Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ଏହି ୮ ଟି ଜିନିଷର ଦାନ କରନ୍ତି, ସେହି ସ୍ତ୍ରୀ କେବେ ବି ବିଧବା ହୁଅନ୍ତି ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀ ୮ ଟି ଜିନିଷର ଦାନ କରିଲେ ସେହି ନାରୀ କେବେବି ବିଧବା ହୁଅନ୍ତି ନାହିଁ।

ଘରେ ହେଉଥିବା ଛୋଟ ଛୋଟ କଥାରେ ବହୁତ ସଂକେତ ଲୁଚି ରହିଥାଏ। ଯଦି ଏହି ସଂକେତକୁ ବୁଝିନେବେ ତେବେ ଆମେ ଜାଣିପାରିବା ଭବିଷ୍ୟତରେ ଆସିବାକୁ ଥିବା ସମୟ କେମିତି ହେବ ଏବଂ ସମସ୍ୟାରୁ ବଞ୍ଚି ପାରିବା। ଜ୍ୟୋତିଷ ଅନୁସାରେ ଯେବେ ଦାରିଦ୍ର୍ୟତା ଆସିଥାଏ ତ ଘରେ ଛୋଟ ଛୋଟ କଥା ସଂକେତ ଦେଇଥାଏ। ଘରର ବଡ଼ ଲୋକମାନେ ଆମକୁ କିଛି ନାଁ କିଛି ଶିଖାଇଥାଆନ୍ତି ଯାହା ଦ୍ୱାରା ଆମର କୌଣସି ସମସ୍ୟା ଆସିବ ନାହିଁ।

ଆମର ଦେଶ ବିଦେଶରେ ସଂସ୍କାରର ବିଶେଷ ମହତ୍ୱ ରହିଛି। ଏହିସବୁ କାର୍ଯ୍ୟ କେବଳ ଭଲ ପାଇଁ ହୋଇନଥାଏ ବରଂ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ। ଶାସ୍ତ୍ରରେ ବି କିଛି ଉପାୟ କୁହାଯାଇଛି ଯାହାକୁ ପାଳନ କଲେ ଦିନ ସୁନ୍ଦର ହୋଇଯିବ। ଆଜି ଆମେ ଏମିତି କିଛି ଉପାୟ ବିଷୟରେ ଜଣେଇବୁ ଯାହାକୁ କରିଲେ ମାନ ସମ୍ମାନର ବୃଦ୍ଧି ହେବ ଏବଂ ଧନ ଲାଭ ସହିତ ରୋଜଗାରର ନୂତନ ମାର୍ଗ ବି ଖୋଲିଯିବ। ଆଜି ଆମେ ଦୁର୍ଭାଗ୍ୟକୁ କେମିତି ଦୂର କରିବେ ସେହି ବିଷୟରେ ଜଣେଇବୁ। ଏହା ସହିତ ଜାଣିବା ଶିବ ପୁରାଣରେ ବର୍ଣ୍ଣିତ କିଛି ଏମିତି ଜିନିଷ ଅଛି ଯାହାର ଦାନ କରିଲେ ଯେକୌଣସି ଦୁର୍ଭାଗ୍ୟ ଯେକୌଣସି ସମସ୍ୟା ତାହା ନିଶ୍ଚୟ ଦୂର ହୋଇଯିବ।

କେବେ କେବେ ଏମିତି ହୋଇଥାଏ ବ୍ୟକ୍ତିଙ୍କ ଜୀବନରେ ଏତେ ସମସ୍ୟା ଆସିଥାଏ ଯେ ସେ କାହାକୁ କହି ପାରିନଥାଏ ତ ଏମିତିରେ ଭଗବାନ ଶିବଙ୍କର ପୂଜା କରିବା ଉଚିତ। ଏମିତି କଲେ ସବୁ କଷ୍ଟ ସମସ୍ୟା ଦୂର ହୋଇଯାଇଥାଏ। ସୋମବାର ଦିନ ଠାରୁ ଆରମ୍ଭ କରନ୍ତୁ ଭଗବାନ ଶିବଲିଙ୍ଗ ସାମ୍ନାରେ ବସି ଆପଣ ନିଜର କଷ୍ଟକୁ ଜଣେଇବା ପାଇଁ। ଏମିତି କଲେ ଆପଣଙ୍କ ଯେଉଁ କଷ୍ଟ ଅଛି ତାହା ଦୂର ହୋଇଯିବ।

ଆଜି ଆମେ ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ଶିବ ମହାପୁରାଣରେ ବର୍ଣ୍ଣିତ ଏକ ବିଶେଷ ଚମତ୍କାର ଉପାୟ ବିଷୟରେ ଜଣେଇବୁ। କିଛି ଏମିତି ଜିନିଷ ଅଛି ଯାହାକୁ ଦାନ କରିଲେ ଆପଣ ଯେଉଁ କଷ୍ଟରେ ଅଛନ୍ତି ତାହା ଶେଷ ହୋଇଯିବ। ଶିବ ମହାପୁରଣାରେ ଏମିତି ୬ ଟି ଜିନିଷ ଅଛି ଯାହାକୁ ଦାନ କରିଲେ ଆପଣଙ୍କ ଦୁର୍ଭାଗ୍ୟ ଟଳି ଯାଇଥାଏ। କୌଣସି ବି ଦାନ ନିଜର ସାମର୍ଥ୍ୟ ଅନୁସାରେ କରିବେ।

ଶାସ୍ତ୍ର ଅନୁସାରେ ଆପଣ ଯାହାବି ଦାନ କରିବେ ତାହା ଅନେକ ଗୁଣା ହୋଇ ଆପଣଙ୍କୁ ଫେରସ୍ତ ମିଳିଯିବ। ଶିବ ପୁରାଣରେ ବର୍ଣ୍ଣିତ ଅଛି ଯଦି ଆପଣ ଭଗବାନ ଶିବଙ୍କ ଉପରେ କୌଣସି ବି ଜିନିଷ ଅର୍ପଣ କରିବେ କିମ୍ବା ଭଗବାନ ଶିବଙ୍କ ପାଇଁ କିଛି ବି ଜିନିଷ ଦାନ କରିବେ ତ ତାହା ନିଶ୍ଚିତ ଭାବେ ୧୦୦ ଗୁଣା ହୋଇ ଆପଣଙ୍କୁ ପ୍ରାପ୍ତ ହୋଇଯିବ। ତେବେ ଆସନ୍ତୁ କଣ କଣ ଦାନ କରିବା ଉଚିତ। ଏହାକୁ ସମସ୍ତେ ଦାନ କରିପାରିବେ। ଏହା ଦ୍ୱାରା ପ୍ରତ୍ୟକ୍ଷ ଏବଂ ଅପ୍ରତ୍ୟକ୍ଷ ସଙ୍କଟକୁ ଦୂର କରିପାରିବ।

ଲୁଣ। ଏହାର ଦାନ କରିଲେ ବ୍ୟକ୍ତି ଯଦି କୌଣସି ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ ସମସ୍ୟାରେ ଥାଏ ଅପ୍ରତ୍ୟକ୍ଷର ଅର୍ଥ ହେଉଛି କିଛି ଏମିତି ସମସ୍ୟା ଅଛି ଯାହା ଆମେ ସ୍ୱୟଂ ଭୋଗିଥାଉ କାହାକୁ କହି ପାରିନଥାଉ। ତ ଏପରି ସ୍ଥିତିରେ ସୋମବାର ଦିନ ଲୁଣର ଦାନ କରିବେ ତ ଆପଣଙ୍କର ଏହି ଦୁର୍ଭାଗ୍ୟ ଗରିବୀ ଅଛି ତାହା ଦୂର ହୋଇଯିବ। ଲୁଣର ଦାନ କରିବା ସମୟରେ ଧ୍ୟାନ ରଖିବେ ଯେ ଲୁଣକୁ ସିଧା କାହାରି ହାତରେ ଦେବେ ନାହିଁ। ଲୁଣର ପ୍ୟାକେଟ ତଳେ ରଖିଦିଅନ୍ତୁ।

ଗୁଡ଼। ଏହାର ଦାନ ଯଦି ଆପଣ କରିବେ ତ ଏହା ଦ୍ବାରା ଆପଣଙ୍କର ସମ୍ପର୍କ ଭଲ ହୋଇଥାଏ। ଏହି ସମ୍ପର୍କ କାହା ସହିତ ବି ହୋଇପାରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ସମ୍ପର୍କ ମଧୁର ନଥାଏ ପ୍ରାୟ ଦିନ କ୍ଳେଶ ଥାଏ ଝଗଡା ଲଢେଇ ଏବଂ ସ୍ଥିତି ତଲାକ ପର୍ଯ୍ୟନ୍ତ ଚାଲିଗଲାଣି ତ ଆପଣ ଭଗବାନ ଶିବଙ୍କ ଶରଣକୁ ଯାଆନ୍ତୁ ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ଏବଂ ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ ଅର୍ପଣ କରନ୍ତୁ। ଏହାକୁ ଦାନ କଲେ ଯେକୌଣସି ବି ସମ୍ପର୍କ ହୋଇଥାଉ ତାହା ଠିକ ହୋଇଯିବ। ଭଗବାନ ଶିବ ସେ ଆପଣଙ୍କ ସମସ୍ତ ସଙ୍କଟକୁ ଦୂର କରିଥାନ୍ତି। ଗୁଡ଼ ଏବଂ ରୋଟି ଗାଈକୁ ଖୁଆଇବା ଦ୍ୱାରା ବି ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କୁ ବି ପ୍ରାପ୍ତ କରିପାରିବେ।

ତିଳ। ଏହାର ଦାନ କରିଲେ ବ୍ୟକ୍ତିର ଯଦି ଆତ୍ମବିଶ୍ବାସ କମଜୋର ହେଉଥିବ କିମ୍ବା କେବେ କେବେ ଦେଖିଥିବେ ବ୍ୟକ୍ତି ଜ୍ଞାନୀ ହେବା ସ୍ୱତେ ମଧ୍ୟ ବ୍ୟକ୍ତିର ଆତ୍ମବିଶ୍ବାସ ସାଥ ଦେଇନଥାଏ ତ କେବେ କେବେ ଏମିତି ହୋଇଥାଏ ପିଲା ବହୁତ ଅଧିକ ଭଲ ପଢ଼ୁଥିବା ସ୍ୱତେ ମଧ୍ୟ ଇଣ୍ଟରବ୍ୟୁରେ ବିଚଳିତ ହୋଇଯାଇ ଥାଏ ବା ନର୍ଭସ ହୋଇଯାଇଥାଏ ଜାଣିବା ପରେ ବି ସେମାନେ ସେଠାରୁ ଚାଲି ଆସିଥାନ୍ତି। ତ ଏପରି ସ୍ଥିତିରେ ସୋମବାର ଦିନ ତିଳର ଦାନ କରନ୍ତୁ। ଯଦି କଳା ତିଳ ଦାନ କରିବେ ତ ଶନିବାର ଦିନ କରିବେ। ଧଳା ତିଳ ସୋମବାର ଦିନ ଦାନ କରିବେ। ଏହାକୁ ଶୁଭ ମାନାଯାଏ।

ଘିଅ। ଏହାର ଦାନ କରିଲେ ରୋଗ ଦୂର ହୋଇଥାଏ। ଯଦି ଘରେ କୌଣସି ପିଲା ଥଣ୍ଡା କାଶ ଅନେକ ପ୍ରକାରର ସମସ୍ୟାରେ ଥାନ୍ତି ତେବେ ତାଙ୍କ ହାତରେ ଘିଅକୁ ସ୍ପର୍ଶ କରି ଦାନ କରିପାରିବେ। ଭଗବାନ ଶିବଲିଙ୍ଗରେ ଘିଅ ଅର୍ପଣ କରିଲେ ଆପଣଙ୍କ ରୋଗ ସମସ୍ୟା ଦୂର ହୋଇଥାଏ। ମା ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିପାରିଥାନ୍ତି। ଏହାକୁ ପ୍ରତ୍ୟକ ସୋମବାର ଦିନ ଦାନ କରନ୍ତୁ।

ଗହମ। ଏହାକୁ ଦାନ କରିଲେ ମା ଅନ୍ନପୂର୍ଣ୍ଣା ଆପଣଙ୍କର ଭଣ୍ଡାର କେବେବି ଖାଲି ରଖନ୍ତି ନାହିଁ। ସୋମବାର ଦିନ ଗହମ ଏବଂ ତିଳର ଦାନ କରିବେ ତ ଆପଣଙ୍କର ସଙ୍କଟ ଦୂର ହୋଇଥାଏ। ଆପଣଙ୍କର ଦୁର୍ଭାଗ୍ୟ ଧୀରେ ଧୀରେ ଦୂର ହୋଇଯିବ।

କପଡା। ଏହାକୁ ଦାନ କରିଲେ ବି ବହୁତ ଉତ୍ତମ ମାନାଯାଏ। ଯଦି ଶୀତ ଋତୁ ଚାଲିଥାଏ କମ୍ବଳ ଦାନ କରିବେ। ମକର ସଂକ୍ରାନ୍ତିରେ ବହୁତ ଲୋକ ବସ୍ତ୍ର ଦାନ କରିଥାନ୍ତି। ବସ୍ତ୍ର ଦାନ କରିଲେ ବ୍ୟକ୍ତିର ଆୟୁଷ ବୃଦ୍ଧି ହୋଇଥାଏ ଏବଂ ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ। ଯେକୌଣସି ସମସ୍ୟା ମଧ୍ୟ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *