Excuse Me Odisha

ଯାହା କହିବୁ ସତ କହିବୁ

ନିବସ୍ତ୍ର ହୋଇ ଏହି ୪ଟି କାମ କରିବା ଉଚିତ ନୁହେଁ ! ଜାଣନ୍ତୁ କଣ କଣ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିବସ୍ତ୍ର ହୋଇ କରିବା ଉଚିତ ନୁହେଁ ଏହି ୪ ଟି କାମ।

ଆମ ଦ୍ୱାରା କରାଯାଉଥିବା କାର୍ଯ୍ୟରୁ ହିଁ ଆମକୁ ପାପ ଏବଂ ପୁଣ୍ୟର ପ୍ରାପ୍ତି ହୋଇଥାଏ। ଜଣେ ମନୁଷ୍ୟ ନିଜର ଜୀବନ କାଳ ଭିତରେ ମାତ୍ର ପୁଣ୍ୟ କରିକି ହିଁ ସ୍ୱର୍ଗକୁ ପ୍ରସ୍ଥାନ କରିଥାଏ କିନ୍ତୁ ଅଜ୍ଞାତ ବସରେ ସେମିତି ଅନୁଚିତ କାର୍ଯ୍ୟ କରିଥାଏ ଯେଉଁ କାରଣରୁ ତାକୁ ପାପ ଲାଗିଥାଏ ଏବଂ ତାକୁ ନର୍କର ସଜାବି ଭୋଗିବାକୁ ପଡିଥାଏ। ଅଜଣାତରେ କରିଥିବା ଏହି କାର୍ଯ୍ୟ ନିଜ ଜୀବନ ସହିତ ଜଡ଼ିତ ହୋଇଥାଏ। ଏହି କାର୍ଯ୍ୟ ଆମର ଖାଇବା ପିଇବା ଦୈନିକ ଦିନଚର୍ଯ୍ୟ ଏବଂ ଆମର ରହିବା ସହିତ ଜଡ଼ିତ ହୋଇଥାଏ।

ପଦ୍ମ ପୁରାଣରେ ଭଗବାନ ବିଷ୍ଣୁ କୁହନ୍ତି କି ମନୁଷ୍ୟଙ୍କ ବସ୍ତ୍ର ତାଙ୍କର ଚରିତ୍ରକୁ ପ୍ରଦର୍ଶିତ କରିଥାଏ। ଏହି ବସ୍ତ୍ର ମନୁଷ୍ୟଙ୍କ ବଳ ଯଶ ସମ୍ପତି ଏବଂ ଉର୍ଜାର ପ୍ରତୀକ ହୋଇଥାଏ। ଭଗବାନ ବିଷ୍ଣୁଙ୍କ ଅନୁସାରେ ମନୁଷ୍ୟଙ୍କୁ ନିଜ ଜୀବନରେ ଶରୀରକୁ ଘଡାଉଥିବା ବସ୍ତ୍ରର ସମ୍ମାନ କରିବା ଉଚିତ। ତାକୁ କେବେବି ଏହି ୪ ଟି କାର୍ଯ୍ୟ ନିବସ୍ତ୍ର ହୋଇ କରିବା ଉଚିତ ନୁହେଁ। ଯେଉଁ ମନୁଷ୍ୟ ନିବସ୍ତ୍ର ହୋଇ ଏହି ୪ଟି କାର୍ଯ୍ୟ କରିଥାଏ ତାକୁ ନର୍କର ଯାତନା ଏହି ମୃତ୍ୟୁ ଲୋକରେ ହିଁ ମିଳିଥାଏ। ତାକୁ ଜୀବନରେ ଦରିଦ୍ରତାରେ ବ୍ୟତିତ କରିବାକୁ ପଡିଥାଏ।

ନିବସ୍ତ୍ର ହୋଇ ଏହି ୪ଟି କାମ କରିଲେ ତାର ପିତୃପୁରୁଷ ତାଙ୍କ ଉପରେ କ୍ରୋଧିତ ହୋଇଯାନ୍ତି ଏବଂ ତାଙ୍କୁ ପିତୃଦୋଷର ସାମ୍ନା କରିବାକୁ ପଡିଥାଏ। ନିବସ୍ତ୍ର ହୋଇ ଏହି କାମ କରିଲେ ମା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଯାନ୍ତି ଏବଂ ସେହି ମନୁଷ୍ୟ ଯଶ ମାନ ସମ୍ମାନ ଏବଂ ତାର ଧନ ସମ୍ପତ୍ତି ସବୁକିଛି ହରେଇ ଦେଇଥାଏ। ତେବେ ଆସନ୍ତୁ ଜାଣିନେବା ଏମିତି କେଉଁ ୪ ଟି କାମ ଅଛି ଯାହାକୁ ନିବସ୍ତ୍ର ହୋଇ କୌଣସି ବି ମନୁଷ୍ୟଙ୍କୁ କରିବା ଉଚିତ ନୁହେଁ।

ଭଗବାନ ବିଷ୍ଣୁ କୁହନ୍ତି ମନୁଷ୍ୟଙ୍କୁ କେବେବି ସମ୍ପୂର୍ଣ୍ଣ ନିବସ୍ତ୍ର ହୋଇ ବା ଉଲଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ। ଶାସ୍ତ୍ରରେ ଜଳକୁ ବରୁଣ ଦେବତା କୁହାଯାଏ। ଏହା ସହିତ ସ୍ନାନ କରୁଥିବା ଜଳକୁ ଗଙ୍ଗାଜଳ ତୁଲ୍ୟ ମାନାଯାଏ। ସେଥିପାଇଁ ଉଲଗ୍ନ ହୋଇ ସ୍ନାନ କରିବା ସେହି ଦେବତାଙ୍କର ଅପମାନ କରିବା ସହିତ ସମାନ ହୋଇଥାଏ।

ସ୍ନାନ କରିବା ସମୟରେ ଅଳ୍ପ ବସ୍ତ୍ରର ବ୍ୟବହାର କରିବା ଉଚିତ। ଅର୍ଥାତ ଶରୀରରେ କୌଣସି ନାଁ କୌଣସି ସୁତା ମଧ୍ୟ ରହିବା ଉଚିତ। ସମ୍ପୂର୍ଣ୍ଣ ଭାବରେ ଉଲଗ୍ନ ହୋଇ ସ୍ନାନ କରୁଥିବା ସ୍ତ୍ରୀ ଏବଂ ପୁରୁଷଙ୍କୁ ଜୀବନ ସାରା ବିପଦରେ ଘେରି ହୋଇ ରହିଥାନ୍ତି। ଏହିପରି କୌଣସି ବି ଜଳାଶୟରେ ଉଲଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ। ଏମିତି କଲେ ମନୁଷ୍ୟଙ୍କ ଜୀବନରେ ଦୁର୍ଭାଗ୍ୟ ବନି ରହିଥାଏ।

ଭଗବାନ ବିଷ୍ଣୁ କୁହନ୍ତି କେବେବି ରାତିରେ ଶୋଇବା ସମୟରେ ନିବସ୍ତ୍ର ହୋଇ ଶୋଇବା ଉଚିତ ନୁହେଁ। ରାତି ସମୟରେ ଆମର ପିତୃଦେବ ଏବଂ ଦେବତା ଏବଂ ଚନ୍ଦ୍ରଦେଵ ଆମ ଉପରେ ତାଙ୍କର କୃପାଦୁଷ୍ଟି ବନେଇଥାନ୍ତି ଯଦି ରାତି ସମୟରେ ସେମାନେ ଆମକୁ ଉଲଗ୍ନ ଅବସ୍ଥାରେ ଦେଖିନିଅନ୍ତି ତ ସେମାନେ ଅପମାନିତ ଅନୁଭବ କରିଥାନ୍ତି ଯାହା ଦ୍ୱାରା ତାଙ୍କର ପିତୃଗଣ ଦେବତା କ୍ରୋଧିତ ହୋଇଯାନ୍ତି

ସେହି ବ୍ୟକ୍ତିଙ୍କୁ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡିଥାଏ। ବିଷ୍ଣୁ ପୁରାଣରେ ଏହା ବି କୁହାଯାଇଛି ନିବସ୍ତ୍ର ହୋଇ ଦେଖାଯାଇଥିବା ସ୍ୱପ୍ନର ଫଳ ମନୁଷ୍ୟଙ୍କୁ ପ୍ରାପ୍ତ ହୋଇନଥାଏ। ଏହା ସହିତ ମହିଳା ମାନଙ୍କୁ ନିଜର କେଶ ଖୋଲା କରି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ତାଙ୍କ ଜୀବନରେ ଦୁର୍ଭାଗ୍ୟ ବନି ରହିଥାଏ।

ଭଗବାନ ବିଷ୍ଣୁ କୁହନ୍ତି ମନୁଷ୍ୟଙ୍କୁ କେବେବି ନିବସ୍ତ୍ର ହୋଇ ଆଚମନ ଏବଂ ତର୍ପଣ କରିବା ଉଚିତ ନୁହେଁ ଏବଂ ଭଗବାନ ସୂର୍ଯ୍ୟଦେବଙ୍କୁ ନିବସ୍ତ୍ର ହୋଇ ଜଳ ଅର୍ପଣ କରିବା ଉଚିତ ନୁହେଁ। ଆଚମନ ଏବଂ ତର୍ପଣ ଦେବତା ମାନଙ୍କ ପାଖରୁ ବି ଅଧିକ ଶୁଦ୍ଧ ହୋଇଥାଏ। ଏହାକୁ ଉଲଗ୍ନ ହୋଇ କରୁଥିବା ମନୁଷ୍ୟଙ୍କୁ ସବୁ ପୁଣ୍ୟ କର୍ମ ନଷ୍ଟ ହୋଇଯାଏ। ଯେଉଁ ମନୁଷ୍ୟ ଆଚମନ ଏବଂ ତର୍ପଣ ଉଲଗ୍ନ ହୋଇ କରିଥାଏ ସେ ମନୁଷ୍ୟ ମୃତ୍ୟୁ ଲୋକରେ ଜୀବନ ମରଣ ଚକରରେ ଘେରି ରହିଥାଏ। ସେହି ମନୁଷ୍ୟ ସର୍ବଦା ଜୀବନରେ ବିପଦ ଏବଂ ସମସ୍ୟାରେ ଘେରି ହୋଇ ରହିଥାଏ।

ଭଗବାନ ବିଷ୍ଣୁ କୁହନ୍ତି ମନୁଷ୍ୟଙ୍କୁ କେବେବି ନିବସ୍ତ୍ର ଅଥବା ଗୋଟେ ହିଁ ବସ୍ତ୍ର ପରିଧାନ କରି ଭଜନ ଗ୍ରହଣ କରିବା ଉଚିତ ନୁହେଁ। ପ୍ରତ୍ୟକ ମନୁଷ୍ୟଙ୍କୁ ଅନ୍ନର ସମ୍ମାନ କରିବା ଉଚିତ। ଅନ୍ନ ହିଁ ପରମବ୍ରହ୍ମ ଅଟେ। ଅର୍ଦ୍ଧଲଗ୍ନ ହୋଇ ଅର୍ଥାତ ଗୋଟେ ହିଁ ବସ୍ତ୍ର ପରିଧାନ କରି ଭଜନ କଲେ ସେହି ଭଜନ ମଳ ସହିତ ସମାନ ହୋଇଯାଇଥାଏ।

ଏମିତି ଭଜନ ପ୍ରେତଙ୍କୁ ପ୍ରାପ୍ତ ହୋଇଥାଏ। ଯେଉଁ ମନୁଷ୍ୟ ଉଲଗ୍ନ ବା ଅର୍ଦ୍ଧଲଗ୍ନ ହୋଇ ଭଜନ କରିଥାଏ ସେହି ମନୁଷ୍ୟ ଅସାଧୁ ଏବଂ କୁଣ୍ଠାରେ ଗ୍ରାସିତ ହୋଇଯାଇଥାଏ। ଏମିତି ମନୁଷ୍ୟଙ୍କ ଶରୀରରେ ଅନେକ ରୋଗ ଉତ୍ପନ ହୋଇଥାଏ ଏବଂ ସେହି ବ୍ୟକ୍ତିଙ୍କ ଉପରେ ମା ଅନ୍ନପୂର୍ଣ୍ଣାଙ୍କ କୃପା କେବେବି ରହିନଥାଏ। ଯେଉଁ କାରଣରୁ ସେହି ଘରେ ସର୍ବଦା ଧନ ଧାନ୍ୟର କମି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *