Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ଦୁଃଖର କାରଣ ଆପଣଙ୍କ ଚପଲ ତ ନୁହେଁ। ଆପଣଙ୍କ ପାଦର ଚପଲ ଆପଣଙ୍କୁ ବନେଇ ପାରେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆପଣଙ୍କ ଦୁଃଖର କାରଣ ଆପଣଙ୍କ ଚପଲ ତ ନୁହେଁ। ଆପଣଙ୍କ ପାଦର ଚପଲ ଆପଣଙ୍କୁ ବନେଇ ପାରେ କୋଟିପତି।

ସମସ୍ତ ବ୍ୟକ୍ତିଙ୍କ ସଫଳତାର କାରଣ ଗ୍ରହ ସହିତ ଜଡ଼ିତ ହୋଇଥାଏ କାରଣ ଗ୍ରହଙ୍କ ଚଳନରେ ହିଁ ଆମକୁ ନାମ ଯଶ ଏବଂ ଅପଯଶ ମିଳିଥାଏ। ଏମିତି ଲକ୍ଷ୍ୟ କରିଥିବେ ଅନେକ ଥର ଆମର ସମୟ ଭଲ ଚାଲିଥାଏ ତ କେତେକ ସମୟ ଆମର ଖରାପ ଚାଲିଥାଏ। ଏହା ଚନ୍ଦ୍ରମାଙ୍କ ଚଳନ ଉପରେ ନିର୍ଭର କରିଥାଏ। ଆଜି ଆମେ ଜ୍ୟୋତିଷ ବିଷୟରେ ଆଲୋଚନା କରିବୁ।

ଆମର ଘରର ଜୂତା ଚପଲକୁ ଯଦି ଠିକ ଭାବରେ ନରଖୁ କିମ୍ବା ଠିକ ଭାବରେ ବ୍ୟବହାର କରିନଥାଉ ତ ଏହା ଗରିବିର କାରଣ ବନିପାରେ। ଆସନ୍ତୁ ଜାଣିବା ଏହାକୁ କେମିତି ଦୂର କରିବେ। ଜୂତା ଚପଲ ସହିତ ଜଡ଼ିତ କିଛି ଖାସ କଥା ଆସନ୍ତୁ ଜାଣିବା।

କୁଣ୍ଡଳୀରେ ଯଦି ଶନିଦୋଷ ଚାଲିଛି ଶନିଙ୍କ ସାଢ଼େସାତି ଅଢେ଼ଇ ଚାଲିଛି ତେବେ ଶନିବାର ଦିନ କାହାରୁକୁ କିଛି ନକହି କଳା ରଙ୍ଗର ଜୂତା ଚପଲ ଦାନ କରିଦିଅନ୍ତୁ କିମ୍ବା ପାଖରେ ଥିବା କୌଣସି ମନ୍ଦିରକୁ ଜୂତା ଚପଲ ପିନ୍ଧି ଯାଇ ସେହି ଠାରେ ଛାଡି ଦେଇ ପଛକୁ ନବୁଲି ଚାଲି ଆସନ୍ତୁ। ଜୀବନରେ ସମସ୍ୟା ଦୂର ହୋଇଯିବ।

ମନ୍ଦିରକୁ ପୂଜା କରିବା ପାଇଁ ଯାଇଛନ୍ତି ଏବଂ ସେଠାରେ ଜୂତା ଚପଲ ଚୋରି ହୋଇଯାଇଛି ତ ଆପଣ ଭୟ କରନ୍ତୁ ନାହିଁ। ଏହାର ଅର୍ଥ ଭଗବାନଙ୍କର କୃପା ଆପଣଙ୍କ ଉପରେ ଅଛି। ଜୀବନରେ ଥିବା ସମସ୍ୟା ଦୂର ହୋଇଯାଏ।

ମନେରଖନ୍ତୁ ଛିଣ୍ଡା କିମ୍ବା ଫୋଟା ହୋଇଥିବା ଜୂତା ଚପଲ ପିନ୍ଧନ୍ତୁ ନାହିଁ। ସିଲେଇ କରି ଜୂତା ଚପଲ ପିନ୍ଧନ୍ତୁ ନାହିଁ ନଚେତ ଆପଣଙ୍କ କୁଣ୍ଡଳୀରେ ଗ୍ରହ ଖରାପ ଚଳନ କରିବେ।

ଘରର ଏରୁଣ୍ଡିରେ ଘରର କୌଣସି ବି ସଦସ୍ୟଙ୍କୁ ଜୂତା ଚପଲ କାଢ଼ିବା ଉଚିତ ନୁହେଁ। ସାଇଟରେ କାଢି ପାରିବେ। ରାସ୍ତାକୁ ପରିସ୍କାର ରଖନ୍ତୁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୂତା ଚପଲକୁ ଉତ୍ତର-ପୂର୍ବ କୋଣରେ ଭୁଲରେ ବି ରଖିଦେଲେ ଆପଣଙ୍କ ଜୀବନରେ ସମସ୍ୟା ବଢିଯାଏ। ଜୂତା ଚପଲକୁ ପଶ୍ଚିମ ଦିଗରେ ରଖିପାରିବେ।

ଯଦି କୌଣସି ବ୍ୟକ୍ତି ଜୂତା ଚପଲ ପିନ୍ଧି କରି ଘରକୁ ପ୍ରବେଶ କରିଥାଏ ତ ଏହାର ଅର୍ଥ ରାହୁ କେତୁ ବି ଘରକୁ ପ୍ରବେଶ କରିଥାନ୍ତି। ଘରେ ସମସ୍ୟା ବଢିଥାଏ ଏବଂ ହଠାତ ଚିନ୍ତା ବଢିଥାଏ।

ପୁରୁଣା ଜୂତା ଚପଲ ବହୁତ ଦିନରୁ ପଡିଛି ବ୍ୟବହାର କରିନାହାନ୍ତି ତେବେ ତାହାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ। କାରଣ ଏହା ନେଗେଟିଭିଟିର ଖୋଜନା ହୋଇଥାଏ ଅର୍ଥାତ ନକରାତ୍ମକ ଉର୍ଜାର ବାସ ହୋଇଥାଏ।

ଜୂତା ଚପଲ ଏଠି ସେଠି ରଖନ୍ତୁ ନାହିଁ। ଭଲ ଭାବରେ ସମ୍ଭାଳି କରି ରଖନ୍ତୁ। ସାଇଜ କରି ରଖନ୍ତୁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ରାଉନ କଲରର ଜୂତା ଚପଲ ପିନ୍ଧି କରି ଅଫିସକୁ ଯାଆନ୍ତୁ ନାହିଁ। ଆପଣ ଡାର୍କ ବ୍ରାଉନ ପିନ୍ଧି ପାରିବେ କିନ୍ତୁ ସମ୍ପୂର୍ଣ୍ଣ ବ୍ରାଉନ ପିନ୍ଧନ୍ତୁ ନାହିଁ।

ଧନ ସ୍ଥାନ ପୂଜା ସ୍ଥାନ ପବିତ୍ର ସ୍ଥାନରେ ଜୂତା ଚପଲ ପିନ୍ଧି ବୁଲନ୍ତୁ ନାହିଁ ନଚେତ ମା ଲକ୍ଷ୍ମୀଙ୍କର ଅନାଦର ହୋଇଥାଏ।

ପବିତ୍ର ନଦୀ ପୋଖରୀକୁ ଯିବା ସମୟରେ ଜୂତା ଚପଲକୁ ନଦୀ ପୋଖରୀ ଭିତରକୁ ନିଅନ୍ତୁ ନାହିଁ ଉପରେ ରଖନ୍ତୁ ଏବଂ ଏହାପରେ ନଦୀକୁ ପ୍ରଣାମ କରି ଗୋଡ଼ ଲଗାନ୍ତୁ।

ଅପରିଷ୍କାର ଜୂତା ଚପଲ ପିନ୍ଧନ୍ତୁ ନାହିଁ। ପରିଷ୍କାର କରି ପିନ୍ଧନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *