Excuse Me Odisha

ଯାହା କହିବୁ ସତ କହିବୁ

ପ୍ରେମରେ ସର୍ବଦା ଧୋକା ଖାଇଥାନ୍ତି ଏହି ୨ ଗୋଟି ରାଶିର ପୁଅମାନେ।ମିଳି ନଥାଏ ସଚ୍ଚୋଟ ପ୍ରେମ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆମ ଦେଶରେ ଅନେକ ସମୟରେ ପୁଅମାନେ ଝିଅମାନଙ୍କ ସହିତ ପ୍ରତାରଣା କରିଥାନ୍ତି।ଅଧିକାଂଶ କ୍ଷେତ୍ରରେ ଦେଖାଯାଏ କି ପୁଅ ମାନଙ୍କର ଯେତେବେଳେ ମନ ଭରିଯାଏ, ସେତେବେଳେ ପୁଅମାନେ ଝିଅମାନଙ୍କୁ ଛାଡି ଦେଇଥାନ୍ତି। କିନ୍ତୁ ଯେପରି ସବୁ ଝିଅମାନେ ସମାନ ନୁହନ୍ତି, ସେହିପରି ପୁଅମାନେ ମଧ୍ୟ ଏକା ଭଳି ହୋଇ ନଥାନ୍ତି

ଦୁନିଆରେ କିଛି ଏଭଳି ଝିଅମାନେ ଅଛନ୍ତି ଯେଉଁ ମାନେ ପୁଅମାନଙ୍କ ସହିତ ବିଶ୍ବାସଘାତକତା କରିଥାନ୍ତି। ଏଭଳି କ୍ଷେତ୍ରରେ ଜାଣତରେ ହେଉ ଅବା ଅଜାଣତରେ ପୁଅମାନଙ୍କର କୌଣସି ଦୋଷ ନଥିଲେ ମଧ୍ୟ ସେମାନଙ୍କ ରାଶିରେ କିଛି ଦୋଷ ରହିଥାଏ। ଯାହାଦ୍ଵାରା ସେମାନେ ବିଶ୍ୱାସଘାତକତାର ଶିକାର ହୋଇଥାନ୍ତି।

କହିବାକୁ ଗଲେ ସଚ୍ଚୋଟ ପ୍ରେମ କରୁଥିବା ପୁଅ ଓ ଝିଅମାନଙ୍କୁ ପ୍ରେମରେ ଧୋକା ମିଳିଲେ, ସେତେବେଳେ ସେମାନେ ବରଦାସ୍ତ କରି ପାରନ୍ତି ନାହି। ସଚ୍ଚୋଟ ପ୍ରେମ କରୁଥିବା ପ୍ରେମୀ, ତାଙ୍କ ପାର୍ଟନର ତାଙ୍କୁ ଧୋକା ଦେଉଛି କି ନାହିଁ, ଏହି କଥାର ଭୟ ସର୍ବଦା ତାଙ୍କ ମନରେ ରହିଥାଏ। କିଛି ପୁଅମାନଙ୍କ ସ୍ଵଭାବ ଅଧିକ ଯତ୍ନଶୀଳ ହୋଇଥିବାରୁ ଅଧିକାଂଶ ସମୟରେ ଏମାନଙ୍କୁ ପ୍ରେମରେ ଧୋକା ମିଳିଥାଏ। ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ରାଶି ଥିବା ପୁଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ରେମରେ ବିଶ୍ୱାସଘାତକତାର ଶିକାର ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ କୁମ୍ଭ ରାଶି :-

ଯେଉଁ ପୁଅମାନଙ୍କର କୁମ୍ଭ ରାଶି ହୋଇଥାଏ, ସେମାନେ ସ୍ୱଭାବରୁ ବହୁତ ଉତ୍ତମ ଓ ଯତ୍ନଶୀଳ ହୋଇଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ ଖୁସିରେ ରଖିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି। କିନ୍ତୁ ଏମାନଙ୍କର ସନ୍ଦେହ ପ୍ରକୃତି କାରଣରୁ ସେମାନଙ୍କ ଜୀବନସାଥୀ ତାଙ୍କ ସହିତ ରହିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ପାରିବାରିକ ପରିବେଶରେ ରହିବାକୁ ପସନ୍ଦ କରନ୍ତି ନାହିଁ।ତେଣୁ ଏହି ରାଶିର ପୁରୁଷ ମାନଙ୍କ ଜୀବନସାଥୀ ପ୍ରେମରେ ଧୋକା ଦେବା ସହିତ ସବୁଦିନ ପାଇଁ ତାଙ୍କୁ ଛାଡି ଚାଲି ଯାଇଥାନ୍ତି।

୨/ କନ୍ୟା ରାଶି :-

ଯେଉଁ ପୁଅମାନଙ୍କର କନ୍ୟା ରାଶି ହୋଇଥାଏ, ସେମାନେ ଦେଖିବାକୁ ବହୁତ ଆକର୍ଷିତ ହେବା ସହିତ ସଚ୍ଚୋଟ ହୋଇଥାନ୍ତି। ଏମାନେ ନିଜ ମନର କଥାକୁ ନିଜ ଭିତରେ ଲୁଚାଇ ରଖିଥାନ୍ତି। ଏହି ପୁରୁଷ ମାନେ ନିଜ ଜୀବନସାଥୀଙ୍କୁ ମଧ୍ୟ ମନକଥା କହିବାକୁ କୁଣ୍ଠାବୋଧ କରିଥାନ୍ତି। ଏହାସହିତ ଏମାନେ ନିଜର ପ୍ରଶଂସା ଶୁଣିବାକୁ ଭଲ ପାଇଥାନ୍ତି। ଏମାନଙ୍କର ଏହି ସ୍ଵଭାବ କାରଣରୁ ଏମାନଙ୍କ ପାର୍ଟନର ଏମାନଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଯାଇଥାନ୍ତି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *