Excuse Me Odisha

ଯାହା କହିବୁ ସତ କହିବୁ

ସୁର୍ଯ୍ୟ ଅସ୍ତ ହେବା ସମୟରେ ଏହି ୫ ଟି କାମ କରିଲେ ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୁର୍ଯ୍ୟ ଅସ୍ତ ହେବା ସମୟରେ ଏହି ୫ ଟି କାମ କରିଲେ ହୋଇଯିବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହା ସୂର୍ଯ୍ୟାସ୍ତ ସମୟରେ ଭୁଲରେବି ୫ ଟି କାମ କରିବା ଉଚିତ ନୁହେଁ। କାରଣ ସୁର୍ଯ୍ୟ ଅସ୍ତ ପରେ କିଛି କାର୍ଯ୍ୟ ଏମିତି ଅଛି ଯାହାକୁ କରିବା ଦ୍ୱାରା କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ ଧନର ବି ସମସ୍ୟା ଏବଂ ଆର୍ଥିକ ସମସ୍ୟା ଏମିତିକି କରଜରେ ଫସିଯିବାର ବି ଚାନ୍ସ ଅଧିକ ଥାଏ। ସମସ୍ତେ ଚାହାଁନ୍ତି କି ଜୀବନରେ ବହୁତ ଅଧିକ ଧନ ରହୁ

ସେଥିପାଇଁ ପ୍ରଥମ ନିୟମ। ସନ୍ଧ୍ୟା ଯେମିତି ହୋଇଯାଉଛି ଟଙ୍କା ଉଧାରରେ ଦିଅନ୍ତୁ ନାହିଁ। କାହିଁକିନା ଯଦି ସନ୍ଧ୍ୟା ସମୟରେ ବା ରାତି ସମୟରେ ଯଦି ଟଙ୍କା ଉଧାର ଦେଉଛନ୍ତି ତେବେ ଆପଣ ନିଜର ଲକ୍ଷ୍ମୀଙ୍କୁ କେଉଁଠି ନାଁ କେଉଁଠି ବାହାର କରିଦେଉଛନ୍ତି।

ସନ୍ଧ୍ୟା ସମୟରେ ଯେବେ ସୂର୍ଯ୍ୟାସ୍ତ ହେଉଛି ସେହି ସମୟରେ ଶୋଇବା ଉଚିତ ନୁହେଁ ଭୋଜନ କରିବା ବି ଉଚିତ ନୁହେଁ। କାହିଁକିନା ଏମିତି କରିବା ଅଶୁଭ ମାନାଯାଏ। କୁହାଯାଏ କି କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ ଜୀବନରେ ଧନର କମିବି ହୋଇଥାଏ କାରଣ ଏହି ସମୟ ଭଗବାନଙ୍କର ସମୟ ହୋଇଥାଏ ଆଉ ଭଗବାନ ଏହି ସମୟରେ ବୁଲିଥାନ୍ତି ଦେଖିଥାନ୍ତି ତାଙ୍କର ଭକ୍ତ ଏହି ସମୟରେ କଣ କରୁଛନ୍ତି। ସେଥିପାଇଁ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଉଚିତ ନୁହେଁ ଭୋଜନ କରିବା ବି ଉଚିତ ନୁହେଁ।

ସନ୍ଧ୍ୟା ସମୟରେ ନଖ ଏବଂ ଚୁଟି ବିଲକୁଲ ବି କାଟିବା ଉଚିତ ନୁହେଁ। ଏମିତି କରିବା ଅଶୁଭ ହୋଇଥାଏ। ଜୀବନରେ ନକରାତ୍ମକ ପ୍ରଭାବ ପଢ଼ିଥାଏ। ଧନର ସମସ୍ୟା ଅସୁବିଧା ହୋଇଥାଏ। ସନ୍ଧ୍ୟା ସମୟରେ ଘରେ ଝାଡୁ ଏବଂ ପୋଛା ମଧ୍ୟ କରିବା ଉଚିତ ନୁହେଁ। ବହୁତ ଲୋକ ସନ୍ଧ୍ୟା ସମୟରେ ଝାଡୁ ପୋଛା କରିଥାନ୍ତି କିନ୍ତୁ ଏମିତି ସମୟରେ କେବେବି ଝାଡୁ ପୋଛା କରିବା ଉଚିତ ନୁହେଁ। ଧନର ହାନି ହୋଇଥାଏ କାହିଁକିନା ମାନାଯାଏ କି ସୂର୍ଯ୍ୟାସ୍ତ ପରେ ଝାଡୁ ପୋଛା କରିବା ଦ୍ୱାରା ଘରକୁ ଆସୁଥିବା ଲକ୍ଷ୍ମୀବି ଫେରି ଯାଆନ୍ତି। ଏହା ଦ୍ବାରା ଧନର ଅଭାବ ଦେଖା ଦେଇଥାଏ। ବ୍ୟକ୍ତି କରଜରେ ଫସି ଯାଇଥାଏ। ସେଥିପାଇଁ ଏହା ଭୁଲରେ ମଧ୍ୟ କରନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ପରେ ଦାନ କରିବା ଉଚିତ ନୁହେଁ। ଖାସ କରି ଦାନରେ ଯେମିତିକି ଚାଉଳର ଦାନ ଦହିର ଦାନ କ୍ଷୀର ଘିଅ ଏବଂ ପିଆଜ ରସୁଣ ଆଦି ଦାନ କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ଘରର ଭୌତିକ ସୁଖ ପ୍ରେମ ଧନ ସବୁକିଛି ଶେଷ ହେବାକୁ ଲାଗିଥାଏ। ଖାସ କରି ସୁଖ ସମୃଦ୍ଧି ଚାଲି ଯାଇଥାଏ। ରସୁଣ ପିଆଜ ଦାନ କଲେ ସନ୍ଧ୍ୟା ସମୟରେ ଆପଣଙ୍କର ରାହୁ କେତୁ ନେଗେଟିଭ ହୋଇଯାଇଥାଏ। ରାହୁ କେତୁ ନେଗେଟିଭ ହୋଇଗଲେ ସେମାନେ ଜୀବନରେ ସମସ୍ୟା ବଢାଇଥାନ୍ତି।

ସନ୍ଧ୍ୟା ସମୟରେ ଭୁଲରେ ବି ଝଗଡା କରନ୍ତୁ ନାହିଁ। ସନ୍ଧ୍ୟା ସମୟରେ ଏମିତି କଲେ ମା ଲକ୍ଷ୍ମୀ ରୁଷ୍ଠ ହୋଇଯାନ୍ତି। ସନ୍ଧ୍ୟା ସମୟରେ ଘରେ ଅପରିଷ୍କାର ଜିନିଷ ସଫା କରନ୍ତୁ ନାହିଁ। ଲୁଗା ସିଲେଇ କରନ୍ତୁ ନାହିଁ କି ଜାଲ ଇତ୍ୟାଦି ବୁଣନ୍ତୁ ନାହିଁ। ସନ୍ଧ୍ୟା ସମୟରେ କୌଣସି ବି ବ୍ୟକ୍ତି ଆପଣଙ୍କୁ ଛୁଞ୍ଚି ସୂତା ମାଗିବାକୁ ଆସେ ତ ବିଲକୁଲବି ଦିଅନ୍ତୁ ନାହଁ। ଯଦି ଦିନରେ କାହାକୁ ଛୁଞ୍ଚି ସୂତା ଉଧାର ଦେଉଛନ୍ତି ତ ଛୁଞ୍ଚି ଭିତରେ ସୂତା ପୁରାଇ ଦିଅନ୍ତୁ କିନ୍ତୁ ହାତରେ ଦିଅନ୍ତୁ ନାହିଁ। ଆଉ ଯେବେ ସେ ଛୁଞ୍ଚି ସୂତା ଫେରାଉଛି ତ ଆପଣ ଛୁଞ୍ଚି ଭିତରେ ସୁତା ଥିବା ନିଅନ୍ତୁ ଆଉ ହାତରେ ନିଅନ୍ତୁ ନାହିଁ।

ସନ୍ଧ୍ୟା ସମୟରେ କୌଣସି ବି ବହୁ ଝିଅର ଅପମାନ କରନ୍ତୁ ନାହିଁ କି ଗାଳି ଦିଅନ୍ତୁ ନାହିଁ। ନଚେତ ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି। ଛୋଟ ପିଲା ମାନଙ୍କୁ ସନ୍ଧ୍ୟା ସମୟରେ କନ୍ଦେଇବାକୁ ଦିଅନ୍ତୁ ନାହିଁ। ଏମିତି ହେଲେ ଘରର ସୁଖ ଚାଲି ଯାଇଥାଏ। ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜାଳନ୍ତୁ କିନ୍ତୁ ପାଣି ଅର୍ପଣ କରନ୍ତୁ ନାହିଁ। ନଚେତ ମା ଲକ୍ଷ୍ମୀ କ୍ରୋଧ କରିବେ।

ତୁଳସୀ ଗଛ ମୂଳରେ କଣ୍ଟା ଯୁକ୍ତ ଗଛ କେବେବି ଲଗାନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *