Excuse Me Odisha

ଯାହା କହିବୁ ସତ କହିବୁ

ବ୍ରହ୍ମ ମୁହୂର୍ତ୍ତରେ ଏହି ସ୍ବପ୍ନ ଦେଖିଲେ, ଶତପ୍ରତିଶତ ମିଳିଥାଏ ଧନଲାଭ।

ସେୟାର୍ କରନ୍ତୁ

ପ୍ରତ୍ୟେକ ଲୋକ ରାତିରେ ଶୋଇବା ପରେ ସ୍ବପ୍ନ ଦେଖିଥାନ୍ତି। କିଛି ଲୋକେ ଆଖି ଖୋଲା କରି ମଧ୍ୟ ସ୍ବପ୍ନ ଦେଖି ଥାଆନ୍ତି। ଏହି ସ୍ବପ୍ନ ଅତ୍ୟନ୍ତ ଶୁଭ ହୋଇଥାଏ। ରାତିରେ ଦେଖୁଥିବା ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ସୂଚନା ଦେଇଥାଏ। ସ୍ୱାଇନ ଶାସ୍ତ୍ରରେ ରାତିରେ ଶୋଇବା ପରେ ଦେଖୁଥିବା ସ୍ବପ୍ନ ବିଷୟରେ ବିସ୍ତାର ରୂପରେ ଲେଖା ଯାଇଛି। ଏହାସହିତ କେଉଁ ସ୍ବପ୍ନ କେତେ ଏକ ସତ ହୋଇଥାଏ ବା କେଉଁ ସ୍ବପ୍ନ ଶୁଭ ଓ ଅଶୁଭ ସେହି ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଆସନ୍ତୁ ସେହି ବିଷୟରେ ଜାଣିବା।

ବ୍ରହ୍ମ ମୁହୂର୍ତ୍ତରେ ଦେଖୁଥିବା ସ୍ବପ୍ନ ହୋଇଥାଏ ସତ :-

ସ୍ବପ୍ନ ଶାସ୍ତ୍ରରେ କୁହାଯାଇଛି କି ବ୍ରହ୍ମ ମୁହୂର୍ତ୍ତରେ ଦେଖୁଥିବା ସ୍ବପ୍ନ ସତ ହେବାର ସମ୍ଭାବନା ଅଧିକ ରହିଥାଏ।ସକାଳୁ ୩ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ଏହି ସମୟ ମଧ୍ୟରେ ଦେଖୁଥିବା ସ୍ବପ୍ନ ନିଶ୍ଚିତ ଭାବରେ ସଫଳ ହୋଇଥାଏ ବୋଲି କୁହାଯାଏ। ଏହାସହିତ ଏହି ସମୟରେ କିଛି ଏଭଳି ସ୍ବପ୍ନ ଦେଖିବା ଦ୍ୱାରା ଧନଲାଭ ମଧ୍ୟ ହୋଇଥାଏ।

ହସୁଥିବା ଶିଶୁକୁ ସ୍ୱପ୍ନରେ ଦେଖିବା :-

ଯଦି ଆପଣ ନିଜ ସ୍ୱପ୍ନରେ ଛୋଟ ପିଲା ବା ଶିଶୁକୁ ହସୁଥିବାର ଦେଖନ୍ତି,ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଏହାସହିତ ପରିବାରରେ ସୁଖଶାନ୍ତି ବିରାଜମାନ ହେବ।

ଧାନ ଠୁଳ ହୋଇଥିବାର ସ୍ବପ୍ନ ଦେଖିବା :-

ଯଦି ଆପଣ ନିଜ ସ୍ୱପ୍ନରେ ଅଧିକ ଧାନ ଠୁଳ ହୋଇଥିବାର ଦେଖନ୍ତି, ତାହେଲେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ। ଏହାସହିତ ଘରର ଧନଭଣ୍ଡାର ପୁରି ଉଠିବ।

ଜଳପୂର୍ଣ୍ଣ କଳସ ସ୍ୱପ୍ନରେ ଦେଖିବା :-

ଯଦି ଆପଣ ନିଜ ସ୍ୱପ୍ନରେ ଜଳପୂର୍ଣ୍ଣ କଳସ ଦେଖନ୍ତି, ତାହେଲେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।ଏହାସହିତ ଆପଣଙ୍କୁ ସବୁ କ୍ଷେତ୍ରରେ ଧନଲାଭ ହେବାର ମଧ୍ୟ ଯୋଗ ରହିଛି।

ନଦୀରେ ଗାଧୋଉ ଥିବାର ସ୍ବପ୍ନ ଦେଖିବା :-

ଯଦି ଆପଣ ନିଜ ସ୍ୱପ୍ନରେ ନିଜକୁ ନଦୀରେ ସ୍ନାନ କରୁଥିବାର ଦେଖନ୍ତି,ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଏହାସହିତ ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବାର ସଂକେତ ମିଳିଥାଏ।

ପୂର୍ବପୁରୁଷଙ୍କୁ ସ୍ୱପ୍ନରେ ଦେଖିବା :-

ଯଦି ଆପଣ ନିଜ ସ୍ୱପ୍ନରେ ପୂର୍ବପୁରୁଷଙ୍କୁ ହସୁଥିବାର ବା ଆଶୀର୍ବାଦ ଦେଉଥିବାର ଦେଖନ୍ତି, ତାହେଲେ ଏହାର ଅର୍ଥ ହେଉଛି ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବାକୁ ଯାଉଛି। ଏହାସହିତ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *