରର ଜଳ ପାଇଥାଏ ସେ ସମ୍ପୂର୍ଣ୍ଣ ପାପରୁ ମୁକ୍ତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ଧାମ ଗୋଲକକୁ ଯାଇଥାଏ।

ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ତୁଳସୀ ପୂଜାର ଅଧିକ ମହତ୍ୱ ରହିଛି। କାରଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜାର ଦିନ ମାନାଯାଏ। ମନସ୍କାମନା ପାଇଁ ଗୁରୁବାର ଦିନ ତୁଳସୀ ଗଛରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏହା ଦ୍ବାରା ସବୁ ସଙ୍କଟର ନାଶ ହୋଇଥାଏ। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ ହୋଇଥାଏ। ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ ଏହି କାରଣରୁ ତୁଳସୀଙ୍କୁ ହରିପ୍ରିୟା ବିଷ୍ଣୁପ୍ରିୟା ବି କୁହାଯାଏ। ତୁଳସୀକୁ ପ୍ରତିଦିନ ଦିନ ପୂଜା କରିଲେ ଜଳ ଅର୍ପଣ କରିଲେ ଦରିଦ୍ରତାର ନାଶ ହୋଇଥାଏ। କାରଣ ତୁଳସୀରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯେଉଁଠି ତୁଳସୀ ଗଛ ଥାଏ ସେଠାରେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି। ଏଥିପାଇଁ ପ୍ରତିଦିନ ତୁଳସୀ ପୂଜା କରିବା ଉଚିତ ଭଲ ଭାବରେ ଦେଖାଶୁଣା କରିବା ଉଚିତ।

ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ହରା ଭରା ଥାଏ ସେହି ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ଏବଂ ଏହାର ବିପରୀତ ଯଦି ତୁଳସୀ ଗଛ ଶୁଖି ଯାଏ କେହି ଦେଖା ଶୁଣା କରନ୍ତି ନାହିଁ ତାଙ୍କୁ ଜଳ ଅର୍ପଣ କେହି କରନ୍ତି ନାହିଁ ତ ସେହି ଘର ଉପରକୁ ସଙ୍କଟ ଆସିବାର ସମ୍ଭାବନା ରହିଛି।

ତୁଳସୀ ପତ୍ରକୁ ଶୁଦ୍ଧ ଜଳରେ ପକେଇ ସେହି ଜଳକୁ ପୁରା ଘର ସାରା ଛିଞ୍ଚନ କରିଲେ ଘରେ ଥିବା ସମସ୍ତ ନକରାତ୍ମକତା ଦୂର ହୋଇଥାଏ।

ତୁଳସୀ ଗଛ ସବୁଠାରୁ ଅଧିକ ପବିତ୍ର ହେବା କାରଣରୁ ଆମକୁ ଏହି ଗଛର ଦେଖା ଶୁଣା କରିବା ସମୟରେ ମହତ୍ୱପୂର୍ଣ୍ଣ କଥାକୁ ଧ୍ୟାନରେ ରଖିବା ଉଚିତ। ତୁଳସୀ ଗଛ ପାଖରେ ସର୍ବଦା ସ୍ଵଛତା ବନି ରହିବା ଉଚିତ। ତୁଳସୀ ଗଛ ପାଖରେ କୌଣସି ପ୍ରକାରର ଅପରିଷ୍କାର ଜୂତା ଚପଲ କିମ୍ବା ମଇଳା ଆବର୍ଜନା କେବେବି ରଖିବା ଉଚିତ ନୁହେଁ। ଏମିତି କରିଲେ ମା ତୁଳସୀଙ୍କର ଅପମାନ ହୋଇଥାଏ। ଏମିତି କରିଲେ ପରିବେଶ ଅପବିତ୍ର ବନି ଯାଇଥାଏ। ଯେଉଁ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସେଥିପାଇଁ ତୁଳସୀ ଗଛ ପାଖରେ ସ୍ଵଛତା ବନେଇ ରଖନ୍ତୁ।

ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇବା ସର୍ବତମ ମାନାଯାଏ। କାରଣ କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ଏବଂ ଏହି କଦଳୀ ଗଛକୁ ତୁଳସୀ ଗଛ ପାଖରେ ଲଗାଇଲେ ଧନର ବୃଦ୍ଧି ହୋଇଥାଏ।

ତୁଳସୀ ଗଛ ପାଖରେ ଶାଳିଗ୍ରାମ ରଖିଲେ ଦରିଦ୍ରତା ଆସିନଥାଏ। ସୁଖ ସମୃଦ୍ଧିର ବାସ ହୋଇଥାଏ।

ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜଳେଇବା ସମୟରେ ଏହି ମନ୍ତ୍ରର ଉଚାରଣ ଅବଶ୍ୟ ହିଁ କରିବା ଉଚିତ। ଓଁ ବୃନ୍ଦାବନେ ସ୍ୱାହା। ପ୍ରତିଦିନ ତୁଳସୀ ଗଛ ମୂଳରେ ଦୀପ ଜଳେଇବା ସମୟରେ ଏହି ମନ୍ତ୍ରର ଉଚାରଣ କରିଲେ ବ୍ୟକ୍ତିକୁ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ। ଏଥିପାଇଁ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଜଳେଇବା ସମୟରେ ଏହି ମନ୍ତ୍ରର ଜପ ଅବଶ୍ୟ କରନ୍ତୁ।

ଶୁକ୍ରବାର ଦିନ ତୁଳସୀ ଗଛରେ ଲାଲ କପଡା ବାନ୍ଧି ନିଜର ମନସ୍କାମନା ତୁଳସୀ ମାଙ୍କୁ କୁହନ୍ତୁ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ। ନିଜର ମନସ୍କାମନା ପୂରଣ ହେବା ପରେ ସେହି କପଡାକୁ ତୁଳସୀ ମାଙ୍କ ପାଖରୁ ଆଣି କୌଣସି ପବିତ୍ର ନଦୀରେ ଭସେଇ ଦିଅନ୍ତୁ।

ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରିବା ଉଚିତ। ଏହା ଦ୍ବାରା ବହୁତ ଲାଭକାରୀ ହୋଇଥାଏ।

ଚାନ୍ଦିର ପାତ୍ରରେ ତୁଳସୀ ଗଛରେ ଜଳ ଅର୍ପଣ କରିଲେ ବ୍ୟକ୍ତିର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଯଦି ଚାନ୍ଦିର ପାତ୍ର ସମ୍ଭବ ନହୁଏ ତେବେ ତମ୍ବା ପାତ୍ରରେ ମଧ୍ୟ ଜଳ ଅର୍ପଣ କରିପାରିବେ।

ତୁଳସୀର ପରିକ୍ରମା ୩ ଥର ୫ ଥର କିମ୍ବା ୧୧ ଥର କରନ୍ତୁ। ପ୍ରତିଦିନ ତୁଳସୀର ପରିକ୍ରମା କରିଲେ ବ୍ୟକ୍ତିର ସବୁ ଦୁଃଖର ନାଶ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *