ନିର୍ଜଳା ଏକାଦଶୀ ୨୦୨୨ : କେଉଁ ଦିନ ରଖିବେ ବ୍ରତ ? ପାଣି କିମ୍ବା ଫଳମୂଳ ଖାଇ ପାରିବେ ନା ନାହିଁ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିର୍ଜଳା ଏକାଦଶୀ ୨୦୨୨ ୧୦ କିମ୍ବା ୧୧ ଜୁନ କେଉଁ ଦିନ ବ୍ରତ ରଖିବେ ମହତ୍ୱ ପୂଜାବିଧି ପାରଣ ଶୁଭ ମୁହୂର୍ତ୍ତ। ପାଣି କେବେ ଏବଂ କେମିତି ପିଇବେ।
ନିର୍ଜଳା ଏକାଦଶୀ କେବେ କେମିତି କରିବେ ପାଳନ ଏବଂ କଣ ଦାନ କରିବେ। ପୂଜା ମୁହୂର୍ତ୍ତ କେତେବେଳେ କେଉଁ ଦିନ ବ୍ରତ ରଖିବେ ଆସନ୍ତୁ ଜାଣିବା।
ନିର୍ଜଳା ଏକାଦଶୀ ଜ୍ୟୋଷ୍ଠ ମାସର ଶୁକ୍ଳପକ୍ଷରେ ପାଳନ କରାଯିବ। ମାନ୍ୟତା ଅନୁସାରେ ଏହି ଦିନ ନିର୍ଜଳା ଉପବାସର ବ୍ରତ ଯଦି ରଖିବେ ତେବେ ପୁଣ୍ୟ ଫଳ ମିଳିଥାଏ। ବର୍ଷର ୨୪ ଟି ଏକାଦଶୀର ପୁଣ୍ୟ ଫଳ ଏହି ନିର୍ଜଳା ଏକାଦଶୀର ବ୍ରତରେ ମିଳିଥାଏ। ଏହି ବ୍ରତରେ ପାଣି ବି ପିଇବା ଉଚିତ ନୁହେଁ। ଏଥିପାଇଁ ଏହି ଏକାଦଶୀକୁ ନିର୍ଜଳା ଏକାଦଶୀ ବ୍ରତ କୁହାଯାଏ। ଏହି ବ୍ରତର ଅଧିକ ମହତ୍ୱ ରହିଛି। ଏହି ବ୍ରତରେ କୌଣସି ଜିନିଷ ଖାଇବା ପିଇବା ଉଚିତ ନୁହେଁ। ଏହା ବହୁତ କଠିନ ବ୍ରତ ଅଟେ।
ଯଦି ବର୍ଷର କୌଣସି ବି ଏକାଦଶୀ ବ୍ରତ ପାଳନ କରିପାରୁନାହଁନ୍ତି ତ ଏହି ଏକାଦଶୀ ବ୍ରତ କରିଲେ ସବୁ ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ। ଏହି ଏକାଦଶୀ ୧୦ ଜୁନ ୨୦୨୨ ଶୁକ୍ରବାର ଦିନ ପାଳନ କରାଯିବ। ଏକାଦଶୀ ତିଥିର ଆରମ୍ଭ ହେବ ସକାଳ ୭:୨୫ ମିନିଟରୁ ଏବଂ ଶେଷ ହେବ ୧୧ ଜୁନ ୨୦୨୨ ସକାଳ ୫:୪୫ ମିନିଟରେ। ଏହି ଏକାଦଶୀର ପାଳନର ସମୟ ୧୧ ଜୁନ ସକାଳ ୫:୪୯ ମିନିଟରୁ ସକାଳ ୮:୨୯ ମିନିଟ ମଧ୍ୟରେ।
ଏହି ବ୍ରତ ରଖିଲେ କିଛି ଦାନ ମଧ୍ୟ କରାଯାଏ। ଯାହାକୁ ଅଧିକ ଶୁଭ ମାନାଯାଏ। ଯେମିତିକି ଅନାଜର ଦାନ କରିପାରିବେ। ଜଳର କଳସ କପଡାର ଦାନ ଆସନ ଜୂତା ଛତା ପଙ୍ଖା ଏବଂ ଫଳର ଦାନ କରିପାରିବେ। ଏହା ବହୁତ ଉତ୍ତମ ରହିବ। ଏହି ଦିନ ଯଦି କଳା ତିଳ ଏବଂ ଜଳ ଭର୍ତି କଳସର ଦାନ କରିବେ ତ ବର୍ଷ ସାରାର ସବୁ ଏକାଦଶୀ ବ୍ରତର ଫଳ ଏହି ଏକାଦଶୀ ବ୍ରତରେ ମିଳିଯିବ।
ଏହି ଏକାଦଶୀରେ କିଛି ନିୟମର ପାଳନ କରିବା ଉଚିତ।
ଏକାଦଶୀ ଦିନ ସକାଳୁ ସକାଳୁ ଶୀଘ୍ର ଉଠି ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଘଟି ଜଳରେ ଏକ ଚୁଟକି ହଳଦୀ ପକାଇ ଅର୍ପଣ କରନ୍ତୁ। ଏହାପରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ଭଗବାନ ଶ୍ରୀହରି ବିଷ୍ଣୁଙ୍କର ପୂଜା କରନ୍ତୁ ମା ଲକ୍ଷ୍ମୀଙ୍କ ସହିତ ପୂଜା କରିବେ। ତାଙ୍କୁ ଏକ ତୁଳସୀ ପତ୍ର ପକାଇ ପଞ୍ଚାମୃତର ଭୋଗ ଅବଶ୍ୟ ଅର୍ପଣ କରିବେ। ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। ଏହି ଦିନ ଏକ ଟୋପା ପାଣି ପିଇବା ଉଚିତ ନୁହେଁ।
ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ତେବେ ଏପରି ସ୍ଥିତିରେ ଦିନ ସାରା ଉପବାସ ଯୋଗୁ ଫୁଟା ପାଣିରେ ଲେମ୍ବୁ ପକାଇ ପିଇ ପାରିବେ। ଯଦି ଆପଣ ବିଲକୁଲ ବି ଉପବାସ ରହିପାରିବେ ନାହିଁ ତ ଫଳ ଖାଇପାରିବେ। ଯେତେ ସମ୍ଭବ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ ଏବଂ ଏହି ଏକାଦଶୀ ରାତିରେ ଶୋଇବା ଉଚିତ ନୁହେଁ।
ବ୍ରାହ୍ମଣ କିମ୍ବା ଅଭାବୀ ବ୍ୟକ୍ତିକୁ ଦାନ କରିବେ ଏହା ପରେ ବ୍ରତ ଖୋଲନ୍ତୁ ଅର୍ଥାତ ପାଳନ ସମୟରେ ଉତ୍ତମ ରହିବ। ଯଦି କାହାରିକୁ ପାଉନାହାନ୍ତି ତେବେ ଅଳ୍ପ ଟଙ୍କା ବାହାର କରି ରଖିଦିଅନ୍ତୁ ପରେ କାହାରିକୁ ଦାନ କରିଦେବେ।
କିଛି କାର୍ଯ୍ୟ ଅଛି ଏହି ଏକାଦଶୀ ଦିନ କରିବା ଉଚିତ ନୁହେଁ।
ଏକାଦଶୀ ଦିନ ସକାଳ ସୂର୍ଯ୍ୟ ଉଦୟ ହେବା ଠାରୁ ନେଇ ଦ୍ଵାଦଶୀ ଦିନ ସୁର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ।
ଏହି ଦିନ ଚାଉଳ କେବେବି ବନାନ୍ତୁ ନାହିଁ।
ଭୁଲରେ ବି ତୁଳସୀ ପତ୍ରକୁ ତୋଳିବେ ନାହିଁ।
ଏହି ଦିନ ବ୍ରତ ରଖନ୍ତୁ କିମ୍ବା ନରଖନ୍ତୁ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।
ଏହି ଦିନ ରସୁଣ ପିଆଜ ମାଛ ମାଂସ ମଦର ସେବନ କରନ୍ତୁ ନାହିଁ।
ଅନାବଶ୍ୟକ ଆଳସ୍ୟ କରନ୍ତୁ ନାହିଁ।
କଟୁ କଥା କୁହନ୍ତୁ ନାହିଁ। ଝଗଡା ଲଢେଇ କରନ୍ତୁ ନାହିଁ।
ପାଳନ କରିବାର କିଛି ନିୟମ ଅଛି।
ଯେତେବେଳେ ଆପଣ ପାଳନ କରିବେ ତ ସକାଳୁ ଶୀଘ୍ର ଉଠି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହାପରେ ନିର୍ଧନଙ୍କୁ ଧନ ଦାନ କରନ୍ତୁ ଏବଂ ଲେମ୍ବୁ ପାଣି ପିଇ କରି ବ୍ରତ ସମାପ୍ତ କରନ୍ତୁ। ବ୍ରତ ସମାପ୍ତ କରିବା ପରେ ହାଲକା ଜିନିଷର ସେବନ କରନ୍ତୁ।
ଏକାଦଶୀ ଦିନ କିଛି ଏମିତି କାର୍ଯ୍ୟ ଅଛି ଯାହାକୁ ଭୁଲରେ ବି କରିବା ଉଚିତ ନୁହେଁ।
ଏହି ଦିନ ବ୍ରସରେ ଦାନ୍ତ ସଫା କରନ୍ତୁ ନାହିଁ। କୌଣସି ଗଛର ଡାଳରେ ଦାନ୍ତ ସଫା କରନ୍ତୁ।
ବେଡ଼ରେ ଶୋଇବା ଉଚିତ ନୁହେଁ। ସମ୍ଭବତଃ ତଳେ ଶୋଇବେ।
ଭଗବାନ ବିଷ୍ଣୁଙ୍କୁ ଯେତେବେଳେ ଭୋଗ ଲଗାଇବେ ତ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରନ୍ତୁ।
କାହାରିକୁ କଟୁ କଥା କୁହନ୍ତୁ ନାହିଁ ନଚେତ ଆପଣଙ୍କର ମନ ଅଶାନ୍ତ ରହିବ ପୂଜାର ପୁରା ଫଳ ମିଳିନଥାଏ।
ଏହି ଦିନ ଏକାଦଶୀ କଥା ଶୁଣିବା ଉଚିତ।