Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୧୪ ତାରିଖ ଠାରୁ ଏହି ୩ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ରାହୁ ଗ୍ରହର ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି।

ସେୟାର୍ କରନ୍ତୁ

ପାପୀ ଗ୍ରହ ରାହୁର ସ୍ଥିତି ପରିବର୍ତ୍ତନ ହେଲେ ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବ ପକାଇ ଥାଏ। ରାହୁ ଗ୍ରହ ଦେଢ଼ ବର୍ଷ ପରେ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ଜୁନ ୧୪ ତାରିଖ ଦିନ ରାହୁ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଗ୍ରହକୁ ପାପୀ ଗ୍ରହ କୁହାଯାଏ। ରାହୁ ଓ କେତୁ ଗ୍ରହକୁ ଛାୟା ଗ୍ରହ ମଧ୍ୟ କୁହାଯାଏ। ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ରାହୁ ଓ କେତୁ ଗ୍ରହର ଖରାପ ପ୍ରଭାବ ପଡ଼ିଥାଏ, ତାଙ୍କ ଜୀବନ ନଷ୍ଟ ହୋଇଯାଏ। ରାହୁ ଗ୍ରହ ଜୁନ ୧୪ ତାରିଖ ଦିନ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ରାହୁ ଗ୍ରହ ମେଷ ରାଶି ଓ କୃତ୍ତିକା ନକ୍ଷତ୍ରରେ ଅବସ୍ଥାନ କରିଛନ୍ତି। ୮ ଦିନ ପରେ ଭରଣୀ ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ରରେ ରାହୁ ଗ୍ରହ ଆସନ୍ତା ବର୍ଷ ଫେବୃୟାରୀ ୨୦ ତାରିଖ ୨୦୨୩ ପର୍ଯ୍ୟନ୍ତ ରହିବେ। ଏହାର ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡ଼ିବ।

ଶୁଭ ମାନା ଯାଇଥାଏ ଭରଣୀ ନକ୍ଷତ୍ର :-

ଭରଣୀ ନକ୍ଷତ୍ରରେ ଜନ୍ମ ହୋଇଥିବା ଲୋକଙ୍କ ରାଶି ମେଷ ହୋଇଥାଏ। ମେଷ ରାଶିର ସ୍ବାମୀ ମଙ୍ଗଳ ଗ୍ରହ ଅଟନ୍ତି ଏବଂ ଏହି ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ ଅଟନ୍ତି ତେଣୁ ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଏହି ଦୁଇଟି ଗ୍ରହର ପ୍ରଭାବ ରହିଥାଏ। ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତି ସାହସୀ, ନିର୍ଭୟ, ସୁଖର ଲାଳସା ରଖୁଥିବା, ଆକର୍ଷକ ହୋଇଥାନ୍ତି।

ଏହି ୩ ଗୋଟି ରାଶିର ଲୋକଙ୍କ ଉପରେ ରାହୁ ଗ୍ରହର ଶୁଭ ସ୍ଥିତି ପ୍ରଭାବ ପକାଇବ :-

ରାହୁ ଗ୍ରହର ଭରଣୀ ନକ୍ଷତ୍ରରେ ପ୍ରବେଶ କରିବାର ପ୍ରଭାବ ୮ ମାସ ପର୍ଯ୍ୟନ୍ତ ୩ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଏହି ସମୟରେ ଧନଲାଭ ହେବା ସହିତ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।

ମେଷ ରାଶି :-

ରାହୁ ଗ୍ରହର ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ଓ ଆର୍ଥିକ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ।ପୈତୃକ ସଂପତ୍ତି ପ୍ରାପ୍ତ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ।

ବୃଷ ରାଶି :-

ରାହୁ ଗ୍ରହର ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରଦାନ କରିବ। କ୍ୟାରିୟରରେ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ବ୍ୟବସାୟରେ ଅଧିକ ଲାଭ ପ୍ରାପ୍ତ ହେବାର ଅବସର ମିଳିବ।ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କୌଣସି ସ୍ଥାନକୁ ଭ୍ରମଣ ପାଇଁ ଯାତ୍ରା କରି ପାରନ୍ତି।

ତୁଳା ରାଶି :-

ରାହୁ ଗ୍ରହର ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କୁ ଧନପ୍ରାପ୍ତି ହେବାର ଯୋଗ ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କୁ ଜୀବନରେ ସବୁ ସୁଖସୁବିଧା ପ୍ରାପ୍ତ ହେବ। ଋଣ ଦେଇଥିବା ଟଙ୍କା ଆପଣ ଫେରସ୍ତ ପାଇବେ। ବ୍ୟବସାୟ ମାମଲାରେ ଆପଣ କୌଣସି ଟ୍ରିପରେ ଯାଇ ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *