Excuse Me Odisha

ଯାହା କହିବୁ ସତ କହିବୁ

୩୦୦ ବର୍ଷ ପରେ ବନିଲା ଦୁର୍ଲଭ ମହାସଂଯୋଗ ଯୋଗିନୀ ଏକାଦଶୀ। ଗାଈକୁ ଖୁଆଇ ଦିଅନ୍ତୁ ଏହି ୧ ଛୋଟ ଜିନିଷ ରୋଡ଼ପତିରୁ କୋଟିପତି ହେବାକୁ କେହି ଅଟକାଇ ପାରିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୩୦୦ ବର୍ଷ ପରେ ବନିଲା ଦୁର୍ଲଭ ମହାସଂଯୋଗ ଯୋଗିନୀ ଏକାଦଶୀ। ଗାଈକୁ ଖୁଆଇ ଦିଅନ୍ତୁ ଏହି ୧ ଛୋଟ ଜିନିଷ ରୋଡ଼ପତିରୁ କୋଟିପତି ହେବାକୁ କେହି ଅଟକାଇ ପାରିବେ ନାହିଁ।

ଆଷାଢ଼ ମାସର କୃଷ୍ଣପକ୍ଷର ଏକାଦଶୀ ତିଥିକୁ ଯୋଗିନୀ ଏକାଦଶୀ ବ୍ରତ ରଖାଯାଏ। ଶାସ୍ତ୍ର ଅନୁସାରେ ଏହି ଏକାଦଶୀ ଚର୍ମ ରୋଗରୁ ମୁକ୍ତି ଦେଇ ସଫଳ ବନେଇବାରେ ସହାୟକ ହୋଇଥାଏ। ଏହି ବ୍ରତ ରଖିଲେ ଜୀବନରେ ସମୃଦ୍ଧି ଏବଂ ଆନନ୍ଦରେ ଖୁସି ମିଳିଥାଏ। କୁହାଯାଏ ଏହି ବ୍ରତ ତିନି ଲୋକରେ ପ୍ରସିଦ୍ଧ ଅଟେ। ମାନାଯାଏ ଯେ ଏହି ଏକାଦଶୀ ବ୍ରତ ଶ୍ରଦ୍ଧା ମନରେ କରିଲେ ୮୮ ହଜାର ବ୍ରାହ୍ମଣଙ୍କୁ ଭଜନ କରେଇବା ସହିତ ସମାନ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହି ଏକାଦଶୀ ୨୪ ଜୁନ ଶୁକ୍ରବାର ଦିନ ଅଟେ। ଯୋଗିନୀ ଏକାଦଶୀ ବ୍ରତର ଆରମ୍ଭ ୨୩ ଜୁନ ରାତି ୯:୪୧ ମିନିଟରୁ ହେବ ଏବଂ ତିଥିର ଶେଷ ୨୪ ଜୁନ ଶୁକ୍ରବାର ଦିନ ରାତି ୧୧:୧୨ ମିନିଟରେ ହେବ। ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ।

ଏହି ଦିନ ଭଗବାନ ବିଷ୍ଣୁ ମା ତୁଳସୀଙ୍କ ସହିତ ଭଗବାନ ଶିବ ପରିବାରକୁ ବି ମଧ୍ୟ ପୂଜା କରିବା ଉଚିତ। ଏହି ବ୍ରତ ରଖିଲେ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ବ୍ୟକ୍ତିକୁ କୁଷ୍ଠ ରୋଗ କିମ୍ବା ଅନ୍ୟ କୌଣସି ଭୟଙ୍କର ରୋଗରୁ ବି ମୁକ୍ତି ମିଳିଯାଏ। ଯଶ ପ୍ରାପ୍ତ ହୋଇଥାଏ। ଅଜାଣତରେ ହୋଇଥିବା ପାପବି ସମାପ୍ତ ହୋଇଯାଇଥାଏ। ଏହି ବ୍ରତ ରଖିଲେ କେହି ଦେଇଥିବା ଅଭିଶାପର ବି ନିବାରଣ ହୋଇଯାଏ। ଏହି ବ୍ରତକୁ ନିଷ୍ଠାର ସହିତ ପାଳନ କରିବା ଉଚିତ। ଏହି ଦିନ ଲକ୍ଷ୍ମୀ ନାରାୟଣ ଯୋଗ ବନୁଅଛି ଯାହା ବହୁତ ଖାସ ଅଟେ। ଏହି ଯୋଗରେ ପୂଜା କରିଲେ ଶୁଭ ଫଳର ପ୍ରାପ୍ତ ହୋଇଥାଏ। ଏହି ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିଲେ ବିଶେଷ ଫଳଦାୟୀ ହୋଇଥାଏ। ଏହି ଦିନ କରାଯାଉଥିବା ଉପାୟ ଦୁଇଗୁଣା ଫଳପ୍ରଦ ହୋଇଥାଏ।

ଏହି ଦିନ ସକାଳେ ସ୍ନାନ ପରେ ଘରର ସଫା ଭଲ ଭାବରେ କରନ୍ତୁ। ଏହାପରେ ଭଗବାନ ବିଷ୍ଣୁଙ୍କର ପ୍ରତିମାକୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ। ତାଙ୍କ ସାମ୍ନାରେ ଘିଅର ଦୀପ ଜଳାଇ ବିଷ୍ଣୁସହସ୍ର ନାମର ପାଠ କରନ୍ତୁ।

ଏହିଦିନ ଭଗବାନ ବିଷ୍ଣୁଙ୍କୁ କ୍ଷୀରି କିମ୍ବା ହାଲୁଆର ଭୋଗ ଲଗାନ୍ତୁ। ଭୋଗରେ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରିବେ।

ଯଦି ଆପଣ ଏକାଦଶୀ ବ୍ରତ ରଖୁନାହାନ୍ତି ତେବେ ମଧ୍ୟ କିଛି ନିୟମର ପାଳନ କରିବା ଉଚିତ।

ଏହିଦିନ ତାମସିକ ଭଜନ କରିବା ଠାରୁ ଦୂରେଇ ରୁହନ୍ତୁ। ସ୍ୱାତିକ ଭଜନ ଗ୍ରହଣ କରନ୍ତୁ।

ଏହି ଦିନ ବ୍ରତ ରଖନ୍ତୁ କିମ୍ବା ନରଖନ୍ତୁ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।

ଏହି ଦିନ ରସୁଣ ପିଆଜ ମାଛ ମାଂସ ମଦର ସେବନ କରନ୍ତୁ ନାହିଁ।

ଅନାବଶ୍ୟକ ଆଳସ୍ୟ କରନ୍ତୁ ନାହିଁ।

କଟୁ କଥା କୁହନ୍ତୁ ନାହିଁ। ଝଗଡା ଲଢେଇ କରନ୍ତୁ ନାହିଁ। ମିଛ କଥା କୁହନ୍ତୁ ନାହିଁ କିମ୍ବା ଅନ୍ୟର ନିନ୍ଦା କରନ୍ତୁ ନାହିଁ। ମନକୁ କୌଣସି ପ୍ରକାରର ଖରାପ ଚିନ୍ତାଧାରା ଆସିବାକୁ ଦିଅନ୍ତୁ ନାହିଁ। ନଚେତ ବ୍ରତର ପୂର୍ଣ୍ଣ ଫଳ ମିଳିନଥାଏ।

ଏହି ଦିନ ଚାଉଳର ସେବନ କରନ୍ତୁ ନାହିଁ। ଚାଉଳ ଖାଇଲେ ମନ ବିଚଳିତ ହୋଇଥାଏ।

ଆସନ୍ତୁ ଜାଣିବା ଏହି ଦିନ ମହା ଉପାୟ କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଅସୀମ କୃପା ମିଳିଥାଏ। ଘରର ଦୁଃଖ କ୍ଳେଶ ଦୂର ହୋଇଥାଏ। ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ।

ଏହି ଦିନ ସ୍ନାନ ସାରି ଭଗବାନ ବିଷ୍ଣୁଙ୍କ ସାମ୍ନାରେ ବସି ଦେଶୀ ଘିଅରେ ଦୀପ ଜଳାନ୍ତୁ। ଦୀପକୁ କୌଣସି ଫୁଲର ପାଖୁଡାର ରଖନ୍ତୁ। ଧୂପ ବତୀ ଜଳାନ୍ତୁ। ଏହାପରେ ପ୍ରଥମପୂଜ୍ୟ ଭଗବାନ ଗଣେଶଙ୍କୁ ଏହାପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ହଳଦୀ କୁମକୁମରେ ତିଳକ ଲଗାନ୍ତୁ। ଏହାପରେ ଗୋଟେ ପାତ୍ରରେ ଶୁଦ୍ଧ ଘିଅ ଏବଂ ଗୁଡ଼ ରଖନ୍ତୁ। ଗୁଡ଼ ନଥିଲେ ଅଳ୍ପ ଚିନି ଏବଂ ମିଶ୍ରି ରଖନ୍ତୁ। ଏହି ଗୁଡ଼ ଏବଂ ଚିନିକୁ ଭଗବାନ ଗଣେଶ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ଭୋଗ ଲଗାନ୍ତୁ। ଭଗବାନ ବିଷ୍ଣୁଙ୍କ ଭୋଗରେ ତୁଳସୀ ପତ୍ର ଅବଶ୍ୟ ରଖନ୍ତୁ।

ଏହି ଦିନ ତୁଳସୀ ପତ୍ର ତୋଳିବା ବର୍ଜିତ ଅଟେ ସେଥିପାଇଁ ଗୋଟେ ଦିନ ପୂର୍ବରୁ ତୁଳସୀ ପତ୍ରକୁ ତୋଳି ରଖନ୍ତୁ କିମ୍ବା ପଡିଥିବା ତୁଳସୀ ପତ୍ରକୁ ଧୋଇ କରି ଆଣିବେ। ଏହାପରେ ଭଗବାନ ଗଣେଶଙ୍କର ମନ୍ତ୍ର ଓଁ ଗଣ ଗଣପତେୟ ନମଃ ଏହି ମନ୍ତ୍ରର ଜପ ୧୧ ଥର କରନ୍ତୁ। ଏହାପରେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟର ଏକ ମାଳା ଜପ କରନ୍ତୁ ଏବଂ ଏହାପରେ ମା ଲକ୍ଷ୍ମୀଙ୍କର ମନ୍ତ୍ର ଓଁ ନମଃ ମହାଲକ୍ଷ୍ମୀୟେ ନମଃର ଏକ ମାଳା ଜପ କରନ୍ତୁ। ଏହାପରେ ହାତ ଯୋଡି ସମସ୍ତ ଦେବୀ ଦେବତାଙ୍କୁ ନମସ୍କାର କରନ୍ତୁ। ନିଜର ସମସ୍ୟାକୁ ଦୁଃଖକୁ ନିବାରଣ କରିବା ପାଇଁ ପ୍ରାର୍ଥନା କରନ୍ତୁ।

ବିନା ଲୁଣ ପକେଇ ଶୁଦ୍ଧ ପାଣିରେ ଏକ ରୋଟି ପ୍ରସ୍ତୁତ କରନ୍ତୁ। ଏହି ରୋଟିକୁ ଏକ ଥାଳିରେ ରଖିଦିଅନ୍ତୁ। ପ୍ରଥମେ ଯେଉଁ ଘିଅର ଭୋଗ ଲଗାଇଥିଲେ ସେହି ଘିଅକୁ ରୋଟିରେ ଲଗାଇ ଦିଅନ୍ତୁ। ଚିନି କିମ୍ବା ଗୁଡ଼କୁ ଏକ ତୁଳସୀ ପତ୍ର ସହିତ ରୋଟିରେ ରଖିଦିଅନ୍ତୁ। ଏହାପରେ ସମସ୍ତ ଦେବୀ ଦେବତାଙ୍କୁ ପ୍ରଣାମ କରି ସେହି ରୋଟିକୁ ନିଜର ମଥାରେ ଲଗାଇ କରି ଗୋମାତାଙ୍କୁ ଖୁଆଇ ଦିଅନ୍ତୁ। ରୋଟି ଖୁଆଇବା ସମୟରେ ଭଗବାନ ଗଣେଶ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ତାଙ୍କୁ ପ୍ରଣାମ କରନ୍ତୁ। ଶାସ୍ତ୍ର ଅନୁସାରେ ଗୋମାତାଙ୍କୁ ମା ବୋଲି କୁହାଯାଏ। ଗୋମାତାଙ୍କ ଶରୀରରେ ୩୩ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ। ତାଙ୍କର ସେବା କରିଲେ କୋଟି ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *