Excuse Me Odisha

ଯାହା କହିବୁ ସତ କହିବୁ

ପର୍ସରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ ଗୋଟି ଜିନିଷ। ନଚେତ ହୋଇଯିବେ ଦରିଦ୍ର।

ସେୟାର୍ କରନ୍ତୁ

ଅଧିକାଂଶ ଲୋକଙ୍କର ଯାହା ହାତରେ ଆସିଲା ତାକୁ ପର୍ସରେ ରଖିବାର ଅଭ୍ୟାସ ରହିଥାଏ। ଯଦି ଆପଣଙ୍କ ମଧ୍ୟରେ ଏହି ଅଭ୍ୟାସ ରହିଥାଏ, ତାହେଲେ ଏହାଦ୍ଵାରା ଆପଣଙ୍କର ହାନୀ ହେବାର ସମ୍ଭାବନା ରହିଛି। ବାସ୍ତୁ ଶାସ୍ତ୍ରରେ ପର୍ସରେ ଟଙ୍କାକୁ ଛାଡ଼ି କୌଣସି ଅନାବଶ୍ୟକ ଜିନିଷ ଗୁଡ଼ିକ ରଖିବା ଉଚିତ ନୁହେଁ। ଆସନ୍ତୁ, ପର୍ସରେ କେଉଁ ଜିନିଷ ରଖିବା ଦ୍ୱାରା ଧନହାନୀ ହୋଇଥାଏ, ସେହିଁ ବିଷୟରେ ଜାଣିବା।

– କିଛି ଲୋକଙ୍କର ଅଭ୍ୟାସ ରହିଥାଏ କି, ମାର୍କେଟରୁ ଆସିଲା ପରେ ନିଜ ପର୍ସରେ ବିଲକୁ ଅନେକ ଦିନ ପର୍ଯ୍ୟନ୍ତ ରଖି ଦେଇଥାନ୍ତି। ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ ଋଣର ବୋଝ ପଡିପାରେ। ତେଣୁ ଆପଣ କିଣାକିଣି ସାରି ବିଲକୁ ନିଜ ପର୍ସରେ ରଖନ୍ତୁ ନାହିଁ।ଏହା ଆପଣଙ୍କ ଆର୍ଥିକ ସଙ୍କଟର କାରଣ ହୋଇପାରେ।

– ପର୍ସରେ କେବେବି ମୃତ ବ୍ୟକ୍ତିର ଫଟୋ ରଖିବା ଉଚିତ ନୁହେଁ। କୁହାଯାଏ କି ଏଭଳି କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଦୁଃଖିତ ହୋଇଥାଏ। ଏହାସହିତ ଆପଣଙ୍କୁ ଅନେକ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିପାରେ। ନିଜ ପର୍ସରେ ସମ୍ପର୍କୀୟଙ୍କ ଫଟୋ ରଖିବା ଦ୍ୱାରା ସେହି ମୃତ ବ୍ୟକ୍ତିର ଆତ୍ମାକୁ ମୁକ୍ତି ମିଳି ପାରି ନଥାଏ। ବାସ୍ତୁ ଅନୁସାରେ ମୃତ ବ୍ୟକ୍ତିର ଫଟୋକୁ ଘରର ଦକ୍ଷିଣ ଦିଗରେ ଲଗାଇବା ଅଶୁଭ ହୋଇଥାଏ।

– ପର୍ସରେ ଭୁଲରେ ମଧ୍ୟ ଚାବି ବା କୌଣସି ତୀକ୍ଷ୍ଣ ଜିନିଷ ରଖିବା ଉଚିତ ନୁହେଁ। ଏଗୁଡିକ ପର୍ସରେ ରହିବ ଦୁର୍ଭାଗ୍ୟର କାରଣ ହୋଇଥାଏ। ଏହାସହିତ ଆପଣଙ୍କ ବ୍ୟବସାୟରେ ମଧ୍ୟ କ୍ଷତି ସହିବାକୁ ପଡିପାରେ।

– ଅଧିକାଂଶ ଲୋକଙ୍କର ପର୍ସରେ ଚିରା ଫଟା ନୋଟ ରଖିବାର ଅଭ୍ୟାସ ରହିଥାଏ। ଏଭଳି କରିବା ଦେବୀ ଲକ୍ଷ୍ମୀଙ୍କର ଅପମାନ ବୋଲି ମାନା ଯାଇଥାଏ। ଏହାସହିତ ଧନହାନୀ ମଧ୍ୟ ହୋଇଥାଏ। ତେଣୁ ଏଭଳି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ।

– କୁହାଯାଏ କି ପର୍ସରେ କଏନ ଓ ନୋଟ ସାଙ୍ଗରେ ରଖିବା ଉଚିତ ନୁହେଁ। ଏହାସହିତ ନିଜ ପର୍ସରେ ୩ ବା ୪ ଗୋଟି ଚାଉଳର ଦାନା ରଖନ୍ତୁ। ଦେଖିବେ ଆପଣଙ୍କୁ କେବେବି ଅର୍ଥର ଅଭାବ ହେବନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *