Excuse Me Odisha

ଯାହା କହିବୁ ସତ କହିବୁ

ନିଜ ରାଶି ଅନୁସାରେ ଘରେ ଲଗାନ୍ତୁ ଏହି ଗଛ,ଗୋଟେ ଚୁଟକୀରେ ଦରିଦ୍ରତା ହୋଇଯିବ ଦୂର !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆପଣଙ୍କ ରାଶି ଅନୁସାରେ ଲଗାନ୍ତୁ ଏହି ଗଛ ଗରିବିର ନାଶ ହୋଇଯିବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ଜନ୍ମର ତିଥି ଏବଂ କାଳର ଆଧାରରେ ତାର ରାଶି ନିର୍ଧାରିତ କରାଯାଇଥାଏ। ପ୍ରତ୍ୟକ ରାଶିର ଜଣେ ସ୍ୱାମୀ ଅଛନ୍ତି ଏବଂ ତାଙ୍କର ଅନୁରୂପ ସେହି ବ୍ୟକ୍ତିର ସ୍ୱାଭାବ ଏବଂ ଭବିଷ୍ୟତ ବନିଥାଏ। ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡରେ ବିଦ୍ୟମାନ ଗ୍ରହର ଦୋଷା ଏବଂ ତାଙ୍କର ରାଶି ଉପରେ ପଡୁଥିବା ପ୍ରଭାବ ଏହିପରି ତାଙ୍କର ଜୀବନରେ ଭଲ ଏବଂ ଖରାପ ସମୟ ଆସିଥାଏ

ଅନେକ ଥର ଏହି ଖରାପ ସମୟ ବର୍ଷ ବର୍ଷ ଧରି ପିଛା ଛାଡିନଥାଏ ଆଉ ବ୍ୟକ୍ତିକୁ କଷ୍ଟ ଭୋଗିବାକୁ ପଡିଥାଏ କିନ୍ତୁ ଏହାର ନିବାରଣ ଯୋଗୁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ସାଧାରଣ ଉପାୟ କୁହାଯାଇଛି। ଯାହାର ପାଳନ କରି ଗ୍ରହର ଦୁଷ୍ଟ ଚକ୍ର ଏବଂ ଖରାପ ପ୍ରଭାବରୁ ବଞ୍ଚିହେବ। ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହଙ୍କ ସମ୍ବଦ୍ଧିତ ଏକ ବୃକ୍ଷ ଥାଏ। ଯଦି ସେହି ବୃକ୍ଷର ରୋପଣ ମନୁଷ୍ୟ କରିଥାଏ ତ ସେ ସେହି ଗ୍ରହର ଖରାପ ପ୍ରଭାବରୁ ମୁକ୍ତି ପାଇଯାଇଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ବୃକ୍ଷ ମନୁଷ୍ୟର ମୃତ୍ୟ ଏବଂ ପ୍ରାଣ ବି ମୁକ୍ତି ପ୍ରଦାନ କରିଥାଏ। ଯେଉଁ ବୃକ୍ଷର ଛାୟା ଫଳ ତଥା ଅନ୍ୟନ୍ୟ ଜୀବକୁ ନିବାରଣ ପ୍ରଦାନ କରିଥାଏ ତ ସେହି ବୃକ୍ଷର ସମ୍ପୂର୍ଣ ପୁଣ୍ୟ ସେହି ବୃକ୍ଷକୁ ଲଗାଇଥିବା ମନୁଷ୍ୟକୁ ମିଳିଥାଏ। ଏଥିପାଇଁ ମନୁଷ୍ୟଙ୍କୁ ନିଜ ରାଶି ଅନୁସାରେ ଗଛଲତା ଅବଶ୍ୟ ଲଗାଇବା ଉଚିତ। ଯାହା ଦ୍ୱାରା ତାଙ୍କର ଖରାପ ସମୟ ଶେଷ ହୋଇଯିବ। ଆଉ ତାକୁ ସୁଖ ସମୃଦ୍ଧିର ପ୍ରାପ୍ତ ହେବ। ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ଗଛଲତା ଲଗାଇବା ଉଚିତ।

ମେଷ ଏବଂ ବୃଷ ରାଶି। ଏହି ରାଶିର ବ୍ୟକ୍ତିଙ୍କୁ ନିମ୍ବ ଗଛ ଅବଶ୍ୟ ଲଗାଇବା ଉଚିତ। ଏହି ଦୁଇଟି ରାଶିର ଦେବତା ମଙ୍ଗଳ ଅଟନ୍ତି ଯାହାଙ୍କର ଇଷ୍ଟ ଦେବ ଭଗବାନ ହନୁମାନ ଅଟନ୍ତି। ଯଦି ମଙ୍ଗଳବାର ଦିନ ନିମ୍ବ ଗଛ ଲଗାନ୍ତି ତେବେ ଅଧିକରୁ ଅଧିକ ଲାଭ ପ୍ରାପ୍ତ ହେବ। ଜୀବନରେ ଆସୁଥିବା ସମସ୍ୟା ଯେପରି ସ୍ୱାସ୍ଥ୍ୟ ସହିତ ଜଡ଼ିତ ହୋଇଥାଉ କିମ୍ବା ଆପଣଙ୍କର ବୈବାହିକ ଜୀବନରେ ସମସ୍ୟା ଥାଉ ତାହା ଆପେ ଆପେ ଠିକ ହୋଇଯିବ। ଏହି ଗଛ ଲଗାଇ ପ୍ରତିଦିନ ଏଥିରେ ଜଳ ଅର୍ପଣ କରନ୍ତୁ। ଏମିତି କଲେ ମଙ୍ଗଳ ଶାନ୍ତ ହୋଇଯିବ।

ବିଛା ଏବଂ ତୁଳା ରାଶି। ଏହି ରାଶିର ବ୍ୟକ୍ତିଙ୍କୁ ଧଳା ରଙ୍ଗର ଫୁଲ ଗଛ ଲଗାଇବା ଉଚିତ। ଏହି ଦୁଇ ରାଶିର ସ୍ୱାମୀ ଶୁକ୍ରଦେବ ଅଟନ୍ତି। ଯଦି ଆପଣ ଆପଣଙ୍କ ଜୀବନରେ ଆସୁଥିବା କଠିନ ସମସ୍ୟାରେ ବହୁତ ଚିନ୍ତିତ ଅଛନ୍ତି ଆପଣଙ୍କୁ ଶତ୍ରୁଙ୍କ ଠାରୁ ବାରମ୍ବାର ହାରିବାର ସାମ୍ନା କରିବାକୁ ପଡୁଥାଏ ତ ଏହି ଗଛକୁ ନିଜ ଘରେ କିମ୍ବା କାମ କରୁଥିବା ଜାଗାରେ ନିଶ୍ଚୟ ଲଗାନ୍ତୁ।

ଧ୍ୟାନ ଦେବେ ଏହି ଗଛର ପୁରା ଯତ୍ନ ନେବା ପାଇଁ ଯେତେ ପର୍ଯ୍ୟନ୍ତ ଏହି ଗଛ ବଡ଼ ହୋଇନଯିବ। ଯଦି ତା ପୂର୍ବରୁ ଏହି ଗଛ ଶୁଖି ଯାଏ ତେବେ ମନ ପସନ୍ଦର ଇଛା ପୂରଣ ହୋଇପାରିବ ନାହିଁ। ଏଥିପାଇଁ ଏହି ଗଛର ଭଲ ଭାବରେ ଯତ୍ନ ନିଅନ୍ତୁ। ଯେତେବେଳେ ଏହି ଗଛରେ ଫୁଲ ହେବ ତ ସେତେବେଳେ ଏହି ଫୁଲକୁ ପ୍ରଥମେ ମା ସ୍ୱରସ୍ୱତୀଙ୍କ ଚରଣରେ ଅର୍ପଣ କରିଦିଅନ୍ତୁ।

ମିଥୁନ ଏବଂ କନ୍ୟା ରାଶି। ଏହି ଦୁଇ ରାଶିର ସ୍ୱାମୀ ବୁଧଦେବ ଅଟନ୍ତି। ବୁଧଙ୍କ ରଙ୍ଗ ସବୁଜ ଅଟେ। ଯଦି ଏହି ଦୁଇ ରାଶିର ବ୍ୟକ୍ତି ତୁଳସୀ ଗଛ ନିଜ ଘରେ କିମ୍ବା ମନ୍ଦିରରେ କିମ୍ବା କୌଣସି ବଗିଚାରେ ଲଗାନ୍ତି ତେବେ ଯଶ ପ୍ରାପ୍ତ ହୋଇପାରେ। ଏହି ଦୁଇ ରାଶିର ବ୍ୟକ୍ତି ଅତ୍ୟନ୍ତ ଚତୁର ଏବଂ ସ୍ୱାଭିମାନି ହୋଇଥାନ୍ତି। ଏମାନଙ୍କ ଭାଗ୍ୟ ବି ସର୍ବଦା ଉଜ୍ଵଳ ରହିଥାଏ। ଯଦି ମା ତୁଳସୀଙ୍କ କୃପା ଏମାନଙ୍କ ଉପରେ ହୋଇଯାଏ ତେବେ ଆଗକୁ ବଢିବାକୁ ଏମାନଙ୍କୁ କେହି ଅଟକାଇ ପାରିବେ ନାହିଁ।

କର୍କଟ ରାଶି। ଏହି ରାଶିର ବ୍ୟକ୍ତିଙ୍କୁ ବେଲପତ୍ର ଗଛ ଲଗାଇବା ଉଚିତ। ଏହା ଆପଣଙ୍କ ଜୀବନରେ ନକରାତ୍ମକ ବିଚାରକୁ ଦୂର କରିଥାଏ। ସକରାତ୍ମକ ଉର୍ଜାକୁ ଆପଣଙ୍କ ଆଡ଼କୁ ଆକର୍ଷଣ କରିଥାଏ। ଯଦି ଆପଣ ନିଜ ଜୀବନରେ କୌଣସି ସମସ୍ୟାର ସମାଧାନ ଖୋଜି ପାରୁନାହାନ୍ତି ତେବେ ଏହି ଗଛ ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ ଏବଂ ଆପଣଙ୍କର ମାନସିକ ଚାପକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ।

ସିଂହ ରାଶି। ଏହି ରାଶିର ସ୍ୱାମୀ ସୂର୍ଯ୍ୟଦେବଙ୍କୁ ମାନାଯାଏ। ଏମାନଙ୍କ ଜୀବନରେ ବୈବାହିକ କାର୍ଯ୍ୟରେ ଗୃହସ୍ଥୀରେ ଏବଂ ପାରିବାରିକ ସମସ୍ୟା ଅଧିକ ଆସିଥାଏ। ଏହାର ଉପାୟ ହେଉଛି ଏହି ରାଶିର ବ୍ୟକ୍ତିଙ୍କୁ ଗୁଲାପ ଫୁଲ କିମ୍ବା ତେଜ ପତ୍ରର ଗଛ ଅବଶ୍ୟ ଲଗାଇବା ଉଚିତ। ଯାହାର ମହକରେ ପାରିବାରିକ ଜୀବନ ମହକିତ ହେବ। ସମସ୍ୟା ଏବଂ କ୍ଳେଶ ଦୂର ହୋଇଯିବ।

ଧନୁ ଏବଂ ମୀନ ରାଶି। ଏହି ରାଶିର ସ୍ୱାମୀ ବୃହସ୍ପତିଙ୍କୁ ମାନାଯାଏ। ଗୁରୁବାର ଦିନ ଅସ୍ତ ଗଛ ନିଶ୍ଚୟ ଲଗାନ୍ତୁ ଏବଂ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏମିତି କରିଲେ ଆପଣଙ୍କ ଯଶର ବୃଦ୍ଧି ହେବ। ଆପଣଙ୍କ କାରବାର ଉଚ୍ଚ ହେବ କିନ୍ତୁ ଏହି ଗଛର ଦେଖାଶୁଣା ଏବଂ ପୂଜା କରିବା ବନ୍ଦ କରନ୍ତୁ ନାହିଁ।

କୁମ୍ଭ ଏବଂ ମକର ରାଶି। ଏହି ରାଶିର ସ୍ୱାମୀ ଶନି ଦେବଙ୍କୁ ମାନାଯାଏ। ଏବଂ ଶନିଦେବଙ୍କୁ ଶନି ଗଛ ଅତ୍ୟନ୍ତ ପ୍ରିୟ ଅଟେ। ଏହି ରାଶିର ବ୍ୟକ୍ତିଙ୍କୁ କୌଣସି ଜଙ୍ଗଲରେ ଶନି ଗଛ ଅବଶ୍ୟ ଲଗାଇବା ଉଚିତ। ଏହି ଗଛକୁ ନିଜ ଘରେ କେବେବି ଲଗାଇବେ ନାହିଁ। ଶନିବାର ଦିନ ଏହି ଗଛର ପୂଜା ନିଶ୍ଚୟ କରନ୍ତୁ। ଆପଣଙ୍କୁ ଲାଭ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *