Excuse Me Odisha

ଯାହା କହିବୁ ସତ କହିବୁ

ଅଧ ରାତିରେ ପରିଶ୍ରା ଲାଗିଲେ ଜାଣି ନିଅନ୍ତୁ କି ଏହି ସଂକେତ।

ସେୟାର୍ କରନ୍ତୁ

ମାତ୍ର ଗୋଟେ ଗ୍ଲାସ ପାଣିରେ ଜାଣନ୍ତୁ ଘରେ ଭୁତ ଅଛନ୍ତି କି ନାହିଁ। ଏହା ସହିତ ଜାଣିବା ଆପଣଙ୍କୁ ଅଧ ରାତିରେ ପରିଶ୍ରା ଲାଗିଲେ ଏହା ଭାରି ସଂକଟର ସଂକେତ ମିଳିଥାଏ। ଏହା ସହିତ ଜାଣିବା ମହିଳା ମାନଙ୍କର ଏମିତି କେଉଁ ଭୁଲ ଯୋଗୁ ପରବର୍ତ୍ତୀ ଜନିରେ ଘୁଷୁରୀ ଜନ୍ମ ନେବାକୁ ମିଳିଥାଏ।

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ସମସ୍ୟା କେବେବି ଜଣେଇକି ଆସେନାହିଁ। ସର୍ବଦା ଘରେ ନକରାତ୍ମକତା ଏତେ ବଢିଯାଏ ବିଭିନ୍ନ ପ୍ରକାରର ସମସ୍ୟା ଆସିବାକୁ ଲାଗିଥାଏ। କେବେ କେବେ ପିଲା ରୋଗରେ ପଡିଯାଇଥାନ୍ତି ତ କେବେ କେବେ ଘରର ଖୁସି ଚାଲିଯାଏ। ଏମିତିକି ପରିସ୍ଥିତି ଏମିତି ଆସିଯାଏ କି ଘରର ରୋଜଗାର କରିଥିବା ମୁଖ୍ୟ ସଦସ୍ୟଙ୍କର ଚାକିରୀ ହିଁ ଚାଲିଯାଇଥାଏ କିମ୍ବା ବ୍ୟବସାୟ ମନ୍ଦ ହୋଇଯାଇଥାଏ। ଏମିତି ମାନାଯାଏ କି ଘରେ କୌଣସି ଖରାପ ଶକ୍ତିର ଛାୟା ପଡିଯାଇଥାଏ ସେତେବେଳେ ଏମିତି ସମସ୍ୟାରେ ସାମ୍ନା କରିବାକୁ ପଡିଥାଏ।

ଯେମିତିକି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଅଚାନକ ଘରର କୌଣସି ସଦସ୍ୟଙ୍କର ମୃତ୍ୟୁ ହୋଇଯିବା। ଯାହାକୁ ଆମେ ଅକାଳ ମୃତ୍ୟୁ କହିଥାଉ। ଦୁର୍ଘଟଣା ଆଦି ହେବା। କୋର୍ଟ କଚେରୀରେ ଚକର ଲଗେଇବା ଆଦି ସାମିଲ ହୋଇଥାଏ। ଏମିତିକି ଶତ୍ରୁ ବି ବଢି ଯାଇଥାନ୍ତି। ଗରୁଡ଼ ପୁରାଣ ଅନୁସାରେ ସଂସାରରେ ଭଲ ମନ୍ଦ ଦୁଇଟି ଯାକ ଆମ ଜୀବନରେ ବାସ କରିଥାଏ। ପରନ୍ତୁ ଖରାପ ଯେତେବେଳେ ଆମ ଉପରେ ପ୍ରାଧାନ୍ୟ ଦିଏ ତ ସମସ୍ୟାର ସୀମା ଆମକୁ କିଛି ମିଳିନଥାଏ କିନ୍ତୁ ଏହି ସମସ୍ୟା ଆମ ଉପରେ ଆମର ହିଁ କିଛି ଭୁଲ କାରଣରୁ ହୋଇଥାଏ। ତ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ ବିଷୟରେ।

ଗରୁଡ଼ ପୁରାଣ ଅନୁସାରେ ଅଇଁଠା ଥାଳିରେ କିମ୍ବା ଅଇଁଠା ଗ୍ଲାସରେ କେବେବି ପାଣି ପିଇବା ଉଚିତ ନୁହେଁ। ଏହା ଦ୍ୱାରା ନକରାତ୍ମକତା ଆମ ଉପରେ ଅଧିକ ରହିଥାଏ। ଅନେକ ରୋଗ ଆମକୁ ହୋଇପାରେ। ଯେଉଁ କାରଣରୁ ଆମର କୁଣ୍ଡଳୀ ତଥା ଆମ ଉପରେ ରାହୁ ଦୋଷ ଲାଗିପାରେ। ଯେଉଁ କାରଣରୁ ଆମେ ଯାହାବି କାର୍ଯ୍ୟ କରିଥାଉ ତ ସଫଳ ହୋଇପାରିନଥାଉ। ସର୍ବଦା ଅଇଁଠା ବାସନ କିମ୍ବା ଗ୍ଲାସ ଧୋଇକି ହିଁ ଖାଦ୍ୟ ଖାଇବେ।

ପ୍ରାୟ ଦେଖିଥିବେ ଘରେ ରଖିଥିବା ଵସ୍ତୁ ଏଠି ସେଠି ହୋଇଯାଇଥାଏ। ଏହା ଚିନ୍ତାର ବିଷୟ ଅଟେ। ଏହା ଦ୍ବାରା ଘରେ କୌଣସି ଖରାପ ଶକ୍ତିର ଛାୟା ପଡିଥାଏ। ଏଥିପାଇଁ ଏହି ଭୁଲ ଘରେ ହେବାକୁ ଦିଅନ୍ତୁ ନାହିଁ। ସବୁବେଳେ ଘରେ ବସ୍ତୁ ଗୁଡିକୁ ଠିକ ଜାଗାରେ ରଖନ୍ତୁ।

ଅଚାନକ ଲାଇଟ ଜଳିବା ବନ୍ଦ ହୋଇଯିବା ଭଲ ମାନାଯାଏ ନାହିଁ। ରାତି ସମୟରେ ପାଉଁଜିର ଶବ୍ଦ ଆସିବା ବି ଶୁଭ ମାନାଯାଏ ନାହିଁ। ଏହା ଦ୍ବାରା ଜଣା ପଡିଥାଏ କି କୌଣସି ଖରାପ ଶକ୍ତିର ଛାୟା ଅଛି। ଏହି ସମସ୍ୟାରୁ ବଞ୍ଚିବା ପାଇଁ ହନୁମାନ ଚାଳିସାର ପାଠ କରିବା ଉଚିତ। ସବୁ ସମସ୍ୟା ଦୂର ହୋଇଯିବ।

ବାରମ୍ବାର କ୍ଷୀର ଉତୁରି ପଡିବ ଅଶୁଭ ମାନାଯାଏ। ଅଚାନକ କାଚ ଭାଙ୍ଗିଯିବା ଅଶୁଭ ମାନାଯାଏ। ଘରେ କୌଣସି ସଦସ୍ୟଙ୍କର ଆକ୍ସିଡେଣ୍ଟ ହୋଇଯିବା ଲମ୍ବା ସମୟ ପର୍ଯ୍ୟନ୍ତ ରୋଗ ପିଛା ଛାଡିବା ଘରେ ସଫା ହେବା ପରେ ବି ଖରାପ ହୋଇଯିବା ତେଲ ବାରମ୍ବାର ପଡିଯିବା ରାତିରେ ଭୟାନକ ଏବଂ ଖରାପ ସ୍ୱପ୍ନ ଦେଖିବା ବି ଶୁଭ ମାନାଯାଏ ନାହିଁ। ଏହି ସଂକେତ ମିଳୁଛି ତ ବୁଝି ନିଅନ୍ତୁ କି ଆପଣଙ୍କ ଘରେ ଖରାପ ଶକ୍ତିର ଛାୟା ଅଛି।

ବନ୍ଧୁଗଣ ପେଟ ଭରା ଅଛି କିନ୍ତୁ ଭୁକ ଆପଣଙ୍କୁ ବାରମ୍ବାର ଲାଗୁଛି ତ ଏହାର ଅର୍ଥାତ ଆପଣଙ୍କ ଉପରେ କାହାରି ଖରାପ ଶକ୍ତିର ଛାୟା ଅଛି କିମ୍ବା ଆପଣଙ୍କ ଉପରେ କୌଣସି ଖରାପ ନଜର ଲାଗିଛି।

ଘରର କାନ୍ଥ ବାରମ୍ବାର ଖରାପ ହେବା କିମ୍ବା ଫାଟିବା ମହିଳା ମାନଙ୍କୁ ବାରମ୍ବାର କ୍ରୋଧ ଆସିବା ଏହି ସଂକେତ ଦେଇଥାଏ କି ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ଛାୟା ଅଛି।

ଘରେ ଫାନ୍ଦ ହେବା ଘରେ ପାଣି ଟ୍ୟାପରୁ ପାଣି ଟପ ଟପ ପଡିବା କାହାର ଚିତ୍କାର ଶୁଣିବା ଏବଂ ଧନ ଆସିବା କିନ୍ତୁ ଅଚାନକ ଖର୍ଚ୍ଚ ହୋଇଯିବା କରଜ ବଢିଯିବା ଏସବୁ ଏହି ସଂକେତ ଅଟେ କି ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ବାସ ଅଛି। ଏହା ଠାରୁ ବଞ୍ଚିବା ପାଇଁ ଆପଣ ନିଜ ଘରକୁ ଭଲ ଭାବରେ ସଫା ସୁତରା କରନ୍ତୁ। ଆପଣଙ୍କୁ ନିଜ ଘରେ ସବୁଦିନ ଗଙ୍ଗା ଜଳ ଛିଞ୍ଚିବା ଉଚିତ ଏହା ସହିତ ଘରର ବାତାବରଣକୁ ବି ସୁଗନ୍ଧିତ କରିବା ଉଚିତ। ଯାହା ଦ୍ୱାରା ଖରାପ ଶକ୍ତିର ନାଶ ହେଉ। ଏଥିପାଇଁ ଘରେ ସୁଗନ୍ଧିତ ଧୂପ ଲଗେଇବା ଉଚିତ।

ଯଦି ଆପଣଙ୍କୁ ରାତିରେ ପରିଶ୍ରା ଲାଗୁଛି କିନ୍ତୁ କଣ ଆପଣ ଜାଣିଛନ୍ତି ରାତି ୧ ରୁ ୩ ଟା ଭିତରେ ନକରାତ୍ମକତା ଭ୍ରମଣ କରିଥାଏ। ଏମିତି ସମୟରେ ସେ ଆପଣଙ୍କ ଉପରେ ପଡିପାରେ। କାହିଁକିନା ୧ ରୁ ୩ ଟା ଭିତରେ ଖରାପ ଶକ୍ତିର ସମୟ ମାନାଯାଇଛି। ଏହି ସମୟରେ ଖରାପ ଶକ୍ତି ସକ୍ରିୟ ହୋଇଯାନ୍ତି। ଏହି ସମୟରେ ତାନ୍ତ୍ରିକ ବି ନିଜର ଶକ୍ତି ପ୍ରୟୋଗ କରିଥାନ୍ତି। ଏହା ତାଙ୍କ ପାଇଁ ଶୁଭ ହୋଇଥାଏ କିନ୍ତୁ ଆପଣଙ୍କ ପାଇଁ ନୁହେଁ।

ବହୁତ ଲୋକ ପରିଶ୍ରା ଘର ଠାରୁ ବହୁ ଦୂରରେ ବାହାରି କରିଥାନ୍ତି ଏହା ବହୁତ ଖରାପ ଅଭ୍ୟାସ ଅଟେ। ଆପଣଙ୍କୁ ଖୋଲା ଜାଗାରେ କେବେବି ପରିଶ୍ରା କରିବା ଉଚିତ ନୁହେଁ। ଏହା ରାତି ୧ ରୁ ୩ ଟା ଭିତରେ କେବେବି କରିବା ଉଚିତ ନୁହେଁ। ଆଉ ଦିନରେ ଏହି ସମୟରେ କେବେବି ପରିଶ୍ରା କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ଉପରେ ଖରାପ ଶକ୍ତି ପଡିପାରେ। ଏମିତିରେ ଦେବୀ ଦେବତା ମାନେ ମନୁଷ୍ୟ ଉପରେ ରାଗି ଯାଇଥାନ୍ତି।

ସୂର୍ଯ୍ୟାସ୍ତ ପରେ ଲୁଗା ଧୋଇବା ଉଚିତ ନୁହେଁ। ଏହା ଦ୍ବାରା ଘରେ ଖରାପ ଶକ୍ତି ବାସ କରିଥାଏ। ଏମିତି ବ୍ୟକ୍ତି ଭଗବାନଙ୍କର ଅପ୍ରିୟ ହୋଇଯାନ୍ତି। ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ଲୁଗା ଧୋଇବା ଉଚିତ ନୁହେଁ କି ଘରର କୌଣସି ବି ଜିନିଷ କାହାରିକୁ ଦେବା ଉଚିତ ନୁହେଁ

ସୂର୍ଯ୍ୟାସ୍ତ ସମୟରେ ସମ୍ବଦ୍ଧ ରଖିବା ଉଚିତ ନୁହେଁ।

ସୂର୍ଯ୍ୟାସ୍ତ ସମୟରେ ଭଗବାନଙ୍କର ପୂଜାର୍ଚ୍ଚନା କରିବା ଉଚିତ।

ଯଦି ଆପଣଙ୍କ ଘରେ କାହାରି ଜୋତା କିମ୍ବା ଲୁଗା ରହିଯାଇଥାଏ ତ ତାହାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ। ଅନ୍ୟର ଚପଲ କେବେବି ପିନ୍ଧିବା ଉଚିତ ନୁହେଁ। ଅନ୍ୟର ବସ୍ତ୍ର ବି କେବେବି ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ଆମ ଜୀବନରେ ସମସ୍ୟା ଆସିଥାଏ।

କେବେବି ଅନ୍ୟ ଲୋକର ନଜର ନିଜ ଘରେ ଉତାରିବା ଉଚିତ ନୁହେଁ।

ଅନ୍ୟ ଲୋକର ନଖ ନିଜ ଘରେ କାଟିବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ।

ଯେଉଁ ଘରେ ବୁଢିଆଣି ଜାଲ ହୋଇଥାଏ ସେହି ଘରେ ଭୂତ ପ୍ରେତଙ୍କ ବାସ ହୋଇଥାଏ ସେଥିପାଇଁ ବୁଢିଆଣି ଜାଲ ଘରୁ ଶୀଘ୍ର ବାହାର କରିଦିଅନ୍ତୁ।

ଶାସ୍ତ୍ର ଅନୁସାରେ ମହିଳାମାନଙ୍କୁ ସନ୍ଧ୍ୟା ସମୟରେ କେଶ ଖୋଲା ରଖିବା ଉଚିତ ନୁହେଁ। ଏହା ଦ୍ବାରା ଦୈଵ ଶକ୍ତି କ୍ରୋଧିତ ହୋଇ ଖରାପ ଶକ୍ତିର ବାସ ହୋଇଥାଏ।

ଡେରି ରାତିରେ ଆଇନା ଦେଖିବା ଉଚିତ ନୁହେଁ। ଏମିତି କଲେ ନକରାତ୍ମକ ଶକ୍ତି ଆପଣଙ୍କୁ ନିଜର ବସରେ କରିନେଇଥାଏ।

ଗର୍ଭବତୀ ମହିଳାଙ୍କୁ ରାତିରେ ଏକା ପରିଶ୍ରା କରିବାକୁ ଯିବା ଉଚିତ ନୁହେଁ।

ଯେଉଁ ମହିଳା ନିଜ ସ୍ୱାମୀଙ୍କୁ କଟୁ କଥା କହିଥାଏ ମାରିଥାଏ ବିନା କାରଣରେ ତାଙ୍କୁ ଗାଳି ଦେଇଥାନ୍ତି ତ ଏମିତି ମହିଳାଙ୍କୁ ପରବର୍ତ୍ତୀ ଜନ୍ମରେ ଘୁଷୁରୀ ଜନ୍ମ ନେବାକୁ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *