Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ ଗୋଟି ରାଶି ଉପରେ ମଙ୍ଗଳ ଗ୍ରହର ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି। ଆର୍ଥିକ ସଙ୍କଟ ହୋଇଯିବ ଦୂର।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଆମେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ଗୁଡ଼ିକ ବିଷୟରେ ଜାଣି ପାରି ଥାଉ। କହିବାକୁ ଗଲେ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତିରେ ପରିବର୍ତ୍ତନ ଯୋଗୁଁ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିବ। ଜୁନ ୨୭ ତାରିଖ ଦିନ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହ ମେଷ ରାଶିରେ ଅବସ୍ଥାନ କରିବାକୁ ଯାଉଛନ୍ତି।ମଙ୍ଗଳ ଗ୍ରହକୁ ଉର୍ଜା, ସାହସ, ଭୂମି, ବିବାହ ଭଳି ବସ୍ତୁର କାରକ ମାନା ଯାଇଥାଏ। ଏହି ୩ ଗୋଟି ବିଶେଷ ରାଶିର ଲୋକଙ୍କୁ ଲାଭ ପ୍ରାପ୍ତ ହେବ।

ମିଥୁନ ରାଶି :-

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଚାକିରି ଓ ବ୍ୟବସାୟ କରିଥିବା ଲୋକଙ୍କୁ ଲାଭ ପ୍ରାପ୍ତ ହେବ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ବିସ୍ତାର କରିବା ପାଇଁ ଏହି ସମୟ ଅନୁକୂଳ ସାବ୍ୟସ୍ତ ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।ପ୍ରେମ ପ୍ରସଙ୍ଗରେ ସଫଳତା ହାସଲ କରିବେ।ଆରମ୍ଭ କରିଥିବା ବ୍ୟବସାୟରେ ଅଧିକ ଲାଭବାନ ହେବେ। ସମ୍ପର୍କୀୟଙ୍କ ସହିତ ଆପଣଙ୍କର ସମ୍ବନ୍ଧ ମଧୁର ରହିବ।

କର୍କଟ ରାଶି :-

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।ଅଧିକ ଉପାର୍ଜନ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି। ସଂପତ୍ତି କ୍ରୟ ବା ବିକ୍ରୟ କରି ପାରନ୍ତି।ଚାକିରି ଓ ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବା ସହିତ ଆର୍ଥିକ ଲାଭ ପ୍ରାପ୍ତ କରିବେ। ଘରର ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ।ଘରେ କୌଣସି ମାଙ୍ଗଳିକ ଅନୁଷ୍ଠାନ ଆୟୋଜନ କରନ୍ତୁ, ଏହାଦ୍ଵାରା ଘରର ପରିବେଶ ସକାରାତ୍ମକ ରହିବ।ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ନାହିଁ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

ସିଂହ ରାଶି :-

ମଙ୍ଗଳ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ସରକାରୀ ଚାକିରୀ ପାଇଁ ଆବେଦନ କରିଥିବା ଲୋକଙ୍କ ଇଚ୍ଛା ପୂରଣ ହେବ। ଘରର ଆର୍ଥିକ ସଙ୍କଟ ଦୂର ହୋଇଯିବ। ଜମିବାଡ଼ି ସଂପର୍କିତ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *