Excuse Me Odisha

ଯାହା କହିବୁ ସତ କହିବୁ

ଏରୁଣ୍ଡି ବନ୍ଧରେ ବସୁଥିବା ମହିଳା ନିଶ୍ଚୟ ପଢ଼ନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟକ ଘରର ସୁଖ ସମୃଦ୍ଧି ଏମିତି ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାଏ ଯେଉଁମାନେ ଘରର ସମସ୍ତ କାମ କରିଥାନ୍ତି ସମସ୍ତଙ୍କର ଧ୍ୟାନ ରଖିଥାନ୍ତି। କିନ୍ତୁ ଏମିତି କିଛି କାମ ଅଛି ଯାହା ମହିଳା ମାନଙ୍କୁ କରିବା ଉଚିତ ନୁହେଁ। କାରଣ ଏମିତି କରିଲେ ଘରକୁ ମା ଲକ୍ଷ୍ମୀ ଆସନ୍ତି ନାହିଁ।

ପ୍ରାଚୀନ କାଳରୁ ହିଁ ଘରର ବହୁ ଝିଅଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ। ଏମିତି ମାନ୍ୟତା ଅଛି ସ୍ତ୍ରୀ ଚାହିଁଲେ କୌଣସି ଘରକୁ ସ୍ୱର୍ଗ ବନେଇ ପାରେ ଏବଂ ଚାହିଁଲେ ନର୍କ ବି ବନେଇ ପାରେ। ଆମର ଶାସ୍ତ୍ରରେ ବହୁ ଝିଅ ମାନଙ୍କର କିଛି ଅଭ୍ୟାସ ବିଷୟରେ ଉଲ୍ଲେଖ ଅଛି ଯେଉଁ କାରଣରୁ ଘରକୁ ଦରିଦ୍ରତା ଆସିଥାଏ ଏବଂ କିଛି ଅଭ୍ୟାସ ଏମିତି ବି ଅଛି ଯାହା ଘରକୁ ସୁଖ ସମୃଦ୍ଧି ଆଣିଥାଏ। ତେବେ ଆସନ୍ତୁ ଜାଣିବା ମହିଳା ମାନଙ୍କୁ କେଉଁ କାମ କରିବା ଉଚିତ ନୁହେଁ।

ଝାଡୁକୁ ଗୋଡ଼ରେ ଲାତ ମାରିବା। ଯେଉଁ ଘରର ମହିଳା ଝାଡୁକୁ ଗୋଡ଼ରେ ଲାତ ମାରିଥାନ୍ତି ସେଠାରେ କେବେବି ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏମିତି ଘରେ ସର୍ବଦା ଦରିଦ୍ରତା ଛାଇ ରହିଥାଏ। ମାନ୍ୟତା ଅନୁସାରେ ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଗ୍ୟାସ ଉପରେ ଅଇଁଠା ବାସନ ରଖିବା। ଯଦି ଘରର ମହିଳାଙ୍କର ଅଭ୍ୟାସ ଅଛି ଗ୍ୟାସ ଉପରେ ଅଇଁଠା ତାୱା କିମ୍ବା କଢ଼ା ରଖି ଶୋଇ ଯିବାର ତ ଏମିତି ଘରକୁ ବି ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ। ଏହା ଗରିବୀ ଏବଂ ଦୁଃଖର କାରଣ ବନି ଥାଏ। ଏଥିପାଇଁ ରାତିରେ ଗ୍ୟାସ ଉପରେ ଅଇଁଠା ବାସନ ରଖି ଶୋଇବେ ନାହିଁ।

ଲାତ ମାରି କବାଟ ଖୋଲିବା। ଯେଉଁ ଘରର ମହିଳା କବାଟକୁ ଗୋଡ଼ରେ ଲାତ ମାରି ଖୋଲିଥାଏ କିମ୍ବା ବନ୍ଦ କରିଥାଏ ସେଠାରେ ବି ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ।

ଏରିଣ୍ଡି ବନ୍ଧରେ ବସି ଭଜନ କରିବା। ମନେରଖନ୍ତୁ ଏରୁଣ୍ଡି ବନ୍ଧରେ ବସି ଭଜନ କରନ୍ତୁ ନାହିଁ କି ଅନ୍ୟ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଏହାକୁ ଅଶୁଭ ମାନାଯାଏ। ଘରେ ଦ୍ୱାରରେ ବସିଲେ ଦେବୀ ଦେବତାଙ୍କ ଆଗମନର ବାଧା ଆସିଥାଏ। ମା ଲକ୍ଷ୍ମୀ କିମ୍ବା ସକରାତ୍ମକ ଉର୍ଜାର ମାର୍ଗରେ ବାଧା ଆସିଥାଏ। ଏଥିପାଇଁ ଘରର ଏରୁଣ୍ଡି ବନ୍ଧରେ ବସିବା ଉଚିତ ନୁହେଁ।

ରୋଷେଇ ଘରେ ଅଇଁଠା ବାସନ ରଖିବା। ଘରର ମହିଳାମାନେ ଯଦି ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖି ଶୋଇଯାନ୍ତି ତେବେ ଏହା ଗରିବୀକୁ ଆମନ୍ତ୍ରଣ କରିଥାନ୍ତି। ଏମିତି କରନ୍ତୁ ନାହିଁ।

ଘରର ସୁଖ ଶାନ୍ତି ପାଇଁ ସପ୍ତାହରେ ଥରେ ସମୁଦ୍ର ଲୁଣରେ ପୋଛା ଲଗାନ୍ତୁ। ଏମିତି କରିଲେ ମା ଲକ୍ଷ୍ମୀଙ୍କର କୃପା ବନି ରହିବ।

ସନ୍ଧ୍ୟାରେ ଝାଡୁ ଲଗାଇବା। ଯେଉଁ ଘରର ମହିଳା ପ୍ରାତଃ ସମୟ ବଦଳରେ ରାତି କିମ୍ବା ସନ୍ଧ୍ୟାରେ ଝାଡୁ ଲଗାଇଥାନ୍ତି ସେହି ଘରକୁ ଦରିଦ୍ରତା ଆସିଥାଏ।

ଡେରି ପର୍ଯ୍ୟନ୍ତ ଶୋଇବା। ଯଦି ଘରର କୌଣସି ମହିଳାଙ୍କୁ ଡେରି ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସ ଅଛି ତ ସେହି ମହିଳା ଘର ଏବଂ ପରିବାର ପାଇଁ ଅଶୁଭ ହୋଇପାରେ। ଏମାନେ ପରିବାରର ଅସଫଳତାର କାରଣ ହୋଇଥାନ୍ତି।

ସକାଳେ ଅଗଣା ସଫା ନକରିବା। ଯେଉଁ ଘରର ମହିଳା ସକାଳୁ ଉଠି ଅଗଣା ସଫା କରିନଥାଏ ଏମିତି ଘରକୁ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଘରର ମହିଳାଙ୍କୁ ସକାଳୁ ଉଠି ଘରର ଅଗଣାରେ ପାଣି ଛିଞ୍ଚନ କରି ସଫା କରିବା ଉଚିତ ଏହା ପରେ ସ୍ନାନ ସାରି ଘରର ଦ୍ୱାରରେ ରଙ୍ଗଲି ବନେଇ ମା ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *