Excuse Me Odisha

ଯାହା କହିବୁ ସତ କହିବୁ

ଯୋଗିନୀ ଏକାଦଶୀ ୨୦୨୨ : ଜୁନ ୨୪ କିମ୍ବା ୨୫ ରେ ବ୍ରତ କେବେ କରିବେ ମହତ୍ୱ ପୂଜା ବିଧି ପାରଣ ଶୁଭ ମୁହୂର୍ତ୍ତ। ଯୋଗିନୀ ଏକାଦଶୀର ମହା ଉପାୟ। ଏହି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯୋଗିନୀ ଏକାଦଶୀ ୨୦୨୨ ୨୪ କିମ୍ବା ୨୫ ଜୁନରେ ବ୍ରତ କେବେ କରିବେ ମହତ୍ୱ ପୂଜା ବିଧି ପାରଣ ଶୁଭ ମୁହୂର୍ତ୍ତ। ଯୋଗିନୀ ଏକାଦଶୀ ଲର ମହା ଉପାୟ। ଏହି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ।

ଯୋଗିନୀ ଏକାଦଶୀ ବ୍ରତ ପ୍ରତିବର୍ଷ ଆଷାଢ଼ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥିରେ ରଖାଯାଏ। ଏହି ବ୍ରତରେ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ପୂଜା ଉପାସନା କରାଯାଏ। ଏହି ବ୍ରତ ରଖିଲେ ଭଗବାନ ବିଷ୍ଣୁଙ୍କର କୃପା ବର୍ଷା ହୋଇଥାଏ। ଭଗବାନ ବିଷ୍ଣୁଙ୍କ କୃପାରୁ ସବୁ ପାପ ଶେଷ ହୋଇଯାଏ। ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଏହି ଏକାଦଶୀ କରିଲେ ସୁଖ ସମୃଦ୍ଧି ଆସିଥାଏ।

ମାନାଯାଏ ଯେ ଏହି ଏକାଦଶୀ ବ୍ରତ ଶ୍ରଦ୍ଧା ମନରେ କରିଲେ ୮୮ ହଜାର ବ୍ରାହ୍ମଣଙ୍କୁ ଭଜନ କରେଇବା ସହିତ ସମାନ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ବ୍ୟକ୍ତିକୁ କୁଷ୍ଠ ରୋଗ କିମ୍ବା ଅନ୍ୟ କୌଣସି ଭୟଙ୍କର ରୋଗରୁ ବି ମୁକ୍ତି ମିଳିଯାଏ। ଯଶ ପ୍ରାପ୍ତ ହୋଇଥାଏ। ଅଜାଣତରେ ହୋଇଥିବା ପାପବି ସମାପ୍ତ ହୋଇଯାଇଥାଏ। ଏହି ବ୍ରତ ରଖିଲେ କେହି ଦେଇଥିବା ଅଭିଶାପର ବି ନିବାରଣ ହୋଇଯାଏ। ଏହି ବ୍ରତକୁ ନିଷ୍ଠାର ସହିତ ପାଳନ କରିବା ଉଚିତ। ପର ଦିନ ସକାଳେ ଉପବାସ ସମ୍ପୂର୍ଣ୍ଣ କରିବା ଉଚିତ।

ଏହି ବ୍ରତରେ କୌଣସି ବି ଆହାର କରିବା ବର୍ଜିତ ଅଟେ।

ଯଦି କୌଣସି ଭକ୍ତ କୌଣସି କାରଣ ବଶତଃ ଏକାଦଶୀ କରି ପାରୁନାହିଁ ତେବେ ମଧ୍ୟ ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିନେବେ। ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିଲେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ।

ଏହି ଦିନ କାହାରିକୁ ବି ଚାଉଳର ସେବନ କରିବା ଉଚିତ ନୁହେଁ।

ମିଛ ଏବଂ ଅନ୍ୟର ନିନ୍ଦା କରିବା ଉଚିତ ନୁହେଁ।

ଏହି ଦିନ ଯେଉଁ ଭକ୍ତ ବିଷ୍ଣୁସହସ୍ର ନାମର ପାଠ କରିଥାଏ ସେ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ କରିଥାଏ। ମୃତ୍ୟୁ ପରେ ଭଗବାନ ବିଷ୍ଣୁଙ୍କର ଚରଣରେ ଜାଗା ପାଇଥାଏ।

ଆସନ୍ତୁ ଜାଣିବା ଏହି ବ୍ରତର ନିତମ ବିଷୟରେ କେବେ ଆରମ୍ଭ ହେବ। ପାଳନର ଶୁଭ ମୁହୂର୍ତ୍ତ କେବେ କେଉଁ ପ୍ରକାରରେ ଭଗବାନ ବିଷ୍ଣୁଙ୍କର ପୂଜା ଆରୋଧନା କରିବେ।

ଦଶମୀ ତିଥି ଦିନରୁ ହିଁ ଏକାଦଶୀ ବ୍ରତର ପାଳନ ଆରମ୍ଭ ହୋଇଯାଏ। ଦଶମୀ ତିଥି ଦିନରୁ ହିଁ ସ୍ୱାତିକ ଭଜନ ଗ୍ରହଣ କରିବା ଉଚିତ। ଏହିଦିନ ତାମସିକ ଭଜନର ସେବନ କରନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ପୂର୍ବରୁ ଭଜନ ଗ୍ରହଣ କରିନେବେ ସୂର୍ଯ୍ୟାସ୍ତ ପରେ ଭଜନ ଗ୍ରହଣ କରନ୍ତୁ ନାହିଁ।

ଭୁଲରେ ବି ତୁଳସୀ ପତ୍ରକୁ ତୋଳିବେ ନାହିଁ।

ଏହି ଦିନ ବ୍ରତ ରଖନ୍ତୁ କିମ୍ବା ନରଖନ୍ତୁ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।

ଏହି ଦିନ ରସୁଣ ପିଆଜ ମାଛ ମାଂସ ମଦର ସେବନ କରନ୍ତୁ ନାହିଁ।

ଅନାବଶ୍ୟକ ଆଳସ୍ୟ କରନ୍ତୁ ନାହିଁ।

କଟୁ କଥା କୁହନ୍ତୁ ନାହିଁ। ଝଗଡା ଲଢେଇ କରନ୍ତୁ ନାହିଁ।

ପାଳନ କରିବାର କିଛି ନିୟମ ଅଛି।

ଯେତେବେଳେ ଆପଣ ପାଳନ କରିବେ ତ ସକାଳୁ ଶୀଘ୍ର ଉଠି ସୂର୍ଯ୍ୟନାରାୟଣଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହାପରେ ବ୍ରତର ସଂକଳ୍ପ ନେଇ ଭଗବାନ ବିଷ୍ଣୁଙ୍କର ବିଧି ପୂର୍ବକ ପୂଜା କରନ୍ତୁ।

ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଦେଶୀ ଘିଅର ଦୀପ ଜଳାନ୍ତୁ। ଗଙ୍ଗା ଜଳରେ ପଞ୍ଚାମୃତରେ କିମ୍ବା କଞ୍ଚା କ୍ଷୀରରେ କେଶର ମିଶାଇ ଅଭିଷେକ କରନ୍ତୁ। ତାଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ହଳଦିଆ ଫଳ ଭୋଗରେ ଅର୍ପଣ କରନ୍ତୁ। କଦଳୀ କ୍ଷୀରି ମିଠା ଅର୍ପଣ କରନ୍ତୁ। ଏହି ନୈବେଦ୍ୟରେ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରିବେ। ଭଗବାନ ବିଷ୍ଣୁଙ୍କର ଦ୍ଵାଦଶ ମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରର ଜପ ଏକ ମାଳା ତୁଳସୀ ମାଳାର ଜପ କରନ୍ତୁ। ଏହି ଦିନ ଗୀତା କିମ୍ବା ଗଜେନ୍ଦ୍ରମୋକ୍ଷର ପାଠ କରନ୍ତୁ। ବିଷ୍ଣୁ ସହସ୍ର ନାମ କିମ୍ବା ବିଷ୍ଣୁ ଚାଳିସାର ପାଠ ନିଶ୍ଚୟ କରନ୍ତୁ। ଅଧିକରୁ ଅଧିକ ମନ ଭଗବାନ ବିଷ୍ଣୁଙ୍କର ନାମରେ ରଖନ୍ତୁ ଆପଣଙ୍କର ମନସ୍କାମନା ପୂରଣ ହେବ।

ଏହି ଦିନ ନିରାହାର ରହି ବ୍ରତ ପାଳନ କରନ୍ତୁ।

ସନ୍ଧ୍ୟା ସମୟରେ ଭଗବାନ ବିଷ୍ଣୁଙ୍କର ସାମ୍ନାରେ ଘିଅର ଦୀପ ଜଳାଇ ବିଧିବଧ ଭାବେ ପୂଜା କରନ୍ତୁ। ଆଳତୀ କରନ୍ତୁ ମନ୍ତ୍ର ଜପ କରନ୍ତୁ।

ଯୋଗିନୀ ଏକାଦଶୀ କଥାର ଶ୍ରବଣ କରନ୍ତୁ। ଏହା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଦୁଃଖର ନାଶ ହୋଇ ସମସ୍ତ ସୁଖର ପ୍ରାପ୍ତ ହୋଇଥାଏ। ଏହି ଏକାଦଶୀ କଥା ସକାଳେ ବି ପୂଜା ପରେ ଶୁଣିପାରିବେ।

ଏହି ଦିନ ଅଖଣ୍ଡ ଦୀପ ଜାଳି ଭଗବାନ ବିଷ୍ଣୁଙ୍କର ସାମ୍ନାରେ ଭଗବତ ଗୀତା ପାଠ କରିଲେ ସମସ୍ତ ପ୍ରକାରର ପାପରୁ ମୁକ୍ତି ମିଳିଥାଏ।

ନିର୍ଧନଙ୍କୁ ଧନ ଦାନ କରନ୍ତୁ।

ଏହି ବ୍ରତ ରଖିଲେ ପିତୃପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ।

ପର ଦିନ ସକାଳେ ସ୍ନାନ ସାରି ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ ଏବଂ ଏହାପରେ ଶୁଭ ମୁହୂର୍ତ୍ତରେ ବ୍ରତର ପାଳନ କରନ୍ତୁ।

ଅନ୍ନ ଗ୍ରହଣ କରିବା ପୂର୍ବରୁ କୌଣସି ବ୍ରାହ୍ମଣଙ୍କୁ ଡାକି ଭଜନ ଗ୍ରହଣ କରାନ୍ତୁ। ଯଦି ସମ୍ଭବ ନହୁଏ ତେବେ ବ୍ରାହ୍ମଣଙ୍କ ପାଇଁ ଜିନିଷ କାଢି ଦକ୍ଷିଣା ସହିତ ଦାନ କରନ୍ତୁ ଏହା ପରେ ଶୁଭ ମୁହୂର୍ତ୍ତରେ ପାଳନ କରନ୍ତୁ।

ଏହି ଯୋଗିନୀ ଏକାଦଶୀ ଆରମ୍ଭ ସମୟ ୨୩ ଜୁନ ଗୁରୁବାର ରାତି ୯:୪୧ ମିନିଟରେ ଏବଂ ତିଥିର ଶେଷ ହେବ ୨୪ ଜୁନ ଶୁକ୍ରବାର ଦିନ ରାତି ୧୧:୧୨ ମିନିଟରେ। ତେବେ ୨୪ ଜୁନକୁ ଏକାଦଶୀ ତିଥି ଆରମ୍ଭ ହେଉଛି ଏବଂ ପୁରା ଦିନ ଏକାଦଶୀ ତିଥି ରହିବ। ବ୍ରତର ଶେଷ ହେବ ୨୫ ଜୁନ ସକାଳ ୫:୪୩ ମିନିଟରେ। ୫:୪୩ ମିନିଟରୁ ୮ ମଧ୍ୟରେ ପାଳନ କରିବାର ଶୁଭ ମୁହୂର୍ତ୍ତ ଅଟେ। ଏହି ଶୁଭ ମୁହୂର୍ତ୍ତରେ ବ୍ରତର ପାଳନ କରିନେବେ।

ଏହି ଦିନ ସର୍ଵସିଦ୍ଧି ଯୋଗ ବନୁଅଛି ଏହି ଦିନରେ ଯେଉଁ କାର୍ଯ୍ୟ କରିବେ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ।

ଏହି ବ୍ରତକୁ ରଖିଲେ ଲୋକ ବିଷ୍ଣୁ ଲୋକକୁ ପ୍ରାପ୍ତ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *