Excuse Me Odisha

ଯାହା କହିବୁ ସତ କହିବୁ

ଜଳିବ କର୍ପୁର ତ ଶେଷ ହେବ କଷ୍ଟ ! ଜାଣନ୍ତୁ କର୍ପୁରକୁ ନେଇ ୧୦ ଟି ଚମତ୍କାର ଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜଳିବ କର୍ପୁର ତ ଶେଷ ହେବ କଷ୍ଟ। ୧୦ ଟି ଚମତ୍କାର ଉପାୟ।

କର୍ପୂରର ପ୍ରୟୋଗରେ ଜୀବନରେ ଅନେକ ସମସ୍ୟାରୁ ବାହାରକୁ ବାହାରି ହେବ। କୌଣସି ବି ଦିନରେ ଏହି ପ୍ରୟୋଗ କରିପାରିବେ। ଆପଣ କୌଣସି ବି ଦିନରେ କର୍ପୂରର ପ୍ରୟୋଗ କରି ବହୁତ ସାରା ସମସ୍ୟାରୁ ବାହାରକୁ ବାହାରି ପାରିବେ। ତାନ୍ତ୍ରିକ ସାଧନାରେ ବି କର୍ପୂର ଏବଂ ଗୋଲାପ ପାଖୁଡାର ବହୁତ ମହତ୍ୱ ଅଛି।

ଯେତେବେଳେ ସନ୍ଧ୍ୟା ସମୟରେ ଆପଣ ଦୀପ ଜାଳୁଛନ୍ତି ତ ଗୋଏ ପାତ୍ରରେ ଗୋଲାପ ପାଖୁଡା ରଖିଦିଅନ୍ତୁ ତା ଉପରେ କର୍ପୂର ରଖି ଜଳେଇ ଯଦି ଆପଣ ଏହା ପରେ ଏହି ଫୁଲକୁ ମାଙ୍କୁ ଅର୍ପଣ କରିଦେବେ ତ ଅଚାନକ ଧନ ଲାଭର ଯୋଗ ବନିଥାଏ ଏବଂ ଅଟକି ରହିଥିବା ଧନ ଫେରସ୍ତ ମିଳିଥାଏ। ଆପଣଙ୍କର କୌଣସି ବି ପ୍ରକାରର ଅସୁବିଧା ହୋଇନଥାଏ। କୌଣସି ଅଟକି ରହିଥିବା କାର୍ଯ୍ୟ ତାହା ସହଜରେ ଶେଷ ହୋଇଯାଇଥାଏ।

ହିନ୍ଦୁ ଧର୍ମରେ କର୍ପୂରର ବହୁତ ଅଧିକ ମହତ୍ୱ ଅଛି। ପୂଜାପାଠ ପାଇଁ ଏବଂ ତନ୍ତ୍ରକ୍ରିୟାରୁ ବଞ୍ଚିବା ପାଇଁ ମାଙ୍ଗଳିକ କାର୍ଯ୍ୟ ପାଇଁ ଏହାର ପ୍ରୟୋଗ କରାଯାଏ କାରଣ ବିନା କର୍ପୂରରେ ମାଙ୍ଗଳିକ କାର୍ଯ୍ୟ ପୁରା ହୋଇନଥାଏ। ଏହା ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାକୁ ବି ଶେଷ କରିଥାଏ। ଘରେ ଯଦି କେହି ତନ୍ତ୍ର କ୍ରିୟା କରିଦେଇଛି ନେଗେଟିଭ ଉର୍ଜାର ବାସ ଅଛି ତ ତାହାବି କର୍ପୂର ଦୂରେଇ ଦେଇଥାଏ। ତନ୍ତ୍ର ସାଧନା ଅନୁସାରେ କର୍ପୂର ପ୍ରୟୋଗ ସବୁଠାରୁ ଅଧିକ ଫଳଦାୟୀ ହୋଇଥାଏ। ଏହା ଘରକୁ ସୁଖ ଶାନ୍ତି ଏବଂ ଧନ ଦୁଇଟି ଯାକ ଜିନିଷକୁ ବୃଦ୍ଧି କରିଥାଏ। ତେବେ ଆସନ୍ତୁ ଜାଣିବା କର୍ପୂରର ଚମତ୍କାରି ପ୍ରୟୋଗ ବିଷୟରେ।

ଯଦି ଆପଣଙ୍କଙ୍କର କୌଣସି ଜାଗାରେ ଟଙ୍କା ଅଟକି ରହିଛି କିମ୍ବା ଆପଣ ହଠାତ ଧନ ଲାଭ ଚାହୁଁଛନ୍ତି ତ ଏହି ପ୍ରୟୋଗ କରନ୍ତୁ। ଗୋଲାପ ଫୁଲ ନିଅନ୍ତୁ କିମ୍ବା ଗୋଲାପ ପାଖୁଡା ଏକ ପାତ୍ରରେ ରଖି ଦିଅନ୍ତୁ ଏହା ଉପରେ କର୍ପୂର ଖଣ୍ଡ ରଖି କର୍ପୂରକୁ ଜଳେଇ ଦିଅନ୍ତୁ। ଜଳେଇବା ପରେ ଯେଉଁ ଫୁଲ ଅଛି ତାହାକୁ ମା ଦୁର୍ଗାଙ୍କୁ ଅର୍ପଣ କରିଦିଅନ୍ତୁ। ଏମିତି କଲେ ହଠାତ ଧନଲାଭର ଯୋଗ ବନିଥାଏ ଅଟକି ରହିଥିବା ଧନ ଫେରସ୍ତ ମିଳିଥାଏ। ଏହାକି ଲଗାତାର ୪୩ ଦିନ କରିବାର ନିୟମ ଅଛି। ଯଦି ଆପଣ ଯେବେ କରିପାରିବେ ନାହିଁ ତ ଆପଣଙ୍କର ବଦଳରେ ଅନ୍ୟ କେହି ବି କରିପାରିବେ।

ଧନର ସମସ୍ୟାରୁ ବଞ୍ଚିବା ପାଇଁ ଧନ ଲାଭ ପାଇଁ ରାତି ସମୟରେ ଏକ ଛୋଟ କାମ କରିବା ଆରମ୍ଭ କରିଦିଅନ୍ତୁ। ପ୍ରତ୍ୟକ ଦିନ ରାତିରେ ନିଜର ବେଡ଼ରୁମରେ ହିଁ କରନ୍ତୁ କିମ୍ବା ରୋଷେଇ ଘରେ ମଧ୍ୟ କରିପାରିବେ। ଆପଣ ଏକ ଚାନ୍ଦିର ପାତ୍ର ନେଇନିଅନ୍ତୁ ଚାନ୍ଦିର ନଥିଲେ ଷ୍ଟିଲ ପାତ୍ର ମଧ୍ୟ ନେଇନିଅନ୍ତୁ ଏଥିରେ ୧ ଲବଙ୍ଗ ୧ କର୍ପୂର ଖଣ୍ଡ ନିଅନ୍ତୁ କର୍ପୂରରେ ଲବଙ୍ଗ ପକେଇ ଜଳେଇ ଦିଅନ୍ତୁ। ପ୍ରତିଦିନ କରନ୍ତୁ ଧନର ବୃଦ୍ଧି ହେବ। ସୁଖ ସମୃଦ୍ଧି ବନିରହିବ। ରାତିରେ ଯେଉଁ ନକରାତ୍ମକ ଉର୍ଜା ଆପଣଙ୍କ ମନ ମସ୍ତିଷ୍କ ଉପରେ ପ୍ରଭାବିତ କରିଥାଏ ତାହାକୁ ଶାନ୍ତ କରିଥାଏ ଏବଂ ଆପଣଙ୍କ ମନ ଭଲ ରହିଥାଏ ମନ ଭଲ ରହିଲେ ଧନ ଅଧିକ ରୋଜଗାର କରିପାରିବେ।

ମାନ୍ୟତା ଅନୁସାରେ ପ୍ରତିଦିନ କର୍ପୂର ଜଳେଇ ଦେବୀ ଦେବତାଙ୍କ ସକାଳ ସନ୍ଧ୍ୟାରେ ଆଳତୀ କରିବେ ତ ସକାରାତ୍ମକ ଉର୍ଜା ବଢି ଥାଏ। ଘରେ କୌଣସି ବି ବ୍ୟକ୍ତି ରୋଗରେ ପଡିନଥାଏ ଏବଂ ଧନବି ବହୁତ ଆସିଥାଏ। ଏଥିପାଇଁ ପୂଜାପାଠ କରିଲେ କର୍ପୂର ନିଶ୍ଚୟ ଜଳାନ୍ତୁ।

ଘରେ ଅଶାନ୍ତି ଲଢେଇ ଝଗଡା ବହୁତ ରହୁଥିଲେ କେହି କାହାରି କଥା ମାନୁନଥିବେ ଘର ପରିବାର ଉପରେ କାହାରୁ ନଜର ଲାଗିଯାଇଥାଏ ତ ଏକ ଛୋଟ ପ୍ରୟୋଗ କରନ୍ତୁ। ୧ ଖଣ୍ଡ କର୍ପୂରକୁ ଘରର ଏପରି ସ୍ଥାନରେ ରଖନ୍ତୁ ଯେଉଁଠି ଘରର ସବୁ ଲୋକ ଏକାଠି ବସିଥାନ୍ତି ତ ସେହି ଜାଗାରେ ରଖିଦିଅନ୍ତୁ ଏବଂ ଯେତେବେଳେ ତାହା ସରି ଯିବ ଆଉ ଗୋଟେ ରଖିଦେବେ। ଏମିତି କିଛି ଦିନ କଲେ ପ୍ରେମ ବଢିବ। ଯାହାବି ଚିନ୍ତା ତାହା ଦୂର ହୋଇଯିବ କାରଣ କର୍ପୂରର ସୁଗନ୍ଧ ମନ ମସ୍ତିଷ୍କକୁ ସୁନ୍ଦର କରି ଦେଇଥାଏ।

ଘରେ ସୁଖ ଶାନ୍ତି ସକରାତ୍ମକ ଉର୍ଜାର ବାସ ପାଇଁ ଘିଅରେ ଭିଜେଇ କର୍ପୂର ଜଳେଇ ପାରିବେ କିମ୍ବା ଘିଅ ବାତିରେ କର୍ପୂର ରଖି ଜଳେଇ ପାରିବେ। ପ୍ରେମ ବଢିବ ସୁଖ ଶାନ୍ତି ଆସିବ।

ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ ଅଧିକ ଟେନସନ ଅଛି ପରସ୍ପର ମଧ୍ୟରେ ଭଲ ସମ୍ପର୍କ ନାହିଁ କିମ୍ବା ଜୀବନସାଥୀଙ୍କ ଲାଇଫରେ ଅନ୍ୟ କେହି ଅଛି ତେବେ ସ୍ୱାମୀ ସ୍ତ୍ରୀ ପାଇଁ କରିପାରିବେ ସ୍ତ୍ରୀ ସ୍ୱାମୀ ପାଇଁ କରିପାରିବେ। ଯାହା ପାଇଁ ଯିଏ କରିବେ ତାଙ୍କର ତକିଆ ତଳେ ୧ ଖଣ୍ଡ କର୍ପୂର ରଖିଦିଅନ୍ତୁ। ପର ଦିନ ସକାଳେ ବିନା କାହାରି ସହିତ କଥା ନହୋଇ କର୍ପୂରକୁ ଉଠାଇ ଜଳେଇ ଦିଅନ୍ତୁ। ଦାମ୍ଫତ୍ୟ ଜୀବନରେ ପ୍ରେମ ବଢିବ।

ଦୁର୍ଘଟଣା ନହେବା ପାଇଁ ଚାହୁଁଥିଲେ କିମ୍ବା ଆପଣ ସୁସ୍ଥ ରୁହନ୍ତୁ କିମ୍ବା ଆପଣଙ୍କ ଘରର ଲୋକ ସୁସ୍ଥ ରୁହନ୍ତୁ ତ ପ୍ରତିଦିନ ରାତିରେ ହନୁମାନ ଚାଳିସାର ପାଠ ୧ ଥର କରନ୍ତୁ ଏବଂ ୧ କର୍ପୂର ଖଣ୍ଡ ଜଳେଇ ଦିଅନ୍ତୁ ତ ଦୁର୍ଘଟଣାର ଭୟ ରହିନଥାଏ।

କର୍ପୂର ଜଳେଇଲେ ହାନିକାରକ ଜୀବାଣୁ ଯାହା ରୋଗ ଉତ୍ପନ କରିଥାଏ ତାହା ନଷ୍ଟ ହୋଇଯାଏ। ବାତାବରଣ ସୁନ୍ଦର ହୋଇଯାଇଥାଏ।

ଯେତେବେଳେ ରାହୁ ଶନି କେତୁଙ୍କ ସଙ୍କଟ ବଢିଯାଇଥାଏ ତ ନିଜ ବାଥରୁମରେ ୧ ଖଣ୍ଡ କର୍ପୂର ରଖିଦିଅନ୍ତୁ। ତ ଏମିତି କଲେ ତ୍ରିଦୋଷ ରାହୁ କେତୁ ଦୋଷ ସବୁ ଶାନ୍ତ ହୋଇଯିବ। ଜୀବନରେ ସମସ୍ୟା ଚିନ୍ତା ଶେଷ ହୋଇଯିବ।

ଯଦି ଜୀବନରେ ବଡ଼ ସଙ୍କଟ ଆସିଯାଇଛି ଜୀବନ ମରଣର ସଙ୍କଟ ଆସିଛି ତ ନଡ଼ିଆର ଗୋଳା ନେଇନିଅନ୍ତୁ ଏବଂ ନଡିଆ ଗୋଳା ଉପରେ କର୍ପୂର ଏବଂ ଲବଙ୍ଗ ରଖି ଜଳେଇ ଦିଅନ୍ତୁ। ପୁରା ଘର ସାରା ବୁଲାଇ ଦିଅନ୍ତୁ । ଘରର ସମସ୍ୟା ଶେଷ ହୋଇଯିବ। ନେଗେଟିଭ ଉର୍ଜା ଶାନ୍ତ ହୋଇଯିବ ଏବଂ ଏହି ନଡ଼ିଆକୁ କୌଣସି ଧର୍ମ ସ୍ଥାନରେ ଯାଇ ରଖିଦିଅନ୍ତୁ। ଏମିତି କଲେ ଜୀବନରେ ଯାହାବି ଖରାପ ହୋଇଯାଇଥିଲା ସବୁକିଛି ଠିକ ହୋଇଯିବ। ସମସ୍ୟା କମ ହୋଇଯିବ।

ଭାଗ୍ୟକୁ ଉଜ୍ଵଳ କରିବା ପାଇଁ ସ୍ନାନ ପାଣିରେ କର୍ପୂରର ତେଲ ପକେଇ ସ୍ନାନ କରନ୍ତୁ ତ ଭାଗ୍ୟ ସାଥ ଦେବାକୁ ଲାଗିଥାଏ। ବନ୍ଦ ଭାଗ୍ୟର ତାଲା ଖୋଲି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *