Excuse Me Odisha

ଯାହା କହିବୁ ସତ କହିବୁ

ଦୁଇ ମିନିଟରେ ଭଲ ହୋଇଯିବ ଦାନ୍ତ ବିନ୍ଧା। ଜାଣନ୍ତୁ କଣ ସେହି ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣ ମାନଙ୍କୁ ଏକ ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛି। ଯାହାଦ୍ଵାରା ଆପଣଙ୍କର ଦାନ୍ତ ବିନ୍ଧା ସମସ୍ୟା ସବୁ ଦୂର ହୋଇଯିବ। ଆପଣ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଅତି ପୁରୁଣା ଦାନ୍ତ ବିନ୍ଧା ରୋଗ ଦୂର ହୋଇଯିବ। ଯଦି ଆପଣଙ୍କ ଦାନ୍ତର ମାଢ଼ି ଫୁଲି ଯାଇଛି ଓ ରକ୍ତ ବାହାରୁଛି, ତାହେଲେ ଆପଣ ଏହି ଉପଚାରକୁ ବ୍ୟବହାର କରି ପାରିବେ।

ଏହି ପ୍ରାକୃତିକ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣ ଦୁଇ ଗୋଟି ରସୁଣ ନିଅନ୍ତୁ। ଏହାକୁ ଭଲଭାବରେ ଛେଚି ଦିଅନ୍ତୁ। ଏହାପରେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ରହିଛି, ତାହା ହେଉଛି ଲବଙ୍ଗ। ଏହାକୁ ମଧ୍ୟ ପେଶି ସେଥିରେ ମିଶାଇ ଦିଅନ୍ତୁ।ଏହାପରେ ସେଥିରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ।

ତାପରେ ସେଥିରେ ଅଳ୍ପ ହଳଦୀ ଓ ପାଣି ମିଶାଇ ଦିଅନ୍ତୁ। ଯଦି ଆପଣ ଏଥିରେ ପାଣି ମିଶାଇବା ଚାହୁଁଛନ୍ତି ତାହେଲେ ମିଶାଇ ପାରିବେ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ଦାନ୍ତ ବିନ୍ଧା ସମସ୍ୟା ଦୂର ହୋଇଯିବ। ଏହି ମିଶ୍ରଣକୁ ଆପଣ ଗୋଟେ ତୁଳା ସାହାଯ୍ୟରେ ନେଇ ନିଜ ଦାନ୍ତ ପୋକ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣ ଉପଶମ ପାଇବେ।

ଆଉ ଏକ ଉପାୟ ହେଉଛି – ଗୋଟେ ପାତ୍ରରେ ପାଣି ନେଇ ଗରମ କରନ୍ତୁ।ସେଥିରେ କିଛି ଲବଙ୍ଗ ଓ ପିଜୁଳି ପତ୍ର ପକାଇ ଫୁଟାନ୍ତୁ। ଦେଖିବେ ଆପଣଙ୍କର ସବୁ ଦାନ୍ତ ବିନ୍ଧା ସମସ୍ୟା ଦୂର ହୋଇଯିବ। ତାପରେ ଏହାକୁ ଗୋଟେ ଗ୍ଲାସରେ କାଢି ସେଥିରେ ଅଳ୍ପ ଲୁଣ ବା ଫିଟିକିରି ଗୁଣ୍ଡ ମିଶାଇ ଦିଅନ୍ତୁ। ଏହି ପାଣିକୁ ଆପଣ ପାଟିରେ ୫ ମିନିଟ ରଖି କୁଳୁପୁଚା କରନ୍ତୁ। ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଦାନ୍ତ ବିନ୍ଧା ସମସ୍ୟାରୁ ଉପଶମ ମିଳିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *