Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟରେ ମୁଣ୍ଡ ପାଖରେ କଦାପି ଏହି ଜିନିଷ ରଖନ୍ତୁ ନାହିଁ, ନଚେତ ଦୁର୍ଭାଗ୍ୟ ମାଡ଼ି ଆସିପାରେ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ନିୟମ ଗୁଡ଼ିକୁ ପାଳନ କଲେ ଜୀବନରେ ଆସୁଥିବା ସବୁ ସମସ୍ୟାର ସମାଧାନ ହୋଇ ପାରିବ। ଆସନ୍ତୁ ଜାଣିବା, ଶୋଇବା ସମୟରେ ତକିଆ ତଳେ କେଉଁ ଜିନିଷ ସବୁ ରଖିବା ଉଚିତ ନୁହେଁ। ନଚେତ ଘୋର ବିପତ୍ତି ମାଡ଼ି ଆସିବାର ସମ୍ଭାବନା ରହିଛି।

ଅର୍ଥ :- ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ରାତିରେ ଶୋଇବା ସମୟରେ ମୁଣ୍ଡ ତଳେ ଟଙ୍କା ରଖି ଶୋଇବା ଉଚିତ ନୁହେଁ। କାରଣ ଅର୍ଥକୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମାନା ଯାଇଥାଏ। ତେଣୁ ଏଭଳି କଲେ, ତାଙ୍କର ଅପମାନ ହୋଇଥାଏ। ଟଙ୍କାପଇସା ଓ ଗହଣା ଆଦିକୁ ଆଲମାରୀରେ ରଖାଯାଇଥାଏ। ତେଣୁ ଏଭଳି ଭୁଲ କରିବାରୁ ବଂଚିତ ରୁହନ୍ତୁ ଏବଂ ସେଥିପ୍ରତି ଧ୍ୟାନ ରଖନ୍ତୁ।

ବହି :- ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ କୌଣସି ବହି ରଖିବା ଉଚିତ ନୁହେଁ। କିଛି ଲୋକେ ରାତିରେ ଶୋଇବା ପୂର୍ବରୁ ବହି ପଢ଼ି ମୁଣ୍ଡ ପାଖରେ ରଖି ଦେଇ ଶୋଇ ପଡିଥାନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। କାରଣ ଏଭଳି କରିବା ଦେବୀ ସରସ୍ୱତୀଙ୍କ ଅପମାନ ହୋଇଥାଏ। ଏହାଦ୍ଵାରା କ୍ୟାରିୟରରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ମୋବାଇଲ :- ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ମୋବାଇଲ ବା କୌଣସି ଇଲେକ୍ଟ୍ରୋନିକ ଜିନିଷ ରଖି ଶୋଇବା ଉଚିତ ନୁହେଁ। କାରଣ ସେଥିରୁ ବାହାରୁ ଥିବା ରେଡିଏସନ ମନୁଷ୍ୟର ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ।

ସୁନା ଜିନିଷ :- କେବେବି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ସୁନା ଜିନିଷ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କର ଅପମାନ ହେବା ସହିତ ବ୍ୟକ୍ତି ମନରେ ସର୍ବଦା କ୍ରୋଧ ଭରି ରହେ। ଏହାସହିତ କାର୍ଯ୍ୟକ୍ଷେତ୍ରରେ କୌଣସି ସଫଳତା ମିଳି ନଥାଏ।

ପର୍ସ :- ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ଆଖପାଖ ମାହୋଲ ସକାରାତ୍ମକ ରଖିବା ଉଚିତ। କିଛି ଲୋକେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ପର୍ସ ରଖି ଶୋଇଥାନ୍ତି।କିନ୍ତୁ ବ୍ୟକ୍ତିର ଏହି ଖରାପ ଅଭ୍ୟାସ ଅତ୍ୟନ୍ତ ଭୁଲ ଅଟେ। ଏଭଳି କରିବା ଦ୍ଵାରା ଆର୍ଥିକ ସଂକଟ ଉତ୍ପନ୍ନ ହୋଇଥାଏ। ଏହାସହିତ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *