Excuse Me Odisha

ଯାହା କହିବୁ ସତ କହିବୁ

ପିତାମାତାଙ୍କ ଉପରେ କ୍ରୋଧ ପ୍ରକାଶ କଲେ କଣ ଭୋଗିବାକୁ ପଡ଼ିଥାଏ? ଜାଣନ୍ତୁ ସେହି ବିଷୟରେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଈଶ୍ବରଙ୍କ ସୃଷ୍ଟିରେ ମନୁଷ୍ୟର ଭଲ ଓ ଖରାପ କର୍ମ ପାଇଁ ଫଳ ପ୍ରାପ୍ତି ହୋଇଥାଏ। କିନ୍ତୁ ଏପରି କିଛି କାର୍ଯ୍ୟ କରିବା କରିବା ଉଚିତ ନୁହେଁ ,ଯାହାଦ୍ଵାରା ଜୀବନ ନର୍କ ହୋଇଯିବ। ମଣିଷ ଜୀବନରେ ସୁଖ ପରେ ଦୁଃଖ ଆସିଥାଏ, ତ ଦୁଃଖ ପରେ ସୁଖ ଆସିଥାଏ।

ମନୁଷ୍ୟକୁ ନିଜ ଜୀବନରେ ଏପରି କିଛି ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ସାରା ଜୀବନ ଅନୁତାପ କରିବା ସହ ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିବ। ଆଜି ଆମେ ଆପଣଙ୍କୁ ମନୁଷ୍ୟ କ୍ରୋଧ ବଶତଃ ନିଜ ପିତାମାତାଙ୍କ ସହିତ କେଉଁ କାର୍ଯ୍ୟ କଲେ, କେଉଁ ଦଣ୍ଡ ଭୋଗ କରିବାକୁ ପଡିଥାଏ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆମକୁ ଜନ୍ମ କରିଥିବା ସବୁଠାରୁ ବଡ ଭଗବାନ ହେଉଛନ୍ତି ଆମ ପିତାମାତା। କୁହାଯାଏ କି ସେମାନେ ହେଉଛନ୍ତି ଚଳନ୍ତି ଦେବତା। ଯାହାଙ୍କର ପୂଜା ପ୍ରତ୍ୟେକ ମନୁଷ୍ୟକୁ କରିବା ଉଚିତ। ଘର ଭିତରେ ଚଳନ୍ତି ଦୁଇଟି ଦେବତା ଅଛନ୍ତି, ସେମାନେ ହେଉଛନ୍ତି ପିତା ଓ ମାତା।
କିନ୍ତୁ ଆଜିକାଲି ପିତାମାତାଙ୍କୁ କେହି ସନ୍ତାନ ଖାତିର କରୁ ନାହାନ୍ତି।

ଏହାସହିତ ଅଧିକାଂଶ ପିତାମାତା ମଧ୍ୟ ନିଜ ସନ୍ତାନଙ୍କୁ ବାନ୍ଧି ରଖୁଛନ୍ତି ଓ ତାଙ୍କ ମଧ୍ୟରେ ଲାଳସା ବୃଦ୍ଧି ହେଉଛି। ସ୍ପଷ୍ଟ ରୂପରେ କହିବାକୁ ଗଲେ ଏହି ଆଧୁନିକ ଯୁଗରେ ପୌରାଣିକ କାଳରେ ଥିବା ପିତାମାତା ଓ ସନ୍ତାନ ଥିବା ପରିବାର ଭଳି ଏବେ ସେପରି ପରିବାର ନାହିଁ। ଯାହାର ପରିଣାମ ସ୍ୱରୂପ ସନ୍ତାନ ମାନେ ଭବିଷ୍ୟତରେ ଦଣ୍ଡ ଭୋଗ କରୁଛନ୍ତି।କାରଣ ଶାସ୍ତ୍ରରେ କୁହାଯାଇଛି କି ପିତାମାତାଙ୍କ ଆଖିରେ ଲୁହ ଆସିଲେ, କେବେ ମଧ୍ୟ ସନ୍ତାନ ଖୁସିରେ ରହି ନଥାନ୍ତି।

ଶାସ୍ତ୍ର ଅନୁସାରେ, କ୍ରୋଧ ବଶତଃ ଯଦି ବାପାଙ୍କ ଦେହରେ ଗୋଡ ବାଜିଲା ବା ଆପଣ ଜାଣି ଶୁଣି ଗୋଇଠା ମାରିଲେ, ତାହେଲେ ଏହି ଜନ୍ମରେ ବଞ୍ଚି ଥାଉ ଥାଉ ଆପଣଙ୍କୁ କୃଷ୍ଠ ରୋଗ ହେବ। ଠିକ ସେହିପରି ଯଦି ମାଆଙ୍କୁ କୌଣସି ସନ୍ତାନ ଗାଳି ଦିଏ ବା ଆଖି ଦେଖାଏ ବା ଚାପୁଡା ମାରେ ଏବଂ ଏହା ସହ୍ୟ ନ କରିପାରି ମା ଆଖିରୁ ଲୁହ ଆସିଲା, ତାହେଲେ ଏହି ଜନ୍ମରେ ଆପଣ ଅନେକ ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି।

ଏହି ଦୁଇଟି ପ୍ରମୁଖ କାରଣ ହେଉଛି ଯଦି ମନୁଷ୍ୟ ପୂର୍ବ ଜନ୍ମରେ ଏଭଳି କିଛି କର୍ମ କରିଥିବ, ତାହେଲେ ଏହି ଜନ୍ମରେ ସେହି କର୍ମର ଫଳ ଭୋଗିବାକୁ ପଡିବ। ତେବେ ସନ୍ତାନ ମାନେ ବାପା ପିତାମାତାଙ୍କ ପ୍ରତି ଯଦି ଏମିତି ଜାଣତରେ ହେଉ ଅବା ଅଜାଣତରେ ହେଉ କରିଥାନ୍ତି, ତାହେଲେ ଏହିଜନ୍ମରେ ଏହାର ଫଳ ଭୋଗ କରିବାକୁ ପଡିଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *