Excuse Me Odisha

ଯାହା କହିବୁ ସତ କହିବୁ

୯ ଜୁନ ବଡ଼ ଗୁରୁବାର ସ୍ଵୟଂ ମା ଲକ୍ଷ୍ମୀ କହିଛନ୍ତି ଯିଏ ବି ହଳଦୀର କରିବ ଏହି ଉପାୟ ମୁଁ ତାର ଆଲମାରୀ ଭରି ଦେବି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୯ ଜୁନ ବଡ଼ ଗୁତୁବାର ସ୍ଵୟଂ ମା ଲକ୍ଷ୍ମୀ କହିଛନ୍ତି ଯିଏ ବି ହଳଦୀର କରିବ ଏହି ଉପାୟ ମୁଁ ତାର ଆଲମାରୀ ଭରି ଦେବି।

ସୁଖ ଏବଂ ଦୁଃଖ ମନୁଷ୍ୟ ଜୀବନର ଦୁଇଟି ଅଙ୍ଗ ଅଟେ। ମନୁଷ୍ୟ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ କରିବା ପାଇଁ କଠୋର ପରିଶ୍ରମ କରିଥାଏ କିନ୍ତୁ ଅନେକ ଥର ନିଷ୍ଠାର ସହିତ କାର୍ଯ୍ୟ କରିଲେ ମଧ୍ୟ ବ୍ୟକ୍ତିକୁ ଉଚିତ ଲାଭ ମିଳିପାରିନଥାଏ। ଅସଫଳତାର ଅସର ଘରର ମାହଲ ଉପରେ ବି ପଡିଥାଏ। ବାଦ ବିବାଦ କ୍ଳେଶ କଳହ ବଢିଯାଇଥାଏ। ପର୍ଯ୍ୟାପ୍ତ ଧନ ପ୍ରାପ୍ତ ନହେବା ଯୋଗୁ ଘରେ ଆର୍ଥିକ ସଙ୍କଟ ଉତ୍ପନ ହେବାକୁ ଲାଗିଥାଏ। ଟଙ୍କାର ଅଭାବର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ ଏବଂ ସମ୍ପର୍କରେ ମତଭେଦ ଆସିବାକୁ ଲାଗିଥାଏ। ଏହା ଦ୍ବାରା ଘର ଏବଂ ସମାଜରେ ବ୍ୟକ୍ତିର ମାନ ସମ୍ମାନର କମି ଆସିଥାଏ।

ଏମିତି ଚିନ୍ତା ପୂର୍ଣ୍ଣ ସ୍ଥିତିର କାରଣ ଆପଣଙ୍କ ଘରେ ଥିବା ନକରାତ୍ମକ ଉର୍ଜା ହୋଇପାରେ। ଘରେ ନକରାତ୍ମକ ଉର୍ଜାର ପ୍ରଭାବ ବଢିଲେ ଅନେକ ପ୍ରକାରର ସମସ୍ୟା ଲଗାତାର ଆସିଥାଏ। ଏହି ନକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ କିଛି ଖାସ ଉପାୟ କରିପାରିବେ। ବୃହସ୍ପତିଙ୍କୁ ପ୍ରସନ୍ନ କରି ସୁଖମୟ ଜୀବନ ମାନ ସମ୍ମାନ ଆଦି ପ୍ରାପ୍ତି କରିହେବ। ବୃହସ୍ପତିଙ୍କୁ ୯ ଟି ଗ୍ରହ ମଧ୍ୟରୁ ଗୁରୁଙ୍କ ଉପାଧି ଦିଆଯାଇଛି। ବୃହସ୍ପତିଙ୍କୁ ଏକ ସୌଭାଗ୍ୟଶାଳୀ ଗ୍ରହ ଏବଂ ମଙ୍ଗଳକାରୀ ଦେବତା ରୂପରେ ଜଣାଯାଏ। ପାଞ୍ଚ ତତ୍ତ୍ୱ ମଧ୍ୟରୁ ଆକାଶ ତତ୍ତ୍ୱର ଅଧିପତି ହେବା କାରଣରୁ ଏହାର ପ୍ରଭାବ ବହୁତ ବ୍ୟାପକ ଏବଂ ବିଶାଳ ହୋଇଥାଏ। ବୃହସ୍ପତିଙ୍କ ଆରୋଧନା ଦ୍ଵାରା ଆପଣ ଏହିସବୁ ସଙ୍କଟରୁ ମୁକ୍ତି ପାଇପାରିବେ।

ଦେବଗୁରୁ ବୃହସ୍ପତି ହଳଦିଆ ରଙ୍ଗର କାରକ ଗ୍ରହ ଅଟନ୍ତି। ମାନାଯାଏ ତାଙ୍କୁ ହଳଦିଆ ରଙ୍ଗର ଜିନିଷ ଅର୍ପଣ କଲେ ଜୀବନରେ କଷ୍ଟରୁ ମୁକ୍ତି ମିଳି ପାରିବ। ଘରେ ପ୍ରତିଦିନ ବ୍ୟବହାର ହେଉଥିବା ହଳଦୀର ଜ୍ୟୋତିଷରେ ବିଶେଷ ମହତ୍ୱ ରହିଛି। ହଳଦୀର ବ୍ୟବହାର ପୂଜାପାଠରେ ବି କରାଯାଏ। ଜ୍ୟୋତିଷରେ ବୃହସ୍ପତିଙ୍କ ସମ୍ବଦ୍ଧ ହଳଦୀ ସହିତ ମାନାଯାଏ। ଗୁରୁବାର ଦିନ ହଳଦୀର ସହଜ ଉପାୟ କରି ଜୀବନରେ ସମସ୍ତ ସମସ୍ୟାକୁ ଦୂର କରିପାରିବେ। ତେବେ ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ହଳଦୀର କିଛି ଖାଉ ଉପାୟ ବିଷୟରେ ଯାହା ଆପଣଙ୍କ ବୃହସ୍ପତି ଗ୍ରହକୁ ମଜବୁତ କରିବା ପାଇଁ ସାହାର୍ଯ୍ୟକାରୀ ହୋଇଥାଏ

ଗୁରୁବାର ଦିନ ଛୋଟ ଛୋଟ ଉପାୟ କରାଯାଏ। ଏହି ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ ଏବଂ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ବି ପୂଜା କରାଯାଏ। ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ବସ୍ତୁ ଅଟେ ହଳଦୀ। ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରି ତାଙ୍କର ପୂଜାଅର୍ଚ୍ଚନା କରିବା ଉଚିତ। ଭଗବାନ ବିଷ୍ଣୁଙ୍କ ପୂଜାରେ ହଳଦୀର ପ୍ରୟୋଗ ନିଶ୍ଚୟ କରନ୍ତୁ। ହଳଦୀରେ ତାଙ୍କର ଟୀକା କରନ୍ତୁ। ହଳଦିଆ ଫୁଲ ଏବଂ ଫଳ ଅର୍ପଣ କରନ୍ତୁ। ପୂଜାରେ ମା ଲକ୍ଷ୍ମୀଙ୍କ ଚରଣରେ ବେଲ ପତ୍ର ନିଶ୍ଚୟ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ପୂଜାର ପୂର୍ଣ୍ଣ ଫଳ ପ୍ରାପ୍ତ ହେବ। ଜୀବନରେ କେବେବି କୌଣସି ଜିନିଷର କମି ହେବ ନାହିଁ। ଯଶ କୀର୍ତି ମାନ ସମ୍ମାନର ବୃଦ୍ଧି ହେବ।

ପୂଜା ସମୟରେ ନିଜର ଗଳାରେ କିମ୍ବା ମଥାରେ ହଳଦୀର ଏକ ଛୋଟ ଟୀକା ଲଗାନ୍ତୁ। ବୃହସ୍ପତିଙ୍କ କୃପାଦୃଷ୍ଟି ପାଇବା ପାଇଁ ସାହାର୍ଯ୍ୟକାରୀ ହୋଇଥାଏ।

ଯଦି ଆପଣଙ୍କ ଘରେ ଝିଅ କିମ୍ବା ପୁଅ ଅଛନ୍ତି ତାଙ୍କର ବିବାହ ହୋଇପାରୁନାହିଁ। ବୈବାହିତ ଜୀବନରେ ସମସ୍ୟା ଆସୁଛି ତ ସ୍ନାନ ପାଣିରେ ଏକ ଚୁଟକି ହଳଦୀ ପକେଇ ସ୍ନାନ କରନ୍ତୁ ଏହା ଦ୍ୱାରା ବୃହସ୍ପତିଙ୍କ ସ୍ଥିତି ମଜବୁତ ହୋଇଥାଏ। ଏମିତି କଲେ ଚାକିରୀ ବ୍ୟବସାୟରେ ଉନ୍ନତି ହୋଇଥାଏ। ଏହା ସହିତ ଯଦି ସମ୍ଭବ ହେବ ତ ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଚୁଟକି ହଳଦୀ ପକେଇ ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଗୁରୁ ମଜବୁତ ହୋଇଥାଏ ଏବଂ ଆପଣଙ୍କ ଜୀବନରେ ସୁଖରେ ବ୍ୟତୀତ ହୋଇଥାଏ।

ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ। କିନ୍ତୁ ଗୁରୁବାର ଦିନ ଝାଡୁ ଲଗାଇବା ପରେ ପାଣିରେ ଏକ ଚୁଟକି ହଳଦୀ ପକେଇ ସେହି ପାଣିକୁ ଘର ସାରା ଛିଞ୍ଚନ କରନ୍ତୁ। ଏମିତି କଲେ ପୁରା ଘର ଶୁଦ୍ଧ ହୋଇଯାଏ। ଅବଶିଷ୍ଟ ପାଣି ଗଛ ମୂଳରେ ଢାଳି ଦେବେ। ଏମିତି କରିଲେ ଆପଣଙ୍କ ଜୀବନରେ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ଏବଂ ସକରାତ୍ମକ ଉର୍ଜା ଆସିଥାଏ ଏବଂ ଆପଣଙ୍କ ଘରକୁ ଖୁସି ଆସିବାକୁ ଲାଗିଥାଏ।

ପ୍ରତିଦିନ ଭଗବାନ ବିଷ୍ଣୁଙ୍କ ପୂଜା ପରେ ହଳଦୀ ଏବଂ ଚନ୍ଦନର ତିଳକ ନିଜର ମସ୍ତକ ଉପରେ ଲଗାଇ ଦିଅନ୍ତୁ। କୌଣସି ବି ଶୁଭ କାର୍ଯ୍ୟରେ ଘରୁ ବାହାରିବା ସମୟରେ ଏହି ଉପାୟକୁ ଅବଶ୍ୟ କରନ୍ତୁ। ସେହି କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ।

ଘରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ କିମ୍ବା ଧନର ସମସ୍ୟା ଅଧିକ ଚିନ୍ତିତ କରିଥାଏ ତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ହଳଦୀ ଏବଂ ଚାଉଳ ନିଜ ହାତରେ ଅଳ୍ପ ନିଅନ୍ତୁ ଏହାପରେ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ କିମ୍ବା ଓଁ ବ୍ରିଙ୍ଗ ବୃହସ୍ପତେୟ ନମଃ ଏହି ମନ୍ତ୍ରର ଜପ ୧୦୮ ଥର କରିନିଅନ୍ତୁ ଏବଂ ଏହାକୁ ସମ୍ଭାଳି କରି ରଖିଦିଅନ୍ତୁ। ଆପଣଙ୍କର ସବୁ ଅସୁବିଧା ବିନା ବାଧାରେ ଶେଷ ହୋଇଯିବ।

ଯଦି ଆପଣଙ୍କୁ ଲାଗୁଛି ବାରମ୍ବାର ଆପଣଙ୍କ ଘରର ଲୋକ ସମସ୍ୟାରେ ଅଛନ୍ତି ଭଲ ଲାଗୁନାହିଁ ଘରେ ଭାରି ଭାରି ଲାଗୁଛି ତ ଏହିସବୁ ସମସ୍ୟାରୁ କେମିତି ବାହାରକୁ ବାହାରିବେ ତ ସେତେବେଳେ ହଳଦୀ ଏବଂ ଚାଉଳର ପେଷ୍ଟ ବନେଇ ନିଅନ୍ତୁ। ଏହାର ସାହାର୍ଯ୍ୟରେ ଘରର ମୁଖ୍ୟ ଦ୍ଵାରର ଠିକ ଉପରେ ଏକ ସ୍ୱସ୍ତିକ ବନେଇ ଦିଅନ୍ତୁ। ସ୍ୱସ୍ତିକର ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଏଁ ରେଖା ଟାଣି ଦିଅନ୍ତୁ। ସମସ୍ତ ସମସ୍ୟାରୁ ଦୂରେଇ ରହିବେ।

ହଳଦୀ ପାଣି ତୁଳସୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହା ଦ୍ବାରା ବି ଆପଣଙ୍କ ଗୁରୁ ମଜବୁତ ହୋଇଥାଏ ଏବଂ ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ।

ଯଦି ଆପଣ ଚାହୁଁଛନ୍ତି ଯେ ବୈବାହିକ ଜୀବନରେ ଖୁସି ବନି ରହୁ ତ ଗୁରୁବାର ଦିନ ହଳଦୀ ଲଗାଇ ସ୍ନାନ କରନ୍ତୁ ଏହା ଦ୍ବାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ ମଧୁରତା ବଢିଥାଏ ସମସ୍ୟା ଦୂର ହୋଇଥାଏ।

ଯଦି ଧନର ସମସ୍ୟା ଅଧିକ ହଇରାଣ କରିବ ଧନ ଆସୁନାହିଁ ତ ତେବେ ୫ ଟି ହଳଦୀ ଖଣ୍ଡ ପୁକା କଣା ହୋଇନଥିବ ଭଙ୍ଗା ହୋଇନଥିବ ସେମିତି ୫ ଟି ହଳଦୀ ଖଣ୍ଡ ନେଇ ଲାଲ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଆସୁଥିବ ଧନ ଜନିତ ସମସ୍ୟା ଦୂର ହୋଇଯିବ। ପ୍ରତ୍ୟକ ମାସରେ ଏହି ହଳଦୀକୁ ଆପଣ କାଢି କୌଣସି ପବିତ୍ର ସ୍ଥାନରେ ପୋତି ଦିଅନ୍ତୁ ଏବଂ ନୂତନ ହଳଦୀ ରଖିଦିଅନ୍ତୁ। ଜୀବନରର କୌଣସି ସମସ୍ୟା ଆସିବ ନାହିଁ।

ଅନେକ ଥର ଲୋକ କହିଥାନ୍ତି ଶଶୁର ଘର ଲୋକ ଭଲ ପାଇନଥାନ୍ତି ଏହା ସର୍ବଦା ମହିଳାଙ୍କ ସହିତ ହୋଇଥାଏ। ତ ଏଥିପାଇଁ ଛୋଟ ପ୍ରୟୋଗ ଟିଏ କରିନିଅନ୍ତୁ। ଯେବେ ଆପଣଙ୍କ ଝିଅ ଘରକୁ ଆସେ ଆଉ ଶଶୁର ଘରକୁ ଯାଇଥାଏ ତ ତାକୁ ତାର ହାତରେ ୭ ଟି ହଳଦୀ ଖଣ୍ଡ ଗୋଟେ ପିତଳର ଖଣ୍ଡ ଆଉ ଅଳ୍ପ ଗୁଡ଼ ଦିଅନ୍ତୁ। ଆଉ ଝିଅକୁ କହିବେ ନିଜର ଶଶୁର ଘର ଦିଗରେ ପକେଇ ଦେବ। ଆଉ ଶଶୁର ଘରକୁ ଚାଲିଯିବ। ଏହାପରେ ଦେଖିବେ କେମିତି ପ୍ରେମ ମିଳିବ। କାରଣ ଏହା ଟୂଟକା ଅଟେ।

ଅନେକ ଥର ଏମିତି ହୋଇଥାଏ ଜୀବନରେ ଏମିତି ସମସ୍ୟା ଆସିଥାଏ ଯାହା ବାହାରକୁ ବାହାରିବା କଷ୍ଟକର ହୋଇଥାଏ। ଏହି ଛୋଟ ପ୍ରୟୋଗ କରନ୍ତୁ। ଅନେକ ଥର ଆପଣଙ୍କ ସ୍ୱାମୀ ଅନେକ ଭୁଲ କଥାରେ ଶିକାର ହୋଇଯାନ୍ତି। ମଦ୍ୟପାନ କରନ୍ତି ସିଗାରେଟ ପିଅନ୍ତି କିମ୍ବା ଅନ୍ୟ ମହିଳାଙ୍କ ଚକରରେ ଅଛନ୍ତି ତ ଏଥିପାଇଁ ୧୧ ଟି ହଳଦୀ ଖଣ୍ଡକୁ ଗୋଟେ ଲାଲି କପଡ଼ାରେ ବାନ୍ଧି ଦିଅନ୍ତୁ।

ଆଉ ସ୍ୱାମୀ ଉପରେ ୭ ଥର ବୁଲାଇ ବହି ଯାଉଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ। ଏହି ପ୍ରୟୋଗ ଆପଣ ଶନିବାର ଦିନ କରିବେ। ୮ ଟି ଶନିବାର କରନ୍ତୁ। ଯଦି ବହି ଯାଉଥିବା ପାଣି ନଥିବ ତେବେ କୌଣସି ବି ମନ୍ଦିରର ସିଡ଼ି ପାଖରେ ରଖିଦିଅନ୍ତୁ। ସ୍ୱାମୀ ସ୍ତ୍ରୀଙ୍କ ମତଭେଦ ଦୂର ହୋଇଯିବ।

ଆପଣଙ୍କ ଘରେ ଛୋଟ ପିଲା ଥିଲେ ନିୟମିତ ହଳଦୀର ଟୀକା ଲଗାନ୍ତୁ ତାଙ୍କୁ ନଜର ଲାଗିବ ନାହିଁ।

ବାରମ୍ବାର ଯଦି ଘରର ସଦସ୍ୟ ନଜର ଦୋଷର ଶିକାର ହୋଇଯାଉଛନ୍ତି ତ ନିଜ ଘରର ମୁଖ୍ୟ ଦ୍ୱାରରେ ଚତୁର୍ଦିଗରେ ହଳଦୀର ରେଖା ଟାଣି ଦିଅନ୍ତୁ।

ଯଦି ବିଶେଷ ମନସ୍କାମନା ଅଛି ଦୀର୍ଘ ସମୟରୁ ପୂରଣ ହୋଇପାରୁନାହିଁ ତ କାଗଜରେ ଅଳ୍ପ ହଳଦୀ ନେଇ ନିଅନ୍ତୁ ଆଉ ତାର ପୁଡ଼ିଆ ବନେଇ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଫୋଟ ପଛ ପଟେ ଲୁଚାଇ ରଖିଦିଅନ୍ତୁ। ଯେତେବେଳେ ମନସ୍କାମନା ପୂରଣ ହୋଇଯିବ ତ ସେତେବେଳେ କାଢି ତୁଳସୀ ଗଛ ମୂଳରେ ପୋତି ଦେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *