Excuse Me Odisha

ଯାହା କହିବୁ ସତ କହିବୁ

ଝିଟିପିଟି ଘରକୁ ବାରମ୍ବାର ଆସିବା ଏହି ସଂକେତ ଦେଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଝିଟିପିଟି ଘରକୁ ବାରମ୍ବାର ଆସିବା ଏହି ସଂକେତ ଦେଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଝିଟିପିଟି ସମସ୍ତଙ୍କ ଘରେ ଥାଏ। ଝୁଟିପିଟିକୁ ଦେଖିବା ଭୂମି ଉପରେ ପଡିବା ଏହାର କେଉଁ ଫଳ ମିଳିଥାଏ ଆସନ୍ତୁ ଜାଣିବା। ଘରେ ପ୍ରାୟ ଧଳା ରଙ୍ଗର ଝିଟିପିଟି ଦେଖିବାକୁ ମିଳିଥାଏ। ଝିଟିପିଟିକୁ ଦେଖିବା ମାତ୍ରେ ତାକୁ ଘଉଡ଼ାଇ ଦେଇଥାଉ। କାରଣ ତାହାକୁ ବିଷାକ୍ତ ଜୀବ ବୋଲି ମାନିଥାଉ କିନ୍ତୁ ଶାସ୍ତ୍ରରେ ଝିଟିପିଟି ଘରେ ରହିବା ବହୁତ ଭଲ ହୋଇଥାଏ। ଶାସ୍ତ୍ରରେ ଝିଟିପିଟିକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଏ।

ଶାସ୍ତ୍ରରେ ଝିଟିପିଟିକୁ ଦେଖିବା ଏବଂ ତାର ଗତିବିଧିକୁ ଲକ୍ଷ୍ୟ କରି ଅନେକ କଥା ବିସ୍ତାରରେ ସୂଚନା ଦିଆଯାଇଛି। ଶାସ୍ତ୍ର ଅନୁସାରେ କେଉଁ ସମୟରେ ଦେଖିବା ଭୂମି ଉପରେ ଦେଖିବା ଶରୀରରେ ପଡିବାର ଦେଖିବା ଅବା ଅଚାନକ ତଳକୁ ଖସି ପଡିବା ଇତ୍ୟାଦି ଭବିଷ୍ୟତର ଘଟଣାକୁ ଦର୍ଶାଇଥାଏ। ଏହା ବ୍ୟତୀତ ଝିଟିପିଟି ଶରୀରରେ ଦେଖିବା ଖାସ ଅଙ୍ଗ ଉପରେ ପଡିବା ଭବିଷ୍ୟତର ଅନେକ ଶୁଭ ଏବଂ ଅଶୁଭ ଘଟଣାକୁ ଦର୍ଶାଇଥାଏ। ଝୁଟିପିଟି ଦେଖାଯିବା କଣ ସଂକେତ ଦେଇଥାଏ।

ଯଦି କୌଣସି ପୂଜା ପର୍ବ ଦିନ ଅଚଳ ଝିଟିପିଟି ଦେଖାଦିଏ ତ ଘରକୁ ଖୁସି ଆସିବାର ସଂକେତ ଦେଇଥାଏ। ମା ଲକ୍ଷ୍ମୀଙ୍କର ବାସ ହେବ ସୁଖ ସମୃଦ୍ଧିର ବାସ ହେବ।

ଯଦି ଦୁଇଟି ଝିଟିପିଟି ଝଗଡା କରୁଥିବାର ଦେଖନ୍ତି ତ ଭଲ ବୋଲି ମାନାଯାଏ ନାହିଁ। ଏମିତି ହେଲେ ତୁରନ୍ତ ଝିଟିପିଟିକୁ ଘଉଡ଼ାଇ ଦିଅନ୍ତୁ ଏବଂ ଶିବ ବୋଲି ୫ ଥର କୁହନ୍ତୁ। ଏହା ଦ୍ବାରା ଦୋଷ କଟିଥାଏ।

ଯଦି ବାହାରକୁ ଯିବା ସମୟରେ ଝିଟିପିଟି ଦେଖନ୍ତି ତ ଭଲ ସମାଚାର ମିଳିବ କିମ୍ବା ଯେଉଁ କାର୍ଯ୍ୟ ପାଇଁ ବହାରିଥିବେ ସେହି କାର୍ଯ୍ୟ ଭଲରେ ଭଲରେ ହୋଇଥାଏ।

ଯଦି କୌଣସି ନୂତନ ଘରକୁ ପ୍ରବେଶ କରୁଛନ୍ତି ଆଉ ମରିଯାଇଥିବା ଝିଟିପିଟି ଦେଖନ୍ତି ତ ଏହାକୁ ଭଲ ବୋଲି ମାନାଯାଏ ନାହିଁ। ଏଥିପାଇଁ ତୁରନ୍ତ ବାସ୍ତୁପୂଜା କରିନିଅନ୍ତୁ।

ଯଦି ଝିଟିପିଟି ଶରୀରରେ ପଡେ ତ କଣ କରିବେ।

ଯଦି ଝିଟିପିଟି ଆପଣଙ୍କ ଶରୀର ଉପରକୁ ଚଢୁଥିବ ତ ନୂତନ ବସ୍ତ୍ର ପ୍ରାପ୍ତ ହେବାର ସଂକେତ ଦେଇଥାଏ।

ଏହା କୁହାଯାଏ କି ଝିଟିପିଟି ହାତରେ କିମ୍ବା ମସ୍ତଷ୍କ ଉପରେ ଖସି ପଡିଲେ ତେବେ ନିକଟ ଭବିଷ୍ୟତରେ ମାନ ସମ୍ମାନ ପାଇବା ସହିତ ଧନ ସମ୍ପତ୍ତି ମଧ୍ୟ ପାଇପାରନ୍ତି।

ଯଦି ଝିଟିପିଟି ପିଠି ଉପରେ କିମ୍ବା କମରରେ ପଡେ ତ ଯଶ ପ୍ରାପ୍ତ ହୋଇଥାଏ।

ଯଦି ଗୋଡ଼ ତଳେ ଝିଟିପିଟି ପଶି ଯାଏ ତ ହଠାତ ଯାତ୍ରା କରିବାର ସମ୍ଭାବନା ରହିଛି।

ହାତରେ ଝିଟିପିଟି ପଡିଲେ କିମ୍ବା କାନ୍ଧ ଉପରେ ଝିଟିପିଟି ପଡେ ତ ଏହାର ଅର୍ଥ ଶୀଘ୍ର ହିଁ ବିଜୟୀ ଲାଭ ହୋଇଥାଏ।

ପାଦ ତଳେ ପଶି ଝିଟିପିଟି ମରିଗଲେ ଏହା ଭଲ ସୂଚନା ହୋଇନଥାଏ। ଏହା ହଠାତ କ୍ଷତି କରିଥାଏ। ଝିଟିପିଟି ହାତରେ ମରିଗଲେ ଧନର ହାନି ହୋଇଥାଏ। ଚେଷ୍ଟା କରନ୍ତୁ ଏମିତି ନହେଉ।

ପ୍ରବେଶ ଦ୍ୱାରରେ ମରିଯାଇଥିବା ଝିଟିପିଟି ଦେଖିଲେ ଏହାର ଅର୍ଥ ଆପଣଙ୍କ ଉପରେ କୌଣସି ବଡ଼ ସମସ୍ୟା ଆସିବାର ଥିଲା କିନ୍ତୁ ଏହା ଟଳି ଯାଇଛି। ଝିଟିପିଟି ତାର ନିଜ ଉପରକୁ ନେଇଯାଇଛି। ଏହାକୁ ଶୁଭ ବୋଲି ମାନାଯାଏ।

ଯଦି ଝିଟିପିଟି କାନ୍ଥ ଉପରେ ଚଢୁଥିବାର ଦେଖାଦିଏ ତ ହଠାତ ବଡ଼ ଧନ ଲାଭର ସଂକେତ ଦେଇଥାଏ।

ଆପଣଙ୍କର ଘରକୁ ଆପଣ ସଫା ସୁତରା କରୁଥିବା ସମୟରେ ଯଦି ମଲା ଝିଟିପିଟି ଟିଏ ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ। ଏହା ଧ୍ୟାନ ଦେବେକି ଯଦି ଆପଣ ଘର ସଫା କରୁଥିବା ସମୟରେ ଆପଣଙ୍କ ହାତରେ କୌଣସି ଝିଟିପିଟି କିମ୍ବା ତାର ଛୁଆ ମରିଯାଏ ତେବେ ଏହା ବହୁତ ବଡ଼ ଦୋଷ ଲାଗିଥାଏ। ଏଣୁ ତାହାକୁ ତୁରନ୍ତ ମାଟି ଖୋଳି ପୋତି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଜୀବ ହତ୍ୟା ଦୋଷରୁ ମୁକ୍ତି ମିଳିଥାଏ ଏବଂ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କର ଉପରେ ରୁଷ୍ଟ ହୁଅନ୍ତି ନାହିଁ। ଏପରି ନକଲେ ଆପଣଙ୍କର ଜୀବନରେ ଏପରି ଦୁଃଖ ଆସିଯିବ କି ଯାହା ଆପଣ କଳ୍ପନା କରିନଥିବେ।

ବନ୍ଧୁଗଣ ଆପଣ ଖାଦ୍ୟ ଖାଉଥିବା ସମୟରେ ଯଦି କୌଣସି ଝିଟିପିଟିର ଆବାଜ ଶୁଣନ୍ତି ତେବେ ଏହା ବହୁତ ବଡ଼ ଶୁଭ ସଂକେତ ହୋଇଥାଏ। ଏହା ଆପଣଙ୍କର ଜୀବନରେ ଅଚାନକ ଧନ ପ୍ରାପ୍ତିର ସଂକେତ ମଧ୍ୟ ଦେଇଥାଏ ଅବା କୌଣସି ଶୁଭ ଫଳ ମିଳିବାକୁ ଯାଉଅଛି।

ବନ୍ଧୁଗଣ ଯଦି ଝିଟିପିଟିଙ୍କର ସମାଗମ ଦେଖନ୍ତି ତେବେ ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ସାକ୍ଷତ କରିବେ ଅଥବା ଆପଣ ଯାହାକୁ ମନେ ମନେ ଖଜୁଥିଲେ ସେ ନିଶ୍ଚୟ ମିଲିଯିବେ। ବନ୍ଧୁଗଣ ଆପଣଙ୍କର ସ୍ୱପ୍ନରେ ଯଦି ମଲା ଝିଟିପିଟି ଦେଖନ୍ତି ଏହା ଅଶୁଭ ସଂକେତ ହୋଇଥାଏ ଅବା ଜୀବନରେ ବଡ଼ କଷ୍ଟ ପାଇପାରନ୍ତି ଅବା ଅଶୁଭ ସମାଚାର ପାଇପାରନ୍ତି। ଯାହାକୁ କି ଆପଣ କଳ୍ପନା ମଧ୍ୟ କରିନଥିବେ। ଏହା କୁହାଯାଏ କି ଝିଟିପିଟି ହାତରେ କିମ୍ବା ମସ୍ତଷ୍କ ଉପରେ ଖସି ପଡିଲେ ତେବେ ନିକଟ ଭବିଷ୍ୟତରେ ମାନ ସମ୍ମାନ ପାଇବା ସହିତ ଧନ ସମ୍ପତ୍ତି ମଧ୍ୟ ପାଇପାରନ୍ତି।

ଖାଇବା ସମୟରେ ଝିଟିପିଟି ଦେଖିଲେ ଏହା ଶୁଭ ହୋଇଥାଏ କିନ୍ତୁ ଖାଇବା ସମୟରେ ଆପଣଙ୍କର ପାଦ ଉପରକୁ ଯଦି ଝିଟିପିଟି ଆସିଯାଏ ତେବେ ଆପଣ କୌଣସି ବଡ଼ ଧରଣର ରୋଗର ଶିକାର ହୋଇପାରନ୍ତି। ଏଣୁ ତୁରନ୍ତ ଭଗବାନ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ଦର୍ଶନ କରିନିଅନ୍ତୁ।

ଏହା ମଧ୍ୟ ମାନ୍ୟତା ଅଛି କି ଆପଣମାନେ କୌଣସି କଥା ହେଉଥିବା ସମୟରେ ଯଦି ଝିଟିପିଟି ଶବ୍ଦ କରେ ତେବେ ଆପଣଙ୍କର ସେହି କଥାଟି ସତ୍ୟ ହୋଇଯାଏ।

ଏଣୁ ଝିଟିପିଟିକୁ ଅନେକ ଲୋକ ସତସତୀ ବୋଲି କହିଥାନ୍ତି। କୁହାଯାଏ କି ଝିଟିପିଟି ମଥା ଉପରେ ଖସି ପଡିଲେ ଧନ ପ୍ରାପ୍ତି ହୋଇଥାଏ।

ଦକ୍ଷିଣ କାଦ୍ଧରେ ଝିଟିପିଟି ଖସି ପଡିଲେ ଦାମିକା ଦ୍ରବ୍ୟର ପ୍ରାପ୍ତି ହୋଇଥାଏ। ଅବା ଅଳଙ୍କାରର ପ୍ରାପ୍ତି ହୋଇଥାଏ।

ବାମ କାନ୍ଧରେ ଝିଟିପିଟି ଖସି ପଡିଲେ ଆୟୁଷ ବୃଦ୍ଧି ହୋଇଥାଏ।

ପୂଜା କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି ତେବେ ତାହା ଉପରକୁ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ ଏବଂ ଦୀପଟିଏ ଜାଳି ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ। ଦେଖିବେ ଆପଣଙ୍କର ସେହି ସମସ୍ତ ଇଛା ନିଶ୍ଚିତ ରୂପେ ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *