Excuse Me Odisha

ଯାହା କହିବୁ ସତ କହିବୁ

କରଜରୁ ମୁକ୍ତି ପାଇବା ପାଇଁ ମହା ଉପାୟ। ଏତେ ଟଙ୍କା ଆସିବ ଖର୍ଚ୍ଚ କରିପାରିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କରଜରୁ ମୁକ୍ତି ପାଇବା ପାଇଁ ମହା ଉପାୟ। ଏତେ ଟଙ୍କା ଆସିବ ଖର୍ଚ୍ଚ କରିପାରିବେ ନାହିଁ।

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସେନାପତିର ପଦ ଦିଆଯାଇଛି। ଏହି ଗ୍ରହର ଦେବତା ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ ଭଗବାନ ହନୁମାନ ଅଟନ୍ତି। ଭଗବାନ ହନୁମାନଙ୍କ କୃପାରୁ ହିଁ ମନୁଷ୍ୟଙ୍କର ସବୁ କଷ୍ଟର ନିବାରଣ ହୋଇଥାଏ। ମନୁଷ୍ୟ ଯେତେବେଳେ ବଡ଼ ସମସ୍ୟାରେ ଥିଲେ ମଧ୍ୟ ଯଦି ସେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିଥାଏ ତ ତାକୁ ସବୁ କଷ୍ଟରୁ ମୁକ୍ତି ସହଜରେ ମିଳିଯାଇଥାଏ। ମଙ୍ଗଳଗ୍ରହଙ୍କ ରଙ୍ଗ ଲାଲ ଅଟେ ଏଥିରେ ଅଗ୍ନିତତ୍ତ୍ୱ ଥାଏ। ମଙ୍ଗଳଙ୍କର ଦିଗ ଦକ୍ଷିଣ ଅଟେ। ମଙ୍ଗଳ ଯୁଦ୍ଧର ପ୍ରତିନିଧିତ୍ୱ କରିଥାଏ। ମଙ୍ଗଳ ନେତୃତ୍ୱ ଭୂମି ପଶୁ ପାଳନ କ୍ରୟ ବିକ୍ରୟ ବିଦ୍ୟୁତ ଏବଂ ଅଗ୍ନିର ପ୍ରତୀକ ଅଟେ। ମଙ୍ଗଳଙ୍କର ପ୍ରମୁଖ ବସ୍ତୁ ଅଟେ ଲାଲ ଚମକଦାର ପଥର ସିଂହ ହରିଣ ନିମ୍ବ ଗଛ ମସୁର ଡାଲି ଗୁଡ଼ ଲାଲି ଲଙ୍କା ଏବଂ ସିନ୍ଦୁର ଅଟେ। ଶରୀର ମଧ୍ୟମ ଭାଗ ତଥା ପେଟର କେନ୍ଦ୍ର ଭାଗ ନାଭି ମଙ୍ଗଳଙ୍କର ରାଜଧାନୀ ହୋଇଥାଏ।

ଯଦି ମଙ୍ଗଳବାର ଦିନ ସୂର୍ଯ୍ୟଙ୍କର ପ୍ରାତଃ କାଳର ସମୟରେ ନାଭିର ପଡିଥାଏ ତ ଏହା ବହୁତ ଶୁଭ ଫଳ ପ୍ରଦାନ କରିଥାଏ କିନ୍ତୁ ମଙ୍ଗଳଙ୍କର ଅଶୁଭ ପ୍ରଭାବ କାରଣରୁ ମନୁଷ୍ୟଙ୍କୁ ଅନେକ ଦୁଃଖର ସାମ୍ନା କରିବାକୁ ପଡିଥାଏ। ଯେମିତିକି ଜାତକ ଉପରେ ସମସ୍ୟା ବଢିଥାଏ ଅନ୍ୟର ସମସ୍ୟାକୁ ନିଜ ଉପରେ ନେଇ ସେ ନିଜେ ବର୍ବାଦ ହୋଇଯାଇଥାଏ। ଛୋଟ ବୟସରୁ ହିଁ ମା ଅଥବା ପିତାଙ୍କର କୌଣସି ବି ଜଣଙ୍କର ମୃତ୍ୟୁ ହୋଇଯାଇଥାଏ ଏମିତି ଜାତକ ରୋଗ ଏବଂ କରଜର ବୋଝରେ ଚିନ୍ତାରେ ବ୍ୟତୀତ କରିବ। ଏମିତି ଜାତକଙ୍କର ମୁଣ୍ଡ ଛୋଟ ପେଟ ମୋଟା ତଥା ରକ୍ତ ଖରାପ ହୋଇଥାଏ। ଏମାନଙ୍କ ସନ୍ତାନ ବି ଭଲ ହୋଇନଥାନ୍ତି ବାରମ୍ବାର ରୋଗରେ ପଡ଼ିଥାନ୍ତି।

ମଙ୍ଗଳଙ୍କର କୁପ୍ରଭାବରେ ବ୍ୟକ୍ତି ନିଜର ଭାଇ ଏବଂ ନିଜ ସ୍ତ୍ରୀଙ୍କ ଯୋଗୁ ସର୍ବଦା ଚିନ୍ତିତ ରହିଥାଏ। ମଙ୍ଗଳଙ୍କର ପ୍ରଭାବରେ ମନୁଷ୍ୟ ନାସ୍ତିକ ବିଚାର ବାଲା ଖରାପ ସ୍ୱଭାବର ତଥା ବଦନାମ ହୋଇଥାନ୍ତି ଏବଂ ମାତା ପିତା ବି ତାଙ୍କର ସାହାର୍ଯ୍ୟ କରିପାରି ନଥାନ୍ତି। ସିଂହ ଭଳି ଜୀବନ ଯାପନ କରୁଥିବା ଲୋକବି ମାଙ୍କଡ ଠାରୁ ମାଡ଼ ଖାଇବା ଭଳି ହୋଇଯାଏ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ ମନୁଷ୍ୟଙ୍କୁ କେଉଁ ଉପାୟ କରିବା ଉଚିତ ଯାହା ଦ୍ୱାରା ତାଙ୍କର ଜୀବନରେ ସୁଖ ଶାନ୍ତି ବନି ରହିବ।

ପ୍ରତ୍ୟକ ମଙ୍ଗଳବାର ଦିନ ମନୁଷ୍ୟଙ୍କୁ ହନୁମାନ ଚାଳିସାର ପାଠ ନିଶ୍ଚୟ କରିବା ଉଚିତ। ହନୁମାନ ଚାଳିସାର ପାଠ କରିଲେ ସମସ୍ତ କଷ୍ଟ ଦୂର ହୋଇଥାଏ ଏହା ସୁଖ ଶାନ୍ତି ପ୍ରଦାନ କରିଥାଏ। ପ୍ରତ୍ୟକ ଦିନ ହନୁମାନ ଚାଳିସାର ପାଠ କରିଲେ ବ୍ୟକ୍ତିର ଦୁଃଖର ନାଶ ହୋଇଥାଏ।

ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ମିଠାର ଦାନା କରିବା ଉଚିତ। ଏହା ଦ୍ବାରା ଗୃହ କ୍ଳେଶ ଦୂର ହୋଇଥାଏ।

ମଙ୍ଗଳବାର ଦିନ ଖସା ଏବଂ ଫେଣେଇ ପ୍ରବାହିତ ଜଳରେ ପ୍ରବାହିତ କରିଲେ ବି ମନୁଷ୍ୟଙ୍କ ଜୀବନରେ ସୁଖ ଶାନ୍ତି ବନି ରହିଥାଏ।

ମଙ୍ଗଳବାର ଦିନ କ୍ରୋଧ କରିବା ଉଚିତ ନୁହେଁ। ନିଜର ଭଡ ଭାଇ ମାନଙ୍କୁ ସମ୍ମାନ କରିବା ଉଚିତ। ମଙ୍ଗଳବାର ଦିନ ବଡ଼ ଭାଇଙ୍କୁ ଉପହାର ଦେଲେ ବ୍ୟକ୍ତି ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଯଦି ଅଧିକ କରଜ ବଢି ଯାଇଛି କୌଣସି ବି ପ୍ରକାରରେ ଚେଷ୍ଟା କରିବା ପରେ ବି ଧନର ପ୍ରାପ୍ତି ହୋଇପାରୁନଥାଏ ତ ମଙ୍ଗଳବାର ଦିନ ବର ଗଛର ଚେରରେ ମିଠା କ୍ଷୀର ଏବଂ ପାଣି ଦେଇ ତାର ଓଦା ମାଟିକୁ ନିଜର ନାଭିରେ ଲଗାଇବା ଉଚିତ। ଏହା ଦ୍ବାରା ଆର୍ଥିକ ସମସ୍ୟାର ନାଶ ହୋଇଥାଏ ଏବଂ କରଜରୁ ମୁକ୍ତି ମିଳିଥାଏ।

ମଙ୍ଗଳବାର ଦିନ ନିଜର ଦାନ୍ତକୁ ଫିଟିକିରି ପାଣିରେ ସଫା କରିବା ଉଚିତ। ଏହା ଦ୍ବାରା ମନରେ ଶାନ୍ତି ରହିବ। ଗୃହ କ୍ଳେଶ ଦୂର ହେବ ଏବଂ ପରିବାରରେ ସୁଖ ଶାନ୍ତି ବନି ରହିବ।

୪୦୦ ଗ୍ରାମ ଚାଉଳ କଞ୍ଚା କ୍ଷୀରରେ ଧୋଇ ୭ ଟି ମଙ୍ଗଳବାର ଦିନ ପର୍ଯ୍ୟନ୍ତ ପ୍ରବାହିତ ଜଳରେ ଭସେଇ ଦେଲେ ମଙ୍ଗଳଙ୍କର କୂପ୍ରଭାବ କମ ହୋଇଯାଇଥାଏ।

ଯଦି ରାତିରେ ନିଦ ଆସୁନଥାଏ ଖରାପ ସ୍ୱପ୍ନ ଆସୁଥାଏ ଭୟ ଲାଗୁଥାଏ ତେବେ ମଙ୍ଗଳବାର ଦିନ ରାତିରେ ଶୋଇବା ସମୟରେ ନିଜର ମୁଣ୍ଡ ପାଖରେ ପାଣି ରଖି ଶୋଇବା ଉଚିତ। ଏହା ଦ୍ବାରା ରାହୁର କୁପ୍ରଭାବରୁ ମୁକ୍ତି ମିଳିଥାଏ। ସକାଳେ ସେହି ପାଣିକୁ ପକେଇ ଦେଲେ ମନକୁ ଶାନ୍ତି ମିଳିଥାଏ।

ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥାଏ ଘରେ କ୍ଳେଶ ଲାଗି ରହିଥାଏ ତେବେ ସ୍ୱାମୀ ସ୍ତ୍ରୀଙ୍କୁ ତମ୍ବାର ଘଟିରେ ଚାଉଳ ଭରି ଚନ୍ଦନର ଲେପ ଲଗାଇ ଭଗବାନ ହନୁମାନଙ୍କ ମନ୍ଦିରରେ ଦେବା ଉଚିତ। ଏମିତି କରିଲେ ଗୃହ କ୍ଳେଶ ଦୂର ହୋଇଥାଏ ଶାନ୍ତି ବନି ରହିଥାଏ।

କରଜରୁ ମୁକ୍ତି ପାଇବା ପାଇଁ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଗୋଟେ ସାଇଟରେ ସେକା ହୋଇଥିବା ୮ ଟି ମିଠା ରୋଟି କୁକୁରକୁ ଖାଇବାକୁ ଦେବା ଉଚିତ। ଏମିତି କରିଲେ ମଙ୍ଗଳଙ୍କର କୁପ୍ରଭାଵ ପଡିନଥାଏ।

ମଙ୍ଗଳଙ୍କର କୁପ୍ରଭାବରୁ ବଞ୍ଚିବା ପାଇଁ ଘରେ ମହୁ ରଖିବା ଉଚିତ ଏବଂ କୁକୁରକୁ ବି ପାଳିବା ଶୁଭ ହୋଇଥାଏ।

ମଙ୍ଗଳବାର ଦିନ ପାଣିରେ ଗୁଡ଼ ମିଶାଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଲେ ଅନେକ ପ୍ରକାରର ଲାଭ ମିଳିଥାଏ।

ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ମନ୍ଦିରକୁ ଯାଇ ବେଶନର ଲଡୁ ଏବଂ ମିଠାର ଦାନ କରିବା ଉଚିତ।

ମନରେ ଶାନ୍ତି ପାଇଁ ମଙ୍ଗଳବାର ଦିନ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ପାନମହୁରୀ ରଖି ଶୋଇବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *