Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଗୋଟି କାରଣରୁ ମନୁଷ୍ୟ ନିଜର ସମ୍ମାନ ହରାଇ ଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହିଁ ଦୁନିଆରେ ପ୍ରତ୍ୟେକ ମନୁଷ୍ୟ ସମ୍ମାନ ଆଶା ରଖିଥାନ୍ତି। ଅଧିକାଂଶ ସମୟରେ ସମ୍ପର୍କ ଧୀରେ ଧୀରେ ଫିକା ପଡି ଯାଇଥାଏ ଓ ଅଜାଣତରେ ମଣିଷର ସମ୍ମାନ ଦେବା ଓ ନେବା ଧୀରେ ଧୀରେ କମିଯାଏ। ଆପଣ କାହା ସହିତ ପ୍ରଥମେ ମିଶିଲେ, ବହୁତ ସମ୍ମାନ ଓ ଆଦର ମିଳିଥାଏ। କିନ୍ତୁ କିଛିଦିନ ପରେ ସେହି ସମ୍ମାନ ଧୀରେ ଧୀରେ କମିଯାଏ। ସେତେବେଳେ ମଣିଷକୁ ବହୁତ କଷ୍ଟ ହୋଇଥାଏ।ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ମନୁଷ୍ୟ କେଉଁ କାରଣରୁ ନିଜ ସମ୍ମାନ ହରାଇ ଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ପ୍ରଥମ କାରଣଟି ହେଉଛି, ଆମେ ନିଜ ଆଡୁ ସମ୍ମାନ ପ୍ରାପ୍ତ କରି ଥାଉ। ସମ୍ମାନ ହେଉଛି ପ୍ରତିବିମ୍ବ ଅର୍ଥାତ ଆମେ ଯଦି କାହାକୁ ଉଚିତ ସମ୍ମାନ ଦେବା, ତାହେଲେ ନିଶ୍ଚିତ ଭାବରେ ଆମକୁ ମଧ୍ୟ ସମ୍ମାନ ପ୍ରାପ୍ତ ହେବ। ସାଙ୍ଗମାନେ, ଯଦି ଆପଣ ସମ୍ମାନ ପାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ନିଜେ ଆଗ ଅନ୍ୟମାନଙ୍କୁ ସମ୍ମାନ ଦିଅନ୍ତୁ, ଦେଖିବେ ଆପଣ ମଧ୍ୟ ସମ୍ମାନ ପାଇବେ।

– ଦ୍ଵିତୀୟ କାରଣଟି ହେଉଛି, ଆମେ ଆମ ସୀମା ଭୁଲି ଯାଇ ଥାଉ। ସମ୍ପର୍କ ଯେତେ ସୁଦୃଢ ହେଉ ନା କାହିଁକି କେବେବି ଆପଣ ନିଜର ସୀମା ଭୁଲନ୍ତୁ ନାହିଁ।ଆପଣ ସର୍ବଦା କୌଣସି ସମ୍ପର୍କ ଓ ଆପଣଙ୍କ ମଧ୍ୟରେ ଗୋଟେ ସୀମା ରେଖା ଆଙ୍କି ରଖନ୍ତୁ। ବନ୍ଧୁଗଣ ସମ୍ପର୍କର ଲକ୍ଷ୍ମଣ ରେଖାକୁ ଆପଣ ପାରି କଲେ, ସମସ୍ୟାରେ ପଡି ପାରନ୍ତି ଏବଂ ସମ୍ପର୍କ ମଧ୍ୟ ଖରାପ ହୋଇ ଯାଇପାରେ।

– ତୃତୀୟ କାରଣ ହେଉଛି, ଅଧିକାଂଶ ଲୋକେ ଆପଣଙ୍କ ଆଗରେ ଗୋଟେ ଚେହେରା ଦେଖାଇ ଥାନ୍ତି ଓ ନିଜ ଭିତରେ ଏକ ଅଲଗା ଚେହେରା ଲୁଚାଇ ରଖିଥାନ୍ତି। ଏହି ଲୋକମାନଙ୍କୁ ଛଦ୍ମବେଶୀ କୁହାଯାଏ। ଯେଉଁଠାରୁ ଫାଇଦା ମିଳିଥାଏ, ଏମାନେ ସେଠାରେ ସମ୍ମାନ ଦିଅନ୍ତି ଏବଂ ଯେଉଁଠାରୁ ସେମାନଙ୍କୁ ଫାଇଦା ମିଳେ ନାହିଁ, ସେଠାରେ ଏମାନେ କେବେବି ସମ୍ମାନ ଦେଇ ନଥାନ୍ତି। ତେଣୁ ଆପଣ ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

– ବନ୍ଧୁଗଣ ଯେଉଁ ଲୋକମାନେ ସବୁବେଳେ ମିଛ କୁହନ୍ତି, ପର ଚର୍ଚ୍ଚାରେ ଲିପ୍ତ ରହିଥାନ୍ତି ଓ ପରନିନ୍ଦା କରନ୍ତି, ସେମାନଙ୍କୁ କେବେବି ସମ୍ମାନ ମିଳି ନଥାଏ। ପର ଲୋକମାନଙ୍କର ଆଲୋଚନା କରିବା ପାଇଁ କିଛି ଲୋକଙ୍କୁ ଭଲ ଲାଗିଥାଏ, ସେମାନଙ୍କୁ କେବେବି ସମ୍ମାନ ମିଳି ନଥାଏ। ଅର୍ଥାତ ସେମାନେ ନିନ୍ଦାର ପାତ୍ର ହୋଇଥାନ୍ତି।ତେଣୁ ଏଭଳି ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ନଚେତ ଜୀବନରେ ଅନେକ ସମସ୍ୟାରେ ପଡି ପାରନ୍ତି।

୫/ ଯେଉଁ ଲୋକେ ଅନ୍ୟ ମାନଙ୍କୁ ପ୍ରବଚନ ଦେଇ ନିଜେ ଭୁଲ କାର୍ଯ୍ୟରେ ଲିପ୍ତ ରହିଥାନ୍ତି, କେବେବି ସମ୍ମାନ ମିଳେ ନାହିଁ। ଯେଉଁ ବ୍ୟକ୍ତି ଘରେ ସବୁବେଳେ ଝଗଡା କରୁଛନ୍ତି, କିନ୍ତୁ ନିଜ ପିଲାଙ୍କୁ କହୁଛନ୍ତି ବାହାରେ ଝଗଡା ନକରିବା ପାଇଁ, ଏହାସହିତ ଯେଉଁ ବ୍ୟକ୍ତି ନିଜେ ସବୁବେଳେ ନିଶା ସେବନ କରିଥାନ୍ତି ଓ ନିଶା ସେବନ ନକରିବା ପାଇଁ ପିଲାଙ୍କୁ କହୁଛନ୍ତି, ତାହେଲେ ଏଭି ଲୋକଙ୍କୁ କେବେବି ସମ୍ମାନ ମିଳେ ନାହିଁ। ତେବେ ବନ୍ଧୁଗଣ ନିଜ ସମ୍ମାନ ନିଜ ହାତରେ ରହିଛି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *