Excuse Me Odisha

ଯାହା କହିବୁ ସତ କହିବୁ

ଆଗାମୀ ୧୨ ଦିନ ମଧ୍ୟରେ ଏହି ୩ ଗୋଟି ରାଶିର ଲୋକଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ଜାଣନ୍ତୁ କଣ ସେହି ରାଶି ଗୁଡ଼ିକ।

ସେୟାର୍ କରନ୍ତୁ

ଜୁଲାଇ ୧୨ ତାରିଖ ଦିନ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି। ଏହାସହିତ ଏହି ମାସରେ ଭଗବାନ ଶିବଙ୍କ କୃପାରୁ ୩ ଗୋଟି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି।

ଆସନ୍ତା ଜୁଲାଇ ୧୨ ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି।ଏହି ମାସଟି ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। କୁହାଯାଏ କି ଏହି ଶ୍ରାବଣ ମାସରେ ଯଦି ଶ୍ରଦ୍ଧାଳୁ ମାନେ ସଚ୍ଚୋଟ ମନରେ ଭଗବାନ ଶିବଙ୍କୁ ଆରାଧନା କରନ୍ତି, ତାହେଲେ ତାଙ୍କର ସବୁ ଅଭିଳାଷା ପୂରଣ ହୋଇଥାଏ।ଆଗାମୀ ମାସ କିଛି ବିଶେଷ ରାଶି ଗୁଡ଼ିକ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏହି ବିଶେଷ ରାଶିର ଲୋକଙ୍କର ସବୁ ଇଛା ପୂରଣ ହୋଇଯିବ।ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ତୁଳା ରାଶି :-

ଶ୍ରାବଣ ମାସ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ପାଇବା ସହିତ ଲୋକେ ଆପଣଙ୍କର ପ୍ରଶଂସା କରିବେ।ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ପରିବାର ଲୋକଙ୍କ ସହିତ କୌଣସି ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।ବ୍ୟବସାୟରେ ଲାଭବାନ ହୋଇ ପାରନ୍ତି। ବିଦେଶରେ ରହୁଥିବା ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ମିଥୁନ ରାଶି :-

ଶ୍ରାବଣ ମାସ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ। କୌଣସି ସ୍ଥାନରେ ଆପଣ ଟଙ୍କା ନିବେଶ କରି ଲାଭବାନ ହେବେ।ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ।ଆପଣଙ୍କ ଆୟରେ ବୃଦ୍ଧି ହେବାର ଯୋଗ ରହିଛି। ବ୍ୟବସାୟକୁ ସୁଦୃଢ କରିବା ପାଇଁ ଆପଣ ଅଧିକ ପରିଶ୍ରମ କରିବେ। ଏହି ମାସରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ପୈତୃକ ସମ୍ପତ୍ତି ପାଇଁ ଘରେ କଳହ ସୃଷ୍ଟି ହେଉଥିଲେ, ଆପଣ ତାହାର ସମାଧାନ ବାହାର କରନ୍ତୁ

ବୃଷ ରାଶି :-

ଶ୍ରାବଣ ମାସରେ ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଆପଣଙ୍କର ସମସ୍ତ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଯିବ।ଆପଣ ନିଜ ପରିବାରକୁ ନେଇ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ।ଗୁରୁଜନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ।ଆପଣଙ୍କ ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ବିସ୍ତାର କରିବା ପାଇଁ ଏହି ସମୟ ଅନୁକୂଳ ସାବ୍ୟସ୍ତ ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।ପ୍ରେମ ପ୍ରସଙ୍ଗରେ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *