Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ଏହି ୫ ଟି ଜିନିଷ ଦେଖିଲେ ନିଶ୍ଚିତ ଭାବରେ ଆପଣ ଦିନେ ନା ଦିନେ ଧନୀ ହେବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱପ୍ନରେ ଏହି ୫ ଟି ଜିନିଷ ଦେଖିଲେ ଧନର ପ୍ରାପ୍ତ ହୋଇଥାଏ।

ଦେବଗୁରୁ ବୃହସ୍ପତି ସ୍ୱପ୍ନ ବିଦ୍ୟାର ନିର୍ମାଣ କରିଥିଲେ। ସେହି ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନ ସହିତ ଜଡ଼ିତ ଅନେକ ରହସ୍ୟ ବିଷୟରେ ଜଣେଇଛନ୍ତି। ବୃହସ୍ପତିଙ୍କ ଅନୁସାରେ ସ୍ୱପ୍ନ ୩ ପ୍ରକାରର ହୋଇଥାଏ। ଦୈବିକ ସ୍ୱପ୍ନ ଶୁଭ ସ୍ୱପ୍ନ ଏବଂ ଅଶୁଭ ସ୍ୱପ୍ନ। ଯାହା ଅଲଗା ଅଲଗା ଫଳ ପ୍ରଦାନ କରିଥାଏ କିନ୍ତୁ କିଛି ଅବସ୍ଥାରେ ଦେଖିଥିବା ସ୍ୱପ୍ନର କୌଣସି ଫଳ ପ୍ରାପ୍ତ ହୋଇନଥାଏ। ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଦେଖିଥିବା ସ୍ୱପ୍ନର କୌଣସି ଫଳ ମିଳିନଥାଏ। ଶୋକରେ ଗ୍ରାସିତ ହୋଇ ଏବଂ ଅତ୍ୟନ୍ତ ଦୁଃଖରେ ଦେଖିଥିବା ସ୍ୱପ୍ନ ପୁରଣ ହୋଇନଥାଏ।

ମଳ ମୂତ୍ରରେ ଦେଖିଥିବା ସ୍ୱପ୍ନ ବି ନିଷ୍ଫଳ ହୋଇଥାଏ। ବୃହସ୍ପତି କୁହନ୍ତି ଯେତେବେଳେ ସମସ୍ତ ଇନ୍ଦ୍ରିୟ ଏବଂ ମନ ନିଷ୍କ୍ରିୟ ହୋଇ ସାଂସାରିକ ଗତିବିଧିରେ ଥାଏ ତ ସ୍ୱପ୍ନ ଉତ୍ପନ ହୋଇଥାଏ। ସାଧାରଣତଃ ଆମେ ସେହି ଜିନିଷକୁ ସ୍ୱପ୍ନରେ ଦେଖିଥାଉ ଯାହାକୁ ଜାଗ୍ରତ ଅବସ୍ଥାରେ ପୂର୍ବରୁ କେଉଁଠି ଦେଖିଥାଉ କିନ୍ତୁ ଦୈବୀକ ସ୍ୱପ୍ନରେ ଆମେ ଏପରି ଜାଗା ଏବଂ ଜିନିଷର ଦର୍ଶନ କରିନେଉ ଯାହା ଆମେ ପୂର୍ବରୁ କେବେବି ଦେଖିନଥାଉ। ଏମିତି ଦୈବିକ ସ୍ୱପ୍ନ ବହୁତ ଅଧିକ ଶୁଭ ଫଳ ପ୍ରଦାନ କରିଥାନ୍ତି ଯାହା ବିଷୟରେ ଆଜି ଆମେ ଜାଣିବା।

ଏହା ବି ଧ୍ୟାନ ଦେବେ କି ଶୁଭ ସ୍ୱପ5ଦେଖିଲେ ଆଉ ଥରେ ଶୋଇବେ ନାହିଁ। ଯଦି ଅଶୁଭ ଏବଂ ଅମଙ୍ଗଳକାରୀ ସ୍ୱପ୍ନ ଦେଖନ୍ତି ତେବେ ପୁନଃ ଶୋଇଯିବା ଉଚିତ। ଏହି ସ୍ୱପ୍ନର ଅଶୁଭ ଫଳ ଆମକୁ ଭୋଗିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିନେବା ଶୁଭ ଏବଂ ଅଶୁଭ ସ୍ୱପ୍ନ ବିଷୟରେ।

ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଚିତା ଉପରେ ଜଳୁଥିବା ମନୁଷ୍ୟର ସ୍ୱପ୍ନ ଦେଖନ୍ତି ତ ଏହାର ଅର୍ଥ ସେହି ବ୍ୟକ୍ତି ହଠାତ ବିପଦରେ ଘେରି ହେବାକୁ ଯାଉଛି। ତାର ଦ୍ଵାରକୁ କୌଣସି ବଡ଼ ସଙ୍କଟ ଆସିବାକୁ ଯାଉଛି। ଏଥିରୁ ବଞ୍ଚିବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଉଚିତ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ କୌଣସି ଗାଈକୁ ବାଛୁରୀ ସହିତ ଆସିବାର ଦେଖନ୍ତି ତ ଏହାର ଅର୍ଥ ମା ଲକ୍ଷ୍ମୀ ସେହି ବ୍ୟକ୍ତି ପାଖକୁ ଆସିବାର ସଂକେତ ଦେଇଥାନ୍ତି କିନ୍ତୁ ଯଦି ଗାଈ ଏବଂ ବାଛୁରୀକୁ ନିଜ ଠାରୁ ଦୂରରେ ଯିବାକୁ ଦେଖନ୍ତି ତେବେ ଏହାର ଅର୍ଥ ତାର ଧନର ନାଶ ହୋଇଯିବ ଏବଂ ସେ ଅନ୍ନ ପାଇଁ ବିକଳ ହୋଇଯିବ।

ଯଦି କୌଣସି ସ୍ତ୍ରୀ ସ୍ୱପ୍ନରେ ଦେଖନ୍ତି କୌଣସି ଲାଲ ବସ୍ତ୍ର ପିନ୍ଧିଥିବା ସ୍ତ୍ରୀ ତାର ଆଭୂଷଣ ଏବଂ ମଙ୍ଗଳସୁତ୍ର ଚୋରି କରୁଛି ଅଥବା ତା ପାଖରୁ ଛଡେଇ ନେଉଛି ତେବେ ଏହାର ସଂକେତ ସେହି ସ୍ତ୍ରୀର ସ୍ୱାମୀଙ୍କ ଉପରେ ବିପଦ ଆସିବାର ଅଛି।

ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ପର୍ବତ ଉପରକୁ ଚଢିବାର ଦେଖନ୍ତି ତ ଏହାର ଅର୍ଥ ତାକୁ ବଡ କାର୍ଯ୍ୟରେ ସଫଳତା ମିଳିବ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ କୌଣସି ସୁନ୍ଦର କନ୍ୟା ସହିତ ନିଜର ବିବାହ ହେଉଥିବାର ଦେଖନ୍ତି ତ ସେହି ବ୍ୟକ୍ତି ଧନ ଧାନ୍ୟର ପରିପୂର୍ଣ୍ଣ ହୋଇ ସୁଖ ଭୋଗ କରିଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜର ମୁଣ୍ଡ କାଟିଥାଏ ଅଥବା ନିଜର ମୁଣ୍ଡ ଅନ୍ୟ ଦ୍ୱାରା କଟା ଯିବାର ଦେଖନ୍ତି ତ ତାକୁ ନିଶ୍ଚିତ ହିଁ ଧନର ପ୍ରାପ୍ତି ହୋଇଥାଏ।

ସ୍ୱପ୍ନରେ ବର୍ଷା ହେବାର ଦେଖନ୍ତି କିମ୍ବା ବର୍ଷାରେ ଭିଜୁଥିବାର ଦେଖନ୍ତି ତ ମା ଲକ୍ଷ୍ମୀ ଆସିବାର ସଂକେତ ହୋଇଥାଏ।

ସ୍ୱପ୍ନରେ ଇନ୍ଦ୍ରଧନୁ ସୂର୍ଯ୍ୟଦେବଙ୍କ ରଥ କିମ୍ବା ଭଗବାନ ଶିବଙ୍କ ମନ୍ଦିର ଦେଖନ୍ତି ତେବେ ତାର ଧନର ବୃଦ୍ଧି ହୋଇଥାଏ।

ସ୍ୱପ୍ନରେ ମାଟିର ଜଳ ଭରା କଳସ ଦେଖନ୍ତି ସେ ଜୀବନରେ ବହୁତ ଅଧିକ ଧନ ସମ୍ପତ୍ତି ରୋଜଗାର କରିଥାଏ।

ସ୍ୱପ୍ନରେ ଗହମ କିମ୍ବା ସୋରିଷ ଦେଖନ୍ତି ତେବେ ଏହାର ଅର୍ଥ ବିଦ୍ୟା ପ୍ରାପ୍ତ ହୋଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ମାଛକୁ ନିଜ ହାତକୁ ନେଇଥାଏ ସେ ଧନବାନ ଏବଂ ସୁପ୍ରସିଦ୍ଧ ବନିଥାଏ।

ଯେଉଁ ବ୍ୟକ୍ତି ନିଜ ଘର ଭାଙ୍ଗି ଯାଉଥିବାର ଦେଖନ୍ତି ତ ତାର କୌଣସି ରୋଗ କାରଣରୁ ସମ୍ପୂର୍ଣ୍ଣ ଧନ ଖର୍ଚ୍ଚ ହୋଇଯାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜର ସ୍ତ୍ରୀକୁ କୌଣସି ଅନ୍ୟ ବ୍ୟକ୍ତିଙ୍କ ସହିତ ଦେଖନ୍ତି ତେବେ ତାଙ୍କର ହରଣ ହେବାର ଦେଖନ୍ତି ତେବେ ତାର ଧନର ନାଶ ହୋଇଯାଏ।

ଯେଉଁ ବ୍ୟକ୍ତିଙ୍କୁ ସ୍ୱପ୍ନରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ଗ୍ରହଣ ଲାଗିବାର ଦେଖାଯାଏ ସେ ଶୀଘ୍ର ହିଁ ମୃତ୍ୟୁକୁ ପ୍ରାପ୍ତ ହୋଇଯାଏ।

ଯେଉଁ ବ୍ୟକ୍ତି ସ୍ମଶାନରେ ବସି ମଦ ପିଉଥିବାର ଦେଖନ୍ତି ତ ତାର ମୃତ୍ୟୁ ଅତ୍ୟଧିକ ମଦ୍ୟପାନ କରିବାରୁ ହୋଇଯାଏ।

ଯେଉଁ ମନୁଷ୍ୟ ସ୍ଵପ୍ନରେ ଦେବତାଙ୍କୁ ଗୁରୁଙ୍କୁ ଅଥବା ନିଜର ମାତା ପିତାଙ୍କୁ କ୍ରୋଧ ଅବସ୍ଥାରେ ଦେଖିନିଅନ୍ତି ତ ଏହା ଅଶୁଭ ସଂକେତ ହୋଇଥାଏ। ଏମିତି ବ୍ୟକ୍ତି ନିର୍ଦ୍ଧନ ହୋଇଯାନ୍ତି।

ସ୍ୱପ୍ନରେ ରକ୍ତ ଦେଖିଲେ ଧନର ପ୍ରାପ୍ତି ହୋଇଥାଏ।

ସ୍ୱପ୍ନରେ ଦହି ଦେଖିଲେ ସୁଖ ବଢିଥାଏ।

ଗହମ ଦେଖିଲେ ଧନର ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *