Excuse Me Odisha

ଯାହା କହିବୁ ସତ କହିବୁ

ଘରର ଭୁଲ ଦିଗରେ ସୋଫା ରଖିବା ଦ୍ୱାରା ଧନହାନୀ ହେବାର କାରଣ ହୋଇଥାଏ। ଜାଣନ୍ତୁ ବାସ୍ତୁ ଅନୁସାରେ ସୋଫା ରଖିବାର ସଠିକ ଦିଗ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭାରତର ପ୍ରାଚୀନ ଇତିହାସରେ ବାସ୍ତୁ ଶାସ୍ତ୍ରର ବିଶେଷ ଯୋଗଦାନ ରହିଛି। ପୁରାତନ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ବହୁତ ଗୁରୁତ୍ୱ ମାନା ଯାଇଛି। କହିବାକୁ ଗଲେ ଘରର ପ୍ରତ୍ୟେକ ଜିନିଷ ବାସ୍ତୁ ଅନୁସାରେ ସଠିକ ସ୍ଥାନରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରର ସବୁ ଜିନିଷ ଯଦି ସଠିକ ଭାବରେ ଓ ସଠିକ ସ୍ଥାନରେ ନରହେ, ତାହେଲେ ଘରର ସମସ୍ତ ସୁଖଶାନ୍ତି ନଷ୍ଟ ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ଦିଗ ଆଡ଼କୁ ସୋଫା ରଖିଲେ, ଶୁଭ ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ସୋଫା ରଖିବା :-

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦୁଆର ଉତ୍ତର ଦିଗ ଆଡକୁ ରହିଛି, ତାହେଲେ ଆପଣ ନିଜ ଡ୍ରଇଂ ରୁମରେ ସୋଫା ପଶ୍ଚିମ ବା ଦକ୍ଷିଣ ଦିଗରେ ରଖିବା ଉଚିତ। ଏଭଳି କରିବା ଦ୍ଵାରା ଘରର ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

୨/ L ଆକାର ସୋଫା :-

ଆଜିକାଲି ଲୋକେ ନିଜ ଘର ଭିତର ସାଜସଜ୍ଜାକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ରଂଗର ଓ ଆକାରର ସୋଫା ଚୟନ କରିଥାନ୍ତି। ଯଦି ଆପଣଙ୍କ ଘରେ L ଆକାରର ସୋଫା ରହିଛି, ତାହେଲେ ତାକୁ ଏପରି ଭାବରେ ରଖନ୍ତୁ, ଯେପରି ସୋଫାର ଗୋଟିଏ ଭାଗ ପଶ୍ଚିମ ଦିଗ ଓ ଅନ୍ୟ ଭାଗ ଦକ୍ଷିଣ ଦିଗକୁ ଆଡ଼କୁ ରହିବ। ଯାହାଦ୍ଵାରା ଏହି ସୋଫା ଉପରେ ବସୁଥିବା ବ୍ୟକ୍ତିର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବ।

୩/ ପଶ୍ଚିମ ଦିଗରେ ମୁଖ୍ୟ ଦ୍ୱାର ରହିଥିଲେ :-

ଯଦି ଆପଣଙ୍କ ଘରର ମୁଖ୍ୟ ଦୁଆର ପଶ୍ଚିମ ଦିଗ ଆଡ଼କୁ ରହିଥିବ, ତାହେଲେ ବାସ୍ତୁ ଅନୁସାରେ ଆପଣ ସୋଫା ସେଟ ଘରର ନୈରୁତ କୋଣରେ ରଖିବା ଉଚିତ। କାରଣ ଏହି ଦିଗରେ ସୋଫା ନ ରଖିଲେ ଘରେ ଦାରିଦ୍ର୍ୟତା ବଡ଼ କରିଥାଏ।

୪. ଦକ୍ଷିଣ-ପୂର୍ବ ଦିଗରେ ସୋଫା ରଖିବା :-

ଘରର ଡ୍ରଇଂ ରୁମରେ ସୋଫା ସେଟ ଦକ୍ଷିଣ-ର୍ପୂବ ଦିଗରେ ରଖିବା ବହୁତ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିଗରେ ସୋଫା ରଖିବା ଦ୍ୱାରା ପରିବାର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଉତ୍ତମ ତାଳମେଳ ରହିଥାଏ ଏବଂ ଘରେ ସୁଖଶାନ୍ତି ବିରାଜମାନ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *