Excuse Me Odisha

ଯାହା କହିବୁ ସତ କହିବୁ

ଯୋଗିନୀ ଏକାଦଶୀ ଦିନ ଏହି ୧ ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ। ପୁରା ବର୍ଷ ଜମେଇ କରି ଟଙ୍କା ଆସିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯୋଗିନୀ ଏକାଦଶୀ ଦିନ ଏହି ୧ ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ। ପୁରା ବର୍ଷ ଜମେଇ କରି ଟଙ୍କା ଆସିବ।

ଆଷାଢ଼ ମାସର କୃଷ୍ଣପକ୍ଷର ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଏ। ଏହି ବର୍ଷ ୨୪ ଜୁନକୁ ଏହି ଏକାଦଶୀ ପାଳନ କରାଯିବ। ଏହି ଏକାଦଶୀରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଏ। ଏହି ବ୍ରତ ରଖିଲେ ସମସ୍ତ ମନସ୍କାମନା ପୂରଣ ହେବା ସହିତ ସବୁ ପାପରୁ ବି ମୁକ୍ତି ମିଳିଥାଏ। ଏହି ବ୍ରତ ରଖିଲେ ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ। ଏହି ବ୍ରତ ରଖିଲେ ବ୍ୟକ୍ତିକୁ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ମାନାଯାଏ ଯେ ଏହି ଏକାଦଶୀ ବ୍ରତ ଶ୍ରଦ୍ଧା ମନରେ କରିଲେ ୮୮ ହଜାର ବ୍ରାହ୍ମଣଙ୍କୁ ଭଜନ କରେଇବା ସହିତ ସମାନ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହି ଦିନ ସର୍ଵସିଦ୍ଧି ଯୋଗ ବନୁଅଛି। ଏହି ସର୍ଵସିଦ୍ଧି ଯୋଗରେ ଯେଉଁ ବି କାର୍ଯ୍ୟ କରାଯାଏ ସେଥିରେ ସଫଳତା ମିଳିଥାଏ।

ଯଦି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ଦିନ କରନ୍ତୁ ସଫଳତା ନିଶ୍ଚୟ ମିଳିବ। ଏହି ବ୍ରତ ରଖିଲେ ବ୍ୟକ୍ତିକୁ କୁଷ୍ଠ ରୋଗ କିମ୍ବା ଅନ୍ୟ କୌଣସି ଭୟଙ୍କର ରୋଗରୁ ବି ମୁକ୍ତି ମିଳିଯାଏ। ଯଶ ପ୍ରାପ୍ତ ହୋଇଥାଏ। ଦୀର୍ଘାୟୁର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଅଜାଣତରେ ହୋଇଥିବା ପାପବି ସମାପ୍ତ ହୋଇଯାଇଥାଏ। ଏହି ବ୍ରତ ରଖିଲେ କେହି ଦେଇଥିବା ଅଭିଶାପର ବି ନିବାରଣ ହୋଇଯାଏ। ଏହି ବ୍ରତକୁ ନିଷ୍ଠାର ସହିତ ପାଳନ କରିବା ଉଚିତ। ଏହି ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପଣ ଅଟେ। ସମସ୍ତ ମନୁଷ୍ୟଙ୍କୁ ଏକାଦଶୀ ବ୍ରତ ରଖିବା ଉଚିତ। ମାସରେ ୨ ଟି ଏକାଦଶୀ ପଡେ ସମ୍ଭବତଃ ୨ ଟି ଏକାଦଶୀ ବ୍ରତର ପାଳନ କରନ୍ତୁ ନଚେତ ଆପଣ ମାସର ୧ ଥର ଏକାଦଶୀ ବ୍ରତ ରଖିପାରିବେ। ଏହି ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିଲେ ବିଶେଷ ଫଳଦାୟୀ ହୋଇଥାଏ। ଏହି ଦିନ କରାଯାଉଥିବା ଉପାୟ ଦୁଇଗୁଣା ଫଳପ୍ରଦ ହୋଇଥାଏ।

ଯଦି କୌଣସି କାରଣରୁ ଏକାଦଶୀ ବ୍ରତ କରି ପାରୁନାହାନ୍ତି ତେବେ ଭଗବାନ ବିଷ୍ଣୁଙ୍କର ପୂଜା ନିଶ୍ଚୟ କରନ୍ତୁ। ଏକାଦଶୀ କଥାର ଶ୍ରବଣ କରିନିଅନ୍ତୁ। ଏହା ଦ୍ବାରା ବି ଆପଣଙ୍କୁ ଏକାଦଶୀର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହି ଦିନ ଏକାଦଶୀ ୨୩ ଜୁନ ଗୁରୁବାର ରାତି ୯:୪୧ ମିନିଟରୁ ଆରମ୍ଭ ହୋଇ ୨୪ ଜୁନ ଶୁକ୍ରବାର ଦିନ ରାତିରେ ୧୧:୧୨ ମିନିଟରେ ତିଥିର ସମାପ୍ତ ହେବ। ବ୍ରତ ଖୋଲିବାର ସମୟ ୨୫ ଜୁନ ଶନିବାର ଦିନ ସକାଳ ୫:୫୧ ମିନିଟରୁ ଆରମ୍ଭ ହୋଇ ୮:୫୧ ମିନିଟ ମଧ୍ୟରେ ବ୍ରତର ପାଳନ କରିନିଅନ୍ତୁ।

ପ୍ରତ୍ୟକ ଏକାଦଶୀରେ ଦଶମୀ ଦିନ ଠାରୁ ଦ୍ଵାଦଶୀ ତିଥି ପର୍ଯ୍ୟନ୍ତ ସ୍ୱାତିକ ଭଜନ ଗ୍ରହଣ କରିବା ଉଚିତ।

ଯଦି ଆପଣ ଏକାଦଶୀ ବ୍ରତ ରଖୁନାହାନ୍ତି ତେବେ ମଧ୍ୟ କିଛି ନିୟମର ପାଳନ କରିବା ଉଚିତ।

ଏହି ଦିନ ରସୁଣ ପିଆଜ ମାଛ ମାଂସ ମଦର ସେବନ କରନ୍ତୁ ନାହିଁ।

ଏହି ଦିନ ଚାଉଳର ସେବନ କରନ୍ତୁ ନାହିଁ। ଚାଉଳ ଖାଇଲେ ମନ ବିଚଳିତ ହୋଇଥାଏ।

ଏହିଦିନ ତାମସିକ ଭଜନ କରିବା ଠାରୁ ଦୂରେଇ ରୁହନ୍ତୁ। ସ୍ୱାତିକ ଭଜନ ଗ୍ରହଣ କରନ୍ତୁ।

ଏହି ଦିନ ବ୍ରତ ରଖନ୍ତୁ କିମ୍ବା ନରଖନ୍ତୁ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।

ଏହି ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରିନିଅନ୍ତୁ ମା ଗଙ୍ଗାଙ୍କୁ ପ୍ରଣାମ କରି ସ୍ନାନ କରିନିଅନ୍ତୁ। ସାବୁନ ତେଲର ବ୍ୟବହାର କରିବେ ନାହିଁ।

ଏହି ଦୁଇ ଦିନ ଭୂମି ଉପରେ ଶୟନ କରିବା ଉଚିତ। ଯେଉଁ ବିଛଣାରେ ଶୋଇଥିବେ ତାହାକୁ ସ୍ପର୍ଶ କରିବେ ନାହିଁ କି ସ୍ନାନ କରିନଥିବା ବ୍ୟକ୍ତିଙ୍କୁ ବି ମଧ୍ୟ ସ୍ପର୍ଶ କରିବେ ନାହିଁ।

ସ୍ନାନ ପରେ ହଳଦିଆ ରଙ୍ଗର କପଡ଼ା ପରିଧାନ କରନ୍ତୁ।

ସ୍ନାନ ପରେ ସୁର୍ଯ୍ୟନାରାୟଣଙ୍କୁ ଜଳ ଅର୍ପଣ କରନ୍ତୁ। ଭଗବାନଙ୍କର ପୂଜାଅର୍ଚ୍ଚନା କରନ୍ତୁ। ତୁଳସୀ ମାଙ୍କୁ ଜଳ ଅର୍ପଣ କରନ୍ତୁ। ଏହି ଦିନ ତୁଳସୀ ମାଙ୍କର ପୂଜା ଅବଶ୍ୟ କରିବା ଉଚିତ।

ହାତରେ ଫୁଲ ଏବଂ ଜଳ ନେଇ ଯୋଗିନୀ ଏକାଦଶୀ ବ୍ରତ ପୂଜାର ସଂକଳ୍ପ ନିଅନ୍ତୁ। ଶୁଭ ମୁହୂର୍ତ୍ତରେ ଭଗବାନ ବିଷ୍ଣୁଙ୍କର ମୂର୍ତି କିମ୍ବା ଫୋଟକୁ ଗୋଟେ ଚୌକିରେ ସ୍ଥାପିତ କରିଦିଅନ୍ତୁ। ଏହାପରେ ତାଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତୁ ଶ୍ରୀଙ୍ଗାର କରନ୍ତୁ। ହଳଦିଆ ଫୁଲ ଫଳ ମାଳା ଧୂପ ଦୀପ ଚିନି ହଳଦୀ ତୁଳସୀ ପତ୍ର ପାନପତ୍ର ସୁପାରି ଆଦି ଅର୍ପଣ କରନ୍ତୁ। ଏହି ସମୟରେ ଓଁ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ରର ଜପ କରନ୍ତୁ। ଏହାପରେ ବିଷ୍ଣୁ ଚାଳିସା ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ।

ଯୋଗିନୀ ଏକାଦଶୀ କଥା ପଢ଼ନ୍ତୁ କିମ୍ବା ଶୁଣନ୍ତୁ।

ପୂଜା ପରେ ଘିଅର ଦୀପରେ କର୍ପୁର ପକେଇ ଭଗବାନ ବିଷ୍ଣୁଙ୍କର ଆଳତୀ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରନ୍ତୁ। ଭକ୍ତି ଭଜନ କରନ୍ତୁ। ସନ୍ଧ୍ୟାରେ ଭଗବାନ ଶ୍ରୀହରିଙ୍କର ଆଳତି କରନ୍ତୁ। ପର ଦିନ ସକାଳେ ସ୍ନାନ କରି ଭଗବାନ ବିଷ୍ଣୁଙ୍କର ପ୍ରାତଃ ପୂଜା କରନ୍ତୁ।

କୌଣସି ବ୍ରାହ୍ମଣଙ୍କୁ ଅନ୍ନ ବସ୍ତ୍ର ଫଳର ଦାନ କରନ୍ତୁ ଏବଂ ଦକ୍ଷିଣା ଦିଅନ୍ତୁ।

ଏହି ଦିନ ଚାଉଳର ସେବନ କରନ୍ତୁ ନାହିଁ। ଚାଉଳ ଖାଇଲେ ମନ ବିଚଳିତ ହୋଇଥାଏ।

ଅନାବଶ୍ୟକ ଆଳସ୍ୟ କରନ୍ତୁ ନାହିଁ।

ଏହି ଦିନ ସ୍ୱାତିକ ଭଜନ ଗ୍ରହଣ କରିବେ। ଯେଉଁ ଜିନିଷ ସେବ କରିବେ ପ୍ରଥମେ ଭଗବାନଙ୍କ ପାଖରେ ଭୋଗ ଲଗାଇବା ପରେ ସେହି ଭୋଗକୁ ସେବନ କରିବେ। ଭୋଗରେ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରିବେ।

ଏହି ଦିନ ତନ ମନକୁ ଶୁଦ୍ଧ ରଖିବା ଉଚିତ। ଏହି ଦିନ କାହାରିକୁ କଟୁ କଥା କୁହନ୍ତୁ ନାହିଁ। କାହାରିକୁ ଶାରୀରିକ ଏବଂ ମାନସିକ ପୀଡା ଦିଅନ୍ତୁ ନାହିଁ। ଝଗଡା ଲଢେଇ କରନ୍ତୁ ନାହିଁ। ମିଛ କଥା କୁହନ୍ତୁ ନାହିଁ କିମ୍ବା ଅନ୍ୟର ନିନ୍ଦା କରନ୍ତୁ ନାହିଁ। ବଡ଼ ମାନଙ୍କର ସମ୍ମାନ କରନ୍ତୁ। ଅଭାବୀ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ। ମନକୁ କୌଣସି ପ୍ରକାରର ଖରାପ ଚିନ୍ତାଧାରା ଆସିବାକୁ ଦିଅନ୍ତୁ ନାହିଁ। ନଚେତ ବ୍ରତର ପୂର୍ଣ୍ଣ ଫଳ ମିଳିନଥାଏ।

ଏକାଦଶୀ ଦିନ ଝାଡୁ ଲଗାନ୍ତୁ ନାହିଁ। ଗୋଟେ ଦିନ ପୂର୍ବରୁ ଘରକୁ ସଫା ପରିଷ୍କାର କରିନିଅନ୍ତୁ। ଝାଡୁ ଲଗେଇବା ଦ୍ୱାରା ଛୋଟ ଜୀବଜନ୍ତୁ ମରି ଯାଇପାରନ୍ତି।

ଏହି ଦିନ ଦାଢ଼ି ନଖ ଛର ଆଦି ହେବେ ନାହଁ।

ଏହି ଦିନ ଫଳ ଆହାର କରିପାରିବେ। ଜଳ ପିଇ ପାରିବେ।

ଦିନରେ ଶୋଇବା ଉଚିତ ନୁହେଁ। ଯଦି ଶୋଇଯାଇଥିବେ ତେବେ ସ୍ନାନ କରିନେବେ।

ରୋଗୀ ମାନେ ଔଷଧ ଖାଇପାରିବେ।

ଏହି ଦିନ ଯେଉଁ ଭକ୍ତ ବିଷ୍ଣୁସହସ୍ର ନାମର ପାଠ କରିଥାଏ ସେ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ କରିଥାଏ। ମୃତ୍ୟୁ ପରେ ଭଗବାନ ବିଷ୍ଣୁଙ୍କର ଚରଣରେ ଜାଗା ପାଇଥାଏ।

ପର ଦିନ ସକାଳେ ସ୍ନାନ ସାରି ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ ଏବଂ ଏହାପରେ ଶୁଭ ମୁହୂର୍ତ୍ତରେ ବ୍ରତର ପାଳନ କରନ୍ତୁ।

ଅନ୍ନ ଗ୍ରହଣ କରିବା ପୂର୍ବରୁ କୌଣସି ବ୍ରାହ୍ମଣଙ୍କୁ ଡାକି ଭଜନ ଗ୍ରହଣ କରାନ୍ତୁ। ଯଦି ସମ୍ଭବ ନହୁଏ ତେବେ ବ୍ରାହ୍ମଣଙ୍କ ପାଇଁ ଜିନିଷ କାଢି ଦକ୍ଷିଣା ସହିତ ଦାନ କରନ୍ତୁ ଏହା ପରେ ଶୁଭ ମୁହୂର୍ତ୍ତରେ ପାଳନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *