Excuse Me Odisha

ଯାହା କହିବୁ ସତ କହିବୁ

ସଙ୍କଟ ପୂର୍ବରୁ ସଂକେତ ଦେଇଥାଏ ଏହି ସ୍ବପ୍ନ, ଏହି ସ୍ବପ୍ନ ଦେଖିବା ପରେ ଆରମ୍ଭ ହୋଇ ଯାଇଥାଏ ଖରାପ ଦିନ। ଜାଣନ୍ତୁ କଣ ସେହି ସ୍ବପ୍ନ!

ସେୟାର୍ କରନ୍ତୁ

ରାତିରେ ଆଖି ବନ୍ଦ ହେବା ମାତ୍ରେ ଆମେ ସ୍ବପ୍ନ ଦୁନିଆରେ ହଜି ଯାଇଥାଉ। କେତେବେଳେ ଆମେ ଖରାପ ସ୍ବପ୍ନ ଆସିଥାଏ, ତ ଆଉ କେତେବେଳେ ଭଲ ସ୍ବପ୍ନ ଦେଖି ଥାଉ। କିନ୍ତୁ କିଛି ସ୍ବପ୍ନ ଆମକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ତାହା ଆମକୁ କୌଣସି ନା କୌଣସି ସଂକେତ ଦେଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ବପ୍ନ ଶାସ୍ତ୍ରରେ ଶୁଭ ଓ ଅଶୁଭ ପରିଣାମ ରହିଛି। ଏଥିପାଇଁ ଅନେକ ଗ୍ରନ୍ଥରେ ସ୍ବପ୍ନ ଶାସ୍ତ୍ର ବିଷୟରେ କୁହାଯାଇଛି।

ସ୍ବପ୍ନ ଶାସ୍ତ୍ରରେ ଅନେକ ସ୍ବପ୍ନ ବିଷୟରେ କୁହାଯାଇଛି। ଆଜି ଆମେ ଆପଣଙ୍କୁ ସେହି ସ୍ବପ୍ନ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦେଖିବା ମାତ୍ରେ ଜୀବନରେ ସଙ୍କଟ ଆସିଥାଏ। ଏଥିପାଇଁ ପାନଙ୍କୁ ସତର୍କ ରହିବା ଉଚିତ।

ସତର୍କ ସୂଚନା ଦେଇଥାଏ ଏହି ସ୍ବପ୍ନ :-

୧/ ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ସେହିପରି ସ୍ୱପ୍ନରେ ଗୋଲାପ ଫୁଲକୁ ଖାଉଥିବାର ଦେଖିବା ଏହି ସଂକେତ ଦେଇଥାଏ କି ଭବିଷ୍ୟତରେ ଆପଣଙ୍କୁ କୌଣସି ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଛି।

୨/ ଯଦି ଆପଣ ନିଜ ସ୍ୱପ୍ନରେ ନିଜକୁ ଛୋଟ ପିଲା ବା ବୃଦ୍ଧ ରୂପରେ ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି।ଏହାସହିତ ଆପଣ ଚାପ ଗ୍ରସ୍ତ ମଧ୍ୟ ହୋଇ ପାରନ୍ତି।

୩/ ଯଦି ଆପଣ ନିଜ ସ୍ୱପ୍ନରେ ନିଜ ପତ୍ନୀଙ୍କର ଅପହରଣ ଦେଖୁଛନ୍ତି, ତେବେ ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ଘରେ ମହିଳା ମାନଙ୍କ ମଧ୍ୟରେ ଅଶାନ୍ତି ଓ ବାଦବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ନକାରାତ୍ମକ ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିବ।

୪/ ଯଦି ଆପଣ ସ୍ୱପ୍ନରେ କୁମ୍ଭାର ବା ତେଲି ଜାତିର ବ୍ୟକ୍ତି ସହିତ ପଳାୟନ କରୁଥିବାର ଦେଖନ୍ତି, ତାହେଲେ ଏହା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଅନେକ ଦୁଃଖକଷ୍ଟ ଲାଗି ରହିବ।

୫/ ସ୍ୱପ୍ନରେ କୌଣସି ଶସ୍ୟରୁ ମାଟି ସଫା କରୁଥିବାର ଦେଖିବା ବା ଖାଦ୍ୟ ସାମଗ୍ରୀରେ ମାଟି ଗୋଳାଇ ଥିବାର ଦେଖିବା ଅତ୍ୟନ୍ତ ଅଶୁଭ ଅଟେ। ଶାସ୍ତ୍ରରେ କୁହାଯାଇଛି କି ଏଭଳି ସ୍ବପ୍ନ ଆସୁଥିବା ସଂକଟର ସୂଚନା ଦେଇଥାଏ।

୬/ ଯଦି ଆପଣ ନିଜ ସ୍ୱପ୍ନରେ କୌଣସି ଅପରିଷ୍କାର ସ୍ଥାନରେ ଶୋଇଥିବାର ଦେଖନ୍ତି, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ପରିବାରରେ ଅନେକ ସମସ୍ୟା ଲାଗି ରହିବ। ସମାଜରେ ସମ୍ମାନ ହାନୀ ହେବାର ସମ୍ଭାବନା ରହିଛି।

୭/ ଜଗି ଆପଣ ନିଜ ସ୍ୱପ୍ନରେ ନିଜକୁ ମାଂସ ସେବନ କରୁଥିବାର ଦେଖନ୍ତି, ଏହା ଅଶୁଭ ମାନା ଯାଇଥାଏ। ଏହାର ଅର୍ଥ ଆପଣଙ୍କୁ ଚାକିରି କ୍ଷେତ୍ରରେ ଅସଫଳତା ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ବାତାବରଣ ଲାଗି ରହିବ।

୮/ ଯଦି ଆପଣ ନିଜ ସ୍ୱପ୍ନରେ ହରିଣ, ଘୋଡ଼ା, ହାତୀର ସନ୍ତାନଙ୍କୁ ଦେଖୁଛନ୍ତି, ଏହା ଅଶୁଭ ହୋଇଥାଏ। ସ୍ବପ୍ନ ଶାସ୍ତ୍ରରେ ଏହା ଜୀବନରେ ଆସୁଥିବା ଘୋର ସଙ୍କଟ ବିଷୟରେ ସଂକେତ ଦେଇଥାଏ ବୋଲି କୁହାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *