Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଦେବଙ୍କୁ ଏମିତି ଜଳ ଅର୍ପଣ କରିବା ଦ୍ୱାରା ଘରକୁ ଆସିଥାଏ ଦରିଦ୍ରତା ! କରନ୍ତୁ ନାହିଁ ଏହିସବୁ ଭୁଲ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୂର୍ଯ୍ୟଦେବଙ୍କୁ ଏମିତି ଜଳ ଅର୍ପଣ କରିବା ଦ୍ୱାରା ଘରକୁ ଆସିଥାଏ ଦରିଦ୍ରତା କରନ୍ତୁ ନାହିଁ ଏହିସବୁ ଭୁଲ।

ବନ୍ଧୁଗଣ ଆମର ସଂସ୍କୃତିରେ ଦେବତା ମାନଙ୍କର ପୂଜାପାଠରେ ବହୁତ ମହତ୍ୱ ରହିଛି। ଶାସ୍ତ୍ର ଅନୁସାରେ ଏହି ଦୁନିଆରେ ୩୩ କୋଟି ଦେବତା ଅଛନ୍ତି। ଆଉ କିଛି ଦେବତା ପୃଥିବୀରେ ସାକ୍ଷତ ଦର୍ଶନ ଦେଇଥାନ୍ତି ବା ଆମେ ପ୍ରତିଦିନ ଦେଖିଥାଉ। ସୃଷ୍ଟି ଯେବେ ଠାରୁ ଆରମ୍ଭ ହୋଇଛି ଲୋକେ ସୂର୍ଯ୍ୟ ଏବଂ ଚନ୍ଦ୍ରମାଙ୍କ ପୂଜା ନିଶ୍ଚିତ ଭାବରେ କରି ଆସୁଛନ୍ତି।

ବେଡ଼ ପୁରାଣରେ ବି ଏହାର ଉଲ୍ଲେଖ ଅଛି। ଭଗବାନ ରାମଚନ୍ଦ୍ର ସ୍ୱୟଂ ନିଜେ ସୂର୍ଯ୍ୟଦେବଙ୍କ ପୂଜା କରୁଥିଲେ। ଜଳରେ ଅର୍ଘ୍ୟ ଅର୍ପଣ କରୁଥିଲେ। ମହାଭାରତ କାଳରେ ପାଣ୍ଡବଙ୍କ ମାତା କୁନ୍ତୀ ସୂର୍ଯ୍ୟଦେବଙ୍କ ଭକ୍ତ ଥିଲେ। କର୍ଣ୍ଣ ଯିଏ ଥିଲେ ସେ ଭଗବାନ ସୂର୍ଯ୍ୟଦେବଙ୍କର ଦାନରେ ମିଳିଥିଲେ।

ଏବେ ଦେଖନ୍ତୁ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଅନେକ ଲାଭ ଅଛି।

ବ୍ୟକ୍ତିର ଆଖିର ସମସ୍ୟା ଦୂର ହୋଇଥାଏ। ଜଳ ଅର୍ପଣ କରିବା ସମୟରେ ଆପଣ ଜଳ ପାତ୍ରକୁ ଦୁଇ ହାତରେ ଧରି ମଥାର ସାମ୍ନାରେ ରଖିବେ। ଆଉ ସେହି ଜଳକୁ ଦେଖନ୍ତୁ। ଏହା ଦ୍ବାରା ଆଖି ସମସ୍ୟା ଦୂର ହୋଇଥାଏ।

ଯଦି ଆପଣଙ୍କୁ ଚାକିରୀରେ ଉନ୍ନତି ହେଉନାହିଁ ବାଧା ଆସୁଛି କୌଣସି ପ୍ରକାରର ବି ଅସୁବିଧା ଅଛି ତ ନିଜର ଆତ୍ମବିଶ୍ୱାସକୁ ବନେଇ ରଖିବା ପାଇଁ ଚାକିରୀରେ ପଦନ୍ନତି ପାଇଁ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଲେ ବହୁତ ଲାଭକାରୀ ହୋଇଥାଏ। କାହିଁକିନା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ଗ୍ରହର ରାଜା ଅଟନ୍ତି। ଆଉ ସେ ଅଧିକାରୀ କାରକ ଅଟନ୍ତି ସେଥିପାଇଁ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ସୂର୍ଯ୍ୟଦେବ ପିତା ଏବଂ ଚାକିରୀ ଉଭୟ କ୍ଷେତ୍ରରେ ସୁଖ ଦେଇଥାନ୍ତି ଆଉ ଅନୁକୂଳ ଫଳ ପ୍ରଦାନ ବି କରିଥାନ୍ତି।

ଯଦି ଆପଣଙ୍କୁ ହାର୍ଟର ସମସ୍ୟା ଅଛି ତେବେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଆଉ ଆଦିତ୍ୟ ହୃଦୟର ସ୍ତୋତ୍ରର ମନ୍ତ୍ର ବି ଜପ କରିବେ। ଏହା ଦ୍ୱାରା ଅନୁକୂଳ ଫଳ ମିଳିଥାଏ।

ସୂର୍ଯ୍ୟଦେବଙ୍କ ସିଧା ସମ୍ବଦ୍ଧ ପିତାଙ୍କ ସହିତ ଅଟେ। ଜଳ ପାତ୍ରରେ ସୂର୍ଯ୍ୟଙ୍କ ଅନୁକୂଳତାରେ ପୈତୃକ ସମ୍ପତ୍ତିରେ ସୁଖର ପ୍ରାପ୍ତ ହୋଇଥାଏ। ଯଦି ପୈତୃକ ସମ୍ପତିକୁ ନେଇ କୌଣସି ସମସ୍ୟା ଅଛି ପିତାଙ୍କ ସହିତ କୌଣସି ମତଭେଦ ଚାଲିଛି। ତ ସେହି ବ୍ୟକ୍ତିକୁ ପ୍ରତିଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ।

ଭଗବାନ ସୂର୍ଯ୍ୟଦେବଙ୍କ ଉପାସନା ଦ୍ୱାରା ଲାଭ ସହିତ ସ୍କିନର ସମସ୍ୟା ଦୂର ହୋଇଥାଏ କିନ୍ତୁ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ଉଚିତ ନିୟମ ଅଛି କେମିତି କରିବେ ଆସନ୍ତୁ ଜାଣିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା କରାଯାଏ। ଆଉ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଯେବେ ଆପଣ ଦେବେ ତ ଏହି ମାନ୍ୟତା ଅଛି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ କୁଣ୍ଡଳୀରେ ସୂର୍ଯ୍ୟ ବି ଭଲ ହୋଇଥାଏ। ତ କେମିତି କରିବେ ଆସନ୍ତୁ ଜାଣିବା।

ସକାଳୁ ସକାଳୁ ଉଠି ସ୍ନାନ କରି ତମ୍ବା ଘଟିରେ ଜଳ ଅର୍ପଣ କରନ୍ତୁ। ଯେତେବେଳେ ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ଜଳରେ ଏକ ଚୁଟକି ଅକ୍ଷତ ଏବଂ ମନ୍ଦାର ଫୁଲ ନିହାତି ପକେଇ ଜଳ ଅର୍ପଣ କରିବେ। ଭଗବାନ ସୂର୍ଯ୍ୟଦେବଙ୍କ ସାମ୍ନାରେ ଓଁ ସୂର୍ଯ୍ୟାୟ ନମଃର ମନ୍ତ୍ର ଜପ କରିବେ।

ଗୋଟେ କଥାର ଧ୍ୟାନ ରଖିବେ ଯେତେବେଳେ ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ତ ନିଜ ଗୋଡ଼ରେ ଯେମିତି ସେହି ପାଣି ନପଡିବ ଏହା ପ୍ରତି ନିଶ୍ଚୟ ଧ୍ୟାନ ଦେବେ। ଜଳ ଅର୍ପଣ କରିବା ସମୟରେ ପାତ୍ରରେ ଦେଲେ ଭଲ କଥା ନଚେତ ଦୁଇଟି ହାତକୁ ମଥା ଉପରେ ନିଶ୍ଚୟ ରଖନ୍ତୁ। ଏମିତି କରିଲେ ସୂର୍ଯ୍ୟଦେବଙ୍କ କିରଣ ଶରୀର ଉପରେ ପଡିଥାଏ। ଆଉ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ନବ ଗ୍ରହଙ୍କ କୃପା ପ୍ରାପ୍ତ ହୋଇଥାଏ।

ବଳ ବୁଦ୍ଧି ଦିବ୍ୟତା ପ୍ରାପ୍ତି ପାଇଁ ଭଗବାନ ସୂର୍ଯ୍ୟଦେବଙ୍କ ବହୁତ ସାରା ମନ୍ତ୍ର ଅଛି ସେଥି ମଧ୍ୟରୁ ଆପଣ ଭଗବାନ ସୂର୍ଯ୍ୟଦେବଙ୍କ ସାମ୍ନାରେ ଗାୟତ୍ରୀ ମନ୍ତ୍ର ବି ପଢି ପାରିବେ। ଗାୟତ୍ରୀ ମନ୍ତ୍ର ପଢିଲେ ବି ବହୁତ ସାରା ଲାତ ହୋଇଥାଏ। ହନୁମାନ ଚାଳିସା ବି ପଢିପାରିବେ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଲେ ବିଗିଡି ଯାଇଥିବା ଭାଗ୍ୟ ବି ଭଲ ହୋଇଥାଏ। କାର୍ଯ୍ୟ ବୃଦ୍ଧି ହୋଇଥାଏ।

ଯଦି ସକାଳୁ ସକାଳୁ ସୂର୍ଯ୍ୟଙ୍କ କିରଣରେ ଆପଣ ରହିବେ ତ ଭିଟାମୀନ-D ମିଳିଥାଏ। ଆପଣଙ୍କ ହାଡ଼ ମଜବୁତ ହୋଇଥାଏ। ମନୁଷ୍ୟର ଶରୀର ପାଞ୍ଚ ତତ୍ୱରେ ବନା ହୋଇଛି। ଏଥିରେ ଅଗ୍ନି ବି ଅଛି। ସୂର୍ଯ୍ୟଙ୍କୁ ଅଗ୍ନିର ବି କାରକ ମାନାଯାଏ। ଆଉ ଜଳ ଅର୍ପଣ କରିଲେ ତାଙ୍କର କିରଣ ଶରୀର ଉପରେ ପଡିଥାଏ ଯାହା ଦ୍ୱାରା ହାର୍ଟ ଆଖି ସ୍କିନ ସକ୍ରିୟ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *