“D” ନାମ ଥିବା ଲୋକଙ୍କ ଜୀବନର ସତ୍ୟ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ D ଦ ଡ଼ ନାମ ଥିବା ଲୋକଙ୍କ ଜୀବନର ସତ୍ୟ।
ପ୍ରତ୍ୟକ ଲୋକଙ୍କର ନାମର ଅଧିକ ମହତ୍ୱ ରହିଥାଏ। A ଠୁ Z ଥିବା ଅକ୍ଷରର ନାମର ଅଲଗା ଅଲଗା ମହତ୍ୱ ରହିଥାଏ। ପ୍ରତ୍ୟକ ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର ତାର ଜୀବନ ଉପରେ ଅଧିକ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ D ନାମ ଥିବା ଲୋକମାନେ କେମିତି ହୋଇଥାନ୍ତି। ଏହି ଲୋକମାନେ ପ୍ରେମରେ କେମିତି ହୋଇଥାନ୍ତି ଏମାନଙ୍କର ରାଶି କଣ ହୋଇଥାଏ ଏବଂ ଏମାନେ ପଢ଼ାରେ କେମିତି ହୋଇଥାନ୍ତି ଏହିସବୁ ବିଷୟରେ ଜାଣିବା। ନାମର ପ୍ରଥମ za ବ୍ୟକ୍ତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ତେବେ ଆସନ୍ତୁ ଜାଣିବା D ନାମ ଥିବା ଲୋକଙ୍କ ବିଷୟରେ।
ଆସନ୍ତୁ ଜାଣିବା D ନାମ ଥିବା ଲୋକଙ୍କ ସ୍ଵଭାବ। ଏହି ନାମର ଲୋକେ ବହୁତ ଉଦାର ସ୍ୱାଭାବର ହୋଇଥାନ୍ତି ଯାହା ନିଜର ରୋମାଣ୍ଟିକ ଲାଇଫକୁ ବି ନେଇ ମଧ୍ୟ ନୂତନ ବିଚାର କରିଥାନ୍ତି। ଏମାନଙ୍କ ଜୀବନରେ ଯେବେବି କୌଣସି ନୂଆ ବ୍ୟକ୍ତି ଆସିଥାଏ ତ ସେମାନେ ତାଙ୍କ ପାଇଁ ବହୁତ ଉତ୍ସ୍ୟହିତ ହୋଇଥାନ୍ତି। ଏମାନେ ଅନ୍ୟର କେୟାର ବି କରିଥାନ୍ତି।
D ନାମ ଥିବା ଲୋକଙ୍କ ବ୍ୟକ୍ତିତ୍ୱ କେମିତି ହୋଇଥାଏ। ଏହି ଅକ୍ଷରରୁ ଆରମ୍ଭ ହେଉଥିବା ପୁଅ କିମ୍ବା ଝିଅଙ୍କର ନିଜର କାମ ଲୋକଙ୍କ ପ୍ରତି ସମର୍ପିତ ଅଟନ୍ତି। ନିଜ ଜିନିଷକୁ ନେଇ କେବେବି ବୁଝାମଣା କରନ୍ତି ନାହିଁ। ଏମାନଙ୍କୁ ସୁନ୍ଦର କିମ୍ବା ଅନ୍ୟକୁ ଆକର୍ଷିତ କରିବା ପାଇଁ କୌଣସି ଆବଶ୍ୟକତା ନାହିଁ। ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି। ଏମାନଙ୍କର ବ୍ୟକ୍ତିତ୍ୱ ବହୁତ ଆକର୍ଷଣ ହୋଇଥାଏ। ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି।
ଆସନ୍ତୁ ଜାଣିବା ତାଙ୍କର ବୁଦ୍ଧି କେମିତି ହୋଇଥାଏ। ଯେଉଁ ଲୋକଙ୍କର ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀ ଏବଂ ମା ସ୍ୱରସ୍ୱତୀ ଦୁଇଜଣଙ୍କର ହିଁ ଅପାର କୃପା ବର୍ଷା ହୋଇଥାଏ। ଏଥିପାଇଁ ଏମାନେ ବୁଦ୍ଧିମାନ ଏବଂ ଧନବାନ ହୋଇଥାନ୍ତି।
ଏମାନେ ନିଜର ମନ ଅନୁଯାୟୀ କାମ କରନ୍ତି କାହାର କଥାରେ ଆସି କୌଣସି କାମ କରନ୍ତି ନାହିଁ। ଏମାନଙ୍କୁ ଅନ୍ୟର କଥା ଶୁଣିବାକୁ ପସନ୍ଦ ନଥାଏ। ଏମାନେ କେବଳ ନିଜର ମନର କଥା ଶୁଣିଥାଆନ୍ତି। ଏମାନେ ଯେଉଁ କାମକୁ କରିବାକୁ ଲକ୍ଷ୍ୟ ରଖିଥାନ୍ତି ତ ସେହି କାମକୁ ପୁରା ନିଶ୍ଚୟ କରିଥାନ୍ତି।
କାହାକୁ ସାହାର୍ଯ୍ୟ କରିବାକୁ ଏମାନେ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ। ଏମାନେ କେବେବି କାହାକୁ ସାହାର୍ଯ୍ୟ କରିବା ସମୟରେ ଏହା ଭାବନ୍ତି ନାହିଁ ଯେ ସେ ତାଙ୍କର ଶତ୍ରୁ ଅଟନ୍ତି ନାଁ ମିତ୍ର। ଏମାନେ ବହୁତ ଜିଦଖୋର ସ୍ୱାଭାବର ହୋଇଥାନ୍ତି। ଜିଦରେ ଆସି ଏମାନେ ବହୁତ ପରିଶ୍ରମ କରିଥାନ୍ତି ଏବଂ ନିଜର ଲକ୍ଷକୁ ହାସଲ କରିନିଅନ୍ତି।
ଏମାନଙ୍କର ଲଭ ଲାଇଫ କେମିତି ହୋଇଥାଏ ଆସନ୍ତୁ ଜାଣିବା।
ଏମାନେ ପ୍ରେମକୁ ନେଇ ବହୁତ ଜିଦଖୋର ହୋଇଥାନ୍ତି। ଏମାନେ ଯାହାକୁ ପସନ୍ଦ କରନ୍ତି ତାଙ୍କୁ ପାଇବା ପାଇଁ କିମ୍ବା ତାଙ୍କ ସହିତ ଭଲ ସମ୍ପର୍କ ଗଢିବା ପାଇଁ କୌଣସି ବି କଥା ଛାଡ଼ନ୍ତି ନାହିଁ। ଏମାନେ ବହୁତ ବିସ୍ୱସ୍ତି ହୋଇଥାନ୍ତି। ଏମାନଙ୍କ ଜୀବନରେ ପ୍ରେମ ଏବଂ ପାରିବାରିକ ସମ୍ପର୍କର ମହତ୍ତ୍ଵ ବହୁତ ଅଧିକ ଅଛି। ଏମାନଙ୍କ ଭିତରେ ପ୍ରେମ ସହିତ ଇର୍ଷା ଏବଂ ଜଳନର ଭାବନା ବି ବହୁତ ଅଧିକ ଥାଏ।
ଏହି ଲୋକମାନେ ସମସ୍ତ କାର୍ଯ୍ୟ ନିଜ ଅନୁସାରେ କରିବାକୁ ଚାହାଁନ୍ତି। ନିଜ କାମରେ କାହାର ଦଖଲ ପସନ୍ଦ କରନ୍ତି ନାହିଁ। ଏମାନେ ନିଜର ସଫଳତାର ଶ୍ରେୟ କାହାରିକୁ ବି ଦିଅନ୍ତି ନାହିଁ। ଏଥିପାଇଁ ବିନା କାହାର ସହାୟତାରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ।
ଏମାନେ ବହୁତ ପରିଶ୍ରମୀ ଏବଂ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ପୁରା ପରିଶ୍ରମ କରି ସମସ୍ତ କାର୍ଯ୍ୟ କରିଥାଆନ୍ତି। ଏମାନଙ୍କୁ ବହୁତ ସହଜରେ ସଫଳତା ମିଳିଥାଏ। ନିଜର ଲକ୍ଷ ପ୍ରାପ୍ତ କରିବାକୁ ସମସ୍ତ ଚେଷ୍ଟା କରିଥାନ୍ତି।ଏମାନେ କୌଣସି ବି ପରିସ୍ଥିତିକୁ ବହୁତ ସହଜରେ ସମାଧାନ କରିନିଅନ୍ତି। ଏମାନେ ନିଜର ବୁଦ୍ଧିକୁ ଭଲ ଭାବରେ କାମରେ ଲଗାଇଥାନ୍ତି।