Excuse Me Odisha

ଯାହା କହିବୁ ସତ କହିବୁ

ମିଳିଗଲା କ୍ୟାନ୍ସର ରୋଗ ପାଇଁ ସଞ୍ଜିବନୀ। ଜାଣନ୍ତୁ କଣ ସେହି ଔଷଧ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ । କ୍ୟାନସର ରୋଗ ପାଇଁ ସଞ୍ଜିବନୀ ମିଳିଗଲା। ରୋଗୀ ୬ ମାସରେ ସୁସ୍ଥ ହୋଇଯିବେ। ଏହି ଔଷଧ ଚମତ୍କାର ପ୍ରଭାବ ଦେଖାଉଛି। ଏହି ଔଷଧର ସେବନ କରି ୧୮ ଜଣ କ୍ୟାନସର ପୀଡ଼ିତ ରୋଗୀ ସୁସ୍ଥ ହେଲେଣି। ଏହି ରୋଗକୁ ଭଲ କରିବା ପାଇଁ ଚିକିତ୍ସା ବିଜ୍ଞାନ ଯଦିଓ ସଫଳ ହୋଇଛି, କିନ୍ତୁ ଏଥିରେ ଯେତେ ଅର୍ଥ ଆବଶ୍ୟକ, ତାହା ସାଧାରଣ ଲୋକ ମାନଙ୍କ କ୍ଷେତ୍ରରେ ସମ୍ଭବ ହୋଇ ପାରୁ ନାହିଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବର୍ତମାନ ଏହି ଔଷଧକୁ ନେଇ କ୍ଲିନିକାଲ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ପରେ ବିଶେଷଜ୍ଞ୍ୟ ମାନେ ଦାବି କରିଛନ୍ତି ଯେ, ଯେଉଁ ରୋଗୀ ମାନଙ୍କୁ ନେଇ ପରୀକ୍ଷା କରା ଯାଇଥିଲା, ସେମାନେ ଶତ ପ୍ରତିଶତ ସୁଫଳ ପାଇଛନ୍ତି ଏବଂ ସମାନେ କର୍କଟ ରୋଗରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇଛନ୍ତି। ତେବେ ଭବିଷ୍ୟତରେ ଏହି ଔଷଧ ପ୍ରଭାବଶାଳୀ ରହିଲେ, ଏହା କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସଞ୍ଜିବନୀ ବୋଲି କୁହାଯିବ। ୧୮ ଜଣ କ୍ୟାନସର ରୋଗୀକୁ ନେଇ ଡାକ୍ତର ମାନେ ଏହି ପରୀକ୍ଷଣ କରି ସଫଳ ହୋଇଛନ୍ତି। ଏହି ରୋଗୀ ମାନଙ୍କୁ ୬ ମାସ ପାଇଁ ଡୋଷ୍ଟରୀ ରିମାଲ ନାମକ ଏକ ଔଷଧ ଦିଆ ଯାଇଥିଲା।

ତେବେ ନ୍ୟୁୱର୍କର ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଡୋଷ୍ଟରୀ ରିମାଲ ନାମକ ଏକ ଔଷଧ ଲ୍ୟାବରେ ବଢୁଥିବା ଅଣୁ ଗୁଡିକରୁ ତିଆରି ହୋଇଛି। ଏହା ମାନବ ଶରୀରରେ ଏଣ୍ଟିବଡ଼ି ପରି କାମ କରେ। ଯେଉଁ ରୋଗୀଙ୍କୁ ଏହି ଔଷଧ ଦିଆ ଯାଉଥିଲା, ସେମାନଙ୍କ ଟ୍ୟୁମର ଧିରେ ଧିରେ ଭଲ ହେଉଥିଲା ବୋଲି ବିଶେଷଜ୍ଞ୍ୟ ମାନେ ମତ ଦେଇଥିଲେ। ଏହି ସମସ୍ତ ରୋଗୀ ମାନଙ୍କୁ ୬ ମାସ ଔଷଧ ଦେବା ପରେ ସେମାନଙ୍କ ପାଖରେ କ୍ୟନସରର କୌଣସି ଚିହ୍ନ ରହିନଥିବା ମତ ଦେଇଛନ୍ତି।

ତେବେ ଶାରୀରିକ ପରକ୍ଷା , ଏଣ୍ଡୋସ୍କପୀ , ପ୍ରଜିଟୋମ , ନିଗୋମନ ଟୋମ ଗ୍ରାଫି ଏବଂ ପିଇଟି ସ୍କାନ ସହିତ ଇ ଏମ ଆଇ ମଧ୍ୟ ହେଉଥିଲା। ନ୍ୟୁୱର୍କର ସ୍ଲୋନ ମେମୋରିଆନ ସ୍ଲୋନ କେଟରିଂ ସେଣ୍ଟର ର ଡାକ୍ତର ଲୁଇସାଙ୍କ କହିବା ଅନୁସାରେ, ଏତେ ଦିନର ଇତିହାସରେ ପ୍ରଥମ ଥର ପାଇଁ ଏହା ସମ୍ଭବ ହୋଇ ପାରିଲା ଯେ ସମସ୍ତ ରୋଗୀ ଏହି ଚିକିତ୍ସା ଦ୍ୱାରା ଆରୋଗ୍ୟ ଲାଭ କରିଛନ୍ତି। ତେବେ କର୍କଟ ରୋଗର ଚିକିତ୍ସା ସମୟରେ ସମସ୍ତ ରୋଗୀ ମାନଙ୍କୁ କେମୋ ଥେରାପୀ ସର୍ଜରୀ ବିକିରଣ ପରି ଯନ୍ତ୍ରଣା ଦାୟକ ପକ୍ରିୟା ଦେଇ ଗତି କରିବାକୁ ପଡେ।

ଏହି ପକ୍ରିୟାରେ ସେମାନଙ୍କ ଦେହରେ ଅନେକ ରୋଗ ମଧ୍ୟ ହେଉଥିବାର ସୂଚନା ମିଳିଥିଲା। କିନ୍ତୁ ଏହି କ୍ଲିନିକାଲ ପରିକ୍ଷଣରୁ ମିଳିଥିବା ଫଳାଫଳ ଦ୍ୱାରା ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏବେ ରୋଗୀ ମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କୁ ଏହି ଚିକିତ୍ସାରେ ସୁଫଳ ମିଳୁଛି ଓ ଏହି ରୋଗୀ ମାନେ ଏହି ରୋଗରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *