ସପ୍ତାହର ଏହି ଦୁଇଦିନ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ତେବେ କରନ୍ତୁ ଏହି ଉପାୟ ଓ ଆର୍ଥିକ ସଙ୍କଟରୁ ମୁକ୍ତି ପାଆନ୍ତୁ।
ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ସମର୍ପିତ ଅଟେ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସପ୍ତାହର ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ଵ ରହିଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ସେହିଭଳି ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ।
ଧାର୍ମିକ ମାନ୍ୟତା ଅନୁସାରେ ଧନର ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଲାଭ କରିବା ପାଇଁ ଗୁରୁବାର ଦିନ ମଧ୍ୟ ଅନେକ ଉପାୟ କରି ପାରିବେ। ଏହିଦିନ ଦେବୀ ଲକ୍ଷ୍ମୀଙ୍କୁ ବିଧିବିଧାନ ସହିତ ପୂଜାର୍ଚ୍ଚନା କଲେ, ମାଆ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ।
ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ଯେଉଁ ବ୍ୟକ୍ତି ଉପରେ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ, ତାଙ୍କର କେବେବି ଅଭାବ ରହି ନଥାଏ। ସେହି ବ୍ୟକ୍ତିକୁ ଜୀବନରେ ଅନେକ ଫାଇଦା ମିଳିଥାଏ। ବ୍ୟକ୍ତିକୁ ସୁଖ ସମୃଦ୍ଧି ମିଳିବା ସହିତ ପରିବାରର ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ।
ଜ୍ୟୋତିଷ ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି। ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ କି ଆପଣ ଗୁରୁବାର ଓ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ ପାଇଁ ଅନେକ ଉପାୟ କରି ପାରିବେ। ଆସନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ଜାଣିବା –
ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ ଗୁଡ଼ିକ ହେଉଛି :-
୧/ ଗୁରୁବାର ଦିନକୁ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ।ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ପ୍ରିୟ ପତ୍ନୀ ଅଟନ୍ତି। ତେଣୁ ଆପଣ ଯଦି ଗୁରୁବାର ଦିନ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବେ ତାହେଲେ ନିଶ୍ଚିତ ଭାବରେ ସୁଫଳ ପାଇବେ।
୨/ ସପ୍ତାହର ଦୁଇଦିନ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଉତ୍ତମ ସମୟ ରହିଛି। ଏହିଦିନ ଆପଣ ଦେବୀ ଲକ୍ଷ୍ମୀଙ୍କର ମନ୍ଦିର ଯାଇ କଉଡ଼ି, ପଦ୍ମଗୁଲ, ଶଙ୍ଖ ଆଦି ଅର୍ପଣ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ପାଇବେ।
୩/ ଏଭଳି ମାନା ଯାଇଥାଏ କି ଦେବୀ ଲକ୍ଷ୍ମୀଙ୍କୁ କ୍ଷୀରୀ ଭୋଗ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି।
୪/ ଆପଣ ଶୁକ୍ରବାର ଦିନ କଳା ଜନ୍ଦାଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କୁ ପୂଣ୍ୟ ପ୍ରାପ୍ତ ହେବ।
୫/ ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଅଧିକ ସମସ୍ୟା ସୃଷ୍ଟି ହେଉଛି, ତାହେଲେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହିତ ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ପୂଜାର୍ଚ୍ଚନା କରନ୍ତୁ। ଏହାସହିତ ଶୁକ୍ରବାର ଦିନ ନିଜ ଶୋଇବା କଠୋରିରେ ଦୁଇଟି ପକ୍ଷୀର ଯୋଡ଼ି ଥିବା ଫଟୋ ଲଗାନ୍ତୁ।
୬/ ଯେଉଁ ମାନେ ସନ୍ତାନ ସୁଖ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ସେମାନେ ଗୁରୁବାର ଓ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
୭/ ଯଦି ଆପଣ ଘରର ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଚାହୁଁଛନ୍ତି, ତାହେଲେ ଘରର ମୁଖ୍ୟ ଦୁଆର ସାମ୍ନାରେ ଦୀପ ପ୍ରଜ୍ବଳନ କରନ୍ତୁ। ଏଭଳି କରିବା କ୍ଷଣି ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। ଦୀପ ଜଳି ସାରିଲା ପରେ ଏହାକୁ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ।
୮/ ଆପଣ ଶୁକ୍ରବାର ଶିବ ଗୋଟେ ହଳଦିଆ କପଡ଼ାରେ ୧୧ ଗୋଟି ହଳଦୀର ଖଣ୍ଡ ରଖି ବାନ୍ଧି ଦିଅନ୍ତୁ। ତାପରେ ” ଓଁ ବକ୍ରତୁଣ୍ଡାୟ ହୁଂ” ମନ୍ତ୍ରର ୧୦୮ ଥର ଜପ କରନ୍ତୁ। ଏହି ପୁଟୁଳିକୁ ଦେବୀ ଲକ୍ଷ୍ମୀଙ୍କର ଚରଣରେ ସ୍ପର୍ଶ କରାଇ ନିଜ ଧନ ଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।
୯/ ଯଦି ଆପଣ ଆର୍ଥିକ ଅଭାବରେ ପଡିଛନ୍ତି, ତାହେଲେ ଆପଣ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହାସହିତ ଆପଣ ଶ୍ରୀ ସୁକ୍ତ ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଦେଖିବେ ଆପଣଙ୍କୁ କେବେବି ଅର୍ଥର ଅଭାବ ହେବ ନାହିଁ।