Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଜୀବନରେ ଯେବେବି ଦୁଃଖ ଆସିବ ତ ମୋର ଏହି କଥା ମନେରଖିବ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର ସବୁ ସମସ୍ୟାର ସମାଧାନ ଭଗବତ ଗୀତାରେ ଉଲ୍ଲେଖ କରିଛନ୍ତି। ଗୀତାରେ କେଶବ କହିଛନ୍ତି ମନୁଷ୍ୟର ନିଜର ଛୋଟରୁ ଛୋଟ ସମସ୍ୟା କାରଣରୁ ଆଜୀବନ ଚିନ୍ତିତ ରହିଥାଏ। ତାକୁ ନିଜର ସମସ୍ୟାରୁ ମୁକ୍ତି ପ୍ରାପ୍ତ କରିବା ପାଇଁ ତାକୁ ଗୀତାର ଅଧ୍ୟୟନ ନିଶ୍ଚୟ କରିବା ଉଚିତ। ଏହା ଦେଖାଯାଇଛି ଯେ ମନୁଷ୍ୟ ଯଦି ଗୀତାର ଅଧ୍ୟୟନ କରିଥାଏ କିମ୍ବା ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶକୁ ଶୁଣି ଥାଏ ତ ତାର ସମସ୍ତ ସମସ୍ୟା ତାକୁ ସହଜ ଲାଗିଥାଏ। ଏହି ଦୁନିଆରେ ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶରେ ନଥିବ। ତେବେ ଆସନ୍ତୁ ଜାଣିନେବା ମନୁଷ୍ୟ ଜୀବନରେ ଆସିବାକୁ ଥିବା ସବୁ ସମସ୍ୟାର ସମାଧାନ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କେମିତି ଉଲ୍ଲେଖ କରିଛନ୍ତି।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି “ତାନି ସର୍ବାଣୀ ସଂଯମ୍ୟ ଯୁକ୍ତ ଆସିତ ମପ୍ତରଂ ବସ ହି ଜସ୍ୟାନ୍ଦ୍ରିୟିଣ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତମ”। ଏହାର ଅର୍ଥ ଏହି ବ୍ରହ୍ମାଣ୍ଡରେ ସେହି ମନୁଷ୍ୟ ସୁଖୀ ଅଟେ ଯିଏ ନିଜର ସମସ୍ତ ଇନ୍ଦ୍ରିୟକୁ ନିଜ ବସରେ କରି ରଖିଛି। ଆମର ସମସ୍ତ ଦୁଃଖ ଏବଂ ସମସ୍ୟାର କାରଣ ଆମର ଇନ୍ଦ୍ରିୟ ଉପରେ କାବୁ କରି ନରଖିବା ଯୋଗୁ। ନିଜର ଇନ୍ଦ୍ରିୟକୁ କାବୁ ରଖି ମନୁଷ୍ୟ ଜୀବନରେ ସବୁ ସୁଖକୁ ପ୍ରାପ୍ତ କରିବା ସହିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମାଧ୍ୟମରେ ଆମ ସମସ୍ତଙ୍କୁ ବୁଝାଇ କୁହନ୍ତି ମନୁଷ୍ୟର ନିଜର ଲକ୍ଷ୍ୟ ସ୍ଥଳରେ ପହଁଚିବା ପାଇଁ ନିଜର ଇନ୍ଦ୍ରିୟକୁ କାବୁ କରିବା ବର୍ଜିତ ଅଟେ। ଅନ୍ୟଥା ସେହି ମନୁଷ୍ୟର ସର୍ବନାଶ ହୋଇଥାଏ।

ଇନ୍ଦ୍ରିୟର ଇଛା ସର୍ବଦା କୌଣସି ନାଁ କୌଣସି ବସ୍ତୁକୁ ପାଇବାର ଇଛା ରଖିଥାଏ ଯଦି ସେହି ବସ୍ତୁ ସେହି ମନୁଷ୍ୟକୁ ମିଳିନଥାଏ ତ ସେ ଦୁଃଖୀ ରହିବାକୁ ଲାଗିଥାଏ। ଏଥିପାଇଁ ଇନ୍ଦ୍ରିୟ ଉପରେ କାବୁ ରଖିବା ଯୋଗୁ ଦୁନିଆରେ ସମସ୍ତ ସମସ୍ୟା ଏବଂ ଦୁଃଖର ମୁକ୍ତ ହୋଇଯିବେ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିସ୍ତାର ଭାବରେ ବୁଝାଇ କହିଥିଲେ ” ନିୟତଂ କୁରୁ କର୍ମ ତ୍ଵଂ କର୍ମ ଜ୍ୟାୟୁ ହାଂକର୍ମଣ ଶରୀରୟାତ୍ରପି ଚ ତେ ନ ପସିଦ୍ଧୟେଦକର୍ମଣ”। ଅର୍ଥାତ ମନୁଷ୍ୟକୁ ନିଜର କର୍ମ ଉପରେ ଧ୍ୟାନ ଦେବା ଉଚିତ। ତାକୁ ନିଜର ଧର୍ମ ଅନୁସାରେ କର୍ମ କରିବା ଉଚିତ। ମାତ୍ର କର୍ମ କରି ହିଁ ସେ ସେହି ସିଦ୍ଧିକୁ ପ୍ରାପ୍ତ କରିପାରିବ ଏବଂ ନିଜର କଷ୍ଟ ଏବଂ ସମସ୍ୟା ଗୁଡିକର ନିବାରଣ କରିପାରିବ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏକ ସୈନିକର ଧର୍ମ ଯୁଦ୍ଧ କରିବା ହୋଇଥାଏ। ଏକ ରାଜାର ଧର୍ମ ପ୍ରଜାର ସେବା କରିବା ବିଦ୍ୟାର୍ଥୀଙ୍କ ଧର୍ମ ହୋଇଥାଏ ବିଦ୍ୟା ଗ୍ରହଣ କରିବା ଆଉ ଏକ ବ୍ୟାପାରିର ଧର୍ମ ନିଜର ବ୍ୟାପାର ଉପରେ ଧ୍ୟାନ କେନ୍ଦ୍ରିତ କରି ଧନ ଅର୍ଜନ କରିବା ହୋଇଥାଏ। ଯଦି କୌଣସି ବ୍ୟକ୍ତି ନିଜର ଧର୍ମର ପଥରେ ଠିକ ଢଙ୍ଗରେ ଚାଲି ନଥାଏ ତ ସେ ଏହି ଦୁନିଆର ସଙ୍କଟର ଘେରାରେ ଘେରି ଯାଇଥାଏ। ଭଗବାନ ଶ୍ରୀକୃଷ୍ଣ ଗୀତାରେ ଉପଦେଶ ଦେଇ କହିଛନ୍ତି ଯେବେ ତୁମେ ମୋର ସରଣରେ ଆସିଯିବ ତେବେ ଆପଣଙ୍କର କଲ୍ୟାଣ ହୋଇଯିବ। କେବେବି ବିନାଶର ବାଦଲ ତୁମ ଆଡ଼କୁ ଆସିବ ନାହିଁ। ମୁଁ ତୁମର କଲ୍ୟାଣ କରିବାର ରକ୍ଷକ ଅଟେ।

ତୁମ ଜୀବନରେ ଆସୁଥିବା ସବୁ ଉଥାନ-ପତନ ସୁଗମ ହୋଇଯିବ। ତୁମକୁ ସଫଳତା ଅବଶ୍ୟ ମିଳିବ। ଯେଉଁବି ମନୁଷ୍ୟ ମୋର ଉପରେ ବିଶ୍ୱାସ କରିକି ନିଜର କର୍ମ କରିଥାଏ ତାକୁ କେବେବି ଦୁଃଖର ସାମ୍ନା କରିବାକୁ ପଡିନଥାଏ। ଆଉ ସେ ସର୍ବଦା ଉନ୍ନତି ହିଁ କରିଥାଏ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁହନ୍ତି ଯେବେ ତୁମେ ନିଜ ଭିତରର ଲୋଭ ମୋହ ମାୟା କ୍ରୋଧ ରାଗ ଅଂହକାର ଯେମିତି ମନରୁ କାଢ଼ିଦେବ ଆଉ ମୋତେ ସ୍ଥାନ ଦେବ ତେବେ ତୁମର ସବୁ ଦୁଃଖ ଏବଂ ସମସ୍ୟା ଆପେ ଆପେ ଦୂର ହୋଇଯିବ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ମନୁଷ୍ୟ ଯୋଗ୍ୟ ରହିତ ଅଟେ ଲୋଭ ଜନିତ କୌଣସି ଇଛା ନଥାଏ ଯିଏ ଜୀବନରେ ଦୃଢ଼ ସଂକଳ୍ପ ରଖିନଥାଏ ସେ ମନୁଷ୍ୟ କେବେବି ସୁଖ ଏବଂ ଶାନ୍ତିକୁ ପ୍ରାପ୍ତ କରିପାରି ନଥାଏ। ସେ ଦୁଃଖ ଏବଂ ସମସ୍ୟାରେ ଘେରି ହୋଇ ରହିଥାଏ। ଜୀବନରେ ଦୃଢ଼ ଇଛା ଶକ୍ତି ହିଁ ମନୁଷ୍ୟର ସବୁ ସମସ୍ୟାକୁ ଦୂର କରି ଦେଇଥାଏ। ଏହି ପ୍ରକାରରେ ଭଗବାନ ଶ୍ରୀକୃଷ୍ଣ ଶ୍ଳୋକ ଏବଂ ଉପଦେଶ ମାଧ୍ୟମରେ ସବୁ ମନୁଷ୍ୟ ଜାତିକୁ ଏହି ଉପଦେଶ ଦେଇଛନ୍ତି କି ଦୁଃଖ ଏବଂ ସମସ୍ୟା ମାତ୍ର ଜୀବନରେ ଛୋଟ ଅଂଶ ହୋଇଥାଏ।

ଏହା ଜୀବନରେ କିଛି କ୍ଷଣ ପାଇଁ ଆସିଥାଏ ଆଉ ଚାଲିଯାଇଥାଏ। ଏହି ସଂସାରରେ ଯେଉଁ ବ୍ୟକ୍ତି ନିଜର କର୍ମ ନିରନ୍ତର କରିଥାଏ ସେ ଶାନ୍ତିକୁ ପ୍ରାପ୍ତ କରିଥାଏ। ଏଥିପାଇଁ ଏହି ସଂସାରରେ କର୍ମ କରିବା ହିଁ ପୁରୁଷାର୍ଥ ଅଟେ। ଆଉ ପୁରୁଷାର୍ଥ ହିଁ ମନୁଷ୍ୟର ଭାଗ୍ୟ ବଦଳି ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *