Excuse Me Odisha

ଯାହା କହିବୁ ସତ କହିବୁ

ରାହୁ ଗ୍ରହର କୃପା ଦୃଷ୍ଟି ଗୋଟେ ବର୍ଷ ପର୍ଯ୍ୟନ୍ତ କିଛି ବିଶେଷ ରାଶି ଉପରେ ପଡ଼ିବାକୁ ଯାଉଛି। ଦାରିଦ୍ର୍ୟତା ହୋଇଯିବ ଦୂର। ଧନଭଣ୍ଡାର ପରିପୂର୍ଣ୍ଣ ହୋଇ ଯିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ହେବା ଯୋଗୁଁ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଉପରେ ପଡ଼ିଥାଏ। ପ୍ରତ୍ୟେକ ଗ୍ରହ କୌଣସି ଏକ ନିଶ୍ଚିତ ସମୟ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ରାହୁ ଗ୍ରହ ଏପ୍ରିଲ ୧୨ ତାରିଖ ଠାରୁ ମେଷ ରାଶିରେ ଅବସ୍ଥାନ କରିଛନ୍ତି।ରାହୁ ଗ୍ରହର ନାମ ଶୁଣିଲେ ଅଧିକାଂଶ ଲୋକେ ଭୟ କରିଥାନ୍ତି। କିନ୍ତୁ ଏହି ଗ୍ରହ ବେଳେବେଳେ ଶୁଭ ଫଳ ପ୍ରଦାନ କରିଥାଏ। ତେଣୁ ଏଥର ଗୋଟେ ବର୍ଷ ପର୍ଯ୍ୟନ୍ତ ୩ ଗୋଟି ବିଶେଷ ରାଶିର ଲୋକଙ୍କ ଉପରେ ରାହୁ ଗ୍ରହ ନିଜର କୃପା ଦୃଷ୍ଟି ପକାଇବାକୁ ଯାଉଛନ୍ତି।

ମିଥୁନ ରାଶି :-

ରାହୁ ଗ୍ରହର ପ୍ରଭାବ ଯୋଗୁଁ ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଅଧିକ ଅର୍ଥ ଉପାର୍ଜନ କରିବାର ନୂତନ ମାର୍ଗ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ସଫଳତା ହାସଲ କରିବେ। କଠିନ ପରିଶ୍ରମ କରିବାରୁ ଭୟ କରନ୍ତୁ ନାହିଁ, ଦେଖିବେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ବ୍ୟବସାୟ ମାମଲାରେ ବିଦେଶ ଯାତ୍ରା କରି ପାରନ୍ତି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଜମିବାଡ଼ି ବା କୌଣସି ଜାନ ବାହନ କ୍ରୟ କରି ପାରନ୍ତି। ଯଦି ଆପଣ ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହିବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକ ରହିଛି। ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ସଫଳ ହେବେ।

କର୍କଟ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। ଚାକିରି କରିଥିବା ଲୋକଙ୍କୁ ଅନେକ ସଫଳତା ମିଳିବା ସହିତ ପଦୋନ୍ନତୀ ହାସଲ କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। କ୍ୟାରିୟରରେ ଆପଣ ଅଗ୍ରଗତି କରିବେ ଏବଂ ସମ୍ମାନ ହାସଲ କରିବେ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ପୁରୁଣା ଋଣ ପରିଶୋଧ କରିବେ। ଆପଣଙ୍କ ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ।

ମୀନ ରାଶି :-

ଏହି ରାଶିର ଲୋକଙ୍କୁ ଅଚାନକ ଧନଲାଭ ହେବାର ଯୋଗ ରହିଛି। କ୍ୟାରିୟରରେ ଆପଣଙ୍କୁ ଉତ୍ତମ ଅବସର ମିଳିବ। ଆପଣଙ୍କୁ ନିଜ ମସ୍ତିଷ୍କକୁ ଉତ୍ତମ ମାର୍ଗ ଆଡକୁ ଅଗ୍ରଗତି କରିବା ଉଚିତ। ଶତ୍ରୁ ଆପଣଙ୍କୁ ହଇରାଣ କରିବା ପାଇଁ ପ୍ରୟାସ କରି କରନ୍ତି। କିନ୍ତୁ ଆପଣ ନିଜ ଉପରେ ବିଶ୍ୱାସ ରଖନ୍ତୁ, ପରିସ୍ଥିତି ଆପେ ଆପେ ଠିକ୍ ହୋଇଯିବ। ସେୟାର ମାର୍କେଟରେ ଆପଣଙ୍କ ଭାଗ୍ୟ ଚମକି ପାରେ। ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଦେବୀ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଆପଣଙ୍କୁ ସଚ୍ଚୋଟ ହୋଇ ସବୁ କାର୍ଯ୍ୟ ସମ୍ପନ୍ନ କରିବାକୁ ପଡ଼ିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *