Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମରିଯାଇଥିବା ବ୍ୟକ୍ତିଙ୍କର ଏହି ୩ ଟି ଜିନିଷର ବ୍ୟବହାର କେବେବି କରିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମରିଯାଇଥିବା ବ୍ୟକ୍ତିଙ୍କର ଏହି ୩ ଟି ଜିନିଷର ବ୍ୟବହାର କେବେବି କରିବା ଉଚିତ ନୁହେଁ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରକୃତିର ଏହି ନିୟମ ଅଟେ ଯାହାର ଜନ୍ମ ଅଛି ତାର ମୃତ୍ୟୁ ନିଶ୍ଚିତ ଅଟେ। ମୃତ୍ୟୁ ଏମିତି ସତ୍ୟ ଅଟେ ଯାହାକୁ କେହି ଟାଳି ପାରିବେ ନାହିଁ। ମୃତ୍ୟୁ ଆସିବା ପରେ ମନୁଷ୍ୟଙ୍କୁ ନିଜର ଶରୀରର ତ୍ୟାଗ ଅବଶ୍ୟ କରିବାକୁ ପଡିଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଆତ୍ମା ଛଡା ନିଜର ଏହି ସଂସାରରେ କିଛି ବି ନାହିଁ। ଆତ୍ମ ଅମର ଅଟେ ତାର କେବେବି ଅନ୍ତ ହୁଏ ନାହିଁ। ସେ ତାର କର୍ମ ଅନୁସାରେ ବାରମ୍ବାର ଜନ୍ମ ନେଇଥାଏ। ମନୁଷ୍ୟର ଶରୀରର ଭଗବାନଙ୍କ ଦ୍ଵାରା କିଛି ସମୟ ପାଇଁ ପ୍ରାପ୍ତ ଅଟେ ଯାହା ଦିନେ ନାଁ ଦିନେ ପଞ୍ଚ ତତ୍ୱରେ ଲୀନ ହୋଇଯିବ ତଥାପି ମନୁଷ୍ୟ ଏହି ସଂସାରେ ଜନ୍ମ ନେବା ପରେ ଭୌତିକ ସୁଖର ମୋହରେ ପଡିଯାଇଥାଏ ତାଙ୍କର ସେହି ଵସ୍ତୁ ପ୍ରତି ମୋହ ଛାଡେ ନାହିଁ।

ଯେତେବେଳେ ମନୁଷ୍ୟ ସାଂସାରିକ ମୋହ ତ୍ୟାଗ କରି ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କୁ ଆପଣେଇ ନନେବ ସେତେ ପର୍ଯ୍ୟନ୍ତ ସେ ଅଲଗା ଅଲଗା ଜନିରେ ଜନ୍ମ ନେଇ ପୃଥିବୀ ଲୋକରେ ହିଁ ଘୁରି ବୁଲି ଥାଏ। କେବେ କେବେ ସେହି ବସ୍ତୁ ପ୍ରତି ତାଙ୍କର ମୋହ ଏତେ ଅଧିକ ହୋଇଥାଏ କି ସେ ମୃତ୍ୟୁ ପରେ ବି ଏହି ପୃଥିବୀ ଲୋକରେ ଭ୍ରମଣ କରିଥାଏ। ଅନେକ ଥର ମରିଯାଇଥିବା ଲୋକଙ୍କର ଜିନିଷ ତାଙ୍କର ସ୍ମୃତି ପାଇଁ ନିଜ ପାଖରେ ରଖି ଦେଇଥାଉ ଏବଂ ତାଙ୍କର ବସ୍ତୁର ଉପଯୋଗ ମଧ୍ୟ କରିଥାଉ କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ମୃତ ବ୍ୟକ୍ତିଙ୍କର କିଛି ଏମିତି ଜିନିଷ କେବେବି ବ୍ୟବହାର କରିବା ଉଚିତ ନୁହେଁ କାରଣ ଏହି ମୃତ ବ୍ୟକ୍ତିଙ୍କର ଏହି ଜିନିଷ ପ୍ରତି ମୋହ ଛାଡିନଥାଏ ଯେଉଁ କାରଣରୁ ସେହି ବ୍ୟକ୍ତିଙ୍କ ଆତ୍ମା ସେହି ଜିନିଷ ପ୍ରତି ଯୋଡି ହୋଇରହିଥାଏ। ଯଦି କୌଣସି ବ୍ୟକ୍ତି ସେହି ଜିନିଷର ବ୍ୟବହାର କରିଥାଏ ତ ତାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସେହି ମୃତ ଆତ୍ମା ତାକୁ ଅନେକ ପ୍ରକାରର କଷ୍ଟ ଦେଇଥାଏ।

ଗରୁଡ଼ ପୁରାଣରେ ଏମିତି ୩ ଟି ଜିନିଷ ବିଷୟରେ କୁହାଯାଇଛି ଯାହାର ଭୁଲରେ ବି ଆମକୁ ବ୍ୟବହାର କରିବା ଉଚିତ ନୁହେଁ ନଚେତ ଆମକୁ ଭୟଙ୍କର ଆସୁବିଧାର ସାମ୍ନା କରିବାକୁ ପଡିଥାଏ। ଯେଉଁ ବ୍ୟକ୍ତିଙ୍କର ସେହି ଜିନିଷ ଥାଏ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇନଥାଏ ଏବଂ ସେ ପୃଥିବୀ ଲୋକରେ ଘୁରି ବୁଲିଥାଏ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ।

ମୃତ ବ୍ୟକ୍ତିଙ୍କ କପଡା। ଗରୁଡ଼ ପୁରାଣ ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ମୃତ ବ୍ୟକ୍ତିଙ୍କ ବସ୍ତ୍ରର ବ୍ୟବହାର କରିବା ଉଚିତ ନୁହେଁ। ଏମିତି କରିଲେ ସେହି ମୃତ ବ୍ୟକ୍ତିଙ୍କ ଆତ୍ମା ତା ସହିତ ଯୋଡି ଯାଇଥାଏ ଏବଂ ସେହି ମୃତ ବ୍ୟକ୍ତିଙ୍କ ସ୍ମୃତି କଷ୍ଟ ଦେଇଥାଏ। ଜିଏ ବି ମୃତ ବ୍ୟକ୍ତିଙ୍କ କପଡା ବ୍ୟବହାର କରିଥାଏ ତାକୁ ମାନସିକ ଏବଂ ଶାରୀରିକ କଷ୍ଟରେ ପୀଡିତ ହେବାକୁ ପଡିଥାଏ। ଏହି ବସ୍ତୁର ଗମ୍ଭୀର ପ୍ରଭାବ ସେହି ମନୁଷ୍ୟ ଉପରେ ପଡିଥାଏ। ସେହି ମୃତ ବ୍ୟକ୍ତି ତାଙ୍କ ସ୍ୱପ୍ନରେ ବାରମ୍ବାର ଆସି କଷ୍ଟ ଦେଇଥାନ୍ତି। ଏଥିପାଇଁ ଗରୁଡ଼ ପୁରାଣ ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ମୃତ ବ୍ୟକ୍ତିଙ୍କ ବସ୍ତ୍ରର ବ୍ୟବହାର କରିବା ଉଚିତ ନୁହେଁ।

ମୃତ ବ୍ୟକ୍ତିଙ୍କ ଗହଣା। ଗରୁଡ଼ ପୁରାଣ ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ମୃତ ବ୍ୟକ୍ତିଙ୍କର କିମ୍ବା ମୃତ୍ୟୁ ବରଣ କରିଥିବା ମହିଳାଙ୍କ ଗହଣା ବ୍ୟବହାର କରିବା ଉଚିତ ନୁହେଁ। ସ୍ତ୍ରୀଙ୍କର ଆଭୂଷଣ ଏବଂ ଗହଣାରେ ସବୁଠାରୁ ଅଧିକ ମୋହ ଥାଏ। ମୃତ୍ୟୁ ପରେ ବି ତାଙ୍କର ଏହିସବୁ ଜିନିଷ ପ୍ରତି ମୋହ କମ ହୋଇନଥାଏ। ଗରୁଡ଼ ପୁରାଣ ଅନୁସାରେ ମୃତ ବ୍ୟକ୍ତିଙ୍କ ଆଭୂଷଣ ପ୍ରତି ମୋହ ବହୁତ ଅଧିକ ଥାଏ। ଯେଉଁ ବି ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ଗହଣା ପିନ୍ଧିଥାଏ ସେହି ମୃତ ବ୍ୟକ୍ତିଙ୍କ ସହିତ ତାଙ୍କର ଉର୍ଜା ଯୋଡି ଯାଇଥାଏ ଏବଂ ଯେଉକାରଣରୁ ତାଙ୍କୁ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସେଥିପାଇଁ ଗରୁଡ଼ ପୁରାଣ ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ମୃତ ବ୍ୟକ୍ତିଙ୍କ ଗହଣା ବ୍ୟବହାର କରିବା ଉଚିତ ନୁହେଁ।

ମୃତ ବ୍ୟକ୍ତିଙ୍କ ଘଡି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ମୃତ ବ୍ୟକ୍ତିଙ୍କ ଘଡିର ବ୍ୟବହାର କରିବା ଉଚିତ ନୁହେଁ। ଘଡି ବି ମୃତ ବ୍ୟକ୍ତିଙ୍କ ଉର୍ଜାର ସହିତ ଜଡିତ ଅଟେ। ଘଡି ସମୟର ଲେଖା ଯୋଖା ନିର୍ଧାରିତ କରିଥାଏ। ସେହି ଘଡିର ନକରାତ୍ମକ ଉର୍ଜାର ପ୍ରଭାବ ବ୍ୟକ୍ତି ଉପରେ ପଡିଥାଏ। ସେଥିପାଇଁ ମୃତ ବ୍ୟକ୍ତିଙ୍କ ଘଡିକୁ ବ୍ୟବହାର କରିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *