Excuse Me Odisha

ଯାହା କହିବୁ ସତ କହିବୁ

ସକାଳ ୩ ରୁ ୫ ଟା ଭିତରେ ନିଦ ଭାଙ୍ଗିବାର ସଂକେତ।

ସେୟାର୍ କରନ୍ତୁ

ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କର ରାତିରେ ଅଚାନକ ନିଦ ଭାଙ୍ଗି ଯାଇଥାଏ। ତାଙ୍କର ନିଦର ଭାଙ୍ଗିବାର ସମୟ ଅଧିକତର ୩ ରୁ ୫ ଟା ମଧ୍ୟରେ ହୋଇଥାଏ। ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କର ନିଦ ସକାଳ ୬ ଟାରେ କିମ୍ବା ପରେ ଭାଙ୍ଗିଥାଏ। ଅଚାନକ ନିଦ ଭାଙ୍ଗିବାର ଲୋକେ ମାନସିକ ଏବଂ ଶାରୀରିକ ଥକା ମାନିଥାଆନ୍ତି। କିନ୍ତୁ ଲୋକେ ଏହି ବିଷୟରେ ଜାଣି ନାହାନ୍ତି ଆମର ପ୍ରାଚୀନ ପୁରାଣରେ ରାତିରେ ଅଚାନକ ୩ ରୁ ୫ ଟା ମଧ୍ୟରେ ନିଦ ଭାଙ୍ଗିବାର ବହୁତ ରହସ୍ୟମୟ କଥା କୁହାଯାଇଛି। ପଦ୍ମ ପୁରାଣରେ ରାତିରେ ଅଚାନକ ନିଦ ଖୋଲିଯିବା ବିଷୟରେ ବିସ୍ତାର ଭାବରେ କୁହାଯାଇଛି।

ରାତିରେ ଶେଷ ପ୍ରହର ଅର୍ଥାତ ୩ ଟାରୁ ୫ ଟା ମଧ୍ୟରେ ନିଦ ଭାଙ୍ଗିଯିବା ବ୍ୟକ୍ତିକୁ ନିଜ ଜୀବନ ସହିତ ଜଡ଼ିତ କିଛି ସଂକେତ ଦେଇଥାଏ। ପଦ୍ମ ପୁରାଣ ଅନୁସାରେ ଏହି ସଂକେତ ସାକ୍ଷତ ଭଗବାନ ବିଷ୍ଣୁ ଦେଇଥିଲେ କାରଣ ସେ ସ୍ୱୟଂ ହିଁ ଏହି ବ୍ରହ୍ମାଣ୍ଡରେ କୋଣ ଅନୁକୋଣରେ ବାସ କରନ୍ତି। ତାଙ୍କର ପରା ଶକ୍ତିରେ ହିଁ ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ପାଳନ ହୋଇଥାଏ। ଏମିତି ହେବା ପଛର ର କାରଣ ହେଲା କି ଏହି ବ୍ରହ୍ମ ମୂହୁର୍ତ୍ୱ ରେ ହିଁ ଭଗବାନ ବ୍ରହ୍ମ ଦେବ ସୃଷ୍ଟି ରଚନା କରି ଥିଲେ । ଶାସ୍ତ୍ର ଅନୁସାରେ ସକାଳ ୩ ଟାରୁ ୫ ମଧ୍ୟରେ ସମୟ ବ୍ରହ୍ମ ମୁହୂର୍ତ୍ତ କିମ୍ବା ଅମୃତ ସମୟ କୁହାଯାଏ। ଏହି ମୂହୁର୍ତ୍ୱ ଭଗବାନ ବ୍ରହ୍ମା ସୃଷ୍ଟିର ନିର୍ମାଣ କରିଥିଲେ।

ଏହି ସମୟରେ ସମସ୍ତ ଦେବତାଗଣ ପୃଥିବୀ ଭ୍ରମଣ ପାଇଁ ବାହାରିଥାନ୍ତି। ଏହି ତେଣୁ ସେହି ସମୟ ରେ ଆପଣ ମାନେ ଜପ ତପ ଏବଂ ପୂଜା ପାଠ ଆଦି କରିବା ଦ୍ୱାରା ଆପଣ ନିଜ ମଧ୍ୟ ରେ ଅସିମ ଶକ୍ତି ଓ ଉର୍ଜା ପ୍ରାପ୍ତ କରି ପାରି ଥାନ୍ତି ଏବଂ ମନ ରେ ସକାରାତ୍ମକତା ବିଚାର ବି ଆଣି ପାରିଥାନ୍ତି। ଆପଣ ମାନେ ଯେକୈଣସି କାର୍ଯ୍ୟ ବି କରନ୍ତୁ ନା କାହିଁକି ସବୁ କାମ ର ସଠିକ ଫଳ ବ୍ରହ୍ମ ମୂହୁର୍ତ୍ୱ ରେ ହିଁ ମିଳିଥାଏ। ଏହି ସମୟରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ଏକ ଅଦ୍ଭୁତ ଉର୍ଜାର ସଞ୍ଚାର ହୋଇଥାଏ। ଏହି ସମୟରେ ଯେଉଁ ବି ମନୁଷ୍ୟ ଉଠିଥାଏ ତାର ଶରୀରରେ ରହସ୍ୟମୟ ଉର୍ଜାର ସଞ୍ଚାର ହୋଇଥାଏ।

ଯଦି ଆପଣଙ୍କ ନିଦ ଏହି ସମୟରେ ଖୋଲି ଥାଏ ତ ଭଗବାନ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି। ଯଦି ଆପଣ ଭଗବାନଙ୍କୁ ଭକ୍ତି ବି କରୁନଥିବେ କିନ୍ତୁ ଏହି ସମୟରେ ନିଦ ଖୋଲିଥାଏ ତ ତାହା ପୂର୍ବଜନ୍ମର ପୁଣ୍ୟର ଫଳ ହୋଇଥାଏ। ଯାହା ଏହି ଜନ୍ମରେ ଭଗବାନ ଆପଣଙ୍କ ସହିତ ରହିବାର ସଂକେତ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ସକାଳ ୩ ଟାରୁ ୫ ଟା ମଧ୍ୟରେ ନିଦ ଭାଙ୍ଗିବାର ଅର୍ଥ

ପଦ୍ମ ପୁରାଣ ଅନୁସାରେ ଜଣେ ମନୁଷ୍ୟଙ୍କୁ ୮୪ ଲକ୍ଷ ଜନି ଦେଇ ଗତି କରିବାକୁ ପଡିଥାଏ। ତେବେ ଯାଇ ତାକୁ ମନୁଷ୍ୟ ଜନି ମିଳିଥାଏ। ଯଦି ସେ ଏହି ଜନିରେ କୌଣସି ବି ପୁଣ୍ୟ କାମ କରିନଥାଏ ତ ତାକୁ ପୁନଃ ୮୪ ଲକ୍ଷ ଜନିରେ ଜନ୍ମ ନେବାର ପ୍ରକ୍ରିୟା ଆଉ ଥରେ ଆରମ୍ଭ ହୋଇଯାଏ ଏବଂ ତାକୁ ମୋକ୍ଷର ପ୍ରାପ୍ତି ହୋଇନଥାଏ। ଏହି ମନୁଷ୍ୟ ଜନ୍ମର ଅର୍ଥ ହୋଇଥାଏ କି ନିଜର କର୍ମରୁ ହିଁ ମୋକ୍ଷର ପ୍ରାପ୍ତି ମିଳିଯାଏ କିନ୍ତୁ ମନୁଷ୍ୟ ଏହି ସଂସାରର ମୋହ ଜାଲରେ ଫସି ମୋକ୍ଷର ପ୍ରାପ୍ତି ପାଇଁ ପ୍ରୟାସ କରିବା ଛାଡି ଦେଇଥାଏ।

ସେ ସଂସାରର କାମ ବାସନା ଲୋଭ ଅହଂକାର ଏବଂ ନିଜର ଇନ୍ଦ୍ରିୟର ମାୟା ଜାଲରେ ଫସି ଯାଇଥାଏ କିନ୍ତୁ ଯଦି ଆପଣଙ୍କର ବି ନିଦ ସକାଳ ୩ ଟାରୁ ୫ ଟା ମଧ୍ୟରେ ଅଚାନକ ଖୋଲିଥାଏ ତ ଏହା କୌଣସି ଦିବ୍ୟ ଶକ୍ତି ଏବଂ ଇଷ୍ଟ ଦେବଙ୍କ ଶକ୍ତି ଅଟେ ଯାହା ଆପଣଙ୍କୁ ଜଣେଇଥାଏ କି ଆପଣଙ୍କ ସହିତ ଅଛନ୍ତି। ସେଥିପାଇଁ ସକାଳୁ ଉଠି କିଛି ସମୟ ଭଗବାନଙ୍କର ଆରୋଧନା କରନ୍ତୁ। ଏହି ସମୟରେ କରାଯାଉଥିବା ଆରୋଧନା ସିଧା ଭଗବାନଙ୍କ ପର୍ଯ୍ୟନ୍ତ ପହଂଚି ଥାଏ।

ପଦ୍ମପୁରାଣ ଅନୁସାରେ ଯଦି ନିଦ ସକାଳ ୩ ଟାରୁ ୫ଟା ମଧ୍ୟରେ ଖୋଲିଥାଏ ତ ଏହି ସଂକେତ ଦେଇଥାଏ କି ଧନ ଧାନ୍ୟ ଦୁଇଟି ଯାକ ଭରପୁର ମାତ୍ରାରେ ମିଳିବାକୁ ଯାଉଛି। ଏହି ସମୟରେ ଉଠୁଥିବା ଲୋକଙ୍କ ଘରେ ଖୁସି ବି ବନି ରହିଥାଏ।

ଏହା ବି ବର୍ଣ୍ଣିତ ଅଛିକି ଏହି ବ୍ରହ୍ମ ମୁହୂର୍ତ୍ତରେ ବ୍ୟକ୍ତିକୁ ବଳ ବୁଦ୍ଧି ବିଦ୍ୟା ଓ ଆରୋଗ୍ୟ ପ୍ରାପ୍ତ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଯାଏ ତ ସକାଳର ଏହି ସମୟରେ ବି ବ୍ରହ୍ମାଣ୍ଡରେ ଗ୍ରହ ଓ ନକ୍ଷତ୍ରର ମାନଙ୍କ ମଧ୍ୟରେ କିଛି ଚମତ୍କାରୀ ଘଟଣା ଘଟିଥାଏ ଓ ବାଯୁମଣ୍ଡଳ ସ୍ଵଛ ଥାଏ। ଅର୍ଥାତ ଏହି ସମୟରେ ଆମ ଶରୀର ଓ ଆତ୍ମାର ଶୁଦ୍ଧି ପାଇଁ ଉତ୍ତମ ସମୟ ହୋଇଥାଏ। ଏହି ସମୟରେ ସବୁ ଦେବତା ମାନେ ମନୁଷ୍ୟ ଉପରେ ତାଙ୍କର କୃପା ଅର୍ପଣ କରିଥାନ୍ତି ଓ ମା ଲକ୍ଷ୍ମୀ ମଧ୍ୟ ପୃଥିବୀରେ ଭ୍ରମଣ କରିଥାନ୍ତି। ଯେଉଁ ମହିଳାଙ୍କ ଅଗଣା ସ୍ବଚ୍ଛ ଥାଏ ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଓ ସେହି ଘରେ ସବୁ ବେଳେ ସୁଖ ଶାନ୍ତି ରହିଥାଏ ।

ଏହା ସହିତ ସକାଳୁ ଭୋର ରୁ ଉଠୁଥିବା ଲୋକେ ପ୍ରକୃତିର ଭରପୁର ଆନନ୍ଦ ମଧ୍ୟ ନେଇଥାନ୍ତି। ଏଥି ସହିତ ଯଦି ଆପଣଙ୍କ ନିଦ ସକାଳୁ ୩ ଟାରୁ ୫ ଟା ମଧ୍ୟରେ ଖୋଲିଯାଇଥାଏ ତେବେ ଆପଣ ବାସ୍ତବ ରେ ଅଧିକ ଭାଗ୍ୟଶାଳୀ ଅଟନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *