Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ପ୍ରକାରର ଲୋକଙ୍କ ସଙ୍ଗରେ ରହିଲେ ବର୍ବାଦ ହୋଇଥାଏ ଜୀବନ। ଜାଣନ୍ତୁ ସେହି ଲୋକଙ୍କ ବିଷୟରେ !

ସେୟାର୍ କରନ୍ତୁ

କୁହାଯାଏ କି ଜୀବନରେ ସଙ୍ଗତର ପ୍ରଭାବ ଅଧିକ ରହିଥାଏ। ଆପଣ ଯେଉଁମାନଙ୍କ ସହିତ ବା ଯେଉଁ ପରିବେଶରେ ରହୁଛନ୍ତି, ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ଏହି ବିଷୟରେ ସ୍ପଷ୍ଟ ଉପରେ ବର୍ଣ୍ଣନା କରାଯାଇଛି। ମନୁଷ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଦିଆଯାଇଥିବା ଉପଦେଶକୁ ନିଜ ଜୀବନରେ ପ୍ରୟୋଗ କରି ଶାନ୍ତିମୟ ଜୀବନ ଅତିବାହିତ କରି ପାରିବ। ସେ ତାଙ୍କ ନୀତିରେ ଏଭଳି ୪ ପ୍ରକାରର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନଙ୍କ ଠାରୁ ଦୂରେଇ ରହିବା ନିହାତି ଜରୁରୀ ଅଟେ

ଖରାପ ଓ ନକାରାତ୍ମକ ପରିବେଶରେ ରହୁଥିବା ଲୋକ :-

ଆପଣ ଯେଉଁ ସ୍ଥାନରେ ରହୁଛନ୍ତି, ସେଠାକାର ବାତାବରଣ ଆପଣଙ୍କ ବିଚାର ଓ ଚିନ୍ତାଧାରା ଉପରେ ପ୍ରଭାବ ପକାଇବ। ଯେଉଁ ଲୋକମାନେ ନକାରାତ୍ମକ ପରିବେଶରେ ରହୁଛନ୍ତି, ସେମାନଙ୍କ ମସ୍ତିଷ୍କ ଓ ଚିନ୍ତାଧାରା ମଧ୍ୟ ନକାରାତ୍ମକ ଆଗକୁ ଅଗ୍ରସର ହୋଇଥାଏ। ଏମାନେ କେବେବି ଅନ୍ୟମାନଙ୍କର ସୁଖ ଦେଖି ପାରନ୍ତି ନାହିଁ। ଏମାନେ ନିଜର ଅଭିଳାଷା ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି ଓ ଅନ୍ୟମାନଙ୍କର କ୍ଷତି ମଧ୍ୟ କରି ପାରନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏଭଳି ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ଯଦି ଆପଣ ଏଭଳି ଲୋକଙ୍କ ସଙ୍ଗତିରେ ରହିବେ, ତାହେଲେ ଆପଣଙ୍କ ଚିନ୍ତାଧାରା ମଧ୍ୟ ଏମାନଙ୍କ ଭଳି ନକାରାତ୍ମକ ଓ ନୀଚ ହୋଇଯିବ। ଆପଣଙ୍କର କଥାବାର୍ତ୍ତା ଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଯିବ।

ଖରାପ ନଜର ଥିବା ଲୋକ :-

କିଛି ଲୋକଙ୍କ ନଜର ବହୁତ ଖରାପ ହୋଇଥାଏ। ଯେଉଁମାନେ ପର ସ୍ତ୍ରୀଙ୍କୁ ଦେଖି ନିଜ ମନରେ ଖରାପ ଭାବନା ଆଣିଥାନ୍ତି, ସେମାନଙ୍କ ଠାରୁ ମଧ୍ୟ ସର୍ବଦା ଦୂରେଇ ରହିବା ଉଚିତ। ଯଦି ଆପଣ ଏଭଳି ଲୋକଙ୍କ ସହିତ ମିଶିବେ ତାହେଲେ ଆପଣଙ୍କ ଘର ଉପରକୁ ବିପଦ ମାଡ଼ି ଆସିପାରେ। ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଏଭଳି ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ଏମାନେ ନିଜ ଚରିତ୍ର ଖରାପ କରିବା ସହିତ ଏମାନଙ୍କ ସହିତ ମିଶିଲେ ଅପମାନିତ ହେବାକୁ ପଡିପାରେ।

ଖରାପ ବ୍ୟବହାର କରୁଥିବା ଲୋକ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସେହି ଲୋକଙ୍କ ସହିତ ମିଳାମିଶା କରିବା ଉଚିତ ନୁହେଁ, ଯେଉଁମାନେ କେବେବି ନିଜ ବ୍ୟବହାରରେ ସଂଯମତା ରଖି ନଥାନ୍ତି। ଯେଉଁମାନଙ୍କ ବ୍ୟବହାର ଖରାପ ହୋଇଥାଏ ଅଥବା ଯେଉଁମାନେ ଅପମାନ ଦେଇଥାନ୍ତି ବା ଯେଉଁମାନେ ଅନ୍ୟର ଅସୁବିଧା ସମୟରେ ସାହାଯ୍ୟ କରନ୍ତି ନାହିଁ, ସେମାନଙ୍କ ସହିତ କେବେବି ମିଶିବା ଉଚିତ ନୁହେଁ। ଏଭଳି ଲୋକଙ୍କ ସହିତ ମିଶିଲେ ଆପଣଙ୍କ ବ୍ୟବହାର ମଧ୍ୟ ଖରାପ ହୋଇଯିବ। ଏହାସହିତ ଏମାନଙ୍କ ଉପରେ କେବେବି ଭରସା କରିବା ଉଚିତ ନୁହେଁ।

ଖରାପ ସ୍ଵଭାବ ଥିବା ଲୋକ :-

ନିଶା କରୁଥିବା ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ନିଶା କରୁଥିବା ଲୋକଙ୍କ ଘର ସର୍ବଦା ବର୍ବାଦ ହୋଇ ଯାଇଥାଏ। ଏହି ଭୁଲ ସଂଗତି ଜୀବନର ନଷ୍ଟ ହେବାର କାରଣ ହୋଇଥାଏ। ତେଣୁ ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *