Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ସ୍ନାନ କରିବା ସମୟରେ କହି ଦିଅନ୍ତୁ ଏହି ଛୋଟ ମନ୍ତ୍ର ଗରିବିର ହୋଇଯିବ ଅନ୍ତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରତିଦିନ ସ୍ନାନ କରିବା ସମୟରେ କହି ଦିଅନ୍ତୁ ଏହି ଛୋଟ ମନ୍ତ୍ର ଗରିବିର ହୋଇଯିବ ଅନ୍ତ।

ଭଗବାନ ଶ୍ରୀକୃଷ୍ଣ ସ୍ନାନ କରିବାର ମହତ୍ୱପୂର୍ଣ୍ଣ ବିଧିର ବର୍ଣ୍ଣନା କରିଛନ୍ତି। ଯେଉଁ ମନୁଷ୍ୟ ଏହି ପ୍ରକାରରେ ସ୍ନାନ କରିଥାଏ ସେ ସମସ୍ତ ପାପରୁ ମୁକ୍ତ ହୋଇ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି କରିଥାଏ। ସ୍ନାନ କରିବା ସମୟରେ ଏହି ମନ୍ତ୍ର ଜପ କରିଲେ ସାକ୍ଷତ ମା ଗଙ୍ଗା ସେହି ସ୍ନାନ ଜଳରେ ପ୍ରକଟ ହୋଇଯାନ୍ତି ଏବଂ ସେହି ବ୍ୟକ୍ତିର କଲ୍ୟାଣ ହୋଇଯାଏ। ସ୍ୱୟଂ ମା ଗଙ୍ଗା କହିଛନ୍ତି ଯେଉଁ ମନୁଷ୍ୟ ଏହି ମନ୍ତ୍ରର ଉଚାରଣ କରିବ ତାର ଜଳରେ ମୁଁ ସ୍ୱୟଂ ପ୍ରକଟ ହୋଇଯିବି। ପ୍ରତ୍ୟକ ମନୁଷ୍ୟଙ୍କୁ ସ୍ନାନ କରିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ଉଲ୍ଲେଖ କରାଯାଇଥିବା ଏହି ବିଧିର ପାଳନ ନିଶ୍ଚୟ କରିବା ଉଚିତ। ଆସନ୍ତୁ ଜାଣିବା ସ୍ନାନ କରିବାର ବିଧି ଏବଂ ଶାସ୍ତ୍ରରେ ସ୍ନାନ କରିବାର ମହତ୍ୱ କେଉଁ ପ୍ରକାରର କୁହାଯାଇଛି।

ଶାସ୍ତ୍ରରେ କୁହାଯାଇଛି ପ୍ରାତଃ ସ୍ନାନ ପ୍ରଶଂସନ୍ତି ଦୃଷ୍ଟାଦୃଷ୍ଟା କର୍ମ ହି ତତ୍। ସର୍ବମୋରହତି ସୁଧାତ୍ମା ପ୍ରାତଃ ସ୍ନାୟୁ ଜପାଦିକମ। ଅତ୍ୟନ୍ତମଳିନକାୟ ନବଛିଦ୍ରସମାନିତ୍ୟମ ସର୍ବାତେୟଦେବାରାତ୍ର ପ୍ରାତଃ ସ୍ନାନ ବିଷଧନମ। ଅର୍ଥାତ ସ୍ନାନ କରିବା ପାଇଁ ପ୍ରାତଃ କାଳର ସମୟକୁ ସର୍ବତମ ହୋଇଥାଏ। ପ୍ରାତଃ ସମୟରେ ସ୍ନାନ କରିବା ପରେ ମନୁଷ୍ୟଙ୍କୁ ଶୁଦ୍ଧ ହୋଇ ଜପ ତପ ପୂଜାପାଠ ଆଦି ସମସ୍ତ କର୍ମର ଯଜ୍ଞ ବନିଯାଇଥାଏ। ଅର୍ଥାତ ପ୍ରାତଃ ସମୟର ସ୍ନାନକୁ ପ୍ରଶଂସା କରାଯାଏ। ନବିଛିଦ୍ର ଥିବା ଏହା ଅତ୍ୟନ୍ତ ମଳିନ ଶରୀରରୁ ଦିନ ରାତି ମଇଳା ବାହାରିଥାଏ।

ପ୍ରାତଃ ସମୟରେ ସ୍ନାନ କରିବା ଦ୍ୱାରା ଶରୀରର ଶୁଦ୍ଧି ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯଦି ସମ୍ଭବ ହେବ ତ ଶୁଦ୍ଧ ତୀର୍ଥରେ ପ୍ରାତଃ ସମୟରେ ସ୍ନାନ କରିବା ଉଚିତ କାରଣ ଏହି ମଳିନଭରା ଶରୀର ପ୍ରାତଃ ସମୟରେ ତୀର୍ଥରେ ସ୍ନାନ କରିଲେ ଶୁଦ୍ଧ ହୋଇଥାଏ। ଯଦି ଏମିତି ସମ୍ଭବ ହେଉନାହିଁ ତେବେ ଶୁଦ୍ଧ ଜଳରେ ହିଁ ସ୍ନାନ କରିନେବା ଉଚିତ। ଯେଉଁ ମନୁଷ୍ୟ ପ୍ରତିଦିନ ପ୍ରାତଃ ସମୟରେ ସ୍ନାନ କରିଥାଏ ତାଙ୍କ ପାଖକୁ ଦୁଷ୍ଟ ଆସନ୍ତି ନାହିଁ ଅର୍ଥାତ ଭୂତ ପ୍ରେତ ଆସନ୍ତି ନାହିଁ। ପ୍ରାତଃ ସମୟରେ ସ୍ନାନ କରିଲେ ଶରୀରର ଶୁଦ୍ଧ ତ ହୋଇଥାଏ ଏହା ସହିତ ତାର ପାପର ନାଶ ହୋଇ ପୁଣ୍ୟର ପ୍ରାପ୍ତି ହୋଇଥାଏ।

ଶାସ୍ତ୍ର ଅନୁସାରେ ଗୁଣା ଦଶ ସ୍ନାନପରସେସାଧୁସ୍ୟ ସାଧ। ରୂପ ଚ ତେଜସ୍ଵବଳ ଚ ଶୌଚମ। ଆୟୁଷମାର୍ଗମଲୁଲୁପଥମ ଦୁସ୍ୱପ୍ନ ନାଶସ୍ୟପସ୍ୟସଚିମ ତପସ୍ୱ ମେଧା। ଅର୍ଥାତ ପ୍ରତିଦିନ ପ୍ରାତଃ ସମୟରେ ସ୍ନାନ କରିଲେ ରୂପ ତେଜ ବଳ ପବିତ୍ରତା ଆୟୁଷ ଆରୋଗ୍ୟ ନିର୍ଲଭତା ଦୁସ୍ୱପ୍ନରନାଶ ତପ ଏବଂ ମେଧା ଏହି ଦଶ ଗୁଣ ପ୍ରାପ୍ତ ହୋଇଥାଏ ଏବଂ ମନୁଷ୍ୟ ତେଜସ୍ୱୀ ତଥା ଐଶ୍ୱର୍ଯ୍ୟଶାଳି ବନି ଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ସଂସାରର ସବୁ ପବିତ୍ର କାର୍ଯ୍ୟ ସ୍ନାନ ମୂଳ ଅଟେ ଅର୍ଥାତ କୌଣସି ବି ପବିତ୍ର କାର୍ଯ୍ୟ ବିନା ସ୍ନାନରେ କେବେବି ସମ୍ପର୍ଣ୍ଣ ହୋଇନଥାଏ। ଲକ୍ଷ୍ମୀ ବଳ ଏବଂ ଆରୋଗ୍ୟ ଚାହୁଁଥିବା ମନୁଷ୍ୟଙ୍କୁ ସ୍ନାନ ସର୍ବଦା କରିବା ଉଚିତ। ସ୍ନାନ ନକରିଲେ ବ୍ୟକ୍ତିର ସମସ୍ତ ଇନ୍ଦ୍ରିୟର ନାଶ ହୋଇଥାଏ। ସେ ଲକ୍ଷ୍ମୀଙ୍କୁ ହରେଇ ଦେଇଥାଏ ତଥା ତାର ବଳ ବି ଶୂନ୍ୟ ହୋଇଯାଏ

ସ୍ନାନ ବିଭିନ୍ନ ପ୍ରକାରର ମନ୍ତ୍ର ସ୍ନାନ ହୋମ ସ୍ନାନ ଅଗ୍ନି ସ୍ନାନ ବାୟୁବେ ସ୍ନାନ ଦିବ୍ୟ ସ୍ନାନ ବାରୁଣ ସ୍ନାନ ଏବଂ ମାନସିକ ସ୍ନାନ ଏହିପରି ୭ ପ୍ରକାରର ସ୍ନାନ ଅଟେ। ମନ୍ତ୍ରରେ ଉଚାରଣ କରି ସ୍ନାନ କରିବା ମନ୍ତ୍ର ସ୍ନାନ ହୋଇଥାଏ। ସମସ୍ତ ଶରୀରରେ ମାଟି ଲଗେଇବା ହୋମ ସ୍ନାନ ହୋଇଥାଏ। ଭସ୍ମ ଲଗେଇ ସ୍ନାନ କରିବା ଅଗ୍ନି ସ୍ନାନ ହୋଇଥାଏ ଗାଈ ପାଦର ଧୂଳି ଲଗେଇବା ବାୟୁବେ ସ୍ନାନ ହୋଇଥାଏ

ସୂର୍ଯ୍ୟ କିରଣରେ ବର୍ଷାର ଜଳରେ ସ୍ନାନ କରିବା ଦିବ୍ୟ ସ୍ନାନ ହୋଇଥାଏ ଜଳରେ ବୁଡି ସ୍ନାନ କରିବା ବରୁଣ ସ୍ନାନ କୁହାଯାଏ ଏବଂ ଆତ୍ମଚିନ୍ତନ କରିବା ମାନସିକ ସ୍ନାନ କୁହାଯାଏ ଯଦି କୌଣସି ବ୍ୟକ୍ତି ରୋଗରେ ପୀଡିତ ଏବଂ ସ୍ନାନ କରିବାରେ ଅସମର୍ଥ ତେବେ ତାକୁ ସେଇଠି ହିଁ ସ୍ନାନ କରିନେବା ଉଚିତ। ଅର୍ଥାତ କପଡ଼ାରେ ଶରୀରକୁ ପୋଛି ନେବା ଉଚିତ। ଏହାକୁ ବି ଏକ ପ୍ରକାରର ସ୍ନାନ କୁହାଯାଏ।

ଆସନ୍ତୁ ଜାଣିବା ସ୍ନାନର ବିଧି ବିଷୟରେ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିନେବା ଉଚିତ। ଅର୍ଥାତ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିନେବା ଉଚିତ। ଏହା ଦ୍ବାରା ପ୍ରଜାପତିର ଫଳ ପ୍ରାପ୍ତି ହୋଇଥାଏ ଅର୍ଥାତ ସେ ସମସ୍ତ ସୁଖ ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି କରିଥାଏ।

ତେଲ ଲଗାଇ କରି ତଥା ଦେହକୁ ରଗଡି କରି ନଦୀରେ ସ୍ନାନ କରିବାକୁ ମନା ଅଟେ। ଅର୍ଥାତ ନଦୀର ବାହାର ତଟରେ ଦେହ ହାତ ରଗଡି କରି ସ୍ନାନ କରିନେବା ଉଚିତ। ଶାସ୍ତ୍ରରେ ଏହାକୁ ମଳିନ ସ୍ନାନ କୁହାଯାଇଛି ଏହି ସ୍ନାନ ସ୍ୱାସ୍ଥ୍ୟ ଏବଂ ସୂଚିତ ଉଭୟ ପାଇଁ ଆବଶ୍ୟକ ଅଟେ। ଯଦି ଘରେ ସ୍ନାନ କରନ୍ତି ତେବେ ଶୁଦ୍ଧ ଜଳରେ ସ୍ନାନ କରିବା ଉଚିତ। କୂଅରୁ ବାହାର କରିଥିବା ଜଳ ଅପେକ୍ଷା ଝରଣା ଜଳ ଉତ୍ତମ ହୋଇଥାଏ।

ଝରଣାର ଜଳ ଅପେକ୍ଷା ପୋଖରୀର ଜଳ ଉତ୍ତମ ଅଟେ ପୋଖରୀ ଜଳ ଅପେକ୍ଷା ନଦୀ ଜଳ ଏବଂ ନଦୀ ଜଳ ଅପେକ୍ଷା ତୀର୍ଥ ଜଳ ଏବଂ ତୀର୍ଥ ଜଳ ଅପେକ୍ଷା ଗଙ୍ଗା ଜଳ ଅଧିକ ସର୍ବଶ୍ରେଷ୍ଠ ମାନାଯାଇଛି। ସ୍ନାନ କରିବା ସମୟରେ ଏହି ମନ୍ତ୍ରର ଉଚାରଣ କରିବା ଉଚିତ। ଅଶ୍ଵକାନ୍ତେ ରଥକାନ୍ତେ ବିଷ୍ଣୁକାନ୍ତେ ବସୁନ୍ଧରେ ମୃତକେ ହରମେ ପାପମୟନାମୟା ଦୁସ୍କୃତ କୃତମ। ଏହି ମନ୍ତ୍ରର ଉଚାରଣରେ ଜଳ ଅତ୍ୟନ୍ତ ପବିତ୍ର ଏବଂ ଶୁଦ୍ଧ ହୋଇଯାଏ। ସେହି ଜଳରେ ସ୍ନାନ କରିଲେ ବ୍ୟକ୍ତିକୁ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଯଦି ଜଳରେ ଗଙ୍ଗା ମାଙ୍କୁ ପ୍ରକଟ କରିବାକୁ ଚାହୁଁଥିବେ ତେବେ ଏହି ମନ୍ତ୍ରର ଉଚାରଣ କରନ୍ତୁ ମା ଗଙ୍ଗା ସ୍ୱୟଂ କହିଛନ୍ତି ଯେଉଁ ବ୍ୟକ୍ତି ଏହି ମନ୍ତ୍ରର ଉଚାରଣ କରିବ ସେହି ଜଳରେ ମୁଁ ସ୍ୱୟଂ ପ୍ରକଟ ହୋଇଯିବି ସେହି ମନ୍ତ୍ରଟି ହେଉଛି ନନ୍ଦିନୀ ନଲିନି ସୀତା ମାଲତି ଚ ମହାପଗା ବିଷ୍ଣୁପାଦତାଜସ୍ୟୟଭୁତା ଗଙ୍ଗା ତ୍ରିପଥ ଗାମିନି। ଭାଗିରଥି ଭଗବତୀ ଜାନବୀ ତ୍ରିଦେଶଶ୍ୱରୀ। ଦ୍ଵାଦଶତାନିନା ନାମାନି ଯତ୍ର ଯତ୍ର ଜଳାରାୟେ। ଏହି ମନ୍ତ୍ରର ଜପ କରିଲେ ମ ଗଙ୍ଗା ସ୍ଵୟଂ ଜଳରେ ପ୍ରକଟ ହୋଇଥାନ୍ତି। ଏହି ପ୍ରକାରରେ ସ୍ନାନ କରିବା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *