Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ମଙ୍ଗଳବାର ରାଜଯୋଗରେ ଆସିଲା ମହା ପୂର୍ଣ୍ଣିମା। ତୁଳସୀ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ଚମକିଯିବ ଆପଣଙ୍କ ଭାଗ୍ୟ। ବର୍ଷ ବର୍ଷର ଗରିବୀ ହେବ ଦୂର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ଚମକିଯିବ ଆପଣଙ୍କ ଭାଗ୍ୟ। ବର୍ଷ ବର୍ଷର ଗରିବୀ ହେବ ଦୂର।

ଆମର ସନାନ୍ତନ ଧର୍ମରେ ପୂର୍ଣ୍ଣିମା ତିଥିକୁ ବହୁତ ମହତ୍ୱ ଦିଆଯାଇଛି। ପ୍ରତ୍ୟକ ହିନ୍ଦୁ ମାସରେ ଶେଷ ଦିନରେ ପୂର୍ଣ୍ଣିମାର ଦିନ ପାଳନ କରାଯାଏ। ବର୍ଷର ସବୁଠାରୁ ବଡ଼ ପୂର୍ଣ୍ଣିମା ଜ୍ୟୋଷ୍ଠ ମାସର ଜୁନ ୧୪ ମଙ୍ଗଳବାର ଦିନ ପଡୁଅଛି। ଏହି ତିଥିକୁ ଜ୍ୟୋଷ୍ଠ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ଭକ୍ତ ଭଗବାନ ଶିବଙ୍କ ପାଇଁ ଗଙ୍ଗା ଜଳ ନେଇ ଅମରନାଥ ଯାତ୍ରା କରିଥାନ୍ତି। ଏହି ଦିନ ବଟପୂର୍ଣ୍ଣିମାର ବି ବ୍ରତ ରଖାଯାଏ। ସ୍ୱାମୀ ମାନଙ୍କର ଲମ୍ବା ଆୟୁଷ ପାଇଁ ଦାମ୍ଫତ୍ୟ ଜୀବନ ଏବଂ ପୁତ୍ର କାମନା ପାଇଁ ମଧ୍ୟ ଏହି ବ୍ରତ ରଖାଯାଏ।

ଏହି ଦିନ ସ୍ନାନ ଏବଂ ଦାନର ବିଶେଷ ପରମ୍ପରା ଅଛି। ଏହି ଦିନ ସତ୍ୟନାରାୟଣଙ୍କ ପୂଜା କରାଯାଏ ଏବଂ କଥା ଶୁଣା ଯାଏ। ଏହି ଦିନ ବଡ଼ ମଙ୍ଗଳବାର ଅଟେ। ଏହି ମଙ୍ଗଳବାର ଦିନ ହନୁମାନ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରଥମେ ସାକ୍ଷତ କରିଥିଲେ। ଏହି ଦିନ ଭଗବାନ ହନୁମାନଙ୍କର ପୂଜା କଲେ ଚନ୍ଦ୍ର ଦୋଷ ଦୂର ହୋଇଥାଏ ଏବଂ କୁଣ୍ଡଳୀରେ ଚନ୍ଦ୍ରମାଙ୍କ ସ୍ଥିତି ମଜବୁତ ହୋଇଥାଏ। ମହିଳାମାନେ ଏହି ଦିନ ସ୍ତ୍ରୀ ମାନେ ଭଗବାନ ବ୍ରହ୍ମା ନାରଦ ଏବଂ ଯମଙ୍କ ପୂଜା କରିଥାନ୍ତି। ଏହି ଦିନ ବ୍ରତ କରୁଥିବା ମହିଳା ମାନଙ୍କୁ ପୁତ୍ର ପ୍ରାପ୍ତି ଏବଂ ସ୍ୱାମୀଙ୍କର ଲମ୍ବା ଆୟୁଷର ଆଶୀର୍ବାଦ ପ୍ରାପ୍ତ କରିଥାଏ।

ଶାସ୍ତ୍ର ଅନୁସାରେ ପୂର୍ଣ୍ଣିମା ବ୍ରତର ପୂଜା ପ୍ରାତଃ ସମୟରେ କରାଯାଏ ଏବଂ ରାତିରେ ଚନ୍ଦ୍ରମାଙ୍କର ପୂଜାର ବିଧି ଅଛି। ଏହି ଦିନ ଶୁଭ ଏବଂ ବୁଧାଦିତ୍ୟ ସହିତ ଶ୍ରେଷ୍ଠ ପୁରୁଷ ନାମର ମହାଯୋଗ ବି ବନୁଅଛି। ଯାହା ଦ୍ୱାରା ଏହି ପର୍ବ ଆହୁରି ଖାସ ହୋଇଯାଇଛି। ଏହି ଶୁଭ ମୁହୂର୍ତ୍ତରେ କରାଯାଇଥିବା ସ୍ନାନ ଏବଂ ଦାନର ଅନେକ ଗୁଣା ପୁଣ୍ୟ ବଢି ଯାଇଥାଏ।

ଜ୍ୟୋଷ୍ଠ ପୂର୍ଣ୍ଣିମାରେ ଚନ୍ଦ୍ରଙ୍କ ସହିତ ଜଡ଼ିତ ଜିନିଷର ଦାନ କରିବା ଉଚିତ। ଏହି ଦିନ କୌଣସି ବ୍ରାହ୍ମଣଙ୍କୁ ଧଳା ରଙ୍ଗର ବସ୍ତ୍ର ଚିନି ଚାଉଳ ଦହି ଚାନ୍ଦି ମୋତି ଆଦିର ଦାନ କରିପାରିବେ। ଏହା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ।

ଏହି ଦିନ ବିଶେଷ ରୂପରେ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଉଚିତ।

ଅବିବାହିତ ଲୋକମାନେ ଏହି ଦିନ ପୂଜା କଲେ ଶୁଭ ପରିଣାମ ମିଳିଥାଏ। ଏହି ଦିନ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ଭଗବାନ ଶିବଙ୍କର ଅଭିଷେକ କରନ୍ତୁ ବିବାହରେ ଆସୁଥିବା ବାଧା ଦୂର ହୋଇଯିବ।

ଶାସ୍ତ୍ର ଅନୁସାରେ ଅସ୍ତ ଗଛରେ ପୂର୍ଣ୍ଣିମା ଦିନରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏହି ଦିନ ସକାଳୁ ସ୍ନାନ କରିବା ପରେ ଅସ୍ତ ଗଛରେ କିଛି ମିଠା ଅର୍ପଣ କରି ଜଳ ଅର୍ପଣ କରିଦିଅନ୍ତୁ। ଏମିତି କଲେ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ।

ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ରାତିରେ ମା ଲକ୍ଷ୍ମୀଙ୍କ ସହିତ ଜଡ଼ିତ ଉପାୟ ଅବଶ୍ୟ କରନ୍ତୁ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଯୋଗୁ ବ୍ୟକ୍ତିଙ୍କ ଆର୍ଥିକ ଉନ୍ନତିର ରାସ୍ତା ଖୋଲିଥାଏ।

ଏହି ଦିନ ତୁଳସୀ ଗଛରେ ରଖିଦିଅନ୍ତୁ ଗୋଟେ ଜିନିଷ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁବି ପ୍ରସନ୍ନ ହୋଇଯିବେ।

ପୂର୍ଣ୍ଣିମା ତିଥି ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ସମର୍ପଣ ଅଟେ। ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ତୁଳସୀ ବିନା ଅଧୁରା ମାନାଯାଏ। ହନୁମାନଙ୍କୁ ବି ତୁଳସୀ ବହୁତ ପ୍ରିୟ ଅଟେ। ଏମିତି ମାନ୍ୟତା ଅଛି ତୁଳସୀ ଗଛକୁ ଘରର ଅଗଣାରେ ଲଗାଇବା ଦ୍ୱାରା ପୂର୍ବ ଜନ୍ମର ସବୁ ପାପ ଶେଷ ହୋଇଯାଏ। ତୁଳସୀକୁ ହରିପ୍ରିୟ କୁହାଯାଏ। ପଦ୍ମ ପୁରାଣରେ ଉଲ୍ଲେଖ ଅଛି ଯେଉଁଠି ବି ତୁଳସୀ ଥାଏ ସେଠାରେ ଭଗବାନ ବ୍ରହ୍ମା ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବ ନିବାସ କରିଥାନ୍ତି।

ତୁଳସୀର ପୂଜା କରିଲେ ବ୍ୟକ୍ତିର ବଡ଼ରୁ ବଡ଼ ଦୋଷ ଦୂର ହୋଇଥାଏ। ସମ୍ପୂର୍ଣ୍ଣ ପାପ ବି ନଷ୍ଟ ହୋଇଯାଏ। ଏହି ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତୁଳସୀ ପୂଜା ନିଶ୍ଚୟ କରନ୍ତୁ। ଏହି ଦିନ ଦେଶୀ ଘିଅର ଦୀପ ଧୂପ ତୁଳସୀ ଗଛ ମୂଳରେ ରଖି ଜଳାନ୍ତୁ।

ପୂଜାରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କଉଡିର ବ୍ୟବହାର କରାଯାଏ। କଉଡ଼ିକୁ ପ୍ରଥମେ ଭଲ ଭାବରେ ଧୋଇ ସଫା କରିନିଅନ୍ତୁ। ଏହି କଉଡିକୁ ନିଜ ମଥାରେ ୧୧ ଥର ଲଗାଇ ଜୟ ମା ଲକ୍ଷ୍ମୀ ଜପ କରନ୍ତୁ। ଏହାପରେ ଏହାକୁ ଦୀପରେ ପକେଇ ଦିଅନ୍ତୁ। ଏହାପରେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ଏବଂ ତୁଳସୀକୁ ପ୍ରଣାମ କରି ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରି ତୁଳସୀ ମାଙ୍କ ଚତୁର୍ପାର୍ଶ୍ଵରେ ୧୧ ଥର ପରିକ୍ରମା କରନ୍ତୁ। ଏହା ପରେ ତୁଳସୀ ମାଳାରେ ୧୦୮ ଥର ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଜପ କରନ୍ତୁ।

ଏହି ଦିନ ତୁଳସୀ ମାଙ୍କ ପାଖକୁ ଯାଇ ଗୋଟିଏ ହଳଦିଆ ବସ୍ତ୍ର ନେଇ ସେଥିରେ ଅଳେଇଚ ଏବଂ ମୁଦ୍ରା ଗୋଟିଏ ହଳଦୀ ଗଣ୍ଠି ନିଅନ୍ତୁ। ଆପଣ ତାହାକୁ ଚୁପ ଚାପ ତୁଳସୀକୁ ଚଢାଇ ଦିଅନ୍ତୁ। ଚଢ଼େଇବା ପରେ ନିଜର ମନକାମନା କୁହନ୍ତୁ। ଆପଣ ପର ଦିନ ତାକୁ ସେଠାରୁ ଉଠାଇ ଆଣି ଘରେ ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ।

ଏହା ଦ୍ବାରା ଧନର ଆଗମନ ହୋଇଥାଏ। ବର୍ଷ ସାରା ଆପଣଙ୍କ ଭାଗ୍ୟ ଚମକି ଉଠିବ। ଆପଣ ଚାହିଁଲେ ଗୋଟିଏ ମୁଦ୍ରାକୁ ନେଇ ହଳଦୀ ଦ୍ୱାରା ନିଜ ନାଁର ପ୍ରଥମ ଅକ୍ଷରକୁ ଲେଖନ୍ତୁ ଏବଂ ଏହାକୁ ଚୁପଚାପ ତୁଳସୀ ଉପରେ ଚଢାଇ ପରେ ଏହାକୁ ଆଲମାରୀରେ ରଖନ୍ତୁ। ବର୍ଷ ସାରା ଆପଣଙ୍କର ଗରିବତା ଦୂର ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *