Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ନାରୀ ମାନେ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ଏବଂ କେଉଁ ପୁରୁଷଙ୍କୁ ଦେବୀ ଲକ୍ଷ୍ମୀ ଘୃଣା କରିଥାନ୍ତି। ଜାଣନ୍ତୁ ସେହି ବିଷୟରେ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ବାଗତ ଜଣାଉଛୁ।କେଉଁ ନାରୀ ମାନଙ୍କ ଭିତରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି? ଆଜି ଆମେ ମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ। ଆଜିକାଲିର ଯୁଗରେ ସ୍ବାମୀ ମାନେ ନାରୀ ମାନଙ୍କୁ ଅନାଦର କରୁଛନ୍ତି ଏବଂ ନାରୀ ମାନେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଅନାଦର କରୁଛନ୍ତି। ତେଣୁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, କେଉଁ ପୁରୁଷ ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ କ୍ରୋଧ ପ୍ରକାଶ କରି ଥାଆନ୍ତି ଏବଂ କେଉଁ ନାରୀ ମାନଙ୍କ ମଧ୍ୟରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି।

କହିବାକୁ ଗଲେ, ନାରୀ ମାନଙ୍କୁ ପ୍ରାୟତଃ ଚାରି ଭାଗରେ ବିଭକ୍ତ କରାଯାଇଛି।ପଦ୍ମିନୀ ନାରୀଙ୍କ ପାଖରେ ଦେବୀ ମହାଲକ୍ଷ୍ମୀ ବାସ କରିଥାନ୍ତି।ନାରୀ ମାନେ ଗୁରୁଙ୍କ ଠାରେ ଭକ୍ତି ରଖିଥାନ୍ତି ଏବଂ ଗୁରୁଙ୍କୁ ପଚାରିକି ସବୁ କାର୍ଯ୍ୟ କରନ୍ତି। ନାରୀ ମାନଙ୍କର ନିଜର ସ୍ବାମୀ ହେଉଛନ୍ତି ସବୁଠାରୁ ବଡ଼ ଗୁରୁ।ତେଣୁ ତାଙ୍କୁ ପଚାରିକି ସବୁ କାମ କରିବା ଉଚିତ।ଯେପରି ଛାଇ ତଳେ ଛିଡ଼ା ହେଲେ ଖରା କାଟେ ନାହିଁ।ସେହିପରି ନିଜ ସ୍ବାମୀଙ୍କୁ ପଚାରି ସବୁ କାର୍ଯ୍ୟ କଲେ ସୁଫଳ ମିଳିବ। କିନ୍ତୁ କୌଣସି ନାରୀ ନିଜ ସ୍ଵାମୀଙ୍କ ଆଗରେ ନିଜ ଅସ୍ତିତ୍ଵ, ପସନ୍ଦ ଆଦିକୁ ଅଣଦେଖା କରିବା ଉଚିତ ନୁହେଁ।

ପ୍ରତ୍ୟେକ ନାରୀଙ୍କୁ ନିଜ ସ୍ଵାମୀଙ୍କ ପାଖରେ ଯେତିକି ଅଛି, ସେତିକିରେ ସନ୍ତୁଷ୍ଟ ହେବା ଉଚିତ। ଏହାସହିତ ନାରୀ ମାନଙ୍କୁ ସର୍ବଦା ଧର୍ଯ୍ୟ ରଖି ସବୁ କାର୍ଯ୍ୟ ସମ୍ପନ୍ନ କରିବା ଉଚିତ। କିନ୍ତୁ ନିଜ ସ୍ୱାଭିମାନ ଓ ଆତ୍ମସମ୍ମାନକୁ ହରାଇବା ଉଚିତ ନୁହେଁ। ଧୀରେ କଥା କହିବା ଏହି ସବୁ ଜିନିଷ ନାରୀର ସୁକୁମାରୀ ଗୁଣକୁ ଦର୍ଶାଇ ଥାଏ।ଯେଉଁ ନାରୀ ଅନ୍ୟ ପୁରୁଷକୁ ଦେଖିଲେ ନିଜର ପିତା କିମ୍ବା ପୁତ୍ର ବୋଲି ଭାବୁଥିବ, ତାଙ୍କ ମନରେ ସର୍ବଦା ପବିତ୍ରତା ରହିଥାଏ। ଦେବୀ ଲକ୍ଷ୍ମୀ ତାଙ୍କ ଉପରେ ବହୁତ ପ୍ରସନ୍ନ ରହିଥାନ୍ତି।

ଯେଉଁ ନାରୀର ଅଣ୍ଟା ସରୁ ଓ ବକ୍ର ଭଳି ହୋଇଥିବ, ଆଖି ଢ଼ଳ ଢ଼ଳ ପୁରା ଉପରକୁ ଥୁଆ ହେଲା ଭଳି ଦିଶୁଥିବ ଏବଂ ଅତ୍ୟଧିକ ଗୋରା ହୋଇନଥିବ କିମ୍ବା ଅତ୍ୟଧିକ କଳା ହୋଇନଥିବ, ସେହି ନାରୀ ହେଉଛନ୍ତି ପଦ୍ମିନୀ ନାରୀ। ଏହି ନାରୀଙ୍କ ମଧ୍ୟରେ ଦେବୀ ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି। ଯେଉଁ ନାରୀ ସର୍ବଦା କଳହ କରିବାକୁ ପସନ୍ଦ କରିଥାଏ ଏବଂ ଯିଏ ନିଜ ସ୍ବାମୀଙ୍କୁ କଟୁ କଥା କହେ, ତାଙ୍କ ପାଖରେ କେବେବି ଦେବୀ ଲକ୍ଷ୍ମୀ ବାସ କରି ନଥାନ୍ତି। ଘରେ ସର୍ବଦା ସଫାସୁତୁରା ପରିବେଶ ରହିଲେ ଏବଂ ଜିନିଷପତ୍ର ସଠିକ ସ୍ଥାନରେ ରହିଲେ, ଦେବୀ ଲକ୍ଷ୍ମୀ ସେହି ଘରେ ଅବସ୍ଥାନ କରିଥାନ୍ତି।

ଯଦି ଘରର ପରିବେଶ ଅପରିଷ୍କାର, ଦୂର୍ଗନ୍ଧରେ ଭରି ଯାଉଥିବ, ତାହେଲେ ସେଠାରେ ଦେବୀ ଲକ୍ଷ୍ମୀ ରହିବେ ନାହିଁ। ଯେଉଁ ପୁରୁଷ ସର୍ବଦା ନିଜ ସ୍ତ୍ରୀ ଓ ଝିଅଙ୍କୁ ନିନ୍ଦା କରିଥାନ୍ତି ଏବଂ ଅପମାନ ଦେଇଥାନ୍ତି, ତାଙ୍କୁ ଜୀବନରେ କେବେବି ସୁଖ ଓ ଲକ୍ଷ୍ମୀ ପ୍ରାପ୍ତ ହୋଇ ନଥାଏ। ଯେଉଁ ପୁରୁଷ ଅନ୍ୟ ବିବାହିତା ସ୍ତ୍ରୀଙ୍କ ଉପରେ ଖରାପ ନଜର ପକାଇ ଥାଆନ୍ତି, ସେମାନଙ୍କ ଉପରେ ଦେବୀ ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି। ସେମାନେ ଘୋର ସମସ୍ୟାରେ ପଡିଥାନ୍ତି। ବ୍ରାହ୍ମଣ ମାନଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ। ବ୍ରାହ୍ମଣଙ୍କୁ ଅସମ୍ମାନ କଲେ ପିତୃପୁରୁଷ କ୍ରୋଧିତ ହୋଇ ଯାଇଥାନ୍ତି। ତେଣୁ ସର୍ବଦା ନିଜ କର୍ମ ଠିକ ରଖିବା ଉଚିତ। ଘରକୁ ଯେଉଁ ବ୍ରାହ୍ମଣ ଆସୁଛନ୍ତି ତାଙ୍କୁ ଦାନ ଦକ୍ଷିଣା ଦେଇ ଏବଂ ଅନ୍ନ ଭୋଜନ କରାଇବା ଉଚିତ। ଏହାଦ୍ବାରା ସେମାନଙ୍କର ଆଶୀର୍ବାଦ ମିଳିଥାଏ।

ସକାଳେ ଏବଂ ସନ୍ଧ୍ୟା ସମୟରେ ଯେଉଁ ବ୍ୟକ୍ତି ଗାଢ଼ ନିଦରେ ଶୋଇଥାଏ, ତେବେ ଦେବୀ ଲକ୍ଷ୍ମୀ ତାଙ୍କ କୋପ ପ୍ରଦର୍ଶନ କରିଥାନ୍ତି। ସେହିପରି ସକାଳେ ଓ ସନ୍ଧ୍ୟାରେ ପତି ଓ ପତ୍ନୀ ସମ୍ବନ୍ଧ ସ୍ଥାପନ କରିବା ଅନୁଚିତ।ସଂକ୍ରାନ୍ତି କିମ୍ବା ଅମାବାସ୍ୟା ଦିନ ଦେହରେ ଓ ମୁଣ୍ଡରେ ତେଲ ଲଗାଇବା ଅନୁଚିତ।କେବଳ ନାରୀର କୌଣସି ଭୁଲ କାର୍ଯ୍ୟ ଯୋଗୁଁ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ନଥାନ୍ତି, ଘରୁ ଲକ୍ଷ୍ମୀ ଛାଡ଼ି ଯିବା ପାଇଁ ପୁରୁଷ ମଧ୍ୟ ଦାୟୀ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *