Excuse Me Odisha

ଯାହା କହିବୁ ସତ କହିବୁ

ବର୍ଷର ସବୁଠାରୁ ବଡ଼ ଏକାଦଶୀ ବଡ଼ ଶୁଭ ସଂଯୋଗ। ମହା ନିର୍ଜଳା ଏକାଦଶୀ। କେବଳ ୨ ଟି କଦଳୀରେ ଏହି ଉପାୟ କରନ୍ତୁ ପୁରା ବର୍ଷ ଟଙ୍କାର ବର୍ଷା ହେବ। ହେବ ସବୁ ପାପ ସମସ୍ୟାର ଅନ୍ତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବର୍ଷର ସବୁଠାରୁ ବଡ଼ ଏକାଦଶୀ ବଡ଼ ଶୁଭ ସଂଯୋଗ। ମହା ନିର୍ଜଳା ଏକାଦଶୀ। କେବଳ ୨ ଟି କଦଳୀରେ ଏହି ଉପାୟ କରନ୍ତୁ ପୁରା ବର୍ଷ ଟଙ୍କାର ବର୍ଷା ହେବ। ହେବ ସବୁ ପାପ ସମସ୍ୟାର ଅନ୍ତ।

ନିର୍ଜଳା ଏକାଦଶୀ ଯାହାକୁ ଭୀମସେନି ଏକାଦଶୀ ବି କୁହାଯାଏ। କାରଣ ମହର୍ଷି ବେଦ ବ୍ୟାସ ଅନୁସାରେ ଭୀମସେନ ଏହାକୁ ଧାରଣ କରିଥିଲେ। ମାନ୍ୟତା ଅନୁସାରେ ଏହି ଏକାଦଶୀ ବ୍ରତ ରଖିଲେ ବର୍ଷର ସମସ୍ତ ଏକାଦଶୀ ବ୍ରତର ଫଳ ମିଳିଥାଏ। ଯଦି ବର୍ଷରେ ଆସୁଥିବା ୨୪ ଟି ଏକାଦଶୀ ମଧ୍ୟରୁ କୌଣସି ବି ଏକାଦଶୀ ବ୍ରତ ପାଳନ କରିପାରୁନାହଁନ୍ତି ତ ଏହି ନିର୍ଜଳା ଏକାଦଶୀ ବ୍ରତ କରିଲେ ସବୁ ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ। ଏହାକୁ ନିର୍ଜଳ ରହି ଭଗବାନ ବିଷ୍ଣୁଙ୍କର ଆରୋଧନା କରନ୍ତି ତ ବ୍ରତର ପ୍ରଭାବରେ ଦୀର୍ଘାୟୁ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ।

କେମିତି କରିବେ ପୂଜା।

ସୂର୍ଯ୍ୟ ଉଦୟ ଠାରୁ ନେଇ ପରବର୍ତ୍ତୀ ଦିନ ଦ୍ଵାଦଶୀ ତିଥିର ପାଳନ ସମୟ ପର୍ଯ୍ୟନ୍ତ ଏହି ବ୍ରତକୁ ରଖିବାର ବିଧି ଅଛି। ଏକାଦଶୀ ତିଥି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ସାରି ସର୍ବପ୍ରଥମେ ଭଗବାନ ଵିଷ୍ଣୁଙ୍କର ପୂଜା କରନ୍ତୁ ଏହାପରେ ଭଗବାନଙ୍କର ଧ୍ୟାନ କରିବା ସମୟରେ ଓଁ ନମଃ ବାସୁଦେବାୟ ମନ୍ତ୍ରର ଜପ ଅଧିକରୁ ଅଧିକ ଜପ କରନ୍ତୁ।

ଯଦି ଏହି ଦିନ ବ୍ରତ ରଖୁଛନ୍ତି ତେବେ ଜଳରେ ଭରା କଳସ ଧଳା ବସ୍ତ୍ର ଏହା ସହିତ ଚିନି କିମ୍ବା କିଛି ଦକ୍ଷିଣା ସହିତ ମିଠା ସହିତ ଆପଣ କାହାରିକୁ ଦାନ କରିପାରିବେ। ଏହା ଠାରୁ ଅଧିକ କୌଣସି ପୁଣ୍ୟ ନାହିଁ।

ଏହ ଦିନ ବ୍ରତ ରଖିଲେ ଲମ୍ବା ଆୟୁଷ ଭଲ ସ୍ୱାସ୍ଥ୍ୟ ମିଳିଥାଏ ଏବଂ ସମସ୍ତ ପାପର ନାଶ ବି ହୋଇଥାଏ। ଏହି ନିର୍ଜଳା ଏକାଦଶୀରେ ଦାନର ବହୁତ ମହତ୍ୱ ରହିଛି। ଆପଣ ଚାହିଁଲେ ଅନ୍ନ ବସ୍ତ୍ର ଜୂତା ଛତା ପଙ୍ଖା ଏବଂ ଫଳର ଦାନ କରିପାରିବେ। ଏହା ବହୁତ ଉତ୍ତମ ରହିବ। ଏହି ବ୍ରତ ରଖିଲେ ଅନ୍ନ ଖାଇବେ ନାହିଁ। ଏହି ଦିନ ଯଦି କଳା ତିଳ ଏବଂ ଜଳ ଭର୍ତି କଳସର ଦାନ କରିବେ ତ ବର୍ଷ ସାରାର ସବୁ ଏକାଦଶୀ ବ୍ରତର ଫଳ ଏହି ଏକାଦଶୀ ବ୍ରତରେ ମିଳିଯିବ।

ଆସନ୍ତୁ ଜାଣିବା କେମିତି ପୂଜା କରିବେ।

ସକାଳୁ ସକାଳୁ ଉଠି ପବିତ୍ର ପୋଖରୀରେ ସ୍ନାନ କରନ୍ତୁ କିମ୍ବା ଘରେ ଗଙ୍ଗା ଜଳ ପକାଇ ଜଳରେ ସ୍ନାନ କରିନିଅନ୍ତୁ ଘରର ମୁଖ୍ୟ ଦ୍ଵାରକୁ ସଫା କରିନିଅନ୍ତୁ ଏବଂ ଆମ୍ବ ପତ୍ର କିମ୍ବା ଅଶୋକ ପତ୍ରରେ ମାଳା ଟାଙ୍ଗି ଦିଅନ୍ତୁ। ଶୁଭ ମଙ୍ଗଳ ପ୍ରତୀକ ଚିହ୍ନ ନିଶ୍ଚୟ ବନାନ୍ତୁ ଏବଂ ଏହାପରେ ନିଜ ଘରର ପୂଜା ସ୍ଥାନରେ ବସି ଭଗବାନଙ୍କୁ ପଞ୍ଚାମୃତରେ ସ୍ନାନ କରିପାରିବେ କିମ୍ବା ଶଙ୍ଖରେ କ୍ଷୀର ଏବଂ ଜଳ ମିଶାଇ ସ୍ନାନ କରିପାରିବେ।

ସ୍ୱଚ୍ଛ ବସ୍ତ୍ର ପିନ୍ଧାନ୍ତୁ ଏବଂ ଭଗବାନଙ୍କୁ ତାଙ୍କର ମନ ପସନ୍ଦ ପୁଷ୍ପ କିମ୍ବା ଗଣ୍ଡୁ ଫୁଲର ମାଳା ପିନ୍ଧେଇ ଦିଅନ୍ତୁ ଏହାପରେ ତାଙ୍କୁ ପୁଷ୍ପ ଧୂପ ଦୀପ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ ତିଳକ କରନ୍ତୁ ଏହା ପରେ ପୂଜା ଆରମ୍ଭ କରନ୍ତୁ। ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ଏହା ପରେ ଏହାପରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ନିତି ନିୟମର ସହିତ ପୂଜା କରିବା ପରେ ଏକାଦଶୀର ବ୍ରତର କଥା ପଢ଼ନ୍ତୁ କିମ୍ବା ଶୁଣନ୍ତୁ। ଏକାଦଶୀର ଦୀପ ନିଶ୍ଚୟ ଅଧା ଘଣ୍ଟା ଜାଳିବେ। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଉଭୟଙ୍କର ଏକା ସାଙ୍ଗରେ ପୂଜା କରିବେ ଏବଂ ଆଳତୀ କରିବେ। ଯଦି ବ୍ରତ ରଖୁଛନ୍ତି ତ ଫଳ ଖାଆନ୍ତୁ।

ତାଙ୍କୁ ଏକ ତୁଳସୀ ପତ୍ର ପକାଇ ପଞ୍ଚାମୃତର ଭୋଗ ଅବଶ୍ୟ ଅର୍ପଣ କରିବେ। ଯାହାବି ଭୋଗ ଲଗାଇବେ ସେଥିରେ ତୁଳସୀ ପତ୍ର ନିଶ୍ଚୟ ପକାଇ ଅର୍ପଣ କରିବେ। ତୁଳସୀ ପତ୍ର ବିନା ଭଗବାନ ଭୋଗ ସ୍ୟୁକାର କରନ୍ତି ନାହିଁ। ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। ଏହି ଦିନ ଏକ ଟୋପା ପାଣି ପିଇବା ଉଚିତ ନୁହେଁ।

ଏହି ଦିନ କଦଳୀର ମହା ପ୍ରୟୋଗ କରଯାଏ।

ଆପଣ ୨ ଟି କଦଳୀ ନେବେ। ଗୋଟିଏ ଦାଣ୍ଠିରେ ଥିବ ଦୁଇଟି କଦଳୀ। ଅଲଗା କରିବେନି। ଏକା ସହିତ ଗୋଟେ ଦାଣ୍ଠିରେ ଥିବ। ଗୋଟେ କଦଳୀରେ ଚାଉଳ କୁମକୁମରେ ନିଜର ନାମ ଲେଖି ନିଅନ୍ତୁ ଅନ୍ୟ କଦଳିର ସ୍ୱସ୍ତିକ ବନେଇ ଦିଅନ୍ତୁ ଆଉ ୨ ଟି ଯାକ କଦଳୀକୁ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଦିଅନ୍ତୁ ଏବଂ ଗୋଟେ ମାଟିର ଦୀପ ଜଳେଇ ଦିଅନ୍ତୁ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଏହି ଉପାୟ କରିପାରିବେ। ଏବଂ ଦୀପରେ ଏକ ଲବଙ୍ଗ ନିଶ୍ଚୟ ପକେଇ ଦେବେ ଏବଂ ଏହାପରେ ନିଜର ମନସ୍କାମନା କୁହନ୍ତୁ।

ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ ଏବଂ ପର ଦିନ ଦ୍ଵାଦଶୀ ତିଥି ଦିନ ପାଳନ ପୁର୍ବରୁ ୨ ଟି ଯାକ କଦଳୀକୁ ଆପଣ ନେଇ ନିଜ ଉପରେ ୭ ଥର ବୁଲାଇ ନିଅନ୍ତୁ ଏହା ପରେ ଦୁଇଟି କଦଳୀକୁ ଅଲଗା କରିନିଅନ୍ତୁ। ଯେଉଁ କଦଳୀରେ ସ୍ବାସ୍ତିକ ବନେଇ ଥିବେ ସେହି କଦଳୀକୁ ଗାଈକୁ ଖୁଆଇ ଦିଅନ୍ତୁ ଏବଂ ନିଜର ମନର କଥା ଗାଈକୁ ନିଶ୍ଚୟ କହିଦିଅନ୍ତୁ। ଯେଉଁ କଦଳୀର ନିଜର ନାମ ଲେଖିଥିବେ ସେହି କଦଳୀକୁ ପ୍ରସାଦ ଭାବେ ନିଜେ ଖାଇନିଅନ୍ତୁ। ଯଦି ଗାଈ ନମିଳିବେ ତ ସେହି କଦଳୀକୁ ୩ ଟି ଲୋକଙ୍କୁ ବାଣ୍ଟି ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ। ଧନର ବର୍ଷା ହେବ।

ଏହି ବ୍ରତକୁ ରଖିଲେ ଲୋକ ବିଷ୍ଣୁ ଲୋକକୁ ପ୍ରାପ୍ତ କରିଥାଏ।ଏକାଦଶୀ ବ୍ରତ ରଖିଲେ ବ୍ୟକ୍ତିର ପାପ ନାଶ ହୋଇଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଏହା ସହିତ ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ। ଏମିତି ଲୋକଙ୍କୁ ମୃତ୍ୟୁ ପରେ ବୈକୁଣ୍ଠ ପୁରକୁ ଯିବାକୁ ପଡିଥାଏ।

କିଛି କାର୍ଯ୍ୟ ଅଛି ଏହି ଏକାଦଶୀ ଦିନ କରିବା ଉଚିତ ନୁହେଁ।

ଏକାଦଶୀ ଦିନ ସକାଳ ସୂର୍ଯ୍ୟ ଉଦୟ ହେବା ଠାରୁ ନେଇ ଦ୍ଵାଦଶୀ ଦିନ ସୁର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ।

କଟୁ କଥା କୁହନ୍ତୁ ନାହିଁ। ଝଗଡା ଲଢେଇ କରନ୍ତୁ ନାହିଁ।

ଭୁଲରେ ବି ତୁଳସୀ ପତ୍ରକୁ ତୋଳିବେ ନାହିଁ।

ଏହି ଦିନ ବ୍ରତ ରଖନ୍ତୁ କିମ୍ବା ନରଖନ୍ତୁ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।

ଏହି ଦିନ ରସୁଣ ପିଆଜ ମାଛ ମାଂସ ମଦର ସେବନ କରନ୍ତୁ ନାହିଁ।

ଅନାବଶ୍ୟକ ଆଳସ୍ୟ କରନ୍ତୁ ନାହିଁ।

ପାଳନ କରିବାର କିଛି ନିୟମ ଅଛି।

ଯେତେବେଳେ ଆପଣ ପାଳନ କରିବେ ତ ସକାଳୁ ଶୀଘ୍ର ଉଠି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହାପରେ ନିର୍ଧନଙ୍କୁ ଧନ ଦାନ କରନ୍ତୁ ଏବଂ ଲେମ୍ବୁ ପାଣି ପିଇ କରି ବ୍ରତ ସମାପ୍ତ କରନ୍ତୁ। ବ୍ରତ ସମାପ୍ତ କରିବା ପରେ ହାଲକା ଜିନିଷର ସେବନ କରନ୍ତୁ।

ଏକାଦଶୀ ଦିନ କିଛି ଏମିତି କାର୍ଯ୍ୟ ଅଛି ଯାହାକୁ ଭୁଲରେ ବି କରିବା ଉଚିତ ନୁହେଁ।

ଏହି ଦିନ ବ୍ରସରେ ଦାନ୍ତ ସଫା କରନ୍ତୁ ନାହିଁ। କୌଣସି ଗଛର ଡାଳରେ ଦାନ୍ତ ସଫା କରନ୍ତୁ।

ବେଡ଼ରେ ଶୋଇବା ଉଚିତ ନୁହେଁ। ସମ୍ଭବତଃ ତଳେ ଶୋଇବେ।

ଭଗବାନ ବିଷ୍ଣୁଙ୍କୁ ଯେତେବେଳେ ଭୋଗ ଲଗାଇବେ ତ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରନ୍ତୁ।

କାହାରିକୁ କଟୁ କଥା କୁହନ୍ତୁ ନାହିଁ ନଚେତ ଆପଣଙ୍କର ମନ ଅଶାନ୍ତ ରହିବ ପୂଜାର ପୁରା ଫଳ ମିଳିନଥାଏ।

ଏହି ଦିନ ଏକାଦଶୀ କଥା ଶୁଣିବା ଉଚିତ।

ତୁଳସୀ ଗଛ ମୂଳରେ ସନ୍ଧ୍ୟାରେ ଦୀପ ନିଶ୍ଚୟ ଜଳେଇବେ। କିନ୍ତୁ ତୁଳସୀ ଗଛ ମୂଳରେ ଆଜିର ଦିନରେ କଞ୍ଚା ସୂତା ନିଜର ମନସ୍କାମନା କହି ବାନ୍ଧି ଦେବେ ତ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ। ଆଉ ଏହି କଞ୍ଚା ସୂତା ଆପଣଙ୍କ ସମସ୍ତ ସମସ୍ୟା ଦୂର କରିଥାଏ।

ଏକାଦଶୀ ଦିନରେ ବ୍ରତ ରଖିଲେ ଆପଣଙ୍କ ସବୁ ଦୋଷ ପାପ ଦୂର ହୋଇଥାଏ। ଆଉ ଆପଣଙ୍କ ପିତୃ ଲୋକଙ୍କୁ ବି ତାଙ୍କର ଯେଉଁ ପାପ ଥିଲା ଯେଉଁ କଷ୍ଟ ଭୋଗୁଛନ୍ତି ସେଥିରୁ ସେମାନେ ମୁକ୍ତି ପାଇ ବୈକୁଣ୍ଠ ଧାମକୁ ଯାଇଥାନ୍ତି।

ଅସ୍ତ ଗଛ ମୂଳରେ ଦୀପ ଜଳେଇବା ଉଚିତ।

ବେଲ ଗଛ ମୂଳରେ ସନ୍ଧ୍ୟା ସମୟରେ ମାଟିର ଦୁଇ ମୁଖା ଦୀପରେ ଦୁଇଟି ବତୀ ଦେଇ ଘିଅ ଦେବେ ସେଥିରେ ୧ଟି ଚାଉଳ ଦାନା ନେବେ ଆଉ ବେଲ ଗଛ ମୂଳରେ ପତ୍ରରେ ରଖି ଦୀପ ଜାଳିଦେବେ। ଆପଣଙ୍କର ଯାହାବି ମନସ୍କାମନା ତାହା ପୂରଣ ହୋଇଯିବ।

ଯେବେ ଆପଣ ତୁଳସୀ ମାଙ୍କୁ ପୂଜା କରିବେ ତ ତୁଳସୀଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣ ଗୋଟେ ଘଟି ଜଳରେ ଏକ ଚୁଟକି ହଳଦୀ ଏବଂ କଞ୍ଚା କ୍ଷୀର ୨ ରୁ ୪ ବୁନ୍ଦା ଗୋଟେ ଅଳ୍ପ ମିଠା ଜିନିଷ ଆଉ ଏଥିରେ ଏକ ଚୁଟକି ଅକ୍ଷତ ପକାଇ ତୁଳସୀଙ୍କୁ ଅର୍ପଣ କରନ୍ତୁ। ଆଉ ତୁଳସୀରେ ଅର୍ପଣ କରିବା ସମୟରେ ଆପଣ ମନେ ମନେ ଓଁ ନମଃ ଭଗବତେ ବାସୁଦେବାୟ କିମ୍ବା ଓଁ ନମଃ ବୃହସ୍ପତେୟ ନମଃ ମନ୍ତ୍ରର ଜପ କରିପାରିବେ। ଏହା ଦ୍ବାରା ଆପଣଙ୍କ ଗୁରୁଗ୍ରହ ଭଲ ହୋଇଥାଏ। ଭାଗ୍ୟ ବି ଭଲ ହୋଇଯାଇଥାଏ। ତୁଳସୀଙ୍କୁ ପୂଜା କଲେ ଆପଣଙ୍କ କମଜୋର ବୃହସ୍ପତି ମଜବୁତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *